ରାମଶଙ୍କର ରାୟ

ଓଡ଼ିଆ ନାଟ୍ୟକାର

ରାମଶଙ୍କର ରାୟ (୨୫ ମଇ ୧୮୫୭ - ୧୩ ସେପ୍ଟେମ୍ବର ୧୯୩୧) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ, ସେ ଆଧୁନିକ ଓଡ଼ିଆ ନାଟକର ଜନକ ଭାବେ ପରିଚିତ ।[୧][୨] ୧୮୫୭ ମସିହା ଜ୍ଯେଷ୍ଠ ଶୁକ୍ଳ ଦ୍ୱିତୀୟା ତିଥିରେ ସେ ଅସୁରେଶ୍ୱର ଅନ୍ତର୍ଗତ ଦିକ୍ଷୀତପଡ଼ାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ । ସେ ନଟବର ରାମଶଙ୍କର ରାୟ ଭାବେ ଜଣା ।

ରାମଶଙ୍କର ରାୟ
Born(1857-05-25)୨୫ ମଇ ୧୮୫୭
ଦୀକ୍ଷିତପଡ଼ା, ଅସୁରେଶ୍ୱର, କଟକ
Died୧୩ ସେପ୍ଟେମ୍ବର ୧୯୩୧(1931-09-13) (ବୟସ ୭୪)
Nationalityଭାରତୀୟ
Educationଫାର୍ଷ୍ଟ ଆର୍ଟସ (ଏଫ. ଏ.), ଆଇନ
Relativesଗୌରୀଶଙ୍କର ରାୟ (ବଡ଼ଭାଇ)

ପ୍ରଥମ ଓଡ଼ିଆ ଔପନ୍ୟାସିକ ସମ୍ପାଦନା

ରାମଶଙ୍କରଙ୍କୁ ପ୍ରଥମ ଓଡ଼ିଆ ଔପନ୍ୟାସିକ କୁହାଯାଏ । ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ ସୌଦାମିନୀ, ୧୮୭୮ ମସିହାରେ ‘ଉତ୍କଳ ମଧୂପ’ ପତ୍ରିକାରେ ପ୍ରଥମେ ଧାରବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାୟ ୩୦ଟି ଅଧ୍ୟାୟ ଛପାଯିବା ପରେ ୧୮୮୦ ମସିହାରେ ପତ୍ରିକା ବନ୍ଦ ହୋଇଯିବାରୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇପାରିନଥିଲା । ପରେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିଲେ ଓ ୧୯୩୦ରେ ପ୍ରକାଶିତ ରାମଶଙ୍କର ଗ୍ରନ୍ଥାବଳିରେ ମଧ୍ୟ ଏହା ସ୍ଥାନ ପାଇନଥିଲା ।[୩]

ରଚନାବଳୀ ସମ୍ପାଦନା

ତାଙ୍କର ପ୍ରଥମ କାବ୍ୟ ପ୍ରେମତରୀ ୧୮୭୮ରେ ପ୍ରକାଶ ପାଇଥିଲା । ରାମଶଙ୍କରଙ୍କର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ ବିବାସିନୀ ୧୮୯୧ରେ ପ୍ରକାଶିତ ହୋଇଥିଲା ।[୪] ଉମେଶ ଚନ୍ଦ୍ର ସରକାରଙ୍କ ପଦ୍ମମାଳି (୧୮୮୮) ପରେ ଏହା ଦ୍ୱିତୀୟ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ ।[୫] ସେ ବହୁ ନାଟକ, ସୁଆଙ୍ଗ, ଗୀତିନାଟ୍ୟ, ଯାତ୍ରା ଆଦି ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ଏକ ସୁସଙ୍ଗଠିତ ବିଭାଗରେ ପରିଣତ କରିଥିଲେ । ତାଙ୍କର ପ୍ରଥମ ନାଟକ ‘କାଞ୍ଚିକାବେରୀ’ । ଏହି ନାଟକକୁ ସେ ମଞ୍ଚସ୍ଥ ମଧ୍ୟ କରାଇଥିଲେ । ଏହାକୁ ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ବଡ଼ ଭାଇ ଗୌରୀଶଙ୍କର ରାୟ[୬] ରାମାଭିଷେକ ତାଙ୍କର ଶେଷ ନାଟକ ଥିଲା । [୭]

  • କାଞ୍ଚିକାବେରୀ, ୧୮୮୦ (କାଞ୍ଚି ଅଭିଯାନ ପ୍ରସଙ୍ଗ ଆଧାରିତ ନାଟକ)
  • ବନବାଳା, ୧୮୮୧ (ୱିଲିଅମ ସେକ୍ସପିଅରଙ୍କ 'The Tempest' ଆଧାରିତ ନାଟକ)[୮]
  • କଳିକାଳ, ୧୮୮୩ (ନାଟକ)
  • ରାମ ବନବାସ, ୧୮୯୧ (ନାଟକ)
  • ବୁଢ଼ାବର, ୧୮୯୨ (ନାଟକ)
  • କଂସବଧ, ୧୮୯୬ (ନାଟକ)
  • ବିଷମୋଦକ, ୧୯୦୦ (ନାଟକ)
  • ଚୈତନ୍ୟ ଲୀଳା, ୧୯୦୬ (ନାଟକ)
  • ଯୁଗଧର୍ମ, ୧୯୧୨ (ଧାର୍ମିକ ସହିଷ୍ଣୁତା ସମ୍ବନ୍ଧୀୟ ନାଟକ)
  • ଲୀଳାବତୀ, ୧୯୧୨ (ବିଧବା ବିବାହ ସମ୍ବନ୍ଧୀୟ ନାଟକ)
  • କାଞ୍ଚନ ମାଳି, ୧୯୧୪ (ନାରୀଶିକ୍ଷା ସମ୍ବନ୍ଧୀୟ ନାଟକ)
  • ବିଶ୍ୱଯଜ୍ଞ, ୧୯୧୬ (ନାଟକ)
  • ରାମାଭିଷେକ, ୧୯୧୭ (ରାମାୟଣ ଉପରେ ଆଧାରିତ ନାଟକ)
  • ପ୍ରେମତରୀ ଗାଥା (କାବ୍ୟ)
  • ସୌଦାମିନୀ, ୧୮୭୮ ('ଉତ୍କଳ ମଧୁପ'ରେ ଧାରାବାହିକ ଭାବେ ପ୍ରକାଶିତ, ପତ୍ରିକା ବନ୍ଦ ହେବାରୁ ଅସମ୍ପୂର୍ଣ୍ଣ ଉପନ୍ୟାସ)
  • ବିବସନୀ, ୧୮୯୧, (ମୟୂରଭଞ୍ଜରୁ ପ୍ରକାଶିତ 'ଉତ୍କଳପ୍ରଭା' ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ଉପନ୍ୟାସ । )
  • ଉନ୍ମାଦିନୀ, ୧୮୯୩ (ଇନ୍ଦ୍ରଧନୁ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ, ପତ୍ରିକା ବନ୍ଦ ହେବାରୁ ଅସମ୍ପୂର୍ଣ୍ଣ ଉପନ୍ୟାସ)
  • ଭାଗବତ ଗୀତା, ୧୮୯୩ (ଅନୁବାଦ)
  • ଇଶୋପନିଷଦ (ଅନୁବାଦ)
  • କେନୋପନିଷଦ (ଅନୁବାଦ)
  • ଯଜୁର୍ବେଦ (ଅନୁବାଦ)
  • ଋକବେଦ (ଅନୁବାଦ), ୧୯୧୧
  • ମନୁସଂହିତା, ୧୯୨୭
  • ଶ୍ୱେତାଶ୍ୱତର ଉପନିଷଦ, ୧୯୨୮
  • ରାମଶଙ୍କର ଗ୍ରନ୍ଥାବଳୀ, ୧୯୩୦

ଆଧାର ସମ୍ପାଦନା

  1. Jaẏanta Kumāra Dāsa (1 January 1998). Ramshankar Ray. Sahitya Akademi. pp. 9–. ISBN 978-81-260-0548-2.
  2. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1091–. ISBN 978-81-260-1194-0.
  3. Patnaik, Jitendra Narayan (August 2007). "Rise of the Oriya Novel : 1878-1897" (PDF). Orissa Review: 112. Retrieved 14 February 2016.
  4. Meenakshi Mukherjee (1 January 2002). Early Novels in India. Sahitya Akademi. pp. 240–. ISBN 978-81-260-1342-5.
  5. Biswamoy Pati (1 January 2001). Situating Social History: Orissa, 1800-1997. Orient Blackswan. pp. 29–. ISBN 978-81-250-2007-3.
  6. http://www.odiya.org/misc/sahitya.shtml
  7. http://www.sambadepaper.com/Details.aspx?id=165307&boxid=24154656[permanent dead link]
  8. Sisir Kumar Das (2000). History of Indian Literature. Sahitya Akademi. pp. 280–. ISBN 978-81-7201-006-5.

ଅଧିକ ତଥ୍ୟ ସମ୍ପାଦନା