ପରଜା ଜନଜାତି
ପରଜା, ପର୍ଜା ଓ ବସ୍ତରିଆ ନାମରେ ମଧ୍ୟ ଜଣା, ମୁଖ୍ୟତଃ ଓଡ଼ିଶାରେ ବସବାସ କରୁଥିବା ଏକ ଭାରତୀୟ ଆଦିବାସୀ ଜନଜାତି । ପରଜା ଜନଜାତି ଓଡ଼ିଶାର ଏକ ପ୍ରମୁଖ ଅନୁସୂଚିତ ଜନଜାତି ବା ଆଦିବାସୀ ସମୁଦାୟ । ପରଜା ଲୋକେ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ, ଅବିଭକ୍ତ ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରରେ ମଧ୍ୟ ବସବାସ କରିଆସିଛନ୍ତି । ପରଜାମାନେ ଓଡ଼ିଶାରେ ଅନୁସୂଚିତ ଜନଜାତି ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ନିକଟ ଅତୀତରେ ଓଡ଼ିଶାରୁ ପଶ୍ଚିମ ବଙ୍ଗ ଏବଂ ଆସାମକୁ ପ୍ରବାସରେ ଯାଇଥିଲେ ସେଠାରେ ଅନୁସୂଚିତ ଜନଜାତିମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ନୁହଁନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପରଜା ଜନଜାତିର ଲୋକଙ୍କ ସଂଖ୍ୟା ସର୍ବାଧିକ ଓ ପରଜାମାନେ ଓଡ଼ିଶାକୁ ସେମାନଙ୍କ ମୂଳ ଭୂମି ଭାବରେ ବିବେଚନା କରନ୍ତି । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ପରଜା ଜନଜାତିର ଜନସଂଖ୍ୟା ୩୭୪,୬୨୮ ଥିଲା ଓ ୨୦୦୧ ଜନଗଣନା ଅନୁସାରେ ସେମାନେ ରାଜ୍ୟର ଦଶମ ବୃହତ୍ତମ ଅନୁସୂଚିତ ଜନଜାତି । ୧୯୯୧ ଜନଗଣନା ତୁଳନାରେ ଜନସଂଖ୍ୟାର ଅଭିବୃଦ୍ଧି ହାର ୧୦.୨୦% । ସେମାନଙ୍କର ସାକ୍ଷରତା ହାର ୧୭.୯୬% । ଏଥିମଧ୍ୟରୁ ପୁରୁଷ ସାକ୍ଷରତା ୩୦.୯୫% ଏବଂ ମହିଳା ସାକ୍ଷରତା ୭.୩୫% । ପରଜାମାନେ ଦକ୍ଷିଣ ଓଡ଼ିଶାର ପାହାଡ଼ୀ ଓ ଉପତ୍ୟକା ଗାଁଗୁଡ଼ିକରେ ବସବାସ କରନ୍ତି ଏବଂ ସମୁଦାୟର ସର୍ବାଧିକ ଲୋକେ କୋରାପୁଟ ଜିଲ୍ଲାରେ ବାସକରନ୍ତି । କୋରାପୁଟ ପରେ ଯଥାକ୍ରମେ ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବସବାସକରନ୍ତି । ପରଜାମାନେ ପାରମ୍ପାରିକ ଭାବେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପାହାଡ଼ିଆ ଅଞ୍ଚଳରେ ଚାଷକାର୍ଯ୍ୟ କରୁଥିଲେ । କୋରାପୁଟ ଜିଲ୍ଲା ଗେଜେଟିୟର ଅନୁସାରେ ଦ୍ୱିତୀୟ ଶତାବ୍ଦୀରୁ ପରଜାମାନେ ଭାରତରେ ବସବାସ କରୁଆସୁଛନ୍ତି ।[୧]
ନାମକରଣ
ସମ୍ପାଦନାପରଜା ଜନଜାତିର ନାମ "ପ୍ରଜା" ଶବ୍ଦ ସହ ସମ୍ବନ୍ଧିତ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଉପଜାତି ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନର ପରଜା ପୁସ୍ତକରେ ଉଲ୍ଲେଖ ହୋଇଛି । ପରଜା ଜନଜାତିର ଏକ କିମ୍ବଦନ୍ତୀ ଅନୁସାରେ କୁହାଯାଇଛି ଯେ ପୂର୍ବରୁ ରାଜା ଏବଂ ପ୍ରଜାମାନେ ଭାଇ ପରି ରହୁଥିଲେ । ପରବର୍ତ୍ତୀ ସମୟରେ ଘୋଡ଼ା ଚଢ଼ିବା ଭଳି ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଜୀବନ ଯାପନ କରିବାକୁ ଲାଗିଲେ ଏବଂ ପରବର୍ତ୍ତୀ ସମୟରେ ବୋଝ ବହନ କରିବାର କଷ୍ଟକୁ ସ୍ୱୀକାର କଲେ । "ପରଜା" ଶବ୍ଦର ଓଡ଼ିଆରେ ଆଉ ଏକ ଅର୍ଥ "ରୟତ" ବା ଭାଗଚାଷୀ । ୧୮୭୧ର ମାଡ୍ରାସ ଜନଗଣନା ରିପୋର୍ଟରେ କାର୍ମାଇକେଲ କହିଥିଲେ ଯେ ପର୍ଜା ଏକ ରୟତ (କୃଷକ) ଶ୍ରେଣୀ ।[୨]
ଜନତତ୍ତ୍ୱ
ସମ୍ପାଦନାପରଜା ସମୁଦାୟର ଅନ୍ୟନାମଗୁଡ଼ିକ ବା ଉପସମୁଦାୟର ନାମଗୁଡ଼ିକ ହେଲା ପର୍ଜା, ବଡ଼ ପରଜା, ବାରଙ୍ଗ ଝୋଡ଼ିଆ ପରଜା, ସେଲିଆ (ଛେଳିଆ) ପରଜା, ଝୋଡ଼ିଆ ପରଜା, କୋଣ୍ଡା ପରଜା, ପୋଙ୍ଗା ପରଜା, ସୋଡ଼ିଆ ପରଜା, ସାନ ପରଜା ଓ ସୋଲିଆ ପରଜା ।
ବୃତ୍ତି
ସମ୍ପାଦନାପାରମ୍ପାରିକ ବୃତ୍ତି ଭିତ୍ତିରେ ଏହି ଜନଜାତିର ମୁଖ୍ୟ ଉପଜାତି ହେଲେ ବଡ଼, ପେଙ୍ଗା, ବାଏଙ୍ଗ ଝୋଡ଼ିଆ ଏବଂ ସେଲିଆ ପରଜା । ସେଲିଆମାନେ ଅତୀତରେ ଛେଳି ପାଳନ କରୁଥିଲେ । ଏହି ଜନଜାତି ମୁଖ୍ୟତଃ ରବି ଏବଂ ଖରିଫ ଚାଷ କରନ୍ତି ଏବଂ ସ୍ଥାନାନ୍ତରିତ ଚାଷକୁ ପ୍ରାୟ ଛାଡ଼ିଦେଇଛନ୍ତି । ଖରାଦିନେ ଶିକାର, ମାଛ ଧରିବା ଓ ମହୁଲ ଓ ଜଙ୍ଗଲ ଘାସ ଭଳି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରାଯିବା ସହ ଗାଈ, ଛେଳି, ଘୁଷୁରି ଓ କୁକୁଡ଼ା ପାଳନ କରନ୍ତି । ଏହି ଅଞ୍ଚଳର ଅଧିକାଂଶ ସମ୍ପ୍ରଦାୟ ପରି ପଶୁମାନଙ୍କୁ କ୍ଷୀର କ୍ଷୀର ପାଇଁ ବ୍ୟବହାର ନକରି କେବଳ ବିଭିନ୍ନ କାମ ପାଇଁ ବ୍ୟବହାର କରାଯାଏ ।[୨]
ଭାଷା
ସମ୍ପାଦନାପରଜା ଜନଜାତିର ମାତୃଭାଷା ପାର୍ଜୀ ଦ୍ରାବିଡ଼ ଭାଷା ପରିବାରର ଏକ ଭାଷା । କଥିତ ରୂପରେ ଏହା ଓଡ଼ିଆ କିମ୍ବା ତେଲୁଗୁ ଭଳି ସ୍ଥାନୀୟ ଭାଷାଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ । ବର୍ତ୍ତମାନର ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହୁଥିବା ଅଧିକାଂଶ ଲୋକ ଦେଶୀଆ ଭାଷାରେ କଥାହୁଅନ୍ତି ।[୨]
ଆଧାର
ସମ୍ପାଦନା- ↑ ଜିଲ୍ଲା ଗେଜେଟିୟର: କୋରାପୁଟ (in ଇଂରାଜୀ). ଓଡ଼ିଶା ସରକାର. 1966. pp. ୧୦୩.
- ↑ ୨.୦ ୨.୧ ୨.୨ "Odisha State Tribal Museum | Paroja" (in ଇଂରାଜୀ). Retrieved 2024-02-18.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |