କଳାହାଣ୍ଡି ଜିଲ୍ଲା
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।[୧]
କଳାହାଣ୍ଡି | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କଳାହାଣ୍ଡି |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୫ଟି ଆସନ
|
Area | |
• ଜିଲ୍ଲା | 7,920 km2 (3,060 sq mi) |
Population (୨୦୧୧) | |
• ଜିଲ୍ଲା | ୧୫୭୩୦୫୪ |
• Rank | ଓଡ଼ିଶାରେ ଏକାଦଶ (୧୧/୩୦) |
• Density | 199/km2 (520/sq mi) |
• Urban | ୧୨୧୯୨୪ |
• Rural | ୧୪୫୧୧୩୦ |
• ୬ ବର୍ଷରୁ କମ ଶିଶୁ | ୨୧୪୧୧୧ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୬ xxx |
ଯାନବାହାନ ପଞ୍ଚୀକରଣ | OD-08 |
ଜିଲ୍ଲାପାଳ | ଡ. ଗାଭାଲି ପରାଗ୍ ହର୍ଷଦ |
Website | Official website |
ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।[୨]
ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ୱରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।[୩] ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । କଳାହାଣ୍ଡିର ପ୍ରଥମ ଗେଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ-ଗଡଜାତ କଳାହାଣ୍ଡି ରାଜ୍ୟ ଓ ଖରିଆର ଜମିଦାରୀ (ବର୍ତ୍ତମାନର ନୂଆପଡା ଜିଲ୍ଲା)କୁ ମିଶାଇ ଏବଂ ସେଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା । ୧୯୪୮ ମସିହାରେ ଗଡଜାତ ରାଜ୍ୟ ମିଶ୍ରଣ ହେବା ସମୟରେ କଳାହାଣ୍ଡିଗଡ ରାଜ୍ୟ,ପାଟଣାଗଡ ରାଜ୍ୟ ଓ ସୋନପୁରଗଡ ରାଜ୍ୟ ମିଶାଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା ଯାହାର ସଦର ମହକୁମା ବଲାଙ୍ଗିର ଥିଲା । ୧ ନଭେମ୍ବର ମସିହା ୧୯୪୯ରେ ପାଟଣା (ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲା ), ସୋନପୁର ( ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା ) କଳାହାଣ୍ଡିରୁ ଅଲଗା ହେଲା ଓ ବଲାଙ୍ଗିର ଜିଲ୍ଲା ଗଠିତ ହେଲା । କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଗୋଟିଏ ଜିଲ୍ଲା ହେଲା ଏବଂ ଭବାନୀପାଟଣାକୁ ଏହାର ସଦର ମହକୁମା କରାଗଲା । କାଶୀପୁର ଥାନା ଅଞ୍ଚଳ ସହିତ ଭବାନୀପାଟଣା ମଧ୍ୟରେ କୌଣସି ସିଧା ସଳଖ ଯୋଗାଯୋଗ ନଥିବାରୁ ଏହାଦ୍ୱାରା ପ୍ରଶାସନିକ ଅସୁବିଧା ଅନୁଭୂତ ହେଲା । ୧ ଅଗଷ୍ଟ ୧୯୬୨ରେ କାଶୀପୁର ଥାନା ଅଞ୍ଚଳକୁ କଳାହାଣ୍ଡିରୁ ପୃଥକ କରି କୋରାପୁଟ ସହିତ ମିଶାଗଲା । ପରବର୍ତ୍ତୀ ସମୟରେ ୨୭ ମାର୍ଚ୍ଚ ୧୯୯୩ରେ ନୂଆପଡା ଉପଭାଗ (ଖରିଆ ଜମିଦାରୀ) ଅଲଗା ହୋଇ ନୂଆପଡା ଜିଲ୍ଲା ହେଲା ।
କଳାହାଣ୍ଡି ନାମର ଉତ୍ପତ୍ତି :-
ଓଡ଼ିଆରେ “କଳାହାଣ୍ଡି”ର ଅର୍ଥ ହେଲା କଳା+ ପାତ୍ର (ହାଣ୍ଡି) ଅର୍ଥାତ କଳାରଙ୍ଗର ହାଣ୍ଡି । ଏହି ଜିଲ୍ଲାରେ ମୃତ୍ତିକା କୃଷ୍ଣ-କାର୍ପାସ ଶ୍ରେଣୀୟ ଏବଂ ମାଟିର ରଙ୍ଗ କଳା । କୁମ୍ଭାରମାନେ ଏଥିରେ କଳା ରଙ୍ଗର ପାତ୍ର ତିଆରିକରି ଏହି ଜିଲ୍ଲା, ପଡୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କରେ ବିକ୍ରି କରିଥାନ୍ତି । ସମ୍ଭବତଃ ଏହାର ନାମର ଉତ୍ପତ୍ତି ଏଥିରୁ ହୋଇଥାଇପାରେ ବୋଲି ଅନୁମେୟ ।
କଳାହାଣ୍ଡି ନାମକରଣ ଉତ୍ପତ୍ତି ବିଷୟରେ କୌଣସି ଅଭିଲେଖ ବା ଦଲିଲ ନାହିଁ । ଏହା ଆଗରୁ କାରୁଣ୍ଡ ନାମରେ ପରିଚିତ ଥିଲା । ଲେଫ୍ଟନାଣ୍ଟ ଏଲ୍ଲିୟଟ ( ଉପ କମିଶନର ରାୟପୁର , ୧୮୫୬)ଙ୍କ ଅନୁସାରେ କଳାହାଣ୍ଡି ନାମ କାରୁଣ୍ଡ ନାମର ଓଡ଼ିଆ ଅପଭ୍ରଂଶ ମାତ୍ର । କଳାହାଣ୍ଡି ନାମରେ କୌଣସି ସ୍ଥାନ କିମ୍ବା ଗ୍ରାମ ନାହିଁ । କୋରାପୁଟ ଓ ବସ୍ତର ଅଞ୍ଚଳରେ ବହୁତ ସ୍ଥାନକୁ ଦୁଇ ପ୍ରକାରରେ ଉଚ୍ଚାରଣ କରାଯାଇଥାଏ । ଯଥା ବସ୍ତରର ଗ୍ରାମ ବକାଊଣ୍ଡ ଓଡ଼ିଆରେ ବକାହାଣ୍ଡି , ବାଜାଊଣ୍ଡକୁ ବଜାହାଣ୍ଡି , ନଲପାଊଣ୍ଡକୁ ନାଲଫାହାଣ୍ଡି ଓ କୁମାରଊଣ୍ଡକୁ କୁମାରହାଣ୍ଡି କୁହାଯାଇଥାଏ । କିନ୍ତୁ ସେ ଯାହା ହେଉନା କାହିଁକି ୧୯୦୫ ପରଠାରୁ ଯେତେବଳେ ଏହି ଅଞ୍ଚଳ ଇଂରେଜ ଶାସିତ ବଙ୍ଗଳା ରାଜ୍ୟଖଣ୍ଡ ସଙ୍ଗେ ମିଶିଲା , ଏହାର ନାମ କଳାହାଣ୍ଡି ଭାବରେ ବ୍ୟବହୃତ ହେଲା ।
ଭୂଗୋଳ
ସମ୍ପାଦନାକଳାହାଣ୍ଡି 20°4′58.8″N 83°12′0″E / 20.083000°N 83.20000°Eରେ ଅବସ୍ଥିତ ।[୪] ଓ ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗକୁ ନେଇ ତିଆରି ।
- ଏହାର ଉତ୍ତରରେ: ବଲାଙ୍ଗୀର ଜିଲ୍ଲା ଓ ନୂଆପଡ଼ା ଜିଲ୍ଲା
- ଦକ୍ଷିଣରେ: ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲା
- ପୂର୍ବରେ: ପୁର୍ବରେ କନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ଅବସ୍ଥିତ ।
ଜନଗଣନା
ସମ୍ପାଦନା୨୦୧୧ ଜନଗଣନା [୫] ଅନୁସାରେ କଳାହାଣ୍ଡି ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୭୩,୦୫୪ ।ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୧୩୦ ଓ ସହରାଞ୍ଚଳରେ ୧,୨୧,୯୨୪ ଲୋକ ବାସ କରନ୍ତି [୬]।
- ପୁରୁଷ: ୭,୮୫,୧୭୯
- ମହିଳା: ୭,୮୭,୮୭୫
- ଛ ବର୍ଷରୁ କମ: ୨,୧୪,୧୧୧
- ସାକ୍ଷରତା ହାର ୬୦.୨୨%
- ପୁରୁଷ: ୭୩.୩୪%
- ମହିଳା: ୪୭.୨୭%
ଲୋକକଳା
ସମ୍ପାଦନାକଳାହାଣ୍ଡି ଆକ୍ଷରିକ ଭାବରେ କଳାରେ ଭରା ହାଣ୍ଡିକୁ ବୁଝାଇଥାଏ । ଏହି ଶବ୍ଦ ଗୁଡ଼ହାଣ୍ଡି ଗୁମ୍ଫାରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ୱାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ହାବସିପୁରୀ ଢାଞ୍ଚାରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଇରପଦରର କାଠ କାମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ ।
ଲୋକ ନାଟ
ସମ୍ପାଦନାକଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ ବଲାଙ୍ଗିର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରେ ଦେଖାଯାଉଥିବା ଡାଲଖାଇ, ଜାଇଫୁଲ, ରସରକେଳି, ସଜନୀ ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।[୭] ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା କୋରାପୁଟ ଜିଲ୍ଲାର 'ବୋରିଆ ଗୀତ, ନିଆଳିମାଳି, କଳାକୋଳିକ' ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ । କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ ।
ଘୁମୁରା ନୃତ୍ୟ
କଳାହାଣ୍ଡିର ବୀରବାଦ୍ୟ ଘୁମୁରା ଅଟେ ।
*ବଜାସାଲ୍
ଦର୍ଶନୀୟ ସ୍ଥାନ
ସମ୍ପାଦନା- ଫୁରଲିଝରନ
- ଭବାନୀପାଟଣା
- ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ
- ଅସୁରଗଡ଼
- ଧର୍ମଗଡ଼
- ବେଲଖଣ୍ଡି ଶୈବପୀଠ
- କଢେଲ ଜଗନ୍ନାଥ ମନ୍ଦିର
- ରାବଣଧର ଜଳପ୍ରପାତ
- ଜୁନାଗଡ଼
- କର୍ଲାପାଟ୍ ଅଭୟାରଣ
- ଜାକମ୍ କାଠ ବଙ୍ଗଳା
- ଗୋବରଗୋଲା ଜଳପ୍ରପାତ
- ହେଲୋ ପଏଣ୍ଟ
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ B.Mishra, J. Bengal Art, Vol.9&10, 2004-2005, 383-410
- ↑ P.Mohanty, B. Mishra, Op. Cit,2000; C.R. Mishra, S. Pradhan, op. cit. 1989-1990, Infra, F.N.79
- ↑ "ଆର୍କାଇଭ୍ କପି". Archived from the original on 2013-04-20. Retrieved 2011-05-22.
{{cite web}}
: Cite has empty unknown parameter:|1=
(help) - ↑ Orissa District Gazetters, Kalahandi, 2
- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation
ଅଧିକ ତଥ୍ୟ
ସମ୍ପାଦନା- Official website
- Map of Kalahandi
- Indravati Project Archived 2006-08-21 at the Wayback Machine.