ଗଜପତି ଜିଲ୍ଲା
ଗଜପତି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ଜିଲ୍ଲା । ଗଜପତି ଜିଲ୍ଲାର ନାମକରଣ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ , ଯିଏକି ପାରଳାଖେମୁଣ୍ଡି ଜମିଦାରୀର ପୂର୍ବତନ ରାଜା ସାହେବ ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ଯାହାଙ୍କର ଅବଦାନ ଯୋଗୁଁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ସମ୍ଭବ ହୋଇପାରିଥିଲା ଏବଂ ପାରଳାଖେମୁଣ୍ଡି ଜମିଦାରୀ ଓଡ଼ିଶାରେ ଅବସ୍ଥାପିତ ହୋଇପାରିଛି । ୧୯୯୨ ମସିହାର ଅକ୍ଟୋବର ୨ ତାରିଖରୁ ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାଠାରୁ ସ୍ୱତନ୍ତ୍ର ଭାବରେ ଜିଲ୍ଲାର ମାନ୍ୟତା ହାସଲ କରିଥିଲା । ତେବେ ଏହା ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ଉପଖଣ୍ଡରେ ନାମିତ ଥିଲା । ତାହା ବର୍ତ୍ତମାନ ଗଜପତି ଜିଲ୍ଲା ନାମିତ ହୋଇଛି । ବର୍ତ୍ତମାନ ମୋଟରେ ୭ଟି ତହସିଲ, ୭ଟି ବ୍ଲକ, ୧୫୩୪ଟି ଗ୍ରାମ, ୧୪୯ ଗ୍ରାମ ପଞ୍ଚାୟତ, ୧୧ଟି ପୋଲିସ ଥାନା ରହିଛି ।
ଗଜପତି ଜିଲ୍ଲା | ||||||
---|---|---|---|---|---|---|
ଓଡ଼ିଶାର ଜିଲ୍ଲା | ||||||
Coordinates: 18°53′N 84°12′E / 18.88°N 84.2°E | ||||||
ଦେଶ | ଭାରତ | |||||
ରାଜ୍ୟ | ଓଡ଼ିଶା | |||||
ବ୍ଲକ & ତହସିଲ | ୭ | |||||
ଜିଲ୍ଲା ଗଠନ | ୨ ଅକ୍ଟୋବର ୧୯୯୨ | |||||
Named for | ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ | |||||
ସଦର ମହକୁମା | ପାରଳାଖେମୁଣ୍ଡି | |||||
ବ୍ଲକ & ତହସିଲ | ଗୋଷାଣୀ କାଶୀନଗର ଗୁମ୍ମା ରାୟଗଡ଼ା ନୂଆଗଡ଼ ରା. ଉଦୟଗିରି ମୋହନା | |||||
Government | ||||||
• ଜିଲ୍ଲାପାଳ | ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, ଭାପ୍ରସେ | |||||
• ଜିଲ୍ଲା ଆରକ୍ଷୀ ଅଧିକ୍ଷକ | ଶ୍ରୀମତୀ ସ୍ୱାତୀ ଏସ. କୁମାର, ଭାଆସେ | |||||
• ସାଂସଦ (ବ୍ରହ୍ମପୁର) | ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଭାଜପା | |||||
• ବିଧାୟକ | ଦାଶରଥୀ ଗମାଙ୍ଗ କଂଗ୍ରେସ, (ମୋହନା) ରୂପେଶ କୁମାର ପାଣିଗ୍ରାହୀ ବିଜଦ,(ପାରଳାଖେମୁଣ୍ଡି) | |||||
Area | ||||||
• ସମୁଦାୟ | 3850 km2 (1,490 sq mi) | |||||
• Rank | ୧୬ତମ | |||||
Elevation | 850 m (2,790 ft) | |||||
Population (୨୦୨୪)[୧] | ||||||
• Total | ୮୧୪୭୨୨ | |||||
• Rank | ୨୮ତମ | |||||
• Density | 212/km2 (550/sq mi) | |||||
Demonym | ଗଜପତିଆ | |||||
ଭାଷାସମୂହ | ||||||
• ସରକାରୀ | ଓଡ଼ିଆ, ଇଂରାଜୀ | |||||
• ଅନ୍ୟ ସ୍ଥାନୀୟ ଭାଷା | ସଉରା • କୁଇ | |||||
Time zone | UTC+୫:୩୦ (ଭାମସ) | |||||
ପିନ | ୭୬୧ xxx | |||||
ଟେଲିଫୋନ କୋଡ଼ | ୦୬୮୧୫ ପାରଳାଖେମୁଣ୍ଡି ୦୬୮୧୬ ମୋହନା ୦୬୮୧୭ ଆର. ଉଦୟଗିରି | |||||
ଯାନବାହାନ ପଞ୍ଚୀକରଣ | OD-20 ଓଡ଼ି-୨୦ | |||||
ନିକଟତମ ନଗର | ବ୍ରହ୍ମପୁର | |||||
ଲିଙ୍ଗ ଅନୁପାତ | ୧୦୪୬ ♂/♀ | |||||
ସାକ୍ଷରତା | ୫୩.୪୯% | |||||
ଲୋକ ସଭା ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର | |||||
ଓଡ଼ିଶା ବିଧାନ ସଭା | ୨
| |||||
ପାଣିପାଗ | Aw (Köppen) | |||||
ଆର୍ଦ୍ରତା | 1,403.3 millimetres (55.25 in) | |||||
ମଧ୍ୟମ ଗ୍ରୀଷ୍ମ ତାପମାତ୍ରା | 41 °C (106 °F) | |||||
ମଧ୍ୟମ ଶୀତ ତାପମାତ୍ରା | 16 °C (61 °F) | |||||
Website | www |
୩,୮୫୦ ବର୍ଗ କିଲୋମିଟର କ୍ଷେତ୍ରଫଳରେ ଗଜପତି ଜିଲ୍ଲା ରହିଛି ଓ ଏହା ୧୮ ଡିଗ୍ରୀ ୪୪ ମିନିଟରୁ ୧୯ ଡିଗ୍ରୀ ୩୦ ମିନିଟ ଉତ୍ତର ଅକ୍ଷାଂଶ ଏବଂ ୮୩ ଡିଗ୍ରୀ ୪୮ ମିନିଟରୁ ୮୪ ଡିଗ୍ରୀ ୦୮ ମିନିଟ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଗଜପତି ଜିଲ୍ଲାର ପାଣିପାଗ ପ୍ରାୟ ୧୨.୫ ଡିଗ୍ରୀରୁ ୪୨ ଡିଗ୍ରୀ ପାରଦ ଓ ବାର୍ଷିକ ବର୍ଷାପାତ ହାରାହାରି ୧୯୨୫.୬ ମିଲିମିଟର ଅଟେ । ଏହି ଜିଲ୍ଲାର ଦକ୍ଷିଣ ପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ , ପୂର୍ବ ପଟେ ଗଞ୍ଜାମ ଜିଲ୍ଲା ,ପଶ୍ଚିମ ପଟେ ରାୟଗଡ଼ା ଜିଲ୍ଲା ଓ ଉତ୍ତର ପଟେ କନ୍ଧମାଳ ଜିଲ୍ଲା ରହିଛି।
ଇତିହାସ
ସମ୍ପାଦନାଗଜପତି ରାଜବଂଶର ଇତିହାସ ଆଜି ମଧ୍ୟ ଗଜପତି ଜିଲ୍ଲାର ଇତିହାସରେ ସ୍ୱର୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିଛି । ଗଜପତି ଜିଲ୍ଲାର ଐତିହାସିକ ଦସ୍ତବେଜରୁ ଜଣାଯାଏ ଯେ , ଏହାର ଇତିହାସ ସାଧାରଣତଃ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ରାଜାଭିଶେଖ ଦିନଠାରୁ ଗଣନା କରାଯାଏ । ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ଜଣେ ବିଚକ୍ଷଣ ତଥା ସର୍ବଗୁଣସମ୍ପନ୍ନ ରାଜା ଥିଲେ , ଯିଏ କି ଓଡ଼ିଶାରେ ପ୍ରାୟତଃ ସାତଶହ ବର୍ଷରୁ ଉର୍ଦ୍ଧ ପ୍ରଭାବ ବିସ୍ତାର କରିଥିବା ଗଜପତି ରାଜବଂଶୀୟ ରାଜା ଥିଲେ । ସେହି ସମୟରେ ଓଡ଼ିଶାର ସୀମା ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ନେଲୁର ଜିଲ୍ଲାର ଉଦୟଗିରି ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମଗ୍ର ଗଞ୍ଜାମ ଜିଲ୍ଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା । ପଞ୍ଚଦଶ ଶତାଦ୍ଧିର ଶେଷ ଭାଗରେ କଲାହୋମ , କପିଳେନ୍ଦ୍ର ଦେବଙ୍କ ପୁତ୍ର ଏଠାରେ ଆଧିପତ୍ୟ ବିସ୍ତାର କରି ନିଜର ରାଜବଂଶ ପାରଳାଖେମୁଣ୍ଡିଠାରେ ସ୍ଥାପନ କରିଥିଲେ । ସେହି ସମୟରେ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ପଶ୍ଚିମ ଭାଗରେ ଥିବା ପାରଳାଖେମୁଣ୍ଡିରେ ଜମିଦାରୀ ପ୍ରଥା ପ୍ରଚଳିତ ଥିଲା ଓ ମାଲିୟା ସମ୍ପ୍ରଦାୟର ଜନଜାତି ଏଠାରେ ପ୍ରଭାବ ବିସ୍ତାର କରିଥିଲେ । ଉପଲବ୍ଧ ଥିବା ଅଭିଲେଖ ତଥା ଦସ୍ତବେଜରୁ ଜଣାଯାଏ ଯେ , ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ହେଉଛନ୍ତି ସେହି ବ୍ୟକ୍ତିତ୍ୱ , ଯିଏ କି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ତଥା ପରଳାଖେମୁଣ୍ଡିକୁ ନବ ଗଠିତ ଓଡ଼ିଶା ପ୍ରଦେଶରେ ମିଶାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଗଜପତି ଜିଲ୍ଲା ୧୯୯୨ ମସିହା ଅକ୍ଟୋବର ୨ ତାରିଖଠାରୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବରେ କାର୍ଯ୍ୟକ୍ଷମ ହୋଇ ଆସୁଅଛି। ଏଠାରେ ଥିବା ବିଭିନ୍ନ ସ୍ତୂପ , ପ୍ରାସାଦ ତଥା ଅନ୍ୟାନ୍ୟ କଳାକୃତି ଗଜପତି ଜିଲ୍ଲାର ଐତିହ୍ୟକୁ ଓଡ଼ିଶା ପ୍ରଦେଶର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ଗଜପତି ରାଜ ପ୍ରସାଦ , ବୃନ୍ଦାବନ ପ୍ୟାଲେସ ପରି ପ୍ରସାଦ ତଥା ସେରଙ୍ଗ, ମହେନ୍ଦ୍ରଗିରି ଓ ଜିରାଙ୍ଗଠାରେ ଥିବା ସ୍ତୂପ ତଥା ଦର୍ଶନୀୟ ସ୍ଥାନ ସମୂହ ଏହାର ଐତିହାସିକ ଗୁରୁତ୍ୱକୁ ଉପସ୍ଥାପନ କରୁଅଛି ।
ଭୂଗୋଳ
ସମ୍ପାଦନାଗଜପତି ଜିଲ୍ଲାର ଆୟତନ ୩,୮୫୦ ବର୍ଗ କିମି
ଅବସ୍ଥିତି
ସମ୍ପାଦନା- ଏହାର ଉତ୍ତରରେ: ଗଞ୍ଜାମ ଜିଲ୍ଲା ଓ କନ୍ଧମାଳ ଜିଲା
- ଦକ୍ଷିଣରେ: ଆନ୍ଧ୍ର ପ୍ରଦେଶ
- ପୂର୍ବରେ: ଗଞ୍ଜାମ ଜିଲ୍ଲା
- ପଶ୍ଚିମରେ: ରାୟଗଡ଼ା ଜିଲ୍ଲା ଅଛି।
ଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା[୨] ଅନୁସାରେ, ଗଜପତି ଜିଲ୍ଲାର ମୋଟ ଲୋକସଂଖ୍ୟା ୫,୭୫,୮୮୦ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୫,୦୫,୩୫୪ ଓ ସହରାଞ୍ଚଳରେ ୭୦,୫୨୬ ଲୋକ ବାସ କରନ୍ତି [୩] |
- ପୁରୁଷ: ୨,୮୨,୦୪୧
- ମହିଳା: ୨,୯୩,୮୩୯
- ଛ ବର୍ଷରୁ କମ: ୮୨,୭୭୭
- ସାକ୍ଷରତା ହାର ୫୪.୨୯%
- ପୁରୁଷ: ୬୫.୫୮%
- ମହିଳା: ୪୩.୫୯%
ସଦର ମହକୁମା
ସମ୍ପାଦନାତହସିଲ
ସମ୍ପାଦନା- ପାରଳାଖେମୁଣ୍ଡି(ଗୋଷାଣୀ)
- ରା.ଉଦୟଗିରି
- ମୋହନା
- ରାୟଗଡ଼
- କାଶିନଗର
- ଗୁମ୍ମା
- ନୂଆଗଡ଼
ଗ୍ରାମ ପଞ୍ଚାୟତ
ସମ୍ପାଦନାମୋଟ ୧୪୯ ଗ୍ରାମ ପଞ୍ଚାୟତ(୨୦୧୭ ମସିହାରୁ) ତନ୍ମଧ୍ୟରୁ
- ମୋହନା ତହସିଲ ଅଧିନରେ: ୩୯ଟି
- ଆର. ଉଦୟଗିରି ତହସିଲ ଅଧିନରେ: ୧୭ଟି
- ନୂଆଗଡ଼ ତହସିଲ ଅଧିନରେ: ୧୯ଟି
- ଗୁମ୍ମା ତହସିଲ ଅଧିନରେ: ୨୦ଟି
- କାଶିନଗର ତହସିଲ ଅଧିନରେ: ୧୨ଟି
- ଗୋଷାଣି (ପାରଳାଖେମୁଣ୍ଡି) ତହସିଲ ଅଧିନରେ: ୨୧ଟି
- ରାୟଗଡ଼ ତହସିଲ ଅଧିନରେ: ୨୧ଟି
ପର୍ଯ୍ୟଟନ ସ୍ଥଳ
ସମ୍ପାଦନାଜଣାଶୁଣା ଲୋକ
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନା- Official website
- Gajapati
- orissadiaryରେ ଗଜପତି ଜିଲ୍ଲା Archived 2012-02-11 at the Wayback Machine.
- 123orissaରେ ଗଜପତି ଜିଲ୍ଲା Archived 2011-07-25 at the Wayback Machine.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;districtcensus
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution