ବଳଦେବ ରଥ
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ[୧] ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର ବଳଦେବ ରଥ | |
---|---|
![]() ଗଞ୍ଜାମ ଆଠଗଡ଼ପାଟଣାରେ କବିସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି | |
ଜନ୍ମ ଓ ଜନ୍ମସ୍ଥାନ | ୧୭୮୯ |
ମୃତ୍ୟୁ | ୧୮୪୫ |
ମୃତ୍ୟୁର କାରଣ | ବସନ୍ତ ରୋଗ |
ଜାତୀୟତା | ଭାରତୀୟ |
ଜୀବିକା | କବି, ସଙ୍ଗୀତକାର |
ଜଣାଶୁଣା କାମ | |
ଶୈଳୀ | ରୀତି ସାହିତ୍ୟ |
ଜୀବନସାଥି | ରତ୍ନମଣି ଦେବୀ |
ବାପା ବୋଉ | କବିରାଜ ବ୍ରହ୍ମା ଉଜ୍ଜ୍ୱଳ ରଥ |
ସମ୍ପର୍କୀୟ | ତ୍ରିପୁରାରୀ ଓତା |
ଜୀବନସମ୍ପାଦନ କରନ୍ତୁ
ବଂଶାବଳୀସମ୍ପାଦନ କରନ୍ତୁ
ଶ୍ରୀନିବାସ ରଥ | |||||||||||||||||||||||||||||||||||||
ଉଜ୍ଜ୍ୱଳ ରଥ | |||||||||||||||||||||||||||||||||||||
ସୁଲକ୍ଷଣା | ହରିହର | ବଳଦେବ ରଥ | ରତ୍ନମଣି ଦେବୀ | ||||||||||||||||||||||||||||||||||
ବିଶ୍ୱନାଥ | |||||||||||||||||||||||||||||||||||||
ଲୋକନାଥ | |||||||||||||||||||||||||||||||||||||
ଗଣେଶ୍ୱର | |||||||||||||||||||||||||||||||||||||
ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡି ଗଡ଼ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମ ନେଇଥିଲ ।[୨][୩] ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ; ମାତ୍ର ଦଶବର୍ଷ ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁ ତାଙ୍କୁ ଅଜା ତ୍ରିପୁରାରି ହୋତାଙ୍କ (କେତେକଙ୍କ ମତରେ ଓତା) ଯତ୍ନରେ ରହି ବିଦ୍ୟା ଶିକ୍ଷା କରିବାକୁ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇ ସେ ଆପଣାର କବିପ୍ରତିଭା ଲାଗି ପୁରୀର ଗଜପତି ରାଜା ମୁକୁନ୍ଦଦେବଙ୍କ ଠାରୁ 'କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେ । [୪] କବିସୂର୍ଯ୍ୟ ବଳଦେବ ରଥଙ୍କ ବିଷୟରେ ଅନ୍ୟ ଏକ ମଧୁର କିମ୍ବଦନ୍ତୀ ରହିଛି ଏବଂ ତା ହେଉଛି ସେ ଠାକୁରାଣୀ ଭୂବନେଶ୍ୱରୀଙ୍କ କ୍ଷୀର ପାନ କରିବା କଥା । ଆଉ ଯାହା ବିଶ୍ୱାସ କରାଯାଏ ଯେ, ବଳଦେବ ମାଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟର ପରିଚୟ ବହନ କରିଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା ତାଙ୍କ ମା ପରଲୋକ ଗମନ କରିଥିଲେ । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା ତ୍ରୀପୁରାରି ଓତା ତାଙ୍କର ସବୁ ଲାଳନପାଳନର ଦାୟିତ୍ୱ ନେଇଥିଲେ । ଏଇଠାରୁ ବଳଦେବ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।[୫]
ରଚନାରେ ଭାଷାସମ୍ପାଦନ କରନ୍ତୁ
କବିସୂର୍ଯ୍ୟଙ୍କ ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ସୁନ୍ଦର ପ୍ରୟୋଗ ଦେଖାଯାଏ ।[୬] ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ବ ଯାବନିକ ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।
ରଚନାବଳୀସମ୍ପାଦନ କରନ୍ତୁ
ଜଣାଣ ଓ କ୍ଷୁଦ୍ରଗୀତିସମ୍ପାଦନ କରନ୍ତୁ
- କାହାକୁ କହିବା
- ଗୋ ରସନାଟି
- ସର୍ପ ଜଣାଣ (ବାଧିଲା ଜାଣି କ୍ଷମା)
- କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ
କାବ୍ୟସମ୍ପାଦନ କରନ୍ତୁ
- ଚନ୍ଦ୍ରକଳା (ଅସମ୍ପୂର୍ଣ୍ଣ)
- ଜଗତେ କେବଳ
ଚମ୍ପୂସମ୍ପାଦନ କରନ୍ତୁ
- ରତ୍ନାକର ଚମ୍ପୂ
- କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
- ପ୍ରେମୋଦୟ ଚମ୍ପୂ
ଗଦ୍ୟ ରଚନାସମ୍ପାଦନ କରନ୍ତୁ
- ହାସ୍ୟକଲ୍ଲୋଳ
କବିସୂର୍ଯ୍ୟଙ୍କ ସଂପୂର୍ଣ୍ଣ ରଚନାବଳୀ ଉଇକିପାଠାଗାରରେ ପଢ଼ିପାରିବେ ।
ଆଧାରସମ୍ପାଦନ କରନ୍ତୁ
- ↑ Gaṅgā Rām Garg (1992). Encyclopaedia of the Hindu World. Concept Publishing Company. pp. 78–. ISBN 978-81-7022-374-0.
- ↑ "ଜିଲ୍ଲା ସମ୍ବନ୍ଧରେ". ganjam.nic.in. Retrieved 13 August 2018.
- ↑ Kabi Surya Baladeba Rath
- ↑ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯
- ↑ ଡାକୁଆ, ରାମକୃଷ୍ଣ. "ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା". ଆମେ ଓଡ଼ିଆ - ମାସିକ ପତ୍ରିକା. Retrieved 11 October 2015.
- ↑ ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ : ଆମର ସଙ୍ଗୀତଧାରା