ସ ଓଡ଼ିଆ ଲିପିର ଏକ ବର୍ଣ୍ଣ । ଏହା ଓଡ଼ିଆ ବର୍ଣ୍ଣମାଳାର ୩୨ତମ ବ୍ୟଞ୍ଜନ ବର୍ଣ୍ଣ ।[୧] ଏହା ଆଗରୁ ଷ ଓ ପରେ ହ ରହିଛି । ଏହାର ଉଚ୍ଚାରଣ ସ୍ଥାନ ଦନ୍ତ ହୋଇଥିବାରୁ ଏହାକୁ "ଦନ୍ତ୍ୟ ସ" ବୋଲି ମଧ୍ୟ କୁହାଯାଏ । ଏହା ଉଷ୍ମ ବା ଅଳ୍ପପ୍ରାଣ ବର୍ଣ୍ଣର ତୃତୀୟ ଅକ୍ଷର । ଜିଭର ଆଗ ଦାନ୍ତ ମୂଳର ନାମମାତ୍ର ଛୁଇଁଲେ ଏହି ଅକ୍ଷର ଉଚ୍ଚାରଣ ହୋଇଥାଏ । ଏହା ଛାମୁଦାନ୍ତ ସାହାଯ୍ୟରେ ଉଚ୍ଚାରିତ ହେଉଥିବାରୁ ଦାନ୍ତ ନଥିବା ଶିଶୁମାନେ ଓ ବୃଦ୍ଧମାନେ ଏହି ବର୍ଣ୍ଣ ଭଲ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ । ଏହାର ଉଚ୍ଚାରଣ ଇଂରାଜୀ "s" ଓ ଫାରସୀ "ସିନ୍" ଓ 'ସେ' ଅକ୍ଷରର ଉଚ୍ଚାରଣ ପରି ଓଡ଼ିଆରେ ଏହା ଉଚ୍ଚାରିତ ହେଲାବେଳେ ତାଳୁ ଓ ମୂର୍ଦ୍ଧନୀ ଆଡ଼କୁ ଜିଭ ଯାଏ । ସାଧାରଣତଃ କଥାଭାଷାରେ ତାଲବ୍ୟ ଶ, ମୂର୍ଦ୍ଧନ୍ୟ ଷ ଓ ଦନ୍ତ୍ୟ ସ ମଧ୍ୟରେ ପ୍ରଭେଦ ରହେ ନାହିଁ । ତେଣୁ ଶ, ଷ, ସ ବର୍ଣ୍ଣଯୁକ୍ତ ଶବ୍ଦମାନ ପ୍ରାୟ ଏକ ପ୍ରକାର ଉଚ୍ଚାରିତ ହୁଏ ।[୨]
- ↑ ରାଓ, ମଧୁସୂଦନ (1896). ବର୍ଣ୍ଣବୋଧ. କଲିକତା, ବମ୍ବେ ଓ ଲଣ୍ଡନ: ମ୍ୟାକ ମିଲାନ ଆଣ୍ଡ କୋ.
- ↑ ପ୍ରହରାଜ, ଗୋପାଳଚନ୍ଦ୍ର. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. କଟକ: ଉତ୍କଳ ସାହିତ୍ୟ ପ୍ରେସ. Retrieved 9 September 2020.