ଫତୁରାନନ୍ଦ
ଫତୁରାନନ୍ଦ (୧ ଜୁନ ୧୯୧୫ - ୬ ନଭେମ୍ବର ୧୯୯୫) ଓଡ଼ିଆ ଭାଷାର ଜଣେ ବ୍ୟଙ୍ଗ ସାହିତ୍ୟିକ ଥିଲେ । [୧]ତାଙ୍କର ପ୍ରକୃତ ନାମ ଥିଲା ରାମ ଚନ୍ଦ୍ର ମିଶ୍ର । ଛଦ୍ମ ନାମ "ଫତୁରାନନ୍ଦ " ବ୍ୟବହାର କରି ସେ ସାହିତ୍ୟ ରଚନା କରୁଥିଲେ । ସେ ୫୦୦ରୁ ଅଧିକ ହାସ୍ୟଗଳ୍ପ ରଚନା କରିଥିଲେ ।
ଫତୁରାନନ୍ଦ | |
---|---|
![]() | |
ଜନ୍ମ | ରାମଚନ୍ଦ୍ର ମିଶ୍ର ୧ ଜୁନ ୧୯୧୫ |
ମୃତ୍ୟୁ | ୬ ନଭେମ୍ବର ୧୯୯୫ | (ବୟସ ୮୦)
ଶିକ୍ଷା | ଏଲ୍.ଏମ୍.ପି (୧୯୩୮) |
ପିତାମାତା | ବିଦ୍ୟାଧର ମିଶ୍ର ସୁଭଦ୍ରା ମିଶ୍ର |
ଜୀବନୀ ସମ୍ପାଦନ କରନ୍ତୁ
ରାମଚନ୍ଦ୍ର ମିଶ୍ର ୧୯୧୫ ମସିହା ଜୁନ ୧ ତାରିଖରେ କଟକର ଝାଞ୍ଜିରିମଙ୍ଗଳାଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିଦ୍ୟାଧର ମିଶ୍ର ଓ ମାତାଙ୍କ ନାମ ସୁଭଦ୍ରା ମିଶ୍ର ଥିଲା । ପିଲାଦିନେ ସେ ମସିହାଗୁଡିକ ମନେରଖି ପାରୁନଥିଲେ । ଏହିଯୋଗୁ ଶିକ୍ଷକଙ୍କଠାରୁ ସବୁବେଳେ ବେତ ମାଡ ଖାଉଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ମସିହାରେ ଆରମ୍ଭ ହୋଇଥିଲା ବୋଲି, ସେ କୌଣସି ପ୍ରକାରରେ ମନେରଖି ପାରିଥିଲେ । ବର୍ଷକ ପରେ ୧୯୧୫ ମସିହାରେ ତାଙ୍କର ଜନ୍ମ । ଏହିକଥାକୁ ନେଇ ସେ ଏକ ବ୍ୟଙ୍ଗ ଗପର ଅବତାରଣା କରିଛନ୍ତି । ବିଶ୍ୱଯୁଦ୍ଧ ଦେଖି ଈଶ୍ୱର ତାଙ୍କୁ କହିଲେ - "ଯାବେ ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି ? ଯାଆ ପୃଥିବୀରେ ବଢିଆ ଯୁଦ୍ଧ ହେଉଛି ଦେଖିବୁ ।" ତାଙ୍କ ଭାଷାରେ ଭଗବାନଙ୍କ କଥାମାନି, ସେ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ । ଡାକ୍ତରୀ ପଢୁଥିବା ବେଳେ, ସେ ରୋଗଶିକାର ହୋଇ, ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ୧୯୩୮ ମସିହାରେ ମେଡିକାଲ ସ୍କୁଲରୁ ଏଲ୍.ଏମ୍.ପି ଡିଗ୍ରୀ ହାସଲ କରିଥିଲେ । ଜୀବନବ୍ୟାପି ଅବିବାହିତ ରହି, ସେ ନିଜକୁ ସାହିତ୍ୟ ସର୍ଜନାରେ ନିମଗ୍ନ ରଖିଥିଲେ ।
୧୯୯୫ ମସିହାରେ ଫତୁରାନନ୍ଦଙ୍କର ତିରୋଧାନ ଘଟିଥିଲା ।[୨]
ଜୀବିକା ସମ୍ପାଦନ କରନ୍ତୁ
ଫତୁରାନନ୍ଦଙ୍କ “ମୋ ଫୁଟା ଡଙ୍ଗାର କାହାଣୀ” ନାମକ ଆତ୍ମଜୀବନୀ ସମକାଳୀନ ବ୍ୟଙ୍ଗ ରଚନା ଭାବରେ ଜଣାଶୁଣା ଥିଲା । [୩]ଏହା ବ୍ୟତିତ ନାକଟା ଚିତ୍ରକର, ସାହି ମହାଭାରତ[୪], ସାହିତ୍ୟଚାଷ, ଫମାଲୋଚନା, ଅମ୍ରୁତ ବେହିଆ ଇତ୍ୟାଦି ତାଙ୍କର ଲୋକପ୍ରିୟ ରଚନା । [୫] ସେ ମାସିକ ସାହିତ୍ୟ ପତ୍ରିକା ଡଗରର ସମ୍ପାଦନା ମଧ୍ୟ କରିଥିଲେ । ସାହିତ୍ୟ ରଚନା ସହିତ ସେ ଜଣେ ବ୍ୟଙ୍ଗଚିତ୍ରକାର ଭାବରେ ବ୍ୟଙ୍ଗ ଚିତ୍ରମାନ ଅଙ୍କନ କରିଥିଲେ । ତାଙ୍କ ବ୍ୟଙ୍ଗଚିତ୍ର ଜାତୀୟ ସ୍ଥରର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ହାସ୍ୟ ସାହିତ୍ୟ, କଳା ଓ ଅଭିନୟର ବିକାଶ ପାଇଁ 'ସରସ ସାହିତ୍ୟ ସମିତି' ଓ 'ହାସ୍ୟ ବିକାଶ କେନ୍ଦ୍ର' ଆଦି ଅନୁଷ୍ଠାନର ସ୍ଥାପନା କରିଥିଲେ ।
ରଚନାବଳୀ ସମ୍ପାଦନ କରନ୍ତୁ
ଆତ୍ମଜୀବନୀ ସମ୍ପାଦନ କରନ୍ତୁ
ଉପନ୍ୟାସ ସମ୍ପାଦନ କରନ୍ତୁ
ନାଟକ ସମ୍ପାଦନ କରନ୍ତୁ
କବିତା ସମ୍ପାଦନ କରନ୍ତୁ
ପ୍ରବନ୍ଧ ଓ ରମ୍ୟରଚନା ସମ୍ପାଦନ କରନ୍ତୁ
ସମ୍ପାଦନା ସମ୍ପାଦନ କରନ୍ତୁ |
ଅନୁବାଦ ସମ୍ପାଦନ କରନ୍ତୁ
ଗଳ୍ପ ପୁସ୍ତକ ସମ୍ପାଦନ କରନ୍ତୁ
|
ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ
- ସାରଳା ସମ୍ମାନ [୯]
ଆଧାର ସମ୍ପାଦନ କରନ୍ତୁ
- ↑ http://books.google.co.in/books?id=KXBDAAAAYAAJ&redir_esc=y
- ↑ http://www.lisindia.net/oriya/Oriya_lite.html
- ↑ http://books.google.co.in/books?id=c5JjAAAAMAAJ&redir_esc=y
- ↑ http://books.google.co.in/books?id=wyxGAQAAIAAJ&redir_esc=y
- ↑ ଓଡ଼ିଆ ସାହିତ୍ୟ ଡଟ କମ
- ↑ ସମ୍ବାଦ ୦୧/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨
- ↑ "ଫତୁର ହୋଇ ଯେ ଆନନ୍ଦ ପାଏ, ସେ ଫତୁରାନନ୍ଦ". ସମ୍ବାଦ ୦୯/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. Retrieved 9 December 2015.
- ↑ "କଥା ଝରକା". କଥା ପତ୍ରିକା (ଅଗଷ୍ଟ ୨୦୧୮): ୪୦. Retrieved 20 August 2018.
- ↑ "Sarala Sahitya Sansad > Awards > Sarala Samman". saralasahityasansad.org. Retrieved 4 February 2013.
Phaturananda