ପ୍ରତିଭା ରାୟ

ଓଡ଼ିଆ ସାହିତ୍ୟିକା

ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା ।[୨] ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା ।[୩] ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା ।[୪] ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।[୫] ପରବର୍ତ୍ତୀ ସମୟରେ ଏହ ପୁସ୍ତକଟି ସାତଟି ଭାଷାରେ ଅନୂଦିତ ହୋଇଥିଲା ।[୬]

ପଦ୍ମଶ୍ରୀ ପ୍ରତିଭା ରାୟ
ଜନ୍ମ ଓ ଜନ୍ମସ୍ଥାନ (1943-01-21) ୨୧ ଜାନୁଆରୀ ୧୯୪୩ (ବୟସ ୮୧)
ଅଳାବୋଳ, ଜଗତସିଂହପୁର ଜିଲ୍ଲା
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତ୍ତକୋତ୍ତର (ଶିକ୍ଷା),
ଡକ୍ଟରେଟ (ଶୈକ୍ଷିକ ମନସ୍ତତ୍ତ୍ୱ) [୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିଯାଜ୍ଞସେନୀ, ଶିଳାପଦ୍ମ
ପୁରସ୍କାରଜ୍ଞାନପୀଠ ପୁରସ୍କାର, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଅକ୍ଷୟ ଚନ୍ଦ୍ର ରାୟ
ସନ୍ତାନଆଦ୍ୟାଶା, ଅନ୍ୱେଷ, ଅୟସକାନ୍ତ
ୱେବସାଇଟ
pratibharay.org

ସେ ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଓ ପରେ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗରେ (ଓପିଏସସି) ସଦସ୍ୟ ଭାବେ ଯୋଗଦାନ କରିଥିଲେ ।[୭]

ଜୀବନୀ ସମ୍ପାଦନା

ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।[୮]

ସାହିତ୍ୟ ସର୍ଜନା ସମ୍ପାଦନା

ପ୍ରତିଭା ରାୟ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧର ରଚୟିତା ।[୯]

ଉପନ୍ୟାସ ସମ୍ପାଦନା

  • ଦୁଇଟି ଢେଉ,୧୯୬୬(ବିସ୍ମୃତି ପ୍ରାୟ)
  • ବର୍ଷା ବସନ୍ତ ବୈଶାଖ, ୧୯୭୪
  • ଅରଣ୍ୟ, ୧୯୭୭
  • ନିଷିଦ୍ଧ ପୃଥିବୀ, ୧୯୭୮
  • ପରିଚୟ, ୧୯୭୯
  • ଅପରିଚିତା, ୧୯୭୯
  • ଉପନାୟିକା, ୧୯୭୯
  • ପୂଣ୍ୟତୋୟା, ୧୯୭୯
  • ମେଘମେଦୁର, ୧୯୮୦
  • ଆଶାବରୀ, ୧୯୮୦
  • ଅୟମାରମ୍ଭ, ୧୯୮୧
  • ନିଳତୃଷ୍ଣା, ୧୯୮୧
  • ସମୁଦ୍ରର ସ୍ୱର, ୧୯୮୨
  • ଶିଳାପଦ୍ମ, ୧୯୮୩
  • ଯାଜ୍ଞସେନୀ, ୧୯୮୪
  • ଦେହାତୀତ, ୧୯୮୬
  • ଉତ୍ତରମାର୍ଗ, ୧୯୮୮
  • ଆଦିଭୂମି
  • ମହାମୋହ, ୧୯୯୮
  • ମଗ୍ନମାଟି, ୨୦୦୪
  • ମହାରାଣୀର ପୁତ୍ର (୨୦୦୮)
  • ଶେଷ ଈଶ୍ୱର
  • ପ୍ରାପ୍ତେଷୁ ପୃଥିବୀ (୨୦୧୯ )[୧୦]

.

ଗଳ୍ପ ସମ୍ପାଦନା

  • ସାମାନ୍ୟ କଥନ, ୧୯୭୮
  • ଗଙ୍ଗଶିଉଳି, ୧୯୭୯
  • ଅସମାପ୍ତ, ୧୯୮୦
  • ବାବୁ ବାଥ୍‌‌-ରୁମ୍ରେ ଅଛନ୍ତି
  • ଐକତାନ, ୧୯୮୧
  • ଅନାବନା, ୧୯୮୩
  • ହାତବାକ୍ସ, ୧୯୮୩
  • ଘାସ ଓ ଆକାଶ
  • ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ୧୯୮୪
  • ଶ୍ରେଷ୍ଠ ଗଳ୍ପ, ୧୯୮୪
  • ଅବ୍ୟକ୍ତ, ୧୯୮୬
  • ଇତିବୃତି, ୧୯୮୭
  • ହରିତପତ୍ର, ୧୯୮୯
  • ପୃଥକ ଇଶ୍ୱର, ୧୯୯୧
  • ଭଗବାନର ଦେଶ, ୧୯୯୧
  • ମନୁଷ୍ୟ ସ୍ୱର, ୧୯୯୨
  • ସ୍ୱନିର୍ବାଚିତ ଶ୍ରେଷ୍ଠ ଗଳ୍ପ, ୧୯୯୪
  • ଷଷ୍ଠସତୀ, ୧୯୯୬
  • ମୋକ୍ଷ, ୧୯୯୬
  • ଉଲ୍ଲଂଘନ, ୧୯୯୮
  • ନିବେଦନମିଦମ, ୨୦୦୦
  • ଗାନ୍ଧୀଙ୍କ ଗାଁ ୨୦୦୩
  • ଝୋଟି ପକା କାନ୍ଥ, ୨୦୦୬

ଭ୍ରମଣ କାହାଣୀ ସମ୍ପାଦନା

  • ମୈତ୍ରୀ ପାଦପର ଶାଖା ପ୍ରଶାଖା (ଋଷିଆ), ୧୯୯୦
  • ଦୂର ଦ୍ୱିବିଧ (ଇଂଲଣ୍ଡ, ଫ୍ରାନ୍ସ), ୧୯୯୯
  • ଅପରାଧିର ସ୍ୱେଦ (ଅଷ୍ଟ୍ରେଲିଆ), ୨୦୦୦

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ପଦ୍ମଭୂଷଣ, ୨୦୨୨ [୧୧]
  • ପଦ୍ମଶ୍ରୀ, ୨୦୦୭
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୦ (ଉଲ୍ଲଙ୍ଘନ)[୧୨]
  • ଜ୍ଞାନପୀଠ, ୨୦୧୧[୧୩]
  • ମୂର୍ତ୍ତୀଦେବୀ ସମ୍ମାନ, ୧୯୯୧ (ଯାଜ୍ଞସେନୀ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୬ (ଶିଳାପଦ୍ମ)[୧୪]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୯ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୫]
  • ବିଷୁବ ପୁରସ୍କାର, ୧୯୯୫ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶାରଳା ପୁରସ୍କାର, ୧୯୯୦ (ଯାଜ୍ଞସେନୀ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୫ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)[୧୬]
  • ସାରଳା ସମ୍ମାନ, ୨୦୧୮
  • କଳିଙ୍ଗ ରତ୍ନ, ୨୦୧୪ (ସାରଳା ସାହିତ୍ୟ ସଂସଦ ପକ୍ଷରୁ ପ୍ରଦତ୍ତ) [୧୭]

ଆଧାର ସମ୍ପାଦନା

  1. Gulati, Varun (2009). "Language in India". languageinindia.com. Retrieved 28 December 2012. an M.A. in Education and Ph.D. in Educational Psychology
  2. "Odia writer Pratibha Ray named for Jnanpith Award". Retrieved 27 February 2016.
  3. "Dr Pratibha Ray to receive Jnanpith. 4th Odia to receive one | Odisha Reporter". odishareporter.in. Retrieved 28 December 2012. Before Dr. Ray, noted odia writer Gopinath Mohanty, Sachidananda Routray and Dr Sitakant Mohapatra had bagged this coveted award for their literary contribution.
  4. "Odisha: Eminent fiction writer Dr Pratibha Ray to receive coveted Jnanpith Award, Oriya Orbit". orissadiary.com. 2012. Archived from the original on 11 January 2013. Retrieved 28 December 2012. her first novel as a novice, titled "Barsha-Basanta-Baishakha" (The Rain, Spring and Summer, 1974) which immediately captured the hearts of Odia readers.
  5. Balakrishnan, Hariharan (2007). "The Hindu : Literary Review / Personality : 'The sky is not the limit'". hindu.com. Archived from the original on 30 April 2007. Retrieved 28 December 2012. first woman to win the Jnanpith Moorti Devi Award.
  6. "Oriya writer Pratibha Roy to receive Amrita Keerti Award - Oneindia News". news.oneindia.in. 2006. Retrieved 28 December 2012. It has been translated into seven languages so far and won for the authoress Bharatiya Jnanpith Trust's Moorti Devi Award and Sarala Award of Orissa in 1990.
  7. Parida, Saumya (2012). "Educational News, Orissa, Odisha: Eminent fiction writer Dr Pratibha Ray to receive coveted Jnanpith Award". indiaeducationdiary.in. Archived from the original on 30 June 2015. Retrieved 28 December 2012. She took voluntary retirement as a Professor of Education from State Government Service in 1998 and joined as Member, Public Service Commission of Odisha State
  8. "Manorama Online | Odia writer Pratibha Ray selected for Jnanpith award". english.manoramaonline.com. 2012. Retrieved 28 December 2012. Dr. Ray was born in Alabol, a village in Jagatsingpur district, Odisha.
  9. "Oriya novelist is Jnanpith award winner". deccanherald.com. 2012. Retrieved 28 December 2012. Ray has 20 novels, 24 short stories, 10 travelogues, two poetry collections and a number of essays to her credit.
  10. "ପ୍ରତିଭା ରାୟଙ୍କ 'ପ୍ରାପ୍ତେଷୁ ପୃଥିବୀ' ଲୋକାର୍ପିତ : 'ଜୀବତତ୍ତ୍ବ ବୁଝିବାକୁ ହେଲେ ପୃଥିବୀର ସଂରଚନା ଅନୁଶୀଳନ ଜରୁରୀ'". www.samajalive.in. ସମାଜ. Archived from the original on 30 June 2022. Retrieved 30 June 2022.
  11. "Padma Awards 2022 announced". ସୂଚନା ଓ ଲୋକସମ୍ପର୍କ ବିଭାଗ, ଭାରତ. Archived from the original on ୨୫ ଜାନୁଆରୀ ୨୦୨୨. Retrieved 26 January 2022. {{cite web}}: Check date values in: |archivedate= (help)
  12. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  13. Sahoo, - Akshaya Kumar (2012). "Jnanpith award for Oriya novelist | The Asian Age". asianage.com. Retrieved 28 December 2012. Pratibha Ray, a leading Oriya novelist and academician, who was on Thursday named for the prestigious Jnanpith Award for the year 2011
  14. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 2 June 2021.
  15. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧. {{cite web}}: Check date values in: |accessdate= (help)
  16. Press Trust of India (26 February 2016). "Writer Prativa Ray to get Sahitya Bharati Samman". Retrieved 27 February 2016.
  17. "Pratibha Ray gets Kalinga Ratna award". The Hindu. Retrieved 10 January 2019.

ଅଧିକ ତଥ୍ୟ ସମ୍ପାଦନା