ଚୌଧୁରୀ ହେମକାନ୍ତ ମିଶ୍ର

ବ୍ୟଙ୍ଗ ସାହିତ୍ୟିକ

ଚୌଧୁରୀ ହେମକାନ୍ତ ମିଶ୍ର (୧୩ ଅପ୍ରେଲ ୧୯୩୫[୨] - ୩୧ ଅଗଷ୍ଟ ୨୦୦୫) ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ[୩] ଥିଲେ । ସେ ଅନୁବାଦ ସାହିତ୍ୟ ରଚନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୪] ବ୍ୟଙ୍ଗ ବ୍ୟତିତ ସାହିତ୍ୟର ଅନ୍ୟ ବିଭାଗ, ଯଥା କବିତା, ପ୍ରବନ୍ଧ, ନାଟକ ଓ ଅନୁବାଦରେ ମଧ୍ୟ ସେ ଲେଖନୀ ଚାଳନା କରିଛନ୍ତି ।

ଚୌଧୁରୀ ହେମକାନ୍ତ ମିଶ୍ର
Born(1935-04-13)୧୩ ଅପ୍ରେଲ ୧୯୩୫
ଭେଡା, କଟକ
Died୩୧ ଅଗଷ୍ଟ ୨୦୦୫(2005-08-31) (ବୟସ ୭୦)
Nationalityଭାରତୀୟ
Educationସ୍ନାତକୋତ୍ତର (ମନୋବିଜ୍ଞାନ), ପି.ଏଚ୍.ଡି
Alma materରେଭେନ୍ସା ମହାବିଦ୍ୟାଳୟ,
କଲିକତା ବିଶ୍ୱବିଦ୍ୟାଳୟ[୧]
Known forଶିକ୍ଷାବିତ ଓ ସାହିତ୍ୟିକ
Parentଚୌଧୁରୀ ରାଧାନାଥ ମିଶ୍ର
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ହେମକାନ୍ତ, ୧୯୩୫ମସିହାରେ କଟକ ଜିଲ୍ଲାର ଭେଡା ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୫]

ସେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ମନୋବିଜ୍ଞାନରେ ସ୍ନାତକୋତ୍ତର ପରେ, ହେମକାନ୍ତ ପି.ଏଚ୍.ଡି ମଧ୍ୟ ଲାଭ କରିଥିଲେ । ନିଜ କର୍ମମୟ ଜୀବନ ମଧ୍ୟରେ, ସେ ଆଇ.ଆଇ.ଟି ଖଡ଼ଗପୁର, ଆହ୍ଲାବାଦ ବିଶ୍ୱବିଦ୍ୟାଳୟ, ଭାରତୀୟ ଭାଷା ସଂସ୍ଥାନ ଓ ମାଡ୍ରାସ ଟେକନିକାଲ ଟିଚର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ଶିକ୍ଷାଦାନ କରିଥିଲେ । ସେ ଏନ.ସି.ଇ.ଆର.ଟିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ୨୦୦୫ ମସିହା ଅଗଷ୍ଟ ୩୧ତାରିଖରେ,[୬]ବେଙ୍ଗାଳୁରୁଠାରେ ତାଙ୍କର ପରଲୋକ ଘଟିଥିଲା ।[୭]

ସାହିତ୍ୟ ସର୍ଜନା ସମ୍ପାଦନା

ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ହେମକାନ୍ତଙ୍କ ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା, ରେଭେନ୍ସା କଲେଜରେ ପଢ଼ିବା ସମୟରୁ । ଫତୁରାନନ୍ଦଙ୍କଦ୍ୱାରା ଅନୁପ୍ରାଣିତ ହୋଇ, ସେ ବ୍ୟଙ୍ଗସାହିତ୍ୟକୁ ପ୍ରାଧାନ୍ୟ ଦେଇଥିଲେ । ସେ ଫତୁରାନନ୍ଦଙ୍କ ଜୀବନୀ "ହାସ୍ୟ ସମ୍ରାଟ ଫତୁରାନନ୍ଦ" ମଧ୍ୟ ରଚନା କରିଥିଲେ ।

ରଚନାବଳୀ ସମ୍ପାଦନା

  • ଭଲ୍ଲୁକର ପୂରା ପ୍ୟାଣ୍ଟ ଓ ଅନ୍ୟାନ୍ୟ ମଜା ଗଳ୍ପ
  • ନିଷିଦ୍ଧ ପୁସ୍ତକ
  • ହେମକାନ୍ତଙ୍କ ହସଗୋଲା[୮]
  • ବାରବୁଲା ଦେବଦୁତ[୯]
  • କୁରୁଳିଆ ଗଳ୍ପ
  • ହାସ୍ୟ ସମ୍ରାଟ ଫତୁରାନନ୍ଦ
  • ଅଘଟଣ ସଂକଳନ (ଗଳ୍ପ ଗ୍ରଂଥ)
  • ତେରେଛା ଗଳ୍ପ[୧୦]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୪ (ବାରବୁଲା ଦେବଦୁତ) [୧୧] [୧୨]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬ (ନିଷିଦ୍ଧ ପୁସ୍ତକ)[୧୩]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୭ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୪]
  • ରସରାଜ ଉପାଧୀ (ସରତ ସାହିତ୍ୟ ସମିତି ପ୍ରଦତ୍ତ)[୧୫]
  • ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର ସମ୍ପାଦନା

  1. http://www.telegraphindia.com/1140616/jsp/odisha/story_18516801.jsp#.VeQXaH0wDSg
  2. International Union of Psychological Science. Committee on Publication and Communication; Hubertus Carl Johannes Duijker; National Research Council (U.S.) Committee on an International Directory of Psychologists (1966). International directory of psychologists: exclusive of the U. S. A., prepared by the Committee on Publication and Communication of the International Union of Psychological Science. Editors: Hubert C. J. Duijker [and] Eugene H. Jacobson. Van Gorcum. {{cite book}}: |author3= has generic name (help)
  3. K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 316–. ISBN 978-81-7201-324-0.
  4. Indian Horizons. Indian Council for Cultural Relations. 1999.
  5. "ଚୌଧୁରୀ ହେମକାନ୍ତ ମିଶ୍ର". ସମ୍ବାଦ. Archived from the original on 18 April 2017. Retrieved 13 April 2017.
  6. "ଚୌଧୁରୀ ହେମକାନ୍ତ". ସମ୍ବାଦ ୩୧/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. 31 August 2015. Archived from the original on 4 March 2016. Retrieved 31 August 2015.
  7. http://www.odisha.com/20050901/fullstory/Eminent%20Oriya%20writer%20Hemakanta%20Mishra%20dies.html
  8. National Book Trust (1993). Books recommended for translation. National Book Trust, India.
  9. http://www.odisha.com/arts.html
  10. ପଟ୍ଟନାୟକ, ବିଭୂତି (ସଂପାଦନା) (2000). ସମସାମୟିକ ଓଡ଼ିଆ ଗଳ୍ପମାଳା. ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆ. p. ୨୪୩. ISBN 81-237-2965-0. Archived from the original on 24 March 2019. Retrieved 27 March 2019.
  11. "AKADEMI TRANSLATION PRIZES (1989-2015)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 April 2017.
  12. "Bhasha Samman' awards given". The Hindu. Retrieved 31 August 2015.
  13. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 April 2017.
  14. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)
  15. "ଆଜି ଜନ୍ମଦିନ". ସମ୍ବାଦ ୧୩/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 18 April 2017. Retrieved 13 April 2017.