ଓଡ଼ିଆ ସାହିତ୍ୟ

ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବ
Odia Sahitya.png

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର

ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

ସାହିତ୍ୟ ସମାଜର ହିତ ସାଧନ କରି ଜନସାଧାରଣଙ୍କୁ ସମ୍ବେଦନଶୀଳ ତଥା ସଚେତନ କରିବାରେ ପ୍ରମୁଖ ସହାୟକ । ଓଡ଼ିଆ ସାହିତ୍ୟ ଓଡ଼ିଶାବାସୀଙ୍କ ଉନ୍ନତିରେ କର୍ମରତ । ଏହା ଆମ ରାଜ୍ୟର ବିକାଶ ଓ ସଂସ୍କୃତିର ପରିଚୟ ଦେଇଥାଏ । ନିମ୍ନରେ ଓଡ଼ିଆ ସାହିତ୍ୟର ବିଭାଗୀକରଣ କରାଯାଇ ପ୍ରତ୍ୟେକ ବିଭାଗର ବିବରଣୀ ପ୍ରଦାନ କରାଯାଇଛି।

ଇତିହାସସମ୍ପାଦନ କରନ୍ତୁ

ସୁଦୂର ଅତୀତରେ ଲିପିର ଅଭାବ ହେତୁ ମୁଖସ୍ଥ କରିବା ଥିଲା ସାହିତ୍ୟକୁ ବଞ୍ଚାଇ ରଖିବାର ଏକ ମାତ୍ର ଉପାୟ । ତେଣୁ ମନେ ରଖିବାର ସୁବିଧା ନିମନ୍ତେ ସବୁ କଥାକୁ ପଦ୍ୟର ରୂପ ଦେବା ଦରକାର ଥିଲା । ଗଣିତ ବିଦ୍ୟା, ଆକାଶ ବିଦ୍ୟା, ଏପରିକି ମାଛ ମାରିବା, ପାଗ ଜାଣିବା ଆଦିକୁ ନେଇ ପଦ୍ୟ ସବୁ ରଚା ଯାଇଥିଲା । ଓଡ଼ିଆରେ ଅନେକ ପୁରାତନ ରଚନା ଯେମିତିକି ଲୀଳାବତୀ ସୂତ୍ର, ଡାକଋଷି ବଚନ, ଖନା ବଚନ ଓ ଗଣିତର ବିଭିନ୍ନ ସୂତ୍ର ଲୋକଗୀତରେ ଅଛି । ଓଡ଼ିଆ ସାହିତ୍ୟର ଇତିହାସ ଚର୍ଯା ଗୀତିରୁ ଆରମ୍ଭ ବୋଲି ପ୍ରମାଣ ମିଳିଅଛି । ଏହା ବୁଦ୍ଧଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା । ସେହି କାଳରୁ ବୁଦ୍ଧଙ୍କର ଜନ୍ମଜାତକ (ବୁଦ୍ଧଜାତକ), ବାଣୀ ତ୍ରିପିଟକ ଭାବରେ ଓ ବୌଦ୍ଧ ସାଧୁ ସନ୍ଥମାନଙ୍କ ଲେଖା ଚର୍ଯ୍ୟଗୀତିକା ଓଡ଼ିଆ ସାହିତ୍ୟର ଆରମ୍ଭ । ଏହା ପରବର୍ତ୍ତୀ କାଳରେ ଭକ୍ତିଯୁଗ ସମୟରେ ଏହା ଖୁବ ଉନ୍ନତ ହୋଇଥିଲା । ପରେ ରୀତିଯୁଗ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆରମ୍ଭ ହୋଇଥିଲା । କେତେକ ସ୍ଥଳରେ ଉତ୍ତର ଆଧୁନିକ ସାହିତ୍ୟର ଉକ୍ତି ଦେଖିବାକୁ ମିଳିଥାଏ ।

ବିଭାଗୀକରଣସମ୍ପାଦନ କରନ୍ତୁ

ଓଡ଼ିଆ ସାହିତ୍ୟର ସମୟକାଳକୁ ବିଭିନ୍ନ ଯୁଗ ଅନୁସାରେ ବଣ୍ଟାଯାଇଥାଏ, ସେସବୁ ହେଲା: ଚର୍ଯା ଯୁଗ, ସାରଳା ଯୁଗ, ପଞ୍ଚସଖା ଯୁଗ, ରୀତି ଯୁଗ, ରାଧାନାଥ ଯୁଗ, ସତ୍ୟବାଦୀ ଯୁଗ, ପ୍ରଗତି ଯୁଗ, ସବୁଜ ଯୁଗ ଓ ସ୍ୱାଧୀନତା ପରର ଯୁଗ । କିନ୍ତୁ ଭାଷାବିତମାନଙ୍କର ଏହି ସମୟକ୍ରମ ଅନୁସାରେ ଆମେ ଓଡ଼ିଆ ସାହିତ୍ୟକୁ ଭାଗ କଲେ ଓଡ଼ିଆ ସାହିତ୍ୟର ବିକାଶର ସଠିକ ଚିତ୍ର ପାଇ ପାରିବା ନାହିଁ |

ବୁଝିବାର ସୁବିଧା ନିମନ୍ତେ ଆମ ସାହିତ୍ୟକୁ ଦୁଇଟି ଭାଗରେ ବିଭକ୍ତ କରା ଯାଇଛି । କଥିତ ସାହିତ୍ୟଲିଖିତ ସାହିତ୍ୟ । କଥିତ ସାହିତ୍ୟ ସାଧାରଣ ଲୋକ ମୁଖରେ ପ୍ରଚଳିତ କଥା, କବିତା ଆଦିକୁ ବୁଝାଏ ।

ସାଧାରଣ ଲୋକେ ନିଜର ଆନନ୍ଦ, ବିଷାଦ, ଆଶା, ଆକାଂକ୍ଷାକୁ ଗୀତ ଓ ଗପ ମାଧ୍ୟମରେ ପ୍ରକାଶ କରିଥାନ୍ତି । ଗାଁ ଗହଳରେ ଅନେକ ଭାବପ୍ରବଣ ଲୋକ ମୁହେଁ ମୁହେଁ ଗୀତ ବାନ୍ଧି ଦେଇଥାନ୍ତି । ସେ ଗୀତ ଅନ୍ୟମାନେ ଶୁଣନ୍ତି ଓ ମନେ ରଖିଥାନ୍ତି । ଏମିତି ପିଢ଼ି ପରେ ପିଢ଼ି ସେହି ଗୀତ, ଢଗ ଢମାଳି, ପ୍ରବଚନ ଆଦି କାନରୁ କାନକୁ ଯାଏ ଓ ପୁରୁଷ ପୁରୁଷ ଯାଏଁ ସେସବୁ ଲୋକକୁ ଗାଇ ବୁଲୁଥାନ୍ତି । ଏହି କଥିତ ସାହିତ୍ୟର ଲେଖକ କିଏ, ତାହା ଆକଳନ କରିବା ଅସମ୍ଭବ । ହେଲେ ସେଥିରେ ସାଧାରଣ ଲୋକଙ୍କର ଜୀବନ ଛବି ଅଙ୍କାଯାଇଥାଏ ଓ ସାଧାରଣ ଭାଷାରେ ପ୍ରକାଶିତ ହୋଇଥାଏ । ଏସବୁର ମୂଲ୍ୟ ସାହିତ୍ୟ ଓ ଭାଷା ପାଇଁ ଖୁବ ବେଶୀ । ଓଡ଼ିଆ ସାହିତ୍ୟରେ କାନ୍ଦଣା, ଓଷାଗୀତ, ଦୋଳିଗୀତ, ଶଗଡ଼ିଆ ଗୀତ, ଚଷା ଗୀତ, ନାଉରିଆ ଗୀତ ଆଦି ରହିଅଛି ।

ରାମ ହେ ଲଇଖଣ* ହେ ଗଲେ ମିରିଗ ମାରି...ହୁ...ଡ଼...ରରର....

—ଚଷା ଗୀତ

*ଲଇଖଣ: ଲକ୍ଷ୍ମଣ, ପୁରାତନ ଓଡ଼ିଆ

ଓଷାବ୍ରତ ଆଦିରେ ଗାନ କରାହେବା ଲାଗି ମଧ୍ୟ ଅନେକ ଗୀତ ରହିଅଛି । ଆଦିବାସୀମାନଙ୍କ କରମା ଗୀତ, ପାଲାଦାସକାଠିଆ ସଙ୍ଗୀତ, ବାଲେଶ୍ୱରର ଚଢ଼େଇଆ ସଙ୍ଗୀତ ଆଦି ସବୁ ଏହି ଶ୍ରେଣୀର । ଗୀତ ପରି କଥା ଓ କାହାଣୀ ବି ଲୋକମୁଖରେ ଚଳୁଅଛି । ସେସବୁକୁ ଲୋକ କଥା କୁହାଯାଏ । ଭୁତ, ପ୍ରେତ, ଦେବତା, ଅସୁର, ଅସୁରୁଣୀ, ରଜାପୁଅ, ସାଧବପୁଅ, ପଶୁପକ୍ଷୀ, ଗାଈଆଳ, ଚଷା, ବିଧବା ଏ ସଭିଙ୍କୁ ନେଇ ଅନେକ ପଲ୍ଲୀ ଗୀତ ଓ କଥା ତିଆରି ହୋଇଅଛି ।

ସେହିପରି ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ, କଳାହାଣ୍ଡିର ଦେଶିଆ ଓଡ଼ିଆ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଆଦି ଉତ୍ତର ଓଡ଼ିଶାର ଜିଲାରେ କଥିତ ବାଲେଶ୍ୱରୀ ଓଡ଼ିଆ ତଥା ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଆଦିରେ କଥିତ ଭାଷା ଗଞ୍ଜାମି ଓଡ଼ିଆରେ ଅନେକ ଲୋକ କଥା ଓ ଲୋକଗୀତ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଅଛି ।

ଓଡ଼ିଆ ଭାଷା ଓ ସାହିତ୍ୟସମ୍ପାଦନ କରନ୍ତୁ

ଓଡ଼ିଆ ଭାରତର ଆଞ୍ଚଳିକ ଭାଷାମାନଙ୍କ ମଧ୍ୟରେ ଅନ୍ୟତମ । ଏହା ମୁଖ୍ୟତଃ ଓଡ଼ିଶାର ଅଧିବାସୀମାନଙ୍କଦ୍ୱାରା ବ୍ୟବହୃତ । ଓଡ଼ିଶା ଭାରତର ପୂର୍ବାଭାଗରେ ଅଛି । ହେଲେ ତା ବାଦେ ଓଡ଼ିଶାକୁ ବେଢ଼ିରହିଥିବା ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଆଉ ପଶ୍ଚିମବଙ୍ଗ ଏହି ଚାରୋଟି ସୀମାନ୍ତରାଜ୍ୟର ଭାଷାରେ ମଧ୍ୟ ଓଡ଼ିଆ ଭାଷାଭାସୀ ଲୋକେ ଓଡ଼ିଆରେ କଥା କହନ୍ତି ଆଉ ଏସବୁ ଭାଷାରେ ଓଡ଼ିଆରେ ପ୍ରଭାବ ଦେଖିବାକୁ ମିଳେ । ଏହାକୁ ଛାଡ଼ି ଭାରତର ଅନ୍ୟାନ୍ୟ ରାଜ୍ୟମାନଙ୍କରେ, ଏବଂ ବିଦେଶରେ ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଏବଂ ଇଉରୋପ ପ୍ରଭୃତି ପାଶ୍ଚତ୍ୟ ଦେଶମାନଙ୍କରେ ମଧ୍ୟ ବେଶ କିଛି ଓଡ଼ିଆ ଅଧିବାସୀ ଓଡ଼ିଆକୁ ବିଦେଶରେ ବି ଖ୍ୟାତ କରାଇଛନ୍ତି ।

ଓଡ଼ିଆ ଭାଷା ଖ୍ରୀଷ୍ଟାବ୍ଦ ୧୨୦୦ରୁ ଏହାର ଆଧୁନିକ ରୂପ ଧାରଣ କରିଛି । ଏହି ସମୟରୁ ବିଭିନ୍ନ ପଦ୍ୟ ଯଥା କୋଇଲି, ଚଉତିଶା ଇତ୍ୟାଦିର ରଚନା ଆରମ୍ଭ ହୋଇଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ ସାରଳା ଦାସ ଓଡ଼ିଆରେ ମହାଭାରତ ରଚନା କରିଥିଲେ । ଚତୁର୍ଦ୍ଦଶରୁ ଷୋଡଶ ଶତାବ୍ଦୀ ପର୍ଯ୍ୟନ୍ତ କବିମାନେ ସଂସ୍କୃତରୁ ବିଭିନ୍ନ ପୁରାଣର ଓଡ଼ିଆ ଅନୁବାଦ କରିଥିଲେ । ସପ୍ତଦଶ ଶତାବ୍ଦୀରୁ କାବ୍ୟ କବିତାର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ସପ୍ତଦଶରୁ ଉନ୍ନବିଂଶ ଶତାବ୍ଦୀ ଯାଏଁ ଓଡ଼ିଶାର କବିବୃନ୍ଦ ବିଭିନ୍ନ ଛନ୍ଦ, ରାଗ ଓ ତାଳରେ ଭିନ୍ନ ଭିନ୍ନ କାବ୍ୟ, କବିତା, ଭଜନ, ଜଣାଣ, ଛାନ୍ଦ, ଚଉପଦୀ ଇତ୍ୟାଦି ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିଲେ । ଏହି ସମୟରେ ଓଡ଼ିଆ ଭାଷା ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା । ଉନ୍ନବିଂଶ ଶତାବ୍ଦୀ ପରଠାରୁ ଓଡ଼ିଆ ଭାଷାର କ୍ରମନ୍ୱୟ ପ୍ରଗତି ଘଟିଥିଲେ ମଧ୍ୟ ଏହା ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ପ୍ରଗତି ତୁଳନାରେ ଗୌଣ ।

୮ମ-୯ମ ଶତାବ୍ଦୀସମ୍ପାଦନ କରନ୍ତୁ

ଚର୍ଯା/ ଚରିଜାଗିତି ଯୁଗ ବା ସିଦ୍ଧ ସାହିତ୍ୟ ଯୁଗନାଥ ସାହିତ୍ୟ

ଭାରତର ସବୁଠୁ ପୁରୁଣା ଭାଷା ପାଳିରୁ ଓଡ଼ିଆର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ ବୁଦ୍ଧଙ୍କ ଜନ୍ମ, ଧର୍ମପ୍ରଚାର ଓ ବୌଦ୍ଧ ଧର୍ମର ବିକାଶ କାଳରେ ପାଳି ଭାଷା ହିଁ ଥିଲା ଓଡ଼ିଆ ଭାଷା ତିଆରିର ମୂଳଦୁଆ ଯାହାକି ଆଧୁନିକ ଓଡ଼ିଆ ଭାଷାର ମୂଳଦୁଆ । [୧] ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ ଓଡ଼ିଆ ଭାଷାର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ ପାଳି ଭାଷାର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବା କଳିଙ୍ଗ ଭୂଖଣ୍ଡ ଭିତରେ ଆଜିର ଓଡ଼ିଶା, ବଙ୍ଗଳା, ବିହାରଆସାମ ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ ଚର୍ଯାଗୀତି ବା ଚର୍ଯାଗୀତିକା କୁହାଯାଏ । ବୌଦ୍ଧ ସିଦ୍ଧ କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । କାହ୍ନୁ ପା, ଲୁଇ ପା, ସବରି ପା, ହାଡୁ ପା, କୁକୁରି ପା ଏହି କାଳର କବି । ଧନସି, ରାମତରି, ମାଳସିରି, ବରାଡ଼ି ଆଦି ରାଗରେ ଏସବୁ ଲେଖା । ଏସବୁ ଭଲ ଭାବରେ ବୋଲାଯାଇପାରେ ଓ ନିତାନ୍ତ ସରଳ ଓ ମୌଳିକ ଭାଷାରେ ଲିଖିତ । ଏହି କବିତା ଗୁଡ଼ିକରେ ଶବର, ଶବରୁଣୀ, ଜହ୍ନାକ୍ଷେତ, କପାବୁଣିବା, ସୁନା, ବେଙ୍ଗ ଆଦିର ରୂପକ ବା ପ୍ରତୀକ ଛବି ରହିଅଛି ।

ଏହି ଚର୍ଯାଗୀତି ବା ଚରିଜାଗିତି ସବୁ ଓଡ଼ିଆ, ବଙ୍ଗଳା, ଅସିମିଆ ଓ ମୈଥିଳି ସାହିତ୍ୟର ଆଦିରୂପ ବୋଲି କୁହାଯାଏ । ଏହି ଯୁଗକୁ ସିଦ୍ଧସାହିତ୍ୟର ଯୁଗ ବା ଚରିଜାଗିତିର ଯୁଗ କୁହାଯାଏ ।

୧୨ଶ ଓ ୧୩ଶ ଶତାବ୍ଦୀସମ୍ପାଦନ କରନ୍ତୁ

୧୨ଶ ଓ ୧୩ଶ ଶତାବ୍ଦୀ ବେଳକୁ ଓଡ଼ିଆ ସାହିତ୍ୟରେ ଏହି ସିଦ୍ଧସାହିତ୍ୟର ବିକାଶ କିଛି ହୋଇଥିଲା । ପୁରାତନ ଓଡ଼ିଆ ଭାଷା ଓ ସାହିତ୍ୟରେ ଅନେକ ଚଉତିଶା ରଚିତ ହୋଇଥିଲା । ଏଯାବତ ଏହାର ସମ୍ଭାର କଳନା କରାଯାଇପାରିନାହିଁ । ଏଥିରୁ ଓଡ଼ିଆ ଗୀତିସାହିତ୍ୟଛାନ୍ଦ ସାହିତ୍ୟର ଉଦ୍ଭବ ହୋଇଅଛି । ଚଉତିଶା ରଚନା ଏକ ଆଳଙ୍କରିକ ରଚନା । ଠାରୁ କ୍ଷ ପର୍ଯ୍ୟନ୍ତ ୩୪ଟି ବ୍ୟଞ୍ଜନ ବର୍ଣ୍ଣର ଆଦିକ୍ରମରେ ରଚିତ ହୋଇଥିବା କବିତା ଚଉତିଶା ନାମରେ ନାମିତ ।

କେହି କେହି ଓଡ଼ିଆ କବି ଓଲଟ ଚଉତିଶା ମଧ୍ୟ ରଚନା କରିଥିବାର ଦେଖିବାକୁ ମିଳିଥାଏ । ଏହା କ୍ଷରୁ ଆରମ୍ଭ ହୋଇ କରେ ଶେଷ ହୋଇଥାଏ । ଅନ୍ଧକବି ଭୀମ ଭୋଇ ଏହି ପରି କେତେକଚଉତିଶ ରଚନା କରିଥିଲେ । ପ୍ରାଚୀ ସମିତି ପ୍ରକାଶିତ ଚଉତିଶା ମଧୁଚକ୍ରରେ ଏହି ପରି କେତେ ଗୋଟି ଚଉତିଶା ଦେଖିବାକୁ ମିଳିଥାଏ । [୨] ବହୁ ଚଉତିଶା ଏଯାବତ ପ୍ରକାଶ ଲାଭ କରିନଥିବାରୁ ଏସବୁ କାଳ ନିରୂପଣ କରାଯାଇପାରିନାହିଁ । ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଚଉତିଶା ଲୋକପ୍ରିୟତା ହାସଲ କରିଥିଲା । ଏମାନଙ୍କ ମଧ୍ୟରେ କଳସା ଚଉତିଶା, କୋଇଲି ଚଉତିଶା ଆଦି ପ୍ରଧାନ । ପ୍ରାଚୀ ଓଡ଼ିଆ କାବ୍ୟମାନଙ୍କରେ ବିଭିନ୍ନ କବିତାର ବାଣୀ ବା ବୃତ୍ତର ବର୍ଣ୍ଣନା ରହିଅଛି । ଯେପରି ଆଷାଢ଼ ଶୁକ୍ଳ, ମୁନିବାର ବାଣୀ ଆଦି, କିନ୍ତୁ ଏହି ସବୁ ରଚନା ଆଜି ଯାଏଁ ମିଳିନାହିଁ । ଏହି ଚଉତିଶାମାନଙ୍କର ସଂଖ୍ୟା ୧୦୦୦ରୁ ଅଧିକ ହେବ । ଓଡ଼ିଆ ଚଉତିଶା ଗୁଡ଼ିକ ନିମ୍ନୋକ୍ତ ଭାବରେ ବିଭକ୍ତ ।

ଶ୍ରେଣୀବିଭାଗସମ୍ପାଦନ କରନ୍ତୁ

ସନ୍ଦେଶମୂଳକ ଚଉତିଶାସମ୍ପାଦନ କରନ୍ତୁ

ଓଡ଼ିଆରେ ଅନେକ ଦୂତ ବା ସନ୍ଦେଶମୂଳକ ସାହିତ୍ୟ ରଚିତ ହୋଇଥିଲା । କୋଇଲି ଚଉତିଶା, କାଦମ୍ବିନୀ ଚଉତିଶାଚିଟାଉ ଚଉତିଶା (ଉପେନ୍ଦ୍ର ଭଞ୍ଜ) ଆଦି ଏଥିମଧ୍ୟରୁ ପ୍ରଧାନ ।

ଜଣାଣ ବା ସ୍ତୁତିମୂଳକ ଚଉତିଶାସମ୍ପାଦନ କରନ୍ତୁ

ଓଡ଼ିଆରେ ବହୁ ପୁରୁଣା ଜଣାଣ ରହିଅଛି ଯାହା ଆଧାରରେ ଏବେ ମଧ୍ୟ କବିମାନେ ଜଣାଣ ରଚୁଆଛନ୍ତି । ଏହି ଜଣାଣ ଏବଂ ଚଉତିଶା ମଧ୍ୟରେ ଜଗବନ୍ଧୁ ଜଣାଣ (ସାଧୁ), ରାମଚନ୍ଦ୍ର ଜଣାଣ (ଭୋବନି), ସର୍ପ ଜଣାଣ (କବିସୂର୍ଯ୍ୟ ବଳଦେବ ରଥ) ଓ ଆର୍ତ୍ତତ୍ରାଣ ଚଉତିଶା (ଭକ୍ତକବି ଦୀନକୃଷ୍ଣ) ଆଦି ପ୍ରମୁଖ ଅଟେ । ଉଲ୍ଲେଖଯୋଗ୍ୟ ଯେ ଜଣାଣ ଓ ଚଉତିଶା ଉଭୟରେ ଯଥେଷ୍ଟ ପାର୍ଥକ୍ୟ ରହିଅଛି ।

ମିଳନ ଓ ବିରହମୂଳକ ଚଉତିଶାସମ୍ପାଦନ କରନ୍ତୁ

ପୁରାତନ ଓଡ଼ିଆ ସାହିତ୍ୟରେ ମିଳନ ଓ ବିରହମୂଳକ ଅନେକ ଚଉତିଶା ଦେଖିବାକୁ ମିଳିଥାଏ । ଏଥିରେ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ବର୍ଣ୍ଣନା ଦେଖାଯାଇଥାଏ । କାବ୍ୟଯୁଗରେ ଏହି ପରି ଅନେକ ଚଉତିଶା ଲେଖାଯାଇଥିଲା । ରାଧାକୃଷ୍ଣ ମିଳନ ଚଉତିଶା (ସୁଦର୍ଶନ ପଟ୍ଟନାଏକ), ରାଧାବିରହ ଚଉତିଶା (କେଶବ), ଶୀତବିଚ୍ଛେଦ ଚଉତିଶା (ପରମାନନ୍ଦ), ଅନୁରାଗ ରତ୍ନାକର ଚଉତିଶା (ଦୀନକୃଷ୍ଣ ଦାସ), ପ୍ରେମଚିନ୍ତାମଣି (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା), ମଥୁରା ବିଜେ ଚଉତିଶା (ଗୋପୀନାଥ), କୃଷ୍ଣବିରହ ଚଉତିଶା (ଗୋପଜୀବନ) ଓ ଗୋକୁଳ ନରେନ୍ଦ୍ରଙ୍କର କୃଷ୍ଣବିରହ ଚଉତିଶା ଏହି ଶ୍ରେଣୀର ।

ବର୍ଣ୍ଣନାମୂଳକ ଚଉତିଶାସମ୍ପାଦନ କରନ୍ତୁ

ଏହି ପୌରାଣିକ ଚଉତିଶା ଗୁଡ଼ିକରେ ନାନାଦି ପୌରାଣିକ ଓ ବାସ୍ତବ ଘଟଣାର ବର୍ଣ୍ଣନା କରାଯାଇଥାଏ । ପୁରାତନ ଓଡ଼ିଆ ସାହିତ୍ୟରେ ଶିଶୁ ଶ୍ୟାମଙ୍କର କୁସୁମିତ ଚୂତ କୁଞ୍ଜ ଚଉତିଶା, ନରସିଂହ ସେଣଙ୍କର କୁସୁମ ସମୟ କାଳେ (ଇନ୍ଦୁମତୀ ସ୍ୱୟମ୍ବର ବର୍ଣ୍ଣନା), ଦନାଇ ଦାସ (ଜନାର୍ଦନ ଦାସ)ଙ୍କର କାଳୀୟ ଦଳନ ଚଉତିଶା ଓ ଦ୍ୱିଜ ଶ୍ରୀଧରଙ୍କର ଗୁଣ୍ଡିଚାବିଜେ ଚଉତିଶା ଆଦି ପ୍ରଧାନ ।

ଆଳଙ୍କାରିକ ଚଉତିଶାସମ୍ପାଦନ କରନ୍ତୁ

ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଅଳଙ୍କାରିକ ତଥା କାବ୍ୟତତ୍ୱ ନାନାଦି ବିଷୟକୁ ନେଇ ଚଉତିଶା ଲେଖାଯାଇଅଛି । ନାରାୟଣଙ୍କ ଲିଖିତ ଚଉତିଶାମାଳାରେ ନାରୀମାନଙ୍କର ନାନା ବିଭାଗରେ ସ୍ୱାଧିନଭର୍ତ୍ତୃକା, ବାସକସଜ୍ଜା, କଳହାନ୍ତରିତା ଓ ଅଭିସାରିକା ଆଦି ନାୟିକାମାନଙ୍କ କଥା ବଖଣାଯାଇଅଛି । ଲୋକନାଥ ଦାସଙ୍କ ଛନ୍ଦ ଶ୍ଲେଷ ଯମକ ଚିନ୍ତାମଣି ଓ ଉପେନ୍ଦ୍ର ଭଞ୍ଜଙ୍କ ଯମକରାଜ ଚଉତିଶା ଏହି ଶ୍ରେଣୀର ।

ଶ୍ଳୋକ ବା ବିଳାପମୂଳକ ଚଉତିଶାସମ୍ପାଦନ କରନ୍ତୁ

ଏହି ପ୍ରକାରର ଚଉତିଶାର ସଂଖ୍ୟା ଅନେକ । ଏହି ସବୁ କରୁଣ ରସ ପ୍ରଧାନ ଓ ଓଡ଼ିଶାର ଗାଉଁଲି ଜୀବନ ଓ ସାହିତ୍ୟରେ ପ୍ରଧାନ ସାହିତ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିଅଛି । କବି ରଘୁନାଥଙ୍କର କୌଶଲ୍ୟା ବିଳାପ ଚଉତିଶା, ହଋମାତଙ୍କର କାନ୍ଦି କହେ ନନ୍ଦରାଣୀ ଓ ମୁକୁନ୍ଦ ରଚିତ କରେ କୋଦଣ୍ଡ ଚଉତିଶା ଏହି ଶ୍ରେଣୀର ରଚନା ଅଟେ ।

ବ୍ରହ୍ମଜ୍ଞାନମୂଳକ ଚଉତିଶାସମ୍ପାଦନ କରନ୍ତୁ

ଓଡ଼ିଶାରେ ଜ୍ଞାନମିଶ୍ର ସନ୍ଥକବିମାନେ ଅନେକ ବ୍ରହ୍ମଜ୍ଞାନ ମୂଳକ ଚଉତିଶା ଲେଖିଯାଇଅଛନ୍ତି । ଗାଁ ଗହଳିରେ ଅତି ସାଧାରଣ ସ୍ତରରେ ଶରୀର ଭେଦ ବା ବ୍ରହ୍ମଜ୍ଞାନମୂଳକ ଚଉତିଶାଗୁଡ଼ିକ ଭଜନ ମାଧ୍ୟମରେ ଗୀତ ଓ ଆଲୋଚିତ ହୋଇଥାଏ । ଏହି ସବୁ ଚଉତିଶା ଶରୀର ଭେଦ ଚଉତିଶା ନାମରେ କଥିତ । ଶିଶୁବେଦ ଚଉତିଶା (ଅଜଣା କବି), ଦ୍ୱରିକ ଦାସଙ୍କ ବାଳବୋଲି ଚଉତିଶା ଓ ମରୁଆ ଫୁଲ ଚଉତିଶା, ଜଗନ୍ନାଥ ଦାସଙ୍କ କମଳ କେଶର ଚଉତିଶା, ହଋଦାସଙ୍କର ଗୋପୀଜ୍ଞାନ ଚଉତିଶା, ନନ୍ଦା ଅରକ୍ଷିତଙ୍କର ରସବ୍ରହ୍ମ ଚଉତିଶା, ପରସୁରମ ଦାସଙ୍କର କହୁଅଛି ମୁଁ ଯେ ମନକୁ ଆଦି ଚଉତିଶା ଏହି ଶ୍ରେଣୀର ।

ବୈରାଗମୂଳକ ଚଉତିଶାସମ୍ପାଦନ କରନ୍ତୁ

ନଶ୍ୱରତା ଓ ବୈରାଗ ପରାୟଣତାକୁ ନେଇ ପ୍ରାଚୀନ ସାହିତ୍ୟରେ ଅନେକ ଛୋଟ ବଡ଼ କବିତା ରଚିତ ହୋଇଥିଲା । ଏହିପ୍ରକାର ଚଉତିଶା ଭିତରୁ ଭକ୍ତଚରଣ ଦାସଙ୍କ ମନବୋଧ ଚଉତିଶା ପ୍ରଧାନ । ହରିଦାସଙ୍କର କହିଲି ମତେ ନ ବୁଝିଲୁ ମାନଦୀ ଏହି ଶ୍ରେଣୀର ।

ଏହି ସବୁ ପ୍ରଧାନ ବିଭାଗକୁ ଛାଡ଼ି ଆହୁରି ଅନେକ ବିଷୟରେ ଅନେକ ବିଷୟରେ ଚଉତିଶା ଲେଖାଯାଇଛି । ପୁରାତନ ଓଡ଼ିଆ ଗଣିତଶାସ୍ତ୍ରରେ ଅନେକ ଗଣିତସୂତ୍ର, ଜ୍ୟୋତିଷ ଶାସ୍ତ୍ରରେ ଅନେକ ଗଣନା ସମ୍ବନ୍ଧୀୟ ବର୍ଣ୍ଣନା, କାମଶାସ୍ତ୍ର, ବୈଦ୍ୟଶାସ୍ତ୍ରରେ ଅନେକ ବିଷୟ ଚଉତିଶା ଭାବରେ ଲେଖାଯାଇଥିଲା । ଏହା ଛଡ଼ା ଶାଶୁବୋହୁ ଛଟା ଓ ଉପଦେଶମୂଳକ ଅନେକ ଚଉତିଶା ରଚିତ ହୋଇଥିଲା । ପୁରାତନ ଓଡ଼ିଆ ସାହିତ୍ୟରେ ଚଉତିଶାକୁ ପୁରୋଭାଗରେ ରଖାଯାଇଥାଏ । ଏହା ଏକ ବିଶାଳ ଗୀତିସାହିତ୍ୟ ଅଟେ । ଚଉତିଶାର ସମକକ୍ଷ ସାହିତ୍ୟ ହେଉଛି ଚଉପଦୀ ।

ରଚନା ଶୈଳୀସମ୍ପାଦନ କରନ୍ତୁ

ଠାରୁ କ୍ଷ ଯାଏଁ ବ୍ୟଞ୍ଜନ ବର୍ଣ୍ଣରେ ଚଉତିଶା ରଚିତ ହୋଇଥାଏ । ଚଉତିଶାର ଗୋଟିଏ ପଦ ବା ଗୋଟିଏ ପାଦରେ ଆଦି ବର୍ଣ୍ଣ ଗୋଟିଏ କ୍ରମରେ କ ଠାରୁ କ୍ଷ ପର୍ଯ୍ୟନ୍ତ ବର୍ଣ୍ଣମାଳାରେ ଆବଦ୍ଧ ହୋଇଥାଏ । ତେବେ କେତେକ ଜାଗାରେ ବ୍ୟତିକ୍ରମ ମଧ୍ୟ ଦେଖିବାକୁ ମିଳିଥାଏ । ବେଳେ ବେଳେ ବଦଳରେ କ୍ଷ ବ୍ୟବହାର ହୋଇଥିବାର ନଜିର ମିଳିଥାଏ । ସେହିପରି ବଦଳରେ , ବଦଳରେ କ୍ଷ, , ବଦଳରେ ବ୍ୟବହାର ହୋଇଥାଏ । ପୁରାତନ ଓଡ଼ିଆ ଚଉତିଶାରେ, ପୁଣି , , ବ୍ୟବହାରରେ କିଛି ନିର୍ଦ୍ଦିଷ୍ଟତା ନଥାଏ । କବିମାନେ ନିଜ ମନ ମୁତାବକ ତିନିଗୋଟି ଓ ଦୁଇଗୋଟି ଜର ବ୍ୟବହାର କରିଥାନ୍ତି । ଯେପରି-

ଖଳ ଲୋକଙ୍କର ବୋଲି ଧଇଲେ ମୁରାରି
କ୍ଷଣକ ଭାବ ତାଙ୍କର ମୁରୁଛି ନପାରି (କୃଷ୍ଣକଳା ଚଉତିଶା)

୧୫ଶ ଶତାବ୍ଦୀସମ୍ପାଦନ କରନ୍ତୁ

ସାରଳା ଯୁଗସମ୍ପାଦନ କରନ୍ତୁ

ପଦ୍ୟ ସାହିତ୍ୟ

୧୫ଶ ଶତାବ୍ଦୀରେ ଜଗତସିଂହପୁରର ଝଙ୍କଡ଼ଠାରେ ସାରଳା ଦାସ ଜନ୍ମିଥିଲେ । ତାଙ୍କ ମୂଳ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା । ସେ ଚଣ୍ଡୀଙ୍କର ଜଣେ ଭକ୍ତ ଥିଲେ, ତାଙ୍କ କୃପାରୁ ସେ ସାହିତ୍ୟ ସର୍ଜନା କରିବାର କ୍ଷମତା ଲଭିଥିଲେ ବୋଲି ଲୋକ ବିଶ୍ୱାସ ରହିଅଛି । ସେ ତାଳପତ୍ର ପୋଥିରେ ୧୮ ଖଣ୍ଡ ମହାଭାରତ ଲେଖିଥିଲେ । ଏହା ଦାଣ୍ଡିବୃତ୍ତରେ ଲେଖା । ଏଥିରେ କେବଳ ପୁରାଣ ବଖାଣ ନାହିଁ, ବରଂ ଓଡ଼ିଶାର ଇତିହାସ, ଭୂଗୋଳ, ଲୋକକଥା ଓ ସାଧାରଣ ଜନଜୀବନର ଛବି ରହିଛି । ତାଙ୍କ ରଚିତ ବିଲଙ୍କା ରାମାୟଣ, ଚଣ୍ଡୀପୁରାଣରାମାୟଣ ଗ୍ରନ୍ଥ ଏହି ଯୁଗର କିଛି କଳାଜୟୀ ସୃଷ୍ଟି ସମ୍ପଦ ।

ଗଦ୍ୟ ସାହିତ୍ୟ

ଓଡ଼ିଆ ଗଦ୍ୟ ରଚନାରେ ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କ ରଚିତ ରୁଦ୍ର ସୁଧାନିଧି ଏକ ଅମୂଲ୍ୟ ଗ୍ରନ୍ଥ । ଖୁବ ଛୋଟ ଛୋଟ ବାକ୍ୟରେ ଏହା ଲେଖାଯାଇଛି । ଏହାର ଗଦ୍ୟ ରଚନା ଭଙ୍ଗୀରେ ପଦ୍ୟ ମାଧୁରୀ ଦେଖିବାକୁ ମିଳିଥାଏ । ବତ୍ସା ଦାସଙ୍କ କଳସା ଚଉତିଶାମାର୍କଣ୍ଡ ଦାସଙ୍କ କେଶବ କୋଇଲି ଓଡ଼ିଆ ସାହିତ୍ୟର ଦୁଇଟି ପ୍ରାଚୀନ ରଚନା । ଚଉତିଶା ଓ କୋଇଲି ରଚନା ଓଡ଼ିଆ ସାହିତ୍ୟକୁ ଅତି ଉନ୍ନତ କରିଛି ।



ପଞ୍ଚ ସଖା ଯୁଗସମ୍ପାଦନ କରନ୍ତୁ

ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ବଳରାମଙ୍କ ଜଗମୋହନ ରାମାୟଣ, ଅଚ୍ୟୁତାନନ୍ଦଙ୍କ ହରିବଂଶମାଳିକା ଏହି ଯୁଗର କେତୋଟି ଅମୂଲ୍ୟ ରଚନା ।

ପଞ୍ଚସଖାଙ୍କ ପରେ ଖଡ଼ିଆଳର ଚୈତନ୍ୟ ଦାସଙ୍କ ରଚନା ମଧ୍ୟ ଓଡ଼ିଆ ସାହିତ୍ୟକୁ ଉନ୍ନତ କରିଛି । ଏହି କାଳରେ ଓଡ଼ିଆ ଭାଷାରେ ପ୍ରଥମ ଜୀବନୀ ଲେଖକ ଦିବାକର ଦାସଙ୍କ ଦେଇ ଲେଖାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ସାଲବେଗଙ୍କ ଭକ୍ତି ରଚନା ମଧ୍ୟ ଅଗ୍ରଗଣ୍ୟ ।

୧୬ଶ-୧୭ଶ ଶତାବ୍ଦୀସମ୍ପାଦନ କରନ୍ତୁ

୧୬ଶ-୧୭ଶ ଶତାବ୍ଦୀ ବେଳକୁ ଅନେକ କିଛି ପଦ୍ୟ ରଚନା କରାଯାଇଥିଲା । ସୋମନାଥ ବ୍ରତକଥା, ମାଦଳା ପାଞ୍ଜି ଏହି ସମୟରେ ଲେଖାହେବା ଅନୁମାନ କରାଯାଇଥାଏ ।

ରୀତି ଯୁଗସମ୍ପାଦନ କରନ୍ତୁ

ପଞ୍ଚସଖାଙ୍କ ଯୁଗ ଥିଲା ପୁରାଣ ଓ ଭକ୍ତିଯୁଗ । ଏହି ଯୁଗ ପରେ ଆସିଲା କାବ୍ୟ ଯୁଗ, ଯହିଁରେ ଆଳଙ୍କରିକତାର ବିଶେଷ ପ୍ରଭାବ ଦେଖାଯାଏ । ଅର୍ଜୁନ ଦାସ, ଦେବଦୁର୍ଲଭ ଦାସ, ନରସିଂହ ସେଣ, ପାର୍ଥ ଶ୍ରୀଚନ୍ଦନ ପ୍ରତାପରାୟ, ବିଷ୍ଣୁ ଦାସ, ଧନଞ୍ଜୟ, ରଘୁନାଥ ହରିଚନ୍ଦନ, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ବ୍ରଜନାଥ ବଡ଼ଜେନାଯଦୁମଣି ପ୍ରମୁଖ ଏହି କାଳର କବି । ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଏହି ଯୁଗର କିଛି ଉତ୍କୃଷ୍ଟ ରଚନା । ଦୀନକୃଷ୍ଣଙ୍କ ରସକଲ୍ଲୋକରସବିନୋଦଅଭିମନ୍ୟୁଙ୍କ ବିଦଗ୍ଧ ଚିନ୍ତାମଣି ଏହି ଯୁଗର ଆଉ କିଛି କାଳଜୟୀ ରଚନା । ଏହି ଯୁଗର କବିମାନଙ୍କ ରଚନା ସଙ୍ଗିତିକତା ଦୃଷ୍ଟିରୁ ବେଶ ଜନପ୍ରିୟ ଥିଲା । ଏହି ଯୁଗର ଶେଷ ଆଡ଼କୁ କବି ବ୍ରଜନାଥ ବଡ଼ଜେନା ସମର ତରଙ୍ଗ, ଅମ୍ବିକା ବିଳାସ କାବ୍ୟ ଓ କବିସୂର୍ଯ୍ୟ ବଳଦେବ ରଥ କିଶୋରଚନ୍ଦ୍ରାନନ ଚମ୍ପୂଚନ୍ଦ୍ରକଳା କାବ୍ୟ ଲେଖିଥିଲେ । ବ୍ରଜନାଥ ବଡ଼ଜେନାଙ୍କ ଚତୁର ବିନୋଦ ନାମକ ଏକ ଗଦ୍ୟ ରଚନା କରିଥିଲେ ।

ବନମାଳୀ ଦାସ, ଗୋପାଳକୃଷ୍ଣ ପଟ୍ଟନାୟକ, ଗୌରଚରଣ ପ୍ରମୁଖ ଗୀତିକାରମାନେ ଏହି କାଳରେ ଅନେକ ଗୀତୀ କବିତା ଓ କାବ୍ୟ ରଚିଯାଇଛନ୍ତି ।

ଭୀମଭୋଇଙ୍କ ଭଜନରେ ଭକ୍ତି ଓ ବିଶ୍ୱମାନବବାଦ ଦେଖାଯାଇଥାଏ ।

ରାଧାନାଥ ଯୁଗସମ୍ପାଦନ କରନ୍ତୁ

ଉପକ୍ରମ

ପଶ୍ଚ।ତ୍ୟ ଶିକ୍ଷା ଓ ସଭ୍ୟତାର ସମ୍ପର୍କରୁ ଓଡ଼ିଆ ସାହିତ୍ୟରେ ଆଧୁନିକତାର ଅଭୁ୍ଦୟ ଘଟିଥିଲା । ଖ୍ରୀ.୧୮୦୩ରେ ଓଡ଼ିଶା ଇଂରେଜ ମାନଙ୍କ ଅଧୀନକୁ ଏବଂ ଏହି ସମୟରୁ ଧୀରେ ଧୀରେ ଇଂରେଜମ।ନେ ସେମାନଂକ ଧର୍ମ, ଭାଷା, ସଭ୍ୟତା, ଶିକ୍ଷା, ଦୀକ୍ଷା ଓ ଆଚାର-ବ୍ୟବହାର ହାର ମାନ ଏ ଦେଶରେ ପ୍ରବର୍ତ୍ତନ କରିବାକୁ ଲାଗିଲେ । ଫଳରେ କାଳ କ୍ରମେ ଏ ଦେଶ ଲୋକ ମାନଙ୍କର ରୁଚି ପରିବର୍ତିତ ଓ ସେମାନେ ପ୍ରାଚୀନ ସାହିତ୍ୟର ଗତାନୁଗତିକତାକୁ ପରିହାର କରି ଆଧୁନିକତାକୁ ବରଣ କଲେ । ଅତଏବ ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ସୃଷ୍ଟି ପ୍ରା ଚ୍ୟ-ପ।ଶ୍ଚ।ତ୍ୟ ସଂଘର୍ଷରୁ ଘଟିଛି ବୋଲି କୁହାଯାଏ ।

ଓଡ଼ିଶାରେ ଏହି ସଂଘର୍ଷର ସୂତ୍ରପାତ "କମ୍ପାନୀ ସରକାର"ଙ୍କ ଅମଳରୁହିଁ ଘଟିଥିଲା ଓ ଏହା ସମୟକ୍ରମେ ଏ ଦେଶର ସମାଜ,ଧର୍ମ-ଧାରଣା, ସଭ୍ୟତା, ସଂସ୍କୃତି ଓ ସର୍ବୋପରି ସାହିତ୍ୟ କ୍ଷେତ୍ରରେ ଏକ ଅନୁଭୂତିପୂର୍ବ ପରିବର୍ତ୍ତନ ଆଣିଥିଲା । ଏ ସଂଘର୍ଷ ଏ ଦେଶରେ ଖ୍ରୀ.୧୮୦୩ରୁ ୧୮୭୦ ପର୍ଯ୍ୟନ୍ତ ଲାଗିରହିଥିଲା ଓ ପରିମାଣରେ ସମାଜ ଓ ସଂ।ସ୍କୃତିକ ଚେତନାରେ ଯେପରି ସାହିତ୍ୟରେ ମଧ୍ୟ ସେହିପରି ଆଧୁନିକାତର ଉନଂମେଷ ଘଟାଇ ଥିଲା । ଏହି ସଂଘର୍ଷରେ ସାହିତ୍ୟରେ ପୂର୍ବବର୍ତ୍ତୀ ଧାରା ସେହି ଏକା ଦିନରେ ତିରେ।ହିତ ହୋଇ ଯାଇ ନଥିଲା, ସେହିପରି ଆଧୁନିକ ଯୁଗର ସୃଷ୍ଟି ଇତିହାସ କୌଣସି ଏକ ନିର୍ଦ୍ଦିଷ୍ଟ ବିନ୍ଦୁରୁ ସାହସ। ଜନ୍ମ ଲାଭ ହେ।ଇନଥିଲା । ଏ ସଂଘର୍ଷର ଇତିହାସ ତେଣୁ ଗୋଟିଏ ଦୃଷ୍ଟି ଦୀର୍ଘକଳାବ୍ୟାପୀ ଓ କୌତୂହଳୋଦୀପକ ।ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସୃଷ୍ଟିର ପୃଷ୍ଠ ଭାଗରେ ଯେଉଁ ସବୁ ସ।ହିତ୍ୟକ,ସଂ।ସ୍କୃତିକ, ସ।ମାଜିକ, ରାଜନୀତିକ ଘଟଣାବଳୀ ସକ୍ରିୟ ହୋଇ ଉଠିଥିଲା,ପର୍ଯ୍ୟାୟକ୍ରମେ ସେସବୁ ଘଟଣାବଳୀର ଉପସ୍ଥାପନଦ୍ୱାରା ଆଧୁନିକ ଯୁଗର ସୃଷ୍ଟି ।


ଓଡ଼ିଶାରେ ଆଧୁନିକ ଶିକ୍ଷାର ବିସ୍ତାର
-

ଓଡ଼ିଶାରେ ମିସନାରୀମାନଙ୍କର କାର୍ଯ୍ୟକଳାପ ଯେତେବେଳେ ସକ୍ରିୟ ହୋଇ ଉଠିଥିଲା, ସେତେବେଳେ ଆଧୁନିକଧରଣର ବିଦ୍ୟାଳୟ ପ୍ରତିଷ୍ଠା ସେମାନଙ୍କର ପ୍ରଥମ ଲକ୍ଷ୍ୟ ହୋଇପଡିଥିଲା । ସେହିମାନଙ୍କର ପ୍ରଚେଷ୍ଠାରେ ପ୍ରଥମେ କଟକରେ ଆଧୁନିକ ସ୍କୁଲ ଖ୍ରୀ.୧୮୨୨ରେ ପ୍ରତିଷ୍ଠା ହେଲା । କମ୍ପାନୀ ସରକାରଙ୍କ ନୂତନ ଶିକ୍ଷାନୀତି ଫଳରେ ଖ୍ରୀ.୧୮୩୫ରେ ମିସନାରୀମାନଙ୍କ ପୁରୀ ଇଂରେଜୀ ସ୍କୁଲ ଖ୍ରୀ.୧୮୪୧ରେ କଟକ ଇଂରେଜୀ ସ୍କୁଲ ଓ ଅନ୍ୟ ୮ଟି ସ୍ଥାନରେ ଇଂରେଜୀ ସ୍କୁଲ ମାନ ପ୍ରତିଷ୍ଠା ହେଲା । ଦେଶୀୟ ବିଦ୍ୟାଳୟଗୋଡିକରେ ଏ ଦେଶର ଛାତ୍ର ମାନଙ୍କୁ ପଶ୍ଚ।ତ୍ୟ ଜ୍ଞାନ-ବିଜ୍ଞାନ ସହିତ ପରିଚିତ କରାଇ ଏ ଦେଶ ଜନସଧାରଣଙ୍କ ପାରମ୍ପରିକ ରୁଚିବୋଧକୁ ବଦଳାଇଦେବା ଓ ଏ ଦେଶ ଲୋକଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ସୂତ୍ରପାତ କରିବା ଏ ଶିକ୍ଷାର ଥିଲା ମୂଳ ଲକ୍ଷ୍ୟ । ମିସନାରୀମାନେ ଖ୍ରୀ.୧୮୨୨ରେ ଓଡ଼ିଶାରେ ପ୍ରଥମ ଇଂରାଜୀ ୪ଟି ସ୍କୁଲ ପ୍ରତିଷ୍ଠା କରିଥିଲେ ମଧ୍ୟ ଅର୍ଥାଭାବ ହେତୁ ତାହା ବେଶି ଦିନ ଚଳାଇ ପାରି ନଥିଲେ । ତେଣୁ ଖ୍ରୀ.୧୮୪୧ରେ କମ୍ପାନୀ ସରକାର ଏହି ସ୍କୁଲର ପରିଚାଳନାଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟଟି କାଳକ୍ରମେ ଓଡ଼ିଶାର ପ୍ରଧାନ ଶିକ୍ଷାକେନ୍ଦ୍ର ହୋଇଉଠିଥିଲା । ପ୍ରଥମେ ହାଇସ୍କୁଲ ଓ ପରେ ଏଠାରେ ଖ୍ରୀ.୧୮୬୮ ଏଫ.ଏ ଶ୍ରେଣୀ ଖୋଲାଯାଇଥିଲା । ଏଥିରେ ଖ୍ରୀ.୧୮୭୬ ବି.ଏ ଶ୍ରେଣୀ ଖୋଲାହେବା ପରେ କଲେଜ ଓ ସ୍କୁଲ ପରସ୍ପର ଠାରୁ ପୃଥକ ହୋଇପଡିଲେ । ଏହି କଲେଜହିଁ ବିଶ୍ୱବିଦ୍ୟାଳୟ ଶିକ୍ଷାର ଅନ୍ୟତମ ପ୍ରଧାନ କେନ୍ଦ୍ର "ରେଭେନ୍ସା କଲେଜ" । ଖ୍ରୀ.୧୮୫୩ ବେଳକୁ ପୁରୀ ଓ ବାଲେଶ୍ୱରରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ସେତେବେଳେ ଓଡ଼ିଶାର ପୁରୀ,ଖୋର୍ଦ୍ଧା,ବାଲେଶ୍ୱର,ରେମୁଣା,ଭଦ୍ରକ, କେନ୍ଦ୍ରାପଡା,ମହାଙ୍ଗା,ହରିହରପୁର ପ୍ରଭୃତି ସ୍ଥାନରେ ୮ଟି ଭର୍ଣ୍ଣ।କୁଲ।ର ସ୍କୁଲ ପ୍ରତିଷ୍ଠା କରାଗଲା। ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ଖ୍ରୀ.୧୮୫୦ ଠାରୁ ୧୮୬୦ ମଧ୍ୟରେ ଖ୍ରୀଷ୍ଟିଆନ ଓ ପାଦ୍ରୀ ଓ କମ୍ପାନୀ ସରକାରଙ୍କ ପରିଚାଳନାରେ ପ୍ରାୟ ୨୦ଟି ପର୍ଯ୍ୟନ୍ ଭର୍ଣ୍ଣ।କୁଲ।ର ସ୍କୁଲ ପ୍ରତିଷ୍ଠା ହେଲା। । ସମୟକ୍ରମେ ସରକାରୀ ଓ ବେସରକ।ରୀ ସ୍କୁଲସଂଖ୍ୟା ଖ୍ରୀ.୧୮୭୦ ବେଳକୁ ପ୍ରାୟ ୧୦୦ ପାଖାପାଖି ହୋଇଯାଇଥିଲା । ଏଥିରୁ ମାତ୍ର ୧୪ଟି ଥିଲା ଇଁରାଜୀ ବିଦ୍ୟାଳୟ ଓ ବାକି ସବୁ ଭର୍ଣ୍ଣାକୁଲ।ର ସ୍କୁଲ ।

ସତ୍ୟବାଦୀ ଯୁଗ
 
ଗୋପବନ୍ଧୁ ଦାସ, ସତ୍ୟବାଦୀ ଯୁଗର ପୁରୋଧା

ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ପ୍ରମୁଖ ସତ୍ୟବାଦୀ ଗୋଷ୍ଠୀର ରଚନାରେ ଆମ ଦେଶର ଚଳଣି ଜାତୀୟତାବାଦର ସ୍ୱର ଦେଖିବାକୁ ମିଳିଥାଏ । ଏହି କାଳରେ ଇତିହାସ, ସମାଲୋଚନା ସାହିତ୍ୟର ସାହିତ୍ୟ ଲେଖାଗଲା । ଗୋଦାବରୀଶ ମହାପାତ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପଦ୍ମଚରଣ ପଟ୍ଟନାୟକ ପ୍ରଭୃତି ସ୍ରଷ୍ଟାମାନେ ଏହି କାଳରେ ଲେଖନୀ ଚାଳନା କରିଥିଲେ । ଗୋଦାବରୀଶଙ୍କ ନିଆଁଖୁଣ୍ଟା ପତ୍ରିକା ଓଡ଼ିଶାରେ ବେଶ ପଠନଯୋଗୀ ଓ ଜନପ୍ରିୟ ହୋଇପାରିଥିଲା । ସେକାଳର ସରକାରଙ୍କ ଦୋଷ ତ୍ରୁଟି ସବୁକୁ ପଦାରେ ପକାଇଦେବାରେ ଓ ଇଂରେଜ ସରକାର ବିରୋଧରେ ଜାତୀୟତାବାଦର ଉନ୍ମେଷ ପାଇଁ ଏହି ସମୟର ରଚନା ସବୁ ବାଟ କଢ଼ାଇଥିଲା ।

ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ ଏହି ଯୁଗର ଅନ୍ୟତମ ବିଶିଷ୍ଟ ଲେଖକ ଥିଲେ । ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ସମାଜ ଖବରକାଗଜ ଓଡ଼ିଶାର ଏକ ପ୍ରମୁଖ ଖବରକାଗଜ ଭାବରେ ପ୍ରତିଷ୍ଠିତ ।

୧୯୨୧ରୁ ୧୯୩୫ସମ୍ପାଦନ କରନ୍ତୁ

ସବୁଜ ଧାରା ବା ସବୁଜ ଯୁଗସମ୍ପାଦନ କରନ୍ତୁ

୧୯୨୧ରୁ ୧୯୩୫ ଭିତରେ ଓଡ଼ିଆ ସାହିତ୍ୟରେ ଏକ ନୂଆ ଧାରାର ସନ୍ଧାନ ମିଳିଥାଏ । ଏହି କାଳରେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରମୁଖ ସବୁଜ ଗୋଷ୍ଠୀର କବିମାନେ ଯେଉଁ କବିତା ସାହିତ୍ୟ ରଚନା କରିଯାଇଥିଲେ ତାହାକୁ ସବୁଜ ଧାରା କୁହାଯାଇଥାଏ । କାଳିନ୍ଦୀ ଚରଣଙ୍କ ମାଟିର ମଣିଷ ଏକ ଅମଳିନ କୃତି ।

ଏହି ସମୟରେ ନଅଜଣ ଲେଖକଙ୍କ ଦେଇ ଲେଖା ବାସନ୍ତି ଉପନ୍ୟାସ ଏକ ସାହିତ୍ୟରେ ଏକ ନୂତନ ପରୀକ୍ଷା ।

ଏହି ସମୟର ସମକାଳୀନ କବି ଓ ଲେଖକମାନେ ହେଲେ କୁନ୍ତଳା କୁମାରୀ ସାବତ, ମାୟାଧର ମାନସିଂହସଚି ରାଉତରାୟ । କବି ମାନସିଂହ ଜଣେ ଶିକ୍ଷାବିତ୍, କବି ଓ ସମାଲୋଚକ ଭାବରେ ଅନେକ ବହୁମୂଲ୍ୟ ରଚନା ରଚି ଯାଇଛନ୍ତି । ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ଇତିହାସ ଏକ ଗବେଷଣାଭିତ୍ତିକ ନିବନ୍ଧ । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ [୩]ସଚି ରାଉତରାୟ ସାହିତ୍ୟରେ ମୁକ୍ତଛନ୍ଦ ପ୍ରୟୋଗ କରି ଆଧୁନିକ କବିତାରେ ଏକ ନୂଆଯୁଗ ସୃଷ୍ଟି କରିଯାଇଛନ୍ତି । ତାଙ୍କର ବାଜି ରାଉତ କବିତା ପାଇଁ ସେ ବିଶ୍ୱବିଦିତ । ଏହି ସମୟର ଗାଥା କବି ହେଲେ ରାଧାମୋହନ ଗଡ଼ନାୟକକୃଷ୍ଣଚନ୍ଦ୍ର ତ୍ରିପାଠୀ

ସ୍ୱାଧୀନତା ପରର ସାହିତ୍ୟସମ୍ପାଦନ କରନ୍ତୁ

ଆଧୁନିକ କଥା ସାହିତ୍ୟସମ୍ପାଦନ କରନ୍ତୁ

ଓଡ଼ିଆ ଭାଷାରେ ଫକୀର ମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ବୋଲି ଧରାଯାଇଥାଏ । ତାଙ୍କ ରଚିତ ରେବତୀ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭକରିଥାଏ ।

ଫକୀର ମୋହନ ସେନାପତିଙ୍କ ପରି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କଦ୍ୱାରା ସରଳ ଓ ବୋଧ୍ୟ ଭାଷାରେ ରଚିତ ନନାଙ୍କ ବସ୍ତାନି, ଭଗବତ ଟୁଙ୍ଗିରେ ସନ୍ଧ୍ୟା ଆମ ଗାଁର ହାଲଚାଲ ଆଦି କାହାଣୀ ଓ ପ୍ରବନ୍ଧ ପୋଥି ଓଡ଼ିଆ ସାହିତ୍ୟକୁ ଉନ୍ନତ କରିଛି ।

ଗଳ୍ପସମ୍ପାଦନ କରନ୍ତୁ

ଉପନ୍ୟାସସମ୍ପାଦନ କରନ୍ତୁ

ଉମେଶ ଚନ୍ଦ୍ର ସରକାରଙ୍କ ଲିଖିତ ପଦ୍ମମାଳି ଥିଲା ପ୍ରଥମ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ ।[୪] ଅକ୍ଟୋବର ୧୮୮୮ରେ ଏହା କଟକ ପ୍ରିଣ୍ଟିଂ କମ୍ପାନୀଦ୍ୱାରା ପ୍ରକାଶିତ ହୋଇଥିଲା । ପଦ୍ମମାଳି ପ୍ରକାଶିତ ହେବାର ପ୍ରାୟ ଦଶବର୍ଷ ପୂର୍ବରୁ ରାମଶଙ୍କର ରାୟଙ୍କଦ୍ୱାରା ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ 'ସୌଦାମିନୀ', ୧୮୭୮ ମସିହାରେ ‘ଉତ୍କଳ ମଧୂପ’ ପତ୍ରିକାରେ ଧାରବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାୟ ୩୦ ଥର ଛପାଯିବା ପରେ ୧୮୮୦ ମସିହାରେ ପତ୍ରିକାଟିର ପ୍ରକାଶନ ବନ୍ଦ ହୋଇଯିବାରୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇପାରିନଥିଲା । ପରେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିଲେ ଓ ୧୯୩୦ରେ ପ୍ରକାଶିତ ରାମଶଙ୍କର ଗ୍ରନ୍ଥାବଳିରେ ମଧ୍ୟ ଏହା ସ୍ଥାନ ପାଇନଥିଲା ।[୫] ଓଡ଼ିଆ ସାହିତ୍ୟରେ ଫକୀର ମୋହନ ସେନାପତିଙ୍କ ମାମୁଁ


ଲଛମା, ଛ ମାଣ ଆଠ ଗୁଣ୍ଠ ଆଦି କାଳଜୟୀ ଉପନ୍ୟାସ ସୃଷ୍ଟି ହୋଇଥିଲା । ଗୋପୀନାଥ ମହାନ୍ତିଙ୍କ କାଳରେ ଓଡ଼ିଆ ଉପନ୍ୟାସ ଅନେକ ଉନ୍ନତ ହୋଇଛି । ତାଙ୍କ ରଚିତ ଦାଦିବୁଢ଼ା (୧୯୪୪), ପରଜା (୧୯୪୫), ଅମୃତର ସନ୍ତାନ (୧୯୪୭), ହରିଜନ (୧୯୪୮) ଆଦି ପ୍ରମୁଖ ଉପନ୍ୟାସ । ମାଟିମଟାଳ (୧୯୬୪ରେ ଲେଖା) ପାଇଁ ସେ ୧୯୭୩ରେ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ । [୩] ଓଡ଼ିଆ ଉପନ୍ୟାସକୁ କାହ୍ନୁଚରଣ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ପ୍ରତିଭା ରାୟ, ସଚି ରାଉତରାୟ,ମନୋଜ ଦାସ, ରାମଚନ୍ଦ୍ର ବେହେରା, ଶାନ୍ତନୁ ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ସବୁ ବହୁ ଭାବରେ ଉତ୍କୃଷ୍ଟ କରିଛନ୍ତି ।

କବିତାସମ୍ପାଦନ କରନ୍ତୁ

ଆଧୁନିକ କବିତା ସାହିତ୍ୟ କ୍ଷେତ୍ରରେ ମାୟାଧର ମାନସିଂହ, ସଚି ରାଉତରାୟ, ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ଦୀପକ ମିଶ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ବ୍ରଜନାଥ ରଥ, ସୌଭାଗ୍ୟ କୁମାର ମିଶ୍ର ଆଦିଙ୍କ ରଚନାବଳି ବିଶେଷ ପ୍ରଭାବିତ କରିଛି । କବିତା ପାଇଁ ବିଶେଷ ଅବଦାନ ନିମନ୍ତେ କବି ସୀତାକାନ୍ତ ମହାପାତ୍ରଙ୍କୁ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯାଇଅଛି ।[୩]

ନାଟକସମ୍ପାଦନ କରନ୍ତୁ

ଜଗନମୋହ‌ନ ଲାଲଙ୍କ ରଚିତ ବାବାଜୀ (୧୮୭୭) ଥିଲା ପ୍ରଥମ ଓଡ଼ିଆ ନାଟକ ।[୬] ଓଡ଼ିଆ ସାହିତ୍ୟକୁ କାଳିଚରଣ ପଟ୍ଟନାୟକ, ରାମଚନ୍ଦ୍ର ମିଶ୍ର, ପ୍ରାଣବନ୍ଧୁ କର , ଗୋପାଳ ଛୋଟରାୟ, ମନୋରଞ୍ଜନ ଦାସ, ବିଶ୍ୱଜିତ ଦାସବିଜୟ ମିଶ୍ରଙ୍କ ନାଟକ କ୍ଷେତ୍ରରେ ଅବଦାନ ଅବିସ୍ମରଣୀୟ ।

ବେତାର ନାଟକସମ୍ପାଦନ କରନ୍ତୁ

ମଞ୍ଚ ନାଟକସମ୍ପାଦନ କରନ୍ତୁ

ଯାତ୍ରା ନାଟକସମ୍ପାଦନ କରନ୍ତୁ

ଚଳଚ୍ଚିତ୍ର ନାଟକସମ୍ପାଦନ କରନ୍ତୁ

ଓଡ଼ିଆରେ ଚଳଚ୍ଚିତ୍ର ଶିଳ୍ପ ଆରମ୍ଭ ହେବ ପରେ ପରେ ଅନେକ ପ୍ରଥିତଯଶା କଥାକାରଙ୍କ ଉପନ୍ୟାସ ଓ ନାଟକ ଚଳଚ୍ଚିତ୍ରରେ ସ୍ଥାନ ପାଇବା ଆରମ୍ଭ କଲା । କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ ପରି କାଳଜୟୀ ଉପନ୍ୟାସ ସବୁ ଚଳଚ୍ଚିତ୍ର ପରଦାରେ ସିନେମା ରୂପ ନେଲା । ବିଭୂତି ପଟ୍ଟନାୟକଙ୍କ ବଧୂ ନିରୁପମା ଏଥି ମଧ୍ୟରୁ ଏକ ସଫଳ ରୂପାନ୍ତରିତ ନାଟକ । ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଅନେକ ଏକାଙ୍କିକା ଓ ନାଟକ ଚଳଚ୍ଚିତ୍ରର ରୂପ ନେଇଛି । ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଭାଇଭାଉଜ, ଘରସଂସାର ମଞ୍ଚ ନାଟକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବେଶ୍‌ ଆଦୃତ ହୋଇଥିଲା। କିଛି ଜଣାଶୁଣା ଚଳଚ୍ଚିତ୍ର ନାଟ୍ୟକାରଙ୍କ ଭିତରେ ଡ।. ସୁବୋଧ ପଟ୍ଟନାୟକ ଅନ୍ୟତମ ।

ଓଡ଼ିଆ ସାହିତ୍ୟରେ ନାରୀ ସ୍ୱରସମ୍ପାଦନ କରନ୍ତୁ

ଭ୍ରମଣ କାହାଣୀସମ୍ପାଦନ କରନ୍ତୁ

ଊନବିଂଶ ଶତାବ୍ଦୀରେ ଓଡ଼ିଆ ଭ୍ରମଣ ସାହିତ୍ୟର ଶୁଭାରମ୍ଭ ହୋଇଥିବାର ଲକ୍ଷ କରାଯାଏ । ଗୋବିନ୍ଦ ରଥ ପ୍ରଥମେ ଭ୍ରମଣ ଜନିତ ସ୍ୱ-ଅନୁଭୂତିକୁ ଦୁଇଗୋଟି ପୁସ୍ତକରେ ଲିପିବଦ୍ଧ କରିଯାଇଛନ୍ତି । ଗୋବିନ୍ଦ ରଥ ଙ୍କର "କଟକ ଦର୍ଶନ"ଏବଂ "କଲିକତା ବର୍ଣ୍ଣନ"(୧୮୭୫) ଦୁଇଗୋଟି ଭ୍ରମଣ ସାହିତ୍ୟ । ଫକୀରମୋହନ ସେନାପତି "ଉତ୍କଳ ଭ୍ରମଣଂ" କାବ୍ୟରେ ଉତ୍କଳର ବିଭିନ୍ନ ସ୍ଥାନର ବର୍ଣ୍ଣନା କରିଛନ୍ତି । ୧୮୯୬ ମସିହାରେ ଶଶୀଭୂଷଣ ରାୟ ଦକ୍ଷିଣ ଭାରତ ଭ୍ରମଣାନୁଭୂତିକୁ ନେଇ "ଦାକ୍ଷିଣାତ୍ୟଭ୍ରମଣ" ରଚନା କରିଥିଲେ । ଂ

ହାସ୍ୟରସସମ୍ପାଦନ କରନ୍ତୁ

ଓଡ଼ିଆ ସାହିତ୍ୟରେ ଆଦିକାଳରୁ ପଦ୍ୟ ଓ ଗଦ୍ୟରେ ହାସରସ ରହିଥିଲେ ହେଁ କେବଳ ହାସରସକୁ ନେଇ ଲେଖା ସାହିତ୍ୟ ବିଶେଷ କରି ଫତୁରାନନ୍ଦଙ୍କ କାଳରେ ବିକାଶ ଲାଭ କରିଛି । ସେହିପରି ଫକିର ମୋହନ ସେନାପତିଙ୍କ ପେଟେଣ୍ଟ ମେଡିସିନ ଭଳି ଗପ ଓ ମାମୁଁ, ଲଛମା, ଛ ମାଣ ଆଠଗୁଣ୍ଠ ପରି ଉପନ୍ୟାସରେ ହାସ୍ୟରସର ବହୁଳତା ଦେଖିବାକୁ ମିଳିଥାଏ । ଗୋଦାବରୀଶଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ସମଗ୍ର ଓଡ଼ିଶାରେ ରମ୍ୟରଚନା ମାଧ୍ୟମରେ ଇଂରେଜ ସରକାରର ଦୋଷ ଦୁର୍ବଳତାକୁ ପଦରେ ପକାଇବାରେ ସ୍ୱାଧୀନତା ଆନ୍ଦୋଳନକୁ ମଧ୍ୟ ତେଜିଥିଲା । ଗୋପାଳ ଛୋଟରାୟଙ୍କ ଅନେକ ନାଟକ, ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ରମ୍ୟ ରଚନା ବ୍ୟଙ୍ଗ ସାହିତ୍ୟରେ ଅନେକ ନୂଆ ଫରଦ ଯୋଡ଼ିଛନ୍ତି । ଆଧୁନିକ ଯୁଗର ବ୍ୟଙ୍ଗ ଲେଖକ ଗନ୍ତାୟତ ଶିବ ପ୍ରସାଦ, ରାଧୁ ମିଶ୍ର, ଜ୍ଞାନ ହୋତା, ଶ୍ରୀ ସତ୍ୟାନାଶ, ଡ. କୁଳାଙ୍ଗାର ପ୍ରମୁଖଙ୍କ ବ୍ୟଙ୍ଗ ରଚନା ଉଲ୍ଲେଖଯୋଗ୍ୟ ।

ବିଜ୍ଞାନ କାହାଣୀସମ୍ପାଦନ କରନ୍ତୁ

ବିଜ୍ଞାନ କାହାଣୀ ବିଜ୍ଞାନଭିତ୍ତିକ ଓ କଳ୍ପିତ କାହାଣୀ, ଗପ ବା ଉପନ୍ୟାସକୁ ବୁଝାଇଥାଏ । ଏଥିରେ ବିଜ୍ଞାନକାରିଗରୀ ବିଜ୍ଞାନର ବିଷୟ, ଭବିଷ୍ୟତର ଆଧାରରେ କଳ୍ପନା ପ୍ରସୂତ ଆଦିଭୌତିକ ଘଟଣା, ପୃଥିବୀ ବାହାରେ ଜୀବନ ଓ ଜୀବମାନଙ୍କ ଅଦ୍ଭୁତ କାହାଣୀ ଆଦି ସ୍ଥାନ ପାଇଥାଏ ।[୭] ଓଡ଼ିଆ ଭାଷାରେ ଅନେକ ଜଣାଶୁଣା ବିଜ୍ଞାନ କାହାଣୀ ଲେଖାଯାଇଅଛି । କେତେଜଣ ଜଣାଶୁଣା ବିଜ୍ଞାନ କାହାଣୀ ଲେଖକଙ୍କ ଭିତରେ ଗୋକୁଳାନନ୍ଦ ମହାପାତ୍ର, ଜଗନ୍ନାଥ ମହାନ୍ତି, ରମେଶ ଚନ୍ଦ୍ର ପରିଡା, ମାୟାଧାର ସ୍ୱାଇଁ, ହିମାଂଶୁ ଶେଖର ଫତେସିଂହ, ନିତ୍ୟାନନ୍ଦ ସ୍ୱାଇଁ, ଦେବକାନ୍ତ ମିଶ୍ର, ବସନ୍ତ କୁମାର ଦାସ ଆଦି ଅନ୍ୟତମ ।

ଅଭିଧାନସମ୍ପାଦନ କରନ୍ତୁ

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଓଡ଼ିଆ ଭାଷାର ବୃହତ୍ତମ ଅଭିଧାନ ।[୮][୯][୧୦] ଏହା ବ୍ୟତୀତ ଅନେକ ଅଭିଧାନ ପୋଥିର ରଚନା ମଧ୍ୟ କରାଯାଇଛି ।

ବ୍ୟାକରଣସମ୍ପାଦନ କରନ୍ତୁ

ଓଡ଼ିଆ ବ୍ୟାକରଣ ବହିଗୁଡ଼ିକ ଭିତରେ ସର୍ବସାର ବ୍ୟାକରଣ ପ୍ରଧାନ । ଏଯାଏଁ ଅନେକ ବ୍ୟାକରଣ ପୁସ୍ତକ ରଚାଯାଇଥିଲେ ବି ଅଧିକାଂଶ ସଂସ୍କୃତ ବ୍ୟାକରଣ ଛାୟାରେ ଲେଖାଯାଇଅଛି ଯାହା ପୂର୍ଣ୍ଣାଙ୍ଗ ଓଡ଼ିଆର ପରିପ୍ରକାଶ ନିମନ୍ତେ ଉପଯୁକ୍ତ ନୁହେଁ । ସଂସ୍କୃତର ବହୁ ପୂର୍ବରୁ ଏକ ଭିନ୍ନ ଭୌଗଳିକ ଅବସ୍ଥାନରେ ଓଡ଼ିଆ ଭାଷାର ବିକାଶ ଘଟିଥିବାରୁ ପୁରାତନ ଓଡ଼ିଆ ଶବ୍ଦ ବିଭବ, ଭାଷା ସଂଯୋଜନା ତଥା ବ୍ୟାକରଣର ନିୟମ ଅନୁସାରେ ଓଡ଼ିଆ ବ୍ୟାକରଣ ରଚନା ଏଯାବତ କରାଯାଇନାହିଁ ।

ଟୀକାସମ୍ପାଦନ କରନ୍ତୁ

  1. ହାରଭାଡ଼ ଭାଷଣ
  2. ଚଉତିଶା ମଧୁଚକ୍ର. ୬ଷ୍ଠ ଖଣ୍ଡ. ପ୍ରାଚୀ ସମିତି
  3. ୩.୦ ୩.୧ ୩.୨ "Jnanpith Laureates Official listings". Jnanpith Website.
  4. Meenakshi Mukherjee (1 January 2002). Early Novels in India. Sahitya Akademi. pp. 240–. ISBN 978-81-260-1342-5.
  5. senapati, fakirmohan (August 2007). "Rise of the Oriya Novel : 1878-1897" (PDF). Orissa Review: 112. Retrieved 14 February 2016.
  6. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1091–. ISBN 978-81-260-1194-0.
  7. Marg Gilks, Paula Fleming, and Moira Allen (2003). "Science Fiction: The Literature of Ideas". WritingWorld.com.CS1 maint: multiple names: authors list (link)
  8. GOPAL CHANDRA PRAHARAJ
  9. Purnachandra Odia Bhashakosha, All Volumes
  10. Purnachandra Odia Bhashakosha

ଆଧାରସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ