ମାଟିର ମଣିଷ
ମାଟିର ମଣିଷ, ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ ।[୨] ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା । କାଳିନ୍ଦୀ ଚରଣ ଏହି ଉପନ୍ୟାସର ଚଳଚ୍ଚିତ୍ର ରୂପାନ୍ତରଣ ପାଇଁ ବାବୁଲାଲ ଦୋଶୀଙ୍କ ପାଖରେ ସର୍ତ୍ତ ରଖିଥିଲେ ଯେ, ସତ୍ୟଜିତ ରାୟ କିମ୍ବା ମୃଣାଳ ସେନ ଏହାର ନିର୍ଦ୍ଦେଶନା କରନ୍ତୁ । ସତ୍ୟଜିତ ରାୟଙ୍କ ସମୟ ଅଭାବରୁ, ବାବୁଲାଲ ମୃଣାଳ ସେନଙ୍କୁ ଏହାର ନିର୍ଦ୍ଦେଶନା ପାଇଁ ବାଛିଥିଲେ ।[୩] ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । [୪][୫] ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଥିଲା ।
ମାଟିର ମଣିଷ | |
---|---|
ନିର୍ଦ୍ଦେଶକ | ମୃଣାଳ ସେନ |
ପ୍ରଯୋଜକ | ବାବୁଲାଲ ଦୋଶୀ |
ଚିତ୍ରନାଟ୍ୟ | ଗୋପାଳ ଛୋଟରାୟ |
କାହାଣୀ | ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ |
ମୂଳ ଆଧାର | ମାଟିର ମଣିଷ (ଉପନ୍ୟାସ) |
କଳାକାର | ସୁଜାତା ଆନନ୍ଦ, ଧୀର ବିଶ୍ୱାଳ, ଭାନୁମତୀ ଦେବୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ଚିତ୍ରଗ୍ରହଣ | ଶୈଳଜା ଚାଟାର୍ଜୀ |
ମୁକ୍ତିଲାଭ ତାରିଖ | ୧୯୬୬ |
କଥାଚିତ୍ରର ସମୟ | ୧୧୩ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
ସମ୍ପାଦନାସଂକ୍ଷିପ୍ତ କାହାଣୀ
ସମ୍ପାଦନାଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।[୬]
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ।
ଉପନ୍ୟାସ ଓ ଚଳଚ୍ଚିତ୍ର ମଧ୍ୟରେ ଭିନ୍ନତା
ସମ୍ପାଦନାଚଳଚ୍ଚିତ୍ରଟି ଉପନ୍ୟାସ ଉପରେ ପର୍ଯ୍ୟବସିତ ହୋଇଥିଲେ ମଧ୍ୟ ଉଭୟରେ କିଛି ଭିନ୍ନତା ଥିଲା । ଉପନ୍ୟାସରେ ବରଜୁ ମୁଖ୍ୟ ଚରିତ୍ରରେ ଥିବା ସମୟରେ ଚଳଚ୍ଚିତ୍ରରେ ଛକଡ଼ିକୁ ବେଶୀ ଗୁରୁତ୍ୱ ମିଳିଥିଲା । ଉପନ୍ୟାସଟି ୧୯୩୨ ମସିହାରେ ଲେଖାଯାଇଥିବାରୁ, ଏଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ଆଦୌ ନଥିଲା । କିନ୍ତୁ ଚଳଚ୍ଚିତ୍ରରେ ବରଜୁ ଓ ଛକଡ଼ିଙ୍କ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ବିବାଦ ହୋଇଥିବା ଦର୍ଶାଯାଇଥିଲା । ଉପନ୍ୟାସରେ ଗାନ୍ଧୀବାଦ ଚେତନା ଦେଖା ଦେଇଥିବା ବେଳେ, ଚଳଚ୍ଚିତ୍ରରେ ସେହି ସ୍ଥାନ ନେଇଥିଲା ମାର୍କ୍ସବାଦ । ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ, କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରତିବାଦ କରିଥିଲେ । ପ୍ରଯୋଜକ ବାବୁଲାଲ ଦୋଶୀ, ମୃଣାଳଙ୍କୁ ଚଳଚ୍ଚିତ୍ରରେ ସେହି ପରିବର୍ତ୍ତନ ଆଣିବାକୁ କହିଥିଲେ । କିନ୍ତୁ ମୃଣାଳ କୌଣସି ପରିବର୍ତ୍ତନ କରିବାକୁ ମନା କରିଥିଲେ ଓ ଚଳଚ୍ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲେ, ନିଜ ନାମ ସେଥିରୁ ହଟେଇ ଦେବାକୁ କହିଥିଲେ । ଚଳଚ୍ଚିତ୍ରଟି ପରିବର୍ତ୍ତିତ ହୋଇ, ଦ୍ୱିତୀୟ ଥର ମୁକ୍ତିଲାଭ କରିଥିଲା ଓ ଏଥିରେ ମୃଣାଳଙ୍କ ନାମକୁ ହଟେଇ ଦିଆଯାଇଥିଲା ।[୭]
ଆଧାର
ସମ୍ପାଦନା- ↑ "Matira Manisha (Two Brothers)". mrinalsen.org. Retrieved 8 July 2016.
- ↑ Indian Cinema. Directorate of Film Festivals, Ministry of Information and Broadcasting. 1991.
- ↑ "ପରଦା 75". ଦ ସଣ୍ଡେ ଇଣ୍ଡିୟାନ. Retrieved 31 December 2018.
- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
- ↑ Jitendra Narayan Patnaik. "Four Major Modern Oriya Novelists" (PDF). Orissar Review (Nov 2008). Retrieved 8 July 2016.
- ↑ "ମନେ ରଖିବ ଓଡ଼ିଆ ସିନେମା". No. ସମ୍ବାଦ ୩୧/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 31 December 2018.[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମାଟିର ମଣିଷ
- Review of 'Matira Manisha' in www.citwf.com