ବିଶ୍ୱଜିତ ଦାସ

ନାଟ୍ୟକାର, ନିର୍ଦ୍ଦେଶକ

ବିଶ୍ୱଜିତ ଦାସ (୧୯୩୬-୨୦୦୪)[୨] ଜଣେ ଖ୍ୟାତନାମା ଓଡ଼ିଆ ନାଟ୍ୟକାର ଥିଲେ । ସେ ପ୍ରିୟତମାନିଝୁମ ରାତିର ସାଥୀ କଥାଚିତ୍ରର ନିର୍ଦ୍ଦେଶନା ଦେବା ସହ ଗୌରୀ, ନାଗଫାସ, ଅହଲ୍ୟା, କାବେରୀତୁଣ୍ଡବାଇଦ ଆଦି କଥାଚିତ୍ରର ସଂଳାପ ରଚନା କରିଥିଲେ । ଏଥି ସହିତ ସେ କେତୋଟି ବିଦେଶୀ ଭାଷାର ନାଟକକୁ ଓଡ଼ିଆରେ ଅନୁବାଦ ମଧ୍ୟ କରିଥିଲେ । ୧୯୬୪ ମସିହାରେ 'ସଂକେତ' ନାମକ ଏକ ନାଟ୍ୟ ଅନୁଷ୍ଠାନ ଗଠନ କରିଥିଲେ ।

ବିଶ୍ୱଜିତ ଦାସ
ଜନ୍ମ ଓ ଜନ୍ମସ୍ଥାନ(1936-08-18)୧୮ ଅଗଷ୍ଟ ୧୯୩୬
ଓଡ଼ିଶା
ମୃତ୍ୟୁ୩୦ ଡିସେମ୍ବର ୨୦୦୪(2004-12-30) (ବୟସ ୬୮)[୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବିଷୟକବି, ଗାଳ୍ପିକବ୍ୟଙ୍ଗ ଲେଖକ
ଜୀବନସାଥୀଗାୟତ୍ରୀ ଦେବୀ
ସନ୍ତାନଶ୍ରେୟସୀ ଦାସ

ଜୀବନୀ ସମ୍ପାଦନ କରନ୍ତୁ

ପ୍ରାରମ୍ଭିକ ଜୀବନୀ ସମ୍ପାଦନ କରନ୍ତୁ

ବିଶ୍ୱଜିତ ଦାସ ୧୯୩୬ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମନେଇଥିଲେ । ତାଙ୍କ ମାତାଙ୍କ ନାମ ଥିଲା କୃଷ୍ଣକାମିନୀ ଦେବୀ ଓ ପିତାଙ୍କ ନାମ ଥିଲା ସୁବୋଧ ଦାସ । ତାଙ୍କ ବାପା ବ୍ଋତ୍ତି ଜଣେ ହୋମିଓପାଥି ଡାକ୍ତର ତଥା ନାଟ୍ୟକାର ଓ ଅଭିନେତା ଥିଲେ । ଉଭୟ ପିତାମାତା ତାଙ୍କୁ ନାଟ୍ୟରଚନା ନିମନ୍ତେ ଉତ୍ସାହିତ କରିଥିଲେ ।

ବୃତ୍ତି ସମ୍ପାଦନ କରନ୍ତୁ

୧୯୫୮ ମସିହାରେ ସେ ଓଡ଼ିଶା ରାଜ୍ୟ ସରକାରଙ୍କ ଘରୋଇ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ରାଜ୍ୟ ସୂଚନା କେନ୍ଦ୍ରରେ ସୂଚନା ଅଧିକାରୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୪ରେ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଥାଇ ସେ ଚାକିରୀରୁ ଅବସର ଗ୍ରହଣ କରିଥିଲେ ।[୩]

ରଚନାବଳୀ ସମ୍ପାଦନ କରନ୍ତୁ

୧୯୫୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବାବେଳେ ସେ ପ୍ରଥମେ ଏକାଙ୍କିକା ଲେଖିବା ଆରମ୍ଭ କରିଥିଲେ । ୧୯୬୪ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପ୍ରତିଯୋଗିତାରେ ବିଶ୍ୱଜିତଙ୍କ ଲିଖିତ 'ନାଲିପାନ ରାଣୀ, କଳାପାନ ଟିକା'କୁ ୫ଟି ଶ୍ରେଷ୍ଠ ପୁରସ୍କାରରୁ ୪ଟି ମିଳିଥିଲା

ନାଟକ ଓ ଏକାଙ୍କିକା ସମ୍ପାଦନ କରନ୍ତୁ

  • ବହ୍ନି (୧୯୫୭)
  • ନିଶିପଦ୍ମ(୧୯୫୭)
  • ପ୍ରତାପ ଗଡ଼ରେ ଦି'ଦିନ(୧୯୬୫)- ଋଷୀୟ ନାଟ୍ୟକାର ଗୋଗୋଲଙ୍କ‘Inspector general’ନାଟକର ଅନୁସରଣରେ
  • ନାଲିପାନ ରାଣୀ କଳାପାନ ଟୀକା(୧୯୬୮)
  • ନିଜପ୍ରତିନିଧିଙ୍କ ଠାରୁ(୧୯୬୮)
  • ଶୁଣ ସୁଜନେ(୧୯୬୯)
  • ମୃଗୟା(୧୯୭୦)- ପରୀକ୍ଷାଧର୍ମୀ ନାଟକ
  • ସମ୍ରାଟ୍ (୧୯୭୨)- କାମ୍ୟୁଙ୍କର ‘କାଲିଗୁଲା’ ନାଟକ ଅନୁସରଣରେ
  • ବୃତ୍ତେ(୧୯୮୧)- ବର୍ଣ୍ଣାଡସଙ୍କ ‘On the rocks’ରୁ
  • ଦୃଶ୍ୟ
  • ଡାଆଣୀ
  • ବଇଁଶୀ
  • ତନ୍ଦ୍ରା
  • ବ୍ୟର୍ଥଲଗ୍ନ
  • ସ୍ୱର୍ଗମର୍ତ୍ତ୍ୟ
  • ଛଦ୍ମବେଶୀ
  • ସୋ
  • ନିର୍ଦ୍ଧାରିତ ଶିଳ୍ପୀଙ୍କ ଅନୁପସ୍ଥିତିରେ
  • ପ୍ରଥମ ଦୃଶ୍ୟ

ଦୁରଦର୍ଶନ ଧାରାବହିକ ସମ୍ପାଦନ କରନ୍ତୁ

  • ସତ୍ୟ
  • ସାଧୁ ସାବଧାନ

ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

  • ସିନେକ୍ରିଟିକ ପୁରସ୍କାର
  • ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର
  • ୧୯୫୭ରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦଶମ ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନାଟୋକତ୍ସବରେ ସର୍ବଶ୍ରେଷ୍ଠ ନାଟକ ରୂପେ 'ବହ୍ନି' ପୁରସ୍କୃତ ହେଇଥିଲା ।

ମୃତ୍ୟୁ ସମ୍ପାଦନ କରନ୍ତୁ

୨୦୦୪ ମସିହା, ଡିସେମ୍ବର ୩୦ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଧାର ସମ୍ପାଦନ କରନ୍ତୁ

  1. "ତିରୋଧାନ ତାରିଖ". No. ସମ୍ବାଦ ୩୦/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ଇଷ୍ଟର୍ଣ୍ଣ ମିଡ଼ିଆ. p. ୨. Archived from the original on 30 December 2020. Retrieved 30 December 2020.
  2. "Biswajeet Das, Oriya Theatre Personality". IndiaNetZone. Jupiter Infomedia Ltd. Retrieved 30 December 2014.
  3. ସମୟ, ୩୦ ଡିସେମ୍ବର ୨୦୧୪, ପୃଷ୍ଠା: ୮