ପ୍ରାଣବନ୍ଧୁ କର
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ ।[୧] ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ ।[୨] ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।[୩]
ପ୍ରାଣବନ୍ଧୁ କର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଡମପଡା, ବାଙ୍କୀ, କଟକ ଜିଲ୍ଲା | ୧ ଡିସେମ୍ବର ୧୯୧୪
ମୃତ୍ୟୁ | ୩୦ ମାର୍ଚ୍ଚ ୧୯୯୮ | (ବୟସ ୮୩)
ବିଷୟ | ନାଟକ, ଗପ, ଏକାଙ୍କିକା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ସନ୍ତାନ | ଶ୍ରୀମୟ କର |
ସମ୍ପର୍କୀୟ | ଚିନ୍ତାମଣି କର (ପିତା) |
ୱେବସାଇଟ | |
pranabandhukar.com |
ଜୀବନୀ
ସମ୍ପାଦନାପ୍ରାଣବନ୍ଧୁ ୧୯୧୪ମସିହା[୪] ଡିସେମ୍ବର ମାସ ପହିଲାରେ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ଡ଼ମପଡାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଚିନ୍ତାମଣି କର ଜଣେ ଶିକ୍ଷକ ଥିଲେ । ଛାତ୍ରାବସ୍ଥାରୁ ଲେଖା ଲେଖି ସହ ଜଡ଼ିତ ଥିଲେ । ଅଧିକ ଲେଖାଲେଖି କରିବା ପାଇଁ, ତାଙ୍କ ଶିକ୍ଷକମାନେ ତାଙ୍କୁ ଉତ୍ସାହିତ କରିଥିଲେ । ସ୍ନାତକ ଉତ୍ତୀର୍ଣ୍ଣ ହେବାପରେ, ସେ ସଚିବାଳୟରେ ଜଣେ କିରାଣୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେଥିରେ ମନ ନଲାଗିବାରୁ, ସେ ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ଘରୋଇ ଭାବରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରି, ସେ ଅଧ୍ୟାପକ ପାଲଟିଥିଲେ । ଶିକ୍ଷା ବିଭାଗର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ, ରେଭେନ୍ସା ମହାବିଦ୍ୟାଳୟରେ, ତାଙ୍କ ଚାକିରି ଜୀବନ ଶେଷ ହୋଇଥିଲା । ସେ ଓଡ଼ିଆ ଭାଷା ସାହିତ୍ୟର ଓ ଶିକ୍ଷକ-ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟାପକ ଭାବରେ କାମ ଆରମ୍ଭ କରିଥଲେ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସହିତ ମଧ୍ୟ ଜଡ଼ିତ ଥିଲେ । ୧୯୯୮ ମସିହା ମାର୍ଚ୍ଚ ୩୦ ତାରିଖରେ ପ୍ରାଣବନ୍ଧୁ ଇହଲିଳା ସମ୍ବରଣ କରିଥିଲେ ।[୫]
ରଚନାବଳୀ
ସମ୍ପାଦନାପ୍ରାଣବନ୍ଧୁ, ଶତାଧିକ କ୍ଷୁଦ୍ରଗଳ୍ପ, ଏକାଙ୍କିକା ଓ ନାଟକ ରଚନା କରିଯାଇଛନ୍ତି ।
ନାଟକ
ସମ୍ପାଦନା- ଅଶାନ୍ତ (୧୯୬୮)
- ଶ୍ୱେତପଦ୍ମା[୬]
- ସ୍ନାୟୁ ସଂହାର
- ଏକ ମାଟି, ଅନେକ ଆକାଶ[୭]
ଏତଦଭିନ୍ନ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକର ଉପନ୍ୟାସକୁ ସେ ନାଟକର ରୂପ ଦେଇଥିଲେ ।
ଏକାଙ୍କିକା
ସମ୍ପାଦନା- ଦୂରପାହାଡ଼
- ପେଟୁ
- ସ୍ମୃତି ବିଭ୍ରାଟ
ଗଳ୍ପ
ସମ୍ପାଦନା- ସୁଅ ମୁହଁର ପତର
- ନିଶୀଥର ପ୍ରେତାତ୍ମା
- ଷଣ୍ଢ ଲଢ଼େଇ
- ମଶା
- ରାଣୀ
- ପଦ୍ମା
- ସେମାନେ ବି ତ ମଣିଷ
- ଏ ପୃଥିବୀ ନୁହେଁ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, (ଅଶାନ୍ତ, ୧୯୬୮)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସ୍ନାୟୁ ସଂହାର, ୧୯୮୦)[୮]
- ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[୯]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୭ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
ସମ୍ପାଦନା- ↑ http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL071
- ↑ Nagendra (1988). Indian Literature. Prabhat Prakashan. pp. 501–.
- ↑ "ସୁଅ ମୁହଁରେ ପତର'ର ସ୍ରଷ୍ଟା". ସମ୍ବାଦ ୦୧/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨.[permanent dead link]
- ↑ Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4062–. ISBN 978-81-260-1221-3.
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୩୦/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୪. Retrieved 30 March 2018.[permanent dead link]
- ↑ Amaresh Datta (1988). Encyclopaedia of Indian Literature. Sahitya Akademi. pp. 1093–. ISBN 978-81-260-1194-0.
- ↑ http://timesofindia.indiatimes.com/city/bhubaneswar/Book-on-Pranabandhu-Kar-soon/articleshow/42443073.cms
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Archived from the original on 27 March 2019. Retrieved 6 September 2016.
- ↑ "ସୁଅ ମୁହଁରେ ପତର'ର ସ୍ରଷ୍ଟା". ସମ୍ବାଦ ୦୧/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨.[permanent dead link]