ଦୀପକ ମିଶ୍ର

ଓଡ଼ିଆ କବି

ଦୀପକ ମିଶ୍ର (୭ ନଭେମ୍ବର ୧୯୩୮ - ୩୦ ଜାନୁଆରୀ ୨୦୦୮[୧]) ଜଣେ ଓଡ଼ିଆ କବି[୨], ସାମ୍ବାଦିକ ଓ ଅଧ୍ୟାପକ ଥିଲେ । ତାଙ୍କର ବହୁ କବିତା ପୁସ୍ତକ ଓ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଛି । ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି । [୩]

ଦୀପକ ମିଶ୍ର
ଜନ୍ମ(1938-11-07)୭ ନଭେମ୍ବର ୧୯୩୮
କମାରଖଣ୍ଡି, କେନ୍ଦ୍ରାପଡ଼ା
ମୃତ୍ୟୁ୩୦ ଜାନୁଆରୀ ୨୦୦୮(2008-01-30) (ବୟସ ୬୯)
କେନ୍ଦ୍ରାପଡ଼ା
ମୃତ୍ୟର କାରଣହୃଦ୍‌ଘାତ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇତିହାସ)
ପୁରାତନ ଛାତ୍ରଆହ୍ଲାବାଦ ବିଶ୍ୱବିଦ୍ୟାଳୟ
ଜଣାଶୁଣାକବି
ପିତାମାତାବ୍ରଜ କୁମାର ମିଶ୍ର
ସମ୍ପର୍କୀୟଦୂଲାଳ ମିଶ୍ର (ଭାଇ)
ପୁରସ୍କାର(ଗୁଡ଼ିକ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ ସମ୍ପାଦନ କରନ୍ତୁ

ଦୀପକ ମିଶ୍ର, ୧୯୩୮ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର କମାରଖଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ପିତା ବ୍ରଜ କୁମାର ମିଶ୍ର ଥିଲେ ପଣ୍ଡିତ ଓ ଜମିଦାର । ଦୀପକ ପ୍ରାଥମିକ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ଖୁବ ଅଳ୍ପ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ ଓ ତାହା ନିୟମିତ ଭାବରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା । କଟକରେ ମହାବିଦ୍ୟାଳୟରେ ପଢୁଥିବା ସମୟରେ, ସେ ଜଙ୍ଗଲ ବିଭାଗରେ କିରାଣୀ ଚାକିରି କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତ କରିସାରି, ଓଡ଼ିଶା ଫେରିଥିଲେ । ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ାରୁ କଳିଙ୍ଗ ନାମକ ଦୈନିକ ଖବରକାଗଜ ପ୍ରକାଶନ ଆରମ୍ଭ କରିବାରୁ, ଦୀପକ ମିଶ୍ର ସେହି ଖବର କାଗଜର ସମ୍ପାଦକ ମଣ୍ଡଳୀରେ ଯୋଗଦାନ କରିଥିଲେ । ବାମପନ୍ଥୀ କବି ମନମୋହନ ମିଶ୍ର ଏହି ଖବର କାଗଜରେ ସମ୍ପାଦନା ଦାୟିତ୍ୱରେ ଥିଲେ । ଭାନୁଜୀ ରାଓ, ଜ୍ଞାନୀନ୍ଦ୍ର ବର୍ମା ଓ କୃଷ୍ଣ ଚନ୍ଦ୍ର ମହାନ୍ତି ସେଠାରେ ତାଙ୍କ ସହକର୍ମୀ ଥିଲେ । ପରବର୍ତ୍ତୀ ସମୟରେ ସୁରେନ୍ଦ୍ର ମହାନ୍ତି, ସେହି ଖବରକାଗଜର ସମ୍ପାଦକ ନିଯୁକ୍ତ ହେବାରୁ, ସେ ସୁରେନ୍ଦ୍ର ମହାନ୍ତିଙ୍କ ସହିତ କାମ କରିବାର ସୁଯୋଗ ମଧ୍ୟ ଲାଭ କରିଥିଲେ । ବର୍ଷକ ପରେ "କଳିଙ୍ଗ" ଛାଡି, ସେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ । ୧୯୯୮ ମସିହାରେ ସେବାନିବୃତ ହେବା ପର୍ଯ୍ୟନ୍ତ ସେହି ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ ।

୨୦୦୮ରେ ତାଙ୍କ ଦେହାନ୍ତ ହେବାବେଳକୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ କାର୍ଯ୍ୟ କରୁଥିଲେ ।[୪] ଏହା ଥିଲା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ।[୫]

ସାହିତ୍ୟ କୃତି ସମ୍ପାଦନ କରନ୍ତୁ

  • ଅସମାପିକା - ୧୯୬୧
  • ଅନୁଷ୍ଟୁପ - ୧୯୬୯
  • ନିଶିଦ୍ଧ ହ୍ରଦ - ୧୯୭୦
  • ନିର୍ଜନ ନକ୍ଷତ୍ର - ୧୯୭୧
  • ନିଦାଘ ଯାତ୍ରା - ୧୯୯୯
  • ମଧ୍ୟାହ୍ନର ଛାଇ - ୧୯୭୪
  • ସପ୍ତମ ପୃଥିବୀ - ୧୯୭୭[୬]
  • ଶୂନ୍ଯତାର ଶୋଷ - ୧୯୮୧
  • ଧୂଳିର ସିଂହାସନ - ୧୯୮୯
  • ନୀରବଧି ନାଭିଶ୍ୱାସ
  • ଦୀପକ ମିଶ୍ରଙ୍କ କେତୋଟି କବିତା - ୧୯୬୩
  • ଦୀପକ ମିଶ୍ରଙ୍କ ନିର୍ବାଚିତ କବିତା - ୨୦୦୩
  • ଅରଣା ମଇଁଷି - ୧୯୭୯
  • କେମିତି ହୁଅନ୍ତା
  • କପଟ ସୂର୍ଯାସ୍ତ - ୧୯୮୪
  • ଋକ୍ - ୧୯୯୪[୭]
  • ଅନଘ
  • ବୃତ୍ତ - ୧୯୭୫
  • ସୁଖ ସଂହିତା - ୨୦୦୬[୮]

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭ ('ସୁଖ ସଂହିତା' ନିମନ୍ତେ)[୯] [୧୦]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ ('ବୃତ୍ତ' ନିମନ୍ତେ)[୧୧]
  • ବିଷୁବ ପୁରସ୍କାର, ୨୦୦୧ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ) [୧୨]
  • ଶାରଳା ପୁରସ୍କାର (ନିଦାଘ ଯାତ୍ରା)[୧୩] - ୨୦୦୩ (ଯୁଗ୍ମବିଜେତା ଘୋଷିତ ହେଇଥିବାରୁ ପ୍ରତ୍ୟାଖ୍ୟାନ କରିଥିଲେ)[୧୪]
  • ଗୋକର୍ଣ୍ଣିକା ପୁରସ୍କାର, ୧୯୮୪
  • ଝଙ୍କାର ପୁରସ୍କାର (କବିତା), ୧୯୭୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)

ଆଧାର ସମ୍ପାଦନ କରନ୍ତୁ

  1. http://www.thehindu.com/todays-paper/tp-national/tp-otherstates/deepak-mishra-passes-away/article1190054.ece
  2. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 304–. ISBN 978-81-260-1803-1.
  3. http://news.oneindia.in/2008/01/30/noted-oriya-poet-deepak-mishra-passes-away-1201707306.html
  4. http://odisha.in/wp/?p=132
  5. "ଦୀପକ ମିଶ୍ର". ସମ୍ବାଦ ୩୦/୦୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 30 January 2017.
  6. Jatindra Mohan Mohanty (1989). Into another intensity: essays on Oriya literature. Post-Graduate Dept. of English, Utkal University.
  7. http://www.oocities.org/indian_poets/oriya.html
  8. http://www.orissadiary.com/personality/poet/DEEPAK_MISHRA.asp
  9. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  10. http://orissa.gov.in/e-magazine/orissaannualreference/ORA-2011/pdf/90-91.pdf
  11. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 30 January 2017.
  12. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
  13. http://www.imfa.in/resource-centre/2003/may23.htm
  14. http://www.thehindu.com/todays-paper/tp-national/tp-otherstates/deepak-mishra-is-sahitya-akademi-president/article1889272.ece