କୁନ୍ତଳା କୁମାରୀ ସାବତ

ଓଡ଼ିଆ କବୟିତ୍ରୀ, ଲେଖିକା ଓ ଡାକ୍ତର,

କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ ।[୧] ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।[୨]

କୁନ୍ତଳା କୁମାରୀ ସାବତ
Portrait of Kuntala Kumari Sabat.jpg
ଜନ୍ମ୮ ଫେବୃଆରୀ ୧୯୦୧(1901-02-08)
ଜଗଦଳପୁର, ଛତିଶଗଡ଼, ଭାରତ
ମୃତ୍ୟୁ୨୩ ଅଗଷ୍ଟ ୧୯୩୮(1938-08-23) (ବୟସ ୩୭)
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ଦସ୍ତଖତ

ଜନ୍ମସମ୍ପାଦନ କରନ୍ତୁ

ସେ ୧୯୦୧ ମସିହା ଫେବୃଆରି ୮ ତାରିଖରେ[୩] ବସ୍ତର ରାଜ୍ୟ (ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲ୍ଲା)ର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।[୪] ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେଶାରେ ଡାକ୍ତର ଥିଲେ । ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା । ତାଙ୍କ ପିତାମହ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ । [୫] କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ । ସେଠାରେ ତାଙ୍କ ପିତା ପୁନର୍ବିବାହ କରିବାରୁ ସେ ନିଜ ମାତାଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ ।

ଶିକ୍ଷାସମ୍ପାଦନ କରନ୍ତୁ

ବର୍ମାରୁ ଫେରିବା ପରେ କୁନ୍ତଳା ନିଜ ମାତାଙ୍କ ସହ କିଛି ଦିନ ନିମନ୍ତେ ଖୋର୍ଦ୍ଧାରେ ରହୁଥିଲେ । ସେ ରେଭେନସା ବାଳିକା ବିଦ୍ୟାଳୟରେ ଶିକ୍ଷା ଲାଭ କଲା ପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଦ୍ୟାଳୟ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି, ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ । ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା । ଏହି ଶିକ୍ଷା ନିମନ୍ତେ ତାଙ୍କର ମାଆଙ୍କର ଅଦମ୍ୟ ଇଚ୍ଛା ଯୋଗୁ ସମ୍ଭବ ହୋଇଥିଲା । ଓଡ଼ିଆ ଭାଷା ଛଡ଼ା ସେ ବଙ୍ଗଳା, ଇଂରାଜୀ ଓ ବର୍ମାର ଭାଷା ଶିଖିଥିଲେ ।

ଜୀବନସମ୍ପାଦନ କରନ୍ତୁ

ଡାକ୍ତରୀ ଶିକ୍ଷା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ୱାବଧାନରେ କଟକରେ ଚିକିତ୍ସା ସେବା ୧୯୨୧ରୁ ୧୯୨୮ ପର୍ଯ୍ୟନ୍ତ କରୁଥିଲେ । ତା ପରେ ସେ ନିଜେ ନିଜର ବ୍ୟବସାୟ କଟକରେ ଆରମ୍ଭ କରିଥିଲେ । ୧୯୨୫ ମସିହାରେ ସେ ରେଡ୍‌କ୍ରସ ସୋସାଇଟିର ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଥିଲେ । ୧୯୨୮ ମସିହାରେ ସେ ଦିଲ୍ଲୀ ଚାଲିଗଲେ । ଡଃ କୈଳାସ ଚନ୍ଦ୍ରଙ୍କୁ ପ୍ରେମ କରି ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ବିବାହ କରି ପାରି ନ ଥିଲେ । ତା ପରେ ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ଛଡା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ[୬] ମାତ୍ର ୩୭ ବର୍ଷ ବୟସରେ ସେ ଅଗଣିତ ପାଠକ ତଥା ପ୍ରଶଂସକମାନଙ୍କୁ ଶୋକ ସାଗରରେ ଭସେଇ ମୃତ୍ୟୁ ବରଣ କରିଥିଲେ ।

ପ୍ରଶଂସାସମ୍ପାଦନ କରନ୍ତୁ

ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖା ଲେଖି କରୁଥିଲେ । ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ସମ୍ପାଦିକା ଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ବକ୍ତୃତା ଦେବା ନିମନ୍ତେ ନିମନ୍ତ୍ରିତ ହୋଇଥିଲେ । ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଦିଲ୍ଲୀରେ ସେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢିଥିଲେ । ୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଥିଲା । ତାଙ୍କୁ ଅନେକ ସମୟରେ ସରୋଜିନୀ ନାଇଡୁଙ୍କ ସହ ତୁଳନା କରା ଯାଉଥିଲା ।[୭]

ରଚନା ବଳୀସମ୍ପାଦନ କରନ୍ତୁ

କବିତାସମ୍ପାଦନ କରନ୍ତୁ

ଆହାଃ କି ସୁନ୍ଦର ଶିଶୁ ଭାବନା ବିହୀନ,

ସୁଧାରସ ସିକ୍ତ ତବ ଏ ନବଜୀବନ,
ପ୍ରାତଃ ସମ ସୁମଧୁର ପ୍ରଶାନ୍ତ ଉଜ୍ଜ୍ୱଳ,
ଏ ନବଜୀବନେ ନାହିଁ ସଂସାର ଜଞ୍ଜାଳ୤

—କୁନ୍ତଳା କୁମାରୀ ସାବତ

'ତୋ' ପରି କ୍ଷୁଦ୍ର ମୁହିଁ 'ତୋ' ପରି କ୍ଷଣିକ,

ହସେ, ରସେ, ବାସେ ମାତ୍ର ଫୁଟିଅଛି ଘଡ଼ିକ ।
ଶେଫାଳି ପ୍ରତି

—କୁନ୍ତଳା କୁମାରୀ ସାବତ

  • ଅଞ୍ଜଳି(୧୯୨୨)
  • ଉଚ୍ଛ୍ୱାସ (୧୯୨୪)
  • ଅର୍ଚନା (୧୯୨୭)
  • ସ୍ଫୁଲିଙ୍ଗ (୧୯୨୯)
  • ଆହ୍ୱାନ (୧୯୩୦)
  • ଆଜି ବାପା ତୋତେ କହିବି କଥାଟି
  • ପ୍ରେମ ଚିନ୍ତାମଣି (୧୯୩୦)
  • ଓଡ଼ିଆଙ୍କ କାନ୍ଦଣା (୧୯୩୬)
  • ଗଡଜାତ କୃଷକ (୧୯୩୭)
  • वरमाला
  • ଶେଫାଳି ପ୍ରତି
  • ତାରା ପ୍ରତି(କବିଙ୍କର ପ୍ରଥମ କବିତା)
  • କୋଟିକୋଟି କଣ୍ଠେ ଆଜି
  • ଅବହେଳିତ ଦେଶ
  • ପୂଜା
  • ଅଭିଶପ୍ତର ଅଭିମାନ
  • ମଣିକାଞ୍ଚନ(ଅସମ୍ପୂର୍ଣ୍ଣ କାବ୍ୟ) (ସାହିତ୍ୟିକା ଜୀବନର ଆଦ୍ୟକାଳରେ ରଚିତ) (ସାବିତ୍ରୀ ଓ ସତ୍ୟବାନ ଉପାଖ୍ଯାନ)

ଉପନ୍ୟାସସମ୍ପାଦନ କରନ୍ତୁ

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ଉତ୍କଳ ଭାରତୀ ଉପାଧୀ(ପୁରୀ ମୁକ୍ତିମଣ୍ଡପ ପଣ୍ଡିତସଭା)
  • ଭାରତୀ ଭୂଷଣ ଉପାଧୀ(ଅଖିଳ ଭାରତୀୟ ଆର୍ଯ୍ୟ ସମାଜ)[୮]

ଆଧାରସମ୍ପାଦନ କରନ୍ତୁ

  1. "ଉତ୍କଳ ଭାରତୀ କୁନ୍ତଳା କୁମାରୀ". ସମ୍ବାଦ. ୦୮/୦୨/୨୦୧୬. Text "ପୃଷ୍ଠା ୨" ignored (help); Text "ଭୁବନେଶ୍ୱର" ignored (help); Check date values in: |accessdate=, |date= (help); |access-date= requires |url= (help)
  2. Patnaik, Jitendra Narayan (2008). "The Novels of Kuntala Kumari Sabat" (PDF). Orissa Review. Retrieved 17 April 2018.
  3. "ଉତ୍କଳ ଭାରତୀ କୁନ୍ତଳା କୁମାରୀ". ସମ୍ବାଦ. ୦୮/୦୨/୨୦୧୬. Text "ପୃଷ୍ଠା ୨" ignored (help); Text "ଭୁବନେଶ୍ୱର" ignored (help); Check date values in: |accessdate=, |date= (help); |access-date= requires |url= (help)
  4. KUNTALA KUMARI SABAT
  5. "Kuntala Kumari Sabat". odisha.360.batoi.com. Retrieved 15 November 2012. Her grandfather was from a Brahmin family of Danda Mukundpur a village of Puri district
  6. "KUNTALA KUMARI SABAT". orissadiary.com. Retrieved 15 November 2012. She died in August 23, 1938
  7. "Kuntala Kumari Sabat". odiya.org. Retrieved 15 November 2012. Kuntala Kumari's literary gifts and role in the public life of her time are comparable to those of Sarojini Naidu
  8. ଧରିତ୍ରୀ ୧୧/୦୭/୨୦୧୭ ପୃଷ୍ଠା ୧୬ http://www.dharitri.com/Bhubaneswar/110717/p16.htm. Retrieved 11 July 2017. Missing or empty |title= (help)

ଅଧିକ ତଥ୍ୟସମ୍ପାଦନ କରନ୍ତୁ