ବାସନ୍ତି, ଓଡ଼ିଆ ସାହିତ୍ୟର ସବୁଜ ଯୁଗରେ ଲେଖାଯାଇଥିବା ଏକ ଉପନ୍ୟାସ ।[୧] ଏହି ଉପନ୍ୟାସଟି ଓଡ଼ିଆ ସାହିତ୍ୟର ପ୍ରଥମ ଓ ଏକମାତ୍ର ସମବାୟ ଉପନ୍ୟାସ । ଏହି ଉପନ୍ୟାସଟି ୯ଜଣ ଲେଖକଙ୍କଦ୍ୱାରା ଲେଖା ଯାଇଥିଲା । ଉପନ୍ୟାସଟି ପ୍ରଥମେ ୧୯୨୫ରୁ ୧୯୨୭ ମସିହା ମଧ୍ୟରେ ଉତ୍କଳ ସାହିତ୍ୟ ପତ୍ରିକାରେ ଧାରବାହିକ ଭାବରେ ପ୍ରକାଶ ପାଇଥିଲା । ୧୯୩୧ ମସିହାରେ ଏହାର ଏକ ବହି ରୂପରେ ପ୍ରକାଶ ପାଇଥିଲା ।[୨] ୧୯୬୮ ମସିହାରେ ଏହାର ଏକ ସଂଶୋଧିତ ସଂସ୍କରଣ ପ୍ରକାଶ ପାଇଥିଲା । ୨୦୧୯ ମସିହାରେ ଏହି ଉପନ୍ୟାସଟି ଇଂରାଜୀକୁ ଅନୁବାଦୀତ ହୋଇ ବାସନ୍ତି : ରାଇଟିଂ ଦି ନିୟୁ ୱିମେନ୍‌ (Basanti: Writing the New Woman) ନାମରେ ପ୍ରକାଶିତ ହୋଇଥିଲା । ଅନୁବାଦକ ଥିଲେ ହିମାଂଶୁ ମହାପାତ୍ର ଓ ପଲ୍‌ ସେଣ୍ଟ-ପିୟର ।[୩]

ବାସନ୍ତି  
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶ ତାରିଖ୧୯୩୧

ବିଷୟବସ୍ତୁସମ୍ପାଦନ କରନ୍ତୁ

ଉପନ୍ୟାସଟିର ମୁଖ୍ୟ ଚରିତ୍ର ବାସନ୍ତି କଟକରେ ରହୁଥିବା ଜଣେ ଶିକ୍ଷିତା ଓ ସ୍ୱାଧୀନଚେତା ଯୁବତୀ । ତାଙ୍କ ପିତାମାତାଙ୍କର ବିୟୋଗପରେ, ବନ୍ଧୁ ଦେବବ୍ରତ ତାଙ୍କ ଜୀବନରେ ଆସନ୍ତି । ସମୟକ୍ରମେ ବାସନ୍ତି ଦେବବ୍ରତଙ୍କୁ ବିବାହ କରି, ରକ୍ଷଣଶୀଳ ଜମିଦାର ଘରର ବୋହୁ ହୁଅନ୍ତି । ବିବାହପରେ ବାସନ୍ତିଙ୍କ ସ୍ୱଚ୍ଚନ୍ଦତାକୁ ଦେବବ୍ରତ ଗ୍ରହଣ କରିପାରନ୍ତି ନାହିଁ । ବାସନ୍ତିଙ୍କର ଅବୈଧ ସମ୍ପର୍କ ଥିବା ଭାବି, ଦେବବ୍ରତ ଗର୍ଭବତୀ ବାସନ୍ତିଙ୍କୁ ଘରୁ ବାହାର କରିଦିଅନ୍ତି । ଘଟଣାକ୍ରମରେ ଦେବବ୍ରତ ନିଜ ଭୁଲ ବୁଝିପାରନ୍ତି ଓ ବାସନ୍ତିଙ୍କୁ ପୁଣି ଆପଣେଇ ନିଅନ୍ତି ।[୪]

ଲେଖକଗଣସମ୍ପାଦନ କରନ୍ତୁ

ଲେଖକ ଲେଖିଥିବା ଅଧ୍ୟାୟ
ଅନ୍ନଦା ଶଙ୍କର ରାୟ ୭,୧୫,୧୬
ବୈଷ୍ଣବ ଚରଣ ଦାସ ୨୪,୨୫
ହରିହର ମହାପାତ୍ର ୫,୬
କାଳିନ୍ଦୀ ଚରଣ ପାଣିଗ୍ରାହୀ ୧,୨,୨୮,୨୯,୩୦
ମୂରଲୀଧର ମହାନ୍ତି ୧୨,୧୪
ପ୍ରତିଭା ଦେବୀ ୧୩
ସରଳା ଦେବୀ ୮,୯,୧୭-୨୨,୨୭
ଶରତ ଚନ୍ଦ୍ର ମୁଖର୍ଜୀ ୩,୪,୨୩,୨୬
ସୁପ୍ରଭା ଦେବୀ ୧୦,୧୧

[୫]

ଆଧାରସମ୍ପାଦନ କରନ୍ତୁ

  1. "Rise of the Odia Novel : 1897-1930" (PDF). Orissa Review (2014 March): 22. Retrieved 13 June 2019.
  2. Himansu S. Mohapatra; Paul St-Pierre (2 February 2019). Basanti: Writing the New Woman. Oxford University Press. ISBN 978-0-19-948986-2.
  3. ""ବାସନ୍ତି : ରାଇଟିଙ୍ଗ ଦି ନିୟୁ ୱିମେନ୍‌" ଲୋକାର୍ପିତ ହେଲା". www.timesofodisha.com. timesofodisha.com. Retrieved 13 June 2019.
  4. "'Basanti': A classic but experimental Odia novel from the 1920s is reinvented in English translation". /scroll.in. scroll.in. Retrieved 13 June 2019.
  5. Annada Shankar Ray; Baishnab Charan Das; Harihar Mahapatra (20 December 2018). Basanti: Writing the New Woman. OUP India. pp. 5–. ISBN 978-0-19-909587-2.

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ