ଭକ୍ତ ଚରଣ ଦାସ
![]() | ଏହି ଲେଖକ ବା କବିଙ୍କ ପ୍ରସଙ୍ଗଟି ତଥ୍ୟ ଅଭାବ ଯୋଗୁଁ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଭକ୍ତ ଚରଣ ଦାସ (୧୭୨୯-୧୮୧୩)[୩] ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ ।[୪] ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ ।[୫] ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୬]
ଭକ୍ତ ଚରଣ ଦାସ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ବୈରାଗୀ ଚରଣ ପଟ୍ଟନାୟକ ୧୭୨୯ ରାଜସୁନାଖଳା, ନୟାଗଡ଼ [୧] |
ମୃତ୍ୟୁ | ୧୮୧୩ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ସମୟ | ରୀତି ଯୁଗ |
ସାହିତ୍ୟ କୃତି | ମଥୁରା ମଙ୍ଗଳ, ମନବୋଧ ଚଉତିଶା [୨] |
ସାହିତ୍ୟକୃତି
ସମ୍ପାଦନାଭକ୍ତଚରଣ ଦାସ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ବିଶିଷ୍ଟ କାବ୍ୟକାର । ବାଲ୍ୟକାଳରୁ ଈଶ୍ୱରାନୁରକ୍ତ ଏହି କବି ଗାର୍ହ୍ୟସ୍ଥ ଜୀବନ ପରେ ସନ୍ନ୍ୟାସ ଗ୍ରହଣ କରି ପରିଚିତ ହେଲେ ଭକ୍ତ ଚରଣ ଦାସ ନାମରେ । ସେ ଥିଲେ ମାଧ୍ଵାଚାର୍ଯ୍ୟ ସମ୍ପ୍ରଦାୟପନ୍ଥୀ ବୈଷ୍ଣବ ଓ ତାଙ୍କର ଆରାଧ୍ୟ ଦେବତା ଥିଲେ ବୃନ୍ଦାବନ ଚନ୍ଦ୍ର । ଶ୍ରୀକୃଷ୍ଣଙ୍କ ପାଦତଳେ ନିଜକୁ ସମର୍ପିତ କରି ଗୋଟିଏ ପରେ ଗୋଟିଏ ଛାନ୍ଦ, ଚଉତିଶା ଏବଂ କାବ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କ ଲେଖନୀରୁ ନିଃସୃତ ହୋଇଥିବା ଅନେକ ଲୋକପ୍ରିୟ କାବ୍ୟକୃତି ମଧ୍ୟରେ ‘ମଥୁରା ମଙ୍ଗଳ’, ‘ଗୋପ ମଙ୍ଗଳ’, ‘ମନଶିକ୍ଷା’, ‘ବୈଦ୍ୟଶାସ୍ତ୍ର’, ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’ ଇତ୍ୟାଦି ଅନ୍ୟତମ।[୭]
ମଥୁରା ମଙ୍ଗଳ କବିଙ୍କର ସର୍ବଶ୍ରେଷ୍ଠ ରଚନା । ମଥୁରା ବା ପକ୍ଷାନ୍ତରରେ ପୃଥିବୀର ମଙ୍ଗଳ କାମନା କବିଙ୍କର ଲକ୍ଷ୍ୟ ଥିବାରୁ, ଏହାର ନାମକରଣ ଏପରି ହୋଇଥିବା ମନେହୁଏ । ଦୀର୍ଘ ୩୦ଟି ଛାନ୍ଦ ସନ୍ନିବିଷ୍ଟ ଏହି କାବ୍ୟ ଭାବବିଦଗଧତା ଓ ଭକ୍ତିପ୍ରାଣତା ବହନ କରୁଥିବା ସ୍ପଷ୍ଟ ପ୍ରତୀୟମାନ ହୁଏ ।[୮]
‘ଗୋପ ମଙ୍ଗଳ’ କାବ୍ୟ ଗୋପଲୀଳା, ଗୋପକେଳି ଓ ବୃନ୍ଦାବନ ଲୀଳା ବର୍ଣ୍ଣନାରେ ପୁଷ୍ଟ । ଶ୍ରୀକୃଷ୍ଣଙ୍କର ଗୋପପୁରରେ ହିତକର କାର୍ଯ୍ୟର ସମସ୍ତ ଟିପ୍ପଣୀ ଏହି କାବ୍ୟର ଶ୍ରୀବୃଦ୍ଧି ସାଧନ କରେ । ‘କଳାକଳେବର ଚଉତିଶା’ ଏକଦା ଉତ୍କଳଖଣ୍ଡରେ ଅଧିକ ଲୋକପ୍ରିୟ ଥିବା ଅନୁମାନ କରାଯାଏ ।
ମନଃଶିକ୍ଷା ଗ୍ରନ୍ଥରେ ଶ୍ରୀକୃଷ୍ଣ – ଚୈତନ୍ୟଙ୍କୁ ବୈଦ୍ୟରୂପେ ଚିତ୍ରଣ କରାଯାଇ ଉପମା ଛଳରେ ବହୁ ରୋଗ, ଚିକିତ୍ସା ପ୍ରଣାଳୀ, ଔଷଧ ବ୍ୟବସ୍ଥା ଇତ୍ୟାଦିର ବର୍ଣ୍ଣନା ଓଡ଼ିଆ କାବ୍ୟ ଜଗତରେ କ୍ଵଚିତ ଦେଖିବାକୁ ମିଳେ ।
ଭକ୍ତ ଚରଣ ଦାସଙ୍କ କବିତ୍ଵ, ପଦ ସଂଯୋଜନା, କଳ୍ପନା ବିଳାସ ସହ ସ୍ଵାଭାବିକ ବର୍ଣ୍ଣନା ଚାତୁରୀ ବାସ୍ତବରେ ଅତୁଳନୀୟ । ସଂଗୀତ ଧର୍ମୀ ମଧ୍ୟ ଚଉତିଶା ଓ କାବ୍ୟ ସମୂହ। ଭକ୍ତିରସ ବା ସମର୍ପଣ ଭାବର ଏକ ମହାନ କାବ୍ୟକାର ସହିତ ଜଣେ ସାଧକ ଭାବେ ପରିଚିତ ଏହି ଜନପ୍ରିୟ କବିଙ୍କର ଦାର୍ଶନିକ ଦୃଷ୍ଟିଭଙ୍ଗୀ ଦିଗଟି ଅତି ଉଜ୍ଜ୍ୱଳ ।[୬]
ଆଧାର
ସମ୍ପାଦନା- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୬୦୦୯
- ↑ "Odia Poets & their creations | Destination Odisha". destinationodisha.com. Archived from the original on 23 November 2015. Retrieved 4 December 2012.
Mathura Mangala, Manabodha Chautisa.
- ↑ N Singh; B Barauh (1 March 2004). Encyclopaedic Dictionary of Pali Literature. Global Vision Publishing Ho. pp. 332–. ISBN 978-81-87746-67-6. Retrieved 4 December 2012.
- ↑ Sujit Mukherjee (1 January 1999). Dictionary of Indian Literature One: Beginnings - 1850. Orient Blackswan. pp. 42–. ISBN 978-81-250-1453-9. Retrieved 4 December 2012.
- ↑ Nagendra Kr Singh; A. P. Mishra (2005). Encyclopaedia of Oriental Philosophy and Religion: A Continuing Series--. Global Vision Publishing House. pp. 184–. ISBN 978-81-8220-072-2. Retrieved 29 October 2012.
- ↑ ୬.୦ ୬.୧ Bharat, E. T. V. (2020-11-27). "ବୈଷ୍ଣବ କବି ଭକ୍ତ ଚରଣ ଦାସଙ୍କ ଜୟନ୍ତୀ ପାଳିତ". ETV Bharat News. Retrieved 2025-04-06.
- ↑ admin (2020-07-29). "ଓଡ଼ିଆ କାବ୍ୟରେ ମୋହ ମୁଦଗର ରଚୟିତା ଭକ୍ତଚରଣ ଦାସ (Bhakta Charan Das)". ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA (in ଆମେରିକୀୟ ଇଂରାଜୀ). Retrieved 2025-04-06.
- ↑ ଭକ୍ତ ଚରଣ ଦାସ; Bhakta Charana Das (1966). ମଥୁରା ମଙ୍ଗଳ.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |