ରମାକାନ୍ତ ରଥ
ରମାକାନ୍ତ ରଥ (ଜନ୍ମ ୧୩ ଡିସେମ୍ବର ୧୯୩୪) ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ସେ କଟକଠାରେ ୧୯୩୪ରେ ଜନ୍ମ ନେଇଥିଲେ । ସେ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ଏହି ସମୟରେ ତାଙ୍କର ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା – କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) । ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ "ସପ୍ତମ ରତୁ" ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ।[୧]
ପଦ୍ମ ଭୂଷଣ ରମାକାନ୍ତ ରଥ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | କଟକ, ଓଡ଼ିଶା | ୧୩ ଡିସେମ୍ବର ୧୯୩୪
ବୃତ୍ତି | ଭାରତୀୟ ପ୍ରଶାସନିକ ସେବା ଅଧିକାରୀ |
ଭାଷା | ଓଡ଼ିଆ |
ଶିକ୍ଷା | ସ୍ନାତକୋତ୍ତର (ଇଂରାଜୀ ଭାଷା) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ଶୈଳୀ | କବି |
ସାହିତ୍ୟ କୃତି | ଶ୍ରୀରାଧା |
ପୁରସ୍କାର | ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, |
ଦସ୍ତଖତ | ![]() |
ପଦାଧିକାରୀସମ୍ପାଦନ କରନ୍ତୁ
୧୯୫୭ରୁ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଓ ସଚିବ ଭାବରେ ଅନେକ ବର୍ଷ କାମ ତୁଲାଇଥିଲେ । ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଦିଲ୍ଲୀର ସଭାପତି ଭାବରେ କାମ ତୁଲାଇଥିଲେ ।
ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ସାହିତ୍ୟ ସର୍ଜନାସମ୍ପାଦନ କରନ୍ତୁ
ରମାକାନ୍ତ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଏ । ଏହା ତାଙ୍କର ରାଧାଙ୍କୁ ନେଇ ଲେଖା ଶ୍ରୀରାଧା ଓ ସପ୍ତମ ଋତୁରେ ଦେଖିବାକୁ ମିଳିଥାଏ ।
କବିତାସମ୍ପାଦନ କରନ୍ତୁ
- "କେତେ ଦିନର" (୧୯୬୨)
- "ଅନେକ କୋଠରୀ" (୧୯୬୭)
- "ସନ୍ଧିଗ୍ଧ ମୃଗୟା" (୧୯୭୧)
- "ସପ୍ତମ ଋତୁ" (୧୯୭୭)
- "ସଚିତ୍ର ଅନ୍ଧାର" (୧୯୮୨)
- "ସୀମାନ୍ତ ବାସ"
- "ଫେରି ଚାହିଁଲେ"
- "ସବୁଦିନେ ସେପାଖେ"
- "ସରଳ ହୃଦଗଣିତ"
- "ଜାହାଜ ଆସିବ ଓ ଆଉ କେତୋଟି"[୨]
- ଧର୍ମପଦର ଆତ୍ମହତ୍ୟା (କବିତା)
ଲମ୍ବା କବିତାସମ୍ପାଦନ କରନ୍ତୁ
- ଶ୍ରୀରାଧା (୧୯୮୪)
- ଶ୍ରୀ ପଳାତକ (୧୯୯୭)
ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୮[୩]
- ପଦ୍ମ ଭୂଷଣ, ୨୦୦୬
- ସରସ୍ୱତୀ ସମ୍ମାନ- ଶ୍ରୀରାଧା, ୧୯୯୨
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ସପ୍ତମ ଋତୁ, ୧୯୭୮
- ବିଷୁବ ସମ୍ମାନ - ୧୯୯୦
- ଶାରଳା ପୁରସ୍କାର, ୧୯୮୪[୪]
- ସାରଳା ସମ୍ମାନ, ୨୦୧୧
- ସାହିତ୍ୟ ଭାରତୀ ସମ୍ମାନ, ୨୦୦୬
ଆଧାରସମ୍ପାଦନ କରନ୍ତୁ
- ↑ ଜହ୍ନରାତି (PDF). Odisha Society of America. December 2013. p. 159.
- ↑ "ସ୍ମୃତି ଅନୁଭୂତି" (ନିତିଦିନ ୧୬/୧୨/୨୦୧୮ପୃଷ୍ଠା ୯). Retrieved 17 December 2018.
- ↑ "ରମାକାନ୍ତ ରଥଙ୍କୁ ଅତିବଡ଼ୀ ପୁରସ୍କାର" (ସମ୍ବାଦ ୨୭/୦୭/୨୦୧୮ ପୃଷ୍ଠା ୯). Retrieved 27 July 2018.
- ↑ "Sarala Award Recipients". IMFA. Retrieved 4 March 2017.