କାଳିନ୍ଦୀ ଚରଣ ପାଣିଗ୍ରାହୀ
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ ।[୧] ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।[୨]
କାଳିନ୍ଦୀ ଚରଣ ପାଣିଗ୍ରାହୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୀ, ଓଡ଼ିଶା | ୨ ଜୁଲାଇ ୧୯୦୧
ମୃତ୍ୟୁ | ୧୫ ମଇ ୧୯୯୧ | (ବୟସ ୮୯)
ବୃତ୍ତି | କବି, ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ମାଟିର ମଣିଷ |
ପୁରସ୍କାର | ପଦ୍ମ ଭୂଷଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ସନ୍ତାନ | ନନ୍ଦିନୀ ଶତପଥୀ |
ପିତାମାତା | ସ୍ୱପ୍ନେଶ୍ୱର ପାଣିଗ୍ରାହୀ |
ସମ୍ପର୍କୀୟ | ଭଗବତୀ ଚରଣ ପାଣିଗ୍ରାହୀ, ଦିବ୍ୟସିଂହ ପାଣିଗ୍ରାହୀ(ଭାଇ) |
ଜୀବନୀ
ସମ୍ପାଦନାକାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡ଼ିଶାର ପୁରୀ ଜିଲ୍ଲାର ବିଶ୍ୱନାଥପୁର ଗ୍ରାମରେ ୧୯୦୧ ମସିହା ଜୁଲାଇ ୨ ତାରିଖରେ ଜନ୍ମ ନେଇଥିଲେ । ତାଙ୍କ ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଜଣେ ଆଇନଜୀବୀ ଥିଲେ । ପିତା ଏବଂ ଦୁଇ ଭାଇ ଦିବ୍ୟସିଂହ ଓ ଭଗବତୀ ଚରଣ ସାହିତ୍ୟିକ ଥିଲେ । ପୁରୀରେ ହିଁ ସେ ନିଜର ବାଲ୍ୟଜୀବନ ଓ ଶିକ୍ଷା ସମାପ୍ତ କରିଥିଲେ । ହାଇସ୍କୁଲ ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
୧୯୯୧ ମେ ୧୫ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ı
ସାହିତ୍ୟ ରଚନା
ସମ୍ପାଦନାରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା କାଳରେ କାଳିନ୍ଦୀ ଚରଣଙ୍କ ସାହିତ୍ୟ ପ୍ରତିଭାର ପରିଚୟ ମିଳିଲା । କଲେଜର ପଢ଼ିବା ସମୟରେ, ସେ "ନନସେନ୍ସ କ୍ଳବ" ଗଠନ କରିଥିଲେ । ଏହି ଦଳରେ ଥିବା ନଅ ଜଣ ଲେଖକ-ଲେଖିକା "ଉତ୍କଳ ସାହିତ୍ୟ" ପତ୍ରିକାରେ "ବାସନ୍ତୀ" ନାମକ ଏକ ଉପନ୍ୟାସ ଧାରାବାହିକ ଭାବରେ ପ୍ରକାଶ କରୁଥିଲେ । ଏହି ସମୟରେ "ସବୁଜ ଗୋଷ୍ଠୀ"ର ମୁଖପତ୍ର "ଯୁଗବୀଣା"ରେ କାଳିନ୍ଦୀ ଚରଣଙ୍କ ଲେଖାମାନ ମଧ୍ୟ ପ୍ରକାଶ ପାଉଥିଲା । ପରବର୍ତ୍ତୀ ସମୟରେ, ବାଲେଶ୍ୱରରୁ ପ୍ରକାଶ ପାଉଥିବା ଏକ ଇଂରାଜୀ ଓ ତାଙ୍କ ନିଜ ଓଡ଼ିଆ ପତ୍ରିକାର ସେ ସମ୍ପାଦନା କରିବାକୁ ଲାଗିଲେ । କବିତାରୁ ହିଁ କାଳିନ୍ଦୀ ଚରଣଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ଶବ୍ଦ ସଂଯୋଜନା ତାଙ୍କ କବିତାର ଏକ ବୈଶିଷ୍ଟ ଥିଲା । ତାଙ୍କ ଲେଖାରେ ଓଡ଼ିଶାର ଗ୍ରାମ୍ୟ ପରିବେଶ, ଲୋକଙ୍କର ଆଚାରବିଚାର ପ୍ରମୂଖ ସ୍ଥାନ ପାଉଥିଲା । ଅନ୍ୟାୟ, ଅନୀତି ବିରୁଦ୍ଧରେ ତାଙ୍କ ସାହିତ୍ୟ ସ୍ୱର ଉତ୍ତୋଳନ କରୁଥିଲା । ସେ ଜଣେ ଦରଦୀ କବି ଓ ଜୀବନବାଦୀ ସାହିତ୍ୟିକ ଭାବରେ ପରିଚିତ ।
କବିତା
ସମ୍ପାଦନା- ଯାଦୁଘର
- ପୁରୀ ମନ୍ଦିର
- ମହାଦୀପ
- ଆଗାମୀ
- କ୍ଷଣିକ ସତ୍ୟ
- ମୋ କବିତା
- ଛୁରିଟିଏ ଲୋଡା
- ଗାନ୍ଧାରୀର ଆଶୀର୍ବାଦ
- କିଏ ଶଳା ସଇତାନ୍
- ମୋ ବାଣୀ
ଉପନ୍ୟାସ
ସମ୍ପାଦନା- ମାଟିର ମଣିଷ : ଗ୍ରାମ୍ୟ ଜୀବନରେ ଦୁଇ ଜା' ଭିତରେ କଳହ ଓ ଭାଇ ଭଗାରି ଭାଗ ବଣ୍ଟା ଇତ୍ୟାଦି ଏହି ଉପନ୍ୟାସଟିର ମୁଖ୍ୟ ବିଷୟ ବସ୍ତୁ । ଏହି ଉପନ୍ୟାସଟି ୧୯୬୬ରେ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ଏକ କଥାଚିତ୍ର ରୂପେ ଆସିଥିଲା ।
- ମାଟିର ମଣିଷ-୧୯୩୧
- ମୁକ୍ତାଗଡର କ୍ଷୁଧା -୧୯୩୨
- ଅମରାଚିତା -୧୯୩୩
- ଲୁହାର ମଣିଷ -୧୯୪୭
- ଆଜିର ମଣିଷ - ୧୯୫୭
କ୍ଷୁଦ୍ରଗଳ୍ପ
ସମ୍ପାଦନା- ମାଂସର ବିଳାପ
- ପଙ୍ଗୁ
- ଉପହାର
- ସାପୁଆ
- ସାଗରିକା
- ରୁଦ୍ରାକ୍ଷ
- ଦ୍ୱାଦଶୀ
- ରାଶିଫଳ
- ଶେଷ ରଶ୍ମୀ
- ସାଗରିକା
- ମୋ କଥା ସରିନାହିଁ..
- ମୋଟ ୪୯ଟି ଗଳ୍ପ
ନାଟକ
ସମ୍ପାଦନା- ପଦ୍ମିନୀ
- ପ୍ରିୟଦର୍ଶୀ
- ସୌମ୍ୟା
ଜୀବନୀ
ସମ୍ପାଦନା- ଭକ୍ତକବି ମଧୁସୂଦନ
- କର୍ମବୀର ଗୌରୀଶଙ୍କର
ପ୍ରବନ୍ଧ
ସମ୍ପାଦନା- ସାହିତ୍ୟ ସମାଚାର
- ସାହିତ୍ୟିକ
- ନେତୃତ୍ୱ ଓ ନେତୃତ୍ୱ
ଆତ୍ମଜୀବନୀ
ସମ୍ପାଦନା- ଯାହା ଅଙ୍ଗେ ନିଭେଇଛି[୩]
ପୁରସ୍କାର
ସମ୍ପାଦନା- ପଦ୍ମଭୂଷଣ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଆଧାର
ସମ୍ପାଦନା- ↑ "KALINDI CHARANA PANIGRAHI". orissadiary.com. 2012. Archived from the original on 14 May 2012. Retrieved 2 July 2012.
Born on July 2nd 1901. Kalindi Charan Panigrahi belongs to Sabuja Gosthi
- ↑ "Smt. Nandini Satpathy Memorial Trust Orissa India". snsmt.org. 2011. Retrieved 2 July 2012.
She was the eldest daughter of Padmabhushan Sh. Kalindi Charan Panigrahi
- ↑ ସମୟ ୧୫/୦୫/୨୦୧୫ ପୃଷ୍ଠା ୮ରେ ପ୍ରକାଶିତ ଲକ୍ଷ୍ମୀଚରଣ ସାମନ୍ତରାୟଙ୍କ ଲେଖା "ଏକ ମାନବବାଦୀ କଥାକାର ସ୍ମରଣେ"