ହରେକୃଷ୍ଣ ମହତାବ
ହରେକୃଷ୍ଣ ମହତାବ (୨୧ ନଭେମ୍ବର ୧୮୯୯ -୨ ଜାନୁଆରୀ ୧୯୮୭) ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା ।[୧]
ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ | |
---|---|
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୧୯ ଅକ୍ଟୋବର ୧୯୫୬ – ୨୫ ଫେବୃଆରୀ ୧୯୬୧ | |
ପୂର୍ବ ଅଧିକାରୀ | ନବକୃଷ୍ଣ ଚୌଧୁରୀ |
ପର ଅଧିକାରୀ | ବିଜୁ ପଟ୍ଟନାୟକ |
ରାଜ୍ୟପାଳ, ବମ୍ବେ | |
କାର୍ଯ୍ୟକାଳ ୨ ମାର୍ଚ୍ଚ ୧୯୫୫ – ୧୪ ଅକ୍ଟୋବର ୧୯୫୬ | |
ପୂର୍ବ ଅଧିକାରୀ | ଗିରିଜା ଶଙ୍କର ବାଜପାୟୀ |
ପର ଅଧିକାରୀ | ଶ୍ରୀ ପ୍ରକାଶ |
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ – ୧୨ ମଇ ୧୯୫୦ | |
ପୂର୍ବ ଅଧିକାରୀ | ନୂଆ ପଦବୀ ଆରମ୍ଭ କରାଯାଇଥିଲା |
ପର ଅଧିକାରୀ | ନବକୃଷ୍ଣ ଚୌଧୁରୀ |
ପ୍ରଧାନମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୨୩ ଅପ୍ରେଲ ୧୯୪୬ – ୧୫ ଅଗଷ୍ଟ ୧୯୪୭ | |
ପୂର୍ବ ଅଧିକାରୀ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ |
ପର ଅଧିକାରୀ | ପଦବୀ ଲୋପ ପାଇଥିଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆଗରପଡ଼ା, ଭଦ୍ରକ ଜିଲ୍ଲା | ୨୧ ନଭେମ୍ବର ୧୮୯୯
ମୃତ୍ୟୁ | ୨ ଜାନୁଆରୀ ୧୯୮୭ | (ବୟସ ୮୭)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସୁଭଦ୍ରା ମହତାବ |
ସନ୍ତାନ | ଭର୍ତ୍ତୃହରି ମହତାବ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ରେ ଜନ୍ମ ନେଇଥିଲେ ।[୨] ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗନେଇଥିଲେ ।
ସାମାଜିକ ଓ ରାଜନୈତିକ ଜୀବନ
ସମ୍ପାଦନା୧୯୨୩-୨୪ରେ ହରେକୃଷ୍ଣ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡ଼ିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି । [୩] ତାଙ୍କଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ "ବିଷୁବ ମିଳନ" ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି । [୪]
ରଚନାବଳୀ
ସମ୍ପାଦନା
ଉପନ୍ୟାସସମ୍ପାଦନା
ଗଳ୍ପ ସଂକଳନସମ୍ପାଦନା
ଆତ୍ମଜୀବନୀସମ୍ପାଦନା
|
କବିତା ସଂକଳନସମ୍ପାଦନା
ଶିଶୁ ସାହିତ୍ୟସମ୍ପାଦନା
|
ଅନ୍ୟାନ୍ୟ
ସମ୍ପାଦନା- ଆତ୍ମଦାନ
- ରୂପାନ୍ତର
- ଇତିହାସର ପରିହାସ
- ପ୍ରବଚନ
- ଗୁପ୍ତ ପ୍ରଣୟ
- ଉତ୍ତରୋତର
- ଶମ୍ଭୁଙ୍କର ତପସ୍ୟା
- ଅନ୍ଧଯୁଗ
- ଯୁଗସଂକେତ
- ଓଡ଼ିଶା ଇତିହାସ (୩ ଖଣ୍ଡ)
- ସାହିତ୍ୟ ଆଲୋଚନା
- ଗାନ୍ଧୀ ଧର୍ମ
- ଅହିଂସାର ଉପଯୋଗ
- ଭାରତୀୟ ସଂସ୍କୃତି
- ନେତା ଓ ଜନତା
- ଦଶ ବର୍ଷର ଓଡ଼ିଶା
- ଗାନ୍ଧୀଜୀ ଓ ଓଡ଼ିଶା
- ଆରବ ସାଗରରୁ ଚିଲିକା
- ଗାଁ ମଜଲିସ (4 ଖଣ୍ଡ)
- ଆଧୁନିକତା
ପୁରସ୍କାର ଓ ସମ୍ମାନ
ସମ୍ପାଦନାସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଅନେକ ଥର ନିର୍ବାଚିତ ହୋଇଥିଲେ । ତାଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା, ତାହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ. ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା ।
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩ [୫]
ଆଧାର
ସମ୍ପାଦନା- ↑ "Eminent Persons -123orissa.com". 123orissa.com. Archived from the original on 23 January 2013. Retrieved 27 March 2013.
He is popularly known as "Utkal Keshari".
- ↑ "Odisha News | A Complete Information Portal on Odisha | Utkala Keshari Harekrushna Mahtab". odisha.360.batoi.com. Retrieved 27 March 2013.
Harekrushna Mahtab was born on November 21, 1899 at Agarpara village in Bhadrak district.
- ↑ ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୨
- ↑ ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୯ରେ ପ୍ରକାଶିତ ଲେଖା "ଗଣବଦ୍ୟ ଡ଼ ମହତାବ"
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19June 2021.
{{cite web}}
: Check date values in:|accessdate=
(help)