ମୟୂରଭଞ୍ଜ ଜିଲ୍ଲା
ମୟୂରଭଞ୍ଜ ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବାରିପଦା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ (ଅଫିସ) ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି ।
ମୟୂରଭଞ୍ଜ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ମୟୂରଭଞ୍ଜ, କେନ୍ଦୁଝର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୯ଟି ଆସନ
|
Area | |
• ଜିଲ୍ଲା | 10418 km2 (4,022 sq mi) |
Population (୨୦୧୧) | |
• ଜିଲ୍ଲା | ୨୫୧୩୮୯୫ |
• Rank | ଓଡ଼ିଶାରେ ତୃତୀୟ (୩/୩୦) |
• Density | 241/km2 (620/sq mi) |
• Urban | ୧୯୨୮୦୪ |
• Rural | ୨୩୨୧୦୯୧ |
• ୬ ବର୍ଷରୁ କମ ଶିଶୁ | ୩୩୭୭୫୭ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୭ XXX |
ତାର (ଏସ୍.ଟି.ଡ଼ି) | ୦୬୭୯X |
ଯାନବାହାନ ପଞ୍ଚୀକରଣ | OD-11 XXXX /OD-11 XXXX |
ଜିଲ୍ଲାପାଳ | ଦତ୍ତତ୍ରୟ ଭାଉସାହେବ ସିନ୍ଦେ |
Website | Official website |
ଇତିହାସ
ସମ୍ପାଦନାମୟୂରଭଞ୍ଜ ହେଉଛି ଓଡ଼ିଶାର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ ସ୍ୱତନ୍ତ୍ର ଗଡ଼ଜାତ ରାଜ୍ୟ ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା ଭାରତ ସହିତ ମିଶିଥିଲା ।
ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୂରଭଞ୍ଜ ।
ଗଜପତି ରାଜାଙ୍କ ରାଜତ୍ୱରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହି ରାଜ୍ୟର ଅନ୍ତର୍ଗତ ଥିଲା। କାଳକ୍ରମେ ସେହିସବୁ ରାଜ୍ୟ ମୟୂରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି । ଭାଷାକୋଷରେ ମୟୂରଭଞ୍ଜର ନାମ ସମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୂରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା ମୟୂରଧ୍ୱଜ । ସେହି 'ମୟୂରଧ୍ୱଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ ମୟୂରଭଞ୍ଜ ହେଇଥିଲା ।
ଭୂଗୋଳ
ସମ୍ପାଦନାଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା [୧] ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ଲୋକସଂଖ୍ୟା ୨୫,୧୩,୮୯୫ ।
- ପୁରୁଷ: ୧୨,୫୩,୬୩୩
- ମହିଳା: ୧୨,୬୦,୨୬୨
- ଛଅ ବର୍ଷରୁ କମ: ୩,୩୭,୭୫୭
- ସାକ୍ଷରତା ହାର: ୬୩.୯୮%
- ପୁରୁଷ: ୭୪.୯୨%
- ମହିଳା: ୫୩.୧୮%
ଓଡ଼ିଶାରେ ବାସ କରୁଥିବା ୬୨ପ୍ରକାର ଅନୁସୂଚିତ ଜନଜାତି ମଧ୍ୟରୁ ୫୩ପ୍ରକାର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରନ୍ତି । ଏଥି ମଧ୍ୟରୁ କେତକ ପ୍ରଧାନ ସମୁଦାୟ ହେଲେ ସାନ୍ତାଳ, କୋହ୍ଲ, ଭୂୟାଁ,ବାଥୁଡି, ଭୂମିଜ, ଗଣ୍ଡ, ମୁଣ୍ଡା, ଖଡ଼ିଆ, ଲୋଧା ।
ପ୍ରଶାସନିକ ବିଭାଗ
ସମ୍ପାଦନା- ଉପଖଣ୍ଡ (ସବ୍ ଡିଭିଜନ): ୦୪
- ତହସିଲ: ୦୯
- ବ୍ଳକ: ୨୬
- ଗ୍ରାମ ପଞ୍ଚାୟତ: ୩୧୬
- ଗ୍ରାମ: ୩୭୧୮
ପର୍ଯ୍ୟଟନ
ସମ୍ପାଦନାମୟୂରଭଞ୍ଜ ଜିଲ୍ଲାରେ ୧୭ଟି ପର୍ଯ୍ୟଟନ ସ୍ଥଳ ଅଛି ।[୨]
- ଶିମିଳିପାଳ ଜାତୀୟ ଉଦ୍ୟାନ
- ସୀତାକୁଣ୍ଡ: ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ଅବସ୍ଥିତ ସୀତାକୁଣ୍ଡର ମୂଳ ଝରଣା କାଳୀପାହାଡ଼ ପର୍ବତର ପ୍ରାୟ ୨୫୦୦ ଫୁଟ ଉଚ୍ଚତାରୁ ବାହାରିଛି । ମୟୂରଭଞ୍ଜ ଜିଲ୍ଲା ଆଦିବାସୀଙ୍କ ଆରାଧ୍ୟ ଦେବତା ମାରାଂବୁରୁ ଏହି କାଳୀପାହାଡ଼ରେ ବାସକରନ୍ତି ବୋଲି ବିଶ୍ୱାସ ରହିଛି ।
- କୃଷ୍ଣମୁଖା ହନୁମାନ ମନ୍ଦିର: କିମ୍ବଦନ୍ତୀ ବହନ କରୁଥିବା ଏହି ପ୍ରାକୃତିକ ପଥର ଗୁମ୍ଫା ମନ୍ଦିରରେ ଲଙ୍କା ଦହନ କରି ଫେରିଥିବା କୃଷ୍ଣମୁଖା ହନୁମାନ ପୂଜା ପାଉଛନ୍ତି ।
- ମାଛକାନ୍ଦଣା ଜଳପ୍ରପାତ: ଶିମିଳିପାଳର ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତଟି ୩ଟି ଜଳପ୍ରପାତର ସମଷ୍ଟି । ପ୍ରଥମ ଜଳପ୍ରପାତ ନିକଟରେ ଏକ ପଥର ଗୁମ୍ଫା ରହିଛି । ଦ୍ୱିତୀୟ ଜଳପ୍ରପାତଟି ନିକଟରେ ଅପରାହ୍ଣରେ (ସୂର୍ଯ୍ୟ ପଶ୍ଚିମ ଦିଗରେ ଥିବା ସମୟରେ) ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ । ତୃତୀୟ ଜଳପ୍ରପାତଟି ଉପରଆଡୁ ଦେଖାଯାଉ ନଥିବାରୁ, ଏହାକୁ ଦେଖିବାକୁ ତଳକୁ ଓହ୍ଲାଇବାକୁ ପଡେ ।[୩]
ଆଧାର
ସମ୍ପାଦନା- ↑ Census 2011: Odisha: Provisional Population Totals
- ↑ ଚାଲାନ, ରବିନାରାୟଣ. "ମାନ୍ୟତା ଅପେକ୍ଷାରେ ୨ ମନୋରମ ଜଳପ୍ରପାତ". ଧରିତ୍ରୀ. Retrieved 24 November 2016.
- ↑ ଦାସ, ସବ୍ୟସାଚୀ (3 November 2011). "ମାଛ କାନ୍ଦଣା ଜଳପ୍ରପାତ". ଧରିତ୍ରୀ. p. ୩. Archived from the original on 13 May 2021. Retrieved 13 May 2021.