ବସନ୍ତ କୁମାରୀ ଦେବୀ
ବସନ୍ତ କୁମାରୀ ଦେବୀ(୧୨ ମାର୍ଚ୍ଚ ୧୯୩୧- ୧୪ ମଇ ୧୯୯୮) ଜଣେ ଓଡ଼ିଆ ଲେଖିକା ଓ ଅନୁବାଦିକା ଥିଲେ ।
ବସନ୍ତ କୁମାରୀ ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପାର୍ବତୀପୁରମ, ଆନ୍ଧ୍ରପ୍ରଦେଶ | ୧୨ ମାର୍ଚ୍ଚ ୧୯୩୧
ମୃତ୍ୟୁ | ୧୪ ମଇ ୧୯୯୮ | (ବୟସ ୬୭)
ବୃତ୍ତି | ଗାଳ୍ପିକା, ଅନୁବାଦିକା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଆରତି (ଉପନ୍ୟାସ)[୧] ଶତାବ୍ଦୀର ପ୍ରତିଧ୍ୱନି (ଗଳ୍ପ ସଂକଳନ)[୨] |
ଜୀବନସାଥୀ | ସର୍ବେଶ୍ୱର ଦାସ[୩] |
ସମ୍ପର୍କୀୟ | ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ (ପିଉସା) |
ଆଦ୍ୟ ଜୀବନ
ସମ୍ପାଦନାବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଞ୍ଚଳ ପାର୍ବତୀପୁରମରେ ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଉସା ଥିଲେ ଐତିହାସିକ ତଥା ସାହିତ୍ୟିକ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ । ଏହି ପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି[୪] । ଏହି ମୁଖବନ୍ଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପନ୍ଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।
ସାହିତ୍ୟ କୃତି
ସମ୍ପାଦନାବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ [୫]। ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।
ତାଙ୍କର ପ୍ରଥମ ଉପନ୍ୟାସ ""ଆରତି" ପ୍ରକାଶିତ ହୋଇଥିଲା ଯେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳର ସାମାଜିକ ପରିସ୍ଥିତି ଓ ନାରୀର ଅବସ୍ଥା ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା ।
ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ:-
- ଝଡ଼ (କଳାହାଣ୍ଡି ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
- ସୁରମା
- ନଦୀର ନାମ ରୂପମତୀ[୬]
- ନଷ୍ଟ ନୀଡ଼ର ବିହଙ୍ଗୀ[୭]
ଗଳ୍ପ ସଂକଳନ
ସମ୍ପାଦନା- ବୃନ୍ତଚ୍ୟୁତ ଓ ଅନ୍ୟାନ୍ୟ ଗଳ୍ପ[୮] - ପ୍ରକାଶକ ସର୍ବେଶ୍ୱର ଦାଶ -୨୦୦୨ - ଭୁବନେଶ୍ୱର
- ନାସ୍ତିକ ଓ ଅନ୍ୟାନ୍ୟ ଗଳ୍ପ
- ରାତ୍ରିର ତପସ୍ୟା
- ଶତାବ୍ଦୀର ପ୍ରତିଧ୍ୱନି
- ଉଛ୍ୱାସ
ଶିଶୁ ସାହିତ୍ୟ
ସମ୍ପାଦନା- କାହାଣୀ ପେଡ଼ି[୯]
ଅନୁବାଦ
ସମ୍ପାଦନା- ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ)[୧୦]
- ଗଣଦେବତା
- ପଂଚଗ୍ରାମ
- ବକୁଳ କଥା
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ ଦେବୀ, ବସନ୍ତ କୁମାରୀ (1949). ଆରତି (ପ୍ରଥମ ed.). କଟକ: କଟକ ବୁକ୍ ଏମ୍ପୋରିୟମ. Retrieved 20 January 2019.
- ↑ ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. ୩୯୮, ୩୯୯. ISBN 978-81-237-8196-9.
{{cite book}}
: CS1 maint: location (link) - ↑ "Sarbeswar Das passes away". timesofindia.indiatimes.com. Retrieved 6 April 2021.
- ↑ ଦେବୀ, ବସନ୍ତ କୁମାରୀ (1949). ଆରତି (ଉପନ୍ୟାସ) (ପ୍ରଥମ ed.). କଟକ ଓଡ଼ିଶା: କଟକ ବୁକ୍ ଏମ୍ପୋରିୟମ. p. i. Retrieved 20 January 2019.
- ↑ ଦେବୀ, ବସନ୍ତ ଲତା (1947). କର, ବାଳକୃଷ୍ନ (ed.). "ମାତୃସ୍ନେହ (ଗଳ୍ପ)". ସହକାର ଓଡ଼ିଆ ପତ୍ରିକା (in Odia). କଟକ: ସମବାୟ ସେବକ ସମିତି. 25 (6): ୨୮୦, ୩୨୬. Retrieved 20 January 2019.
{{cite journal}}
: CS1 maint: unrecognized language (link) - ↑ ଦେବୀ, ବସନ୍ତ କୁମାରୀ (2001). ନଦୀର ନାମ ରୂପମତୀ (ପ୍ରଥମ ed.). କଟକ: ଫ୍ରେଣ୍ଡ୍ସ ପବ୍ଲିଶର୍ସ `. ISBN 81-7401-368-7. Retrieved 20 January 2019.
- ↑ "ନଷ୍ଟ ନୀଡ଼ର ବିହଙ୍ଗୀ". Odisha EStore. ବିଦ୍ୟାପୁରୀ କଟକ.
- ↑ "ବସନ୍ତ କୁମାରୀ ଦେବୀ - ପୁସ୍ତକ ସଂଗ୍ରହ". opac.nationallibrary.gov.in. National Library of India- Ministry of Culture Government of India. Retrieved 20 January 2019.
- ↑ ଦେବୀ, ବସନ୍ତ କୁମାରୀ (1963). କାହାଣୀ ପେଡ଼ି (in Odia) (ପ୍ରଥମ ed.). ପୁରୀ: ବସନ୍ତ କୁମାରୀ ଦେବୀ. Retrieved 20 January 2019.
{{cite book}}
: CS1 maint: unrecognized language (link) - ↑ Indian Literature. Sähitya Akademi. 1981.
- ↑ The Indian P.E.N. P.E.N. All-India Centre. 1990.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା". odishasahityaakademi.org. odishasahitya akademi. Retrieved 10 February 2020.