ରତ୍ନାକର ଚଇନି
ରତ୍ନାକର ଚଇନି( ୨୫ ଅଗଷ୍ଟ ୧୯୪୫ - ୧୮ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ ଓ ସମାଲୋଚକ ଥିଲେ । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । [୧] ତାଙ୍କର ଏଯାବତ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।[୨]
ରତ୍ନାକର ଚଇନି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅରେଇ , ସାଲେପୁର , କଟକ | ୨୫ ଅଗଷ୍ଟ ୧୯୪୫
ମୃତ୍ୟୁ | ୧୮ ଅପ୍ରେଲ ୨୦୨୦ କଟକ | (ବୟସ ୭୪)
ବୃତ୍ତି | ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ନେମାଳ ହାଇସ୍କୁଲ, ଖ୍ରୀଷ୍ଟ ମହାବିଦ୍ୟାଳୟ ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | କଳଙ୍କିତ ସୂର୍ଯ୍ୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଦସ୍ତଖତ |
ଜୀବନୀ
ସମ୍ପାଦନାରତ୍ନାକର, ୧୯୪୫ ମସିହାରେ ସାଲେପୁର ଅନ୍ତର୍ଗତ ଅରେଇଠାରେ ଜନ୍ମଗ୍ରହଣ କରିଥିଲେ । ସେ ନେମାଳ ହାଇସ୍କୁଲରୁ ମେଟ୍ରିକ ପାସ କଲା ପରେ , ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସ୍ନାତକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି, ୧୯୭୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟରେ ପଢ଼ିବା ସମୟରେ ମନୋଜ ଦାସ ତାଙ୍କର ଅଧ୍ୟାପକ ଥିଲେ । ୧୯୭୯ ମସିହାରୁ ସେ ଅଧ୍ୟାପନା ଆରମ୍ଭ କରି ଶୈଳବାଳା ମହିଳା ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ହୋଇ ଅବସର ଗ୍ରହଣ କରିଥିଲେ । ତାଙ୍କ ଅଧିନରେ ଅନେକ ଛାତ୍ର ପିଏଚଡି କରିଥିଲେ ।[୩]
ରଚନାବଳୀ
ସମ୍ପାଦନାନାଟକସମ୍ପାଦନା
ଆଲୋଚନା ଓ ସମାଲୋଚନାସମ୍ପାଦନା
|
ଆତ୍ମଜୀବନୀସମ୍ପାଦନା
ଅନୁବାଦସମ୍ପାଦନା
ଇଂରାଜିସମ୍ପାଦନା
କଥାଚିତ୍ରସମ୍ପାଦନା
|
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୭ (କଳଙ୍କିତ ସୂର୍ଯ୍ୟ) [୬]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୨ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୭]
- ସାହିତ୍ୟ ଭାରତୀ ସମ୍ମାନ (ସାମଗ୍ରୀକ କୃତି, ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ) - ୨୦୧୬ [୮]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଗଣକବି ବୈଷ୍ଣବ ପାଣି ସମ୍ମାନ (୧୯୯୯)
- ନାଟ୍ୟ ଭୂଷଣ ସମ୍ମାନ- ଇଣ୍ଟରନ୍ୟାସ୍ନାଲ ଥିଏଟର ଫେଷ୍ଟିଭାଲ (୨୦୦୩)
- ତୁଳସୀ ସାହିତ୍ୟ ସଂସଦ- ନାଟ୍ୟଶ୍ରୀ ସମ୍ମାନ (୧୯୯୭)
- ନାଟ୍ୟକାର ସମ୍ମାନ (୧୯୯୩ )
- ପ୍ରଜାତନ୍ତ୍ର- ବିଷୁବ ପୁରସ୍କାର (୧୯୮୫) (କ୍ଷୁଦ୍ର ଗଳ୍ପ)
- ଉନ୍ମେଷ ସମ୍ମାନ, କଟକ (୧୯୮୩) (ସମାଲୋଚନା ସାହିତ୍ୟ)
- ୟୁରେକା ସମ୍ମାନ, କଟକ (୧୯୮୧) (ସାମଗ୍ରୀକ କୃତି)
- ଧରିତ୍ରୀ- ସାହିତ୍ୟ ସମ୍ମାନ (୧୯୮୦) (ସାମଗ୍ରୀକ କୃତି)
- ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଅହମ୍ମଦାବାଦ ସର୍ବଭାରତୀୟ ନାଟ୍ୟ ପ୍ରତିଯୋଗିତା (୧୯୭୨)
ମୃତ୍ୟୁ
ସମ୍ପାଦନା୨୦୨୦ ମସିହା ଅପ୍ରେଲ ୧୮ ତାରିଖରେ କଟକରେ ତାଙ୍କର ପରଲୋକ ଘଟିଥିଲା ।[୯] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ http://m.khabarodisha.com/Khabar-Odisha-Special-and-Odisha-News-Detail/ratnakar-chaini-will-get-sahitya-bharati-samman-for-the-year-2017-9199#sthash.gv5EUChU.dpuf[permanent dead link]
- ↑ http://sahitya-akademi.gov.in/sahitya-akademi/SASearchSystem/sauser/writerinfo.jsp?wrids=185
- ↑ "ଚିରନିଦ୍ରାରେ ସାରସ୍ୱତ ସାଧକ ଡ. ରତ୍ନାକର ଚଇନି". odishareporter.in. odisha reporter. Archived from the original on 19 April 2020. Retrieved 18 April 2020.
- ↑ odiasahitya.com: ନାଟ୍ୟକାର ଡକ୍ଟର ରତ୍ନାକର ଚଇନିଙ୍କ ସହ ସାକ୍ଷାତକାର
- ↑ openlibrary.org: Ratnakar Chaini
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 February 2021.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "Odia writer Ratnakar Chaini awarded with 'Sahitya Bharati Samman'". Pragativadi. Retrieved 10 January 2019.
- ↑ "ବିଶିଷ୍ଟ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ". sambad.in. ସମ୍ବାଦ. Archived from the original on 19 April 2020. Retrieved 18 April 2020.