ରାମଚନ୍ଦ୍ର ବେହେରା
ରାମଚନ୍ଦ୍ର ବେହେରା (ଜନ୍ମ : ୦୨ ନଭେମ୍ବର ୧୯୪୫) କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟସ୍ଥ ବାରହାଟିପୁରା ଗାଁରେ [୧] ଜନ୍ମିତ ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଓ ନାଟ୍ୟକାର । ଅନେକ ସାଧାରଣ ଘଟଣା ଓ ଚରିତ୍ରରେ ଲୁଚି ରହିଥିବା ଦାର୍ଶନିକ ଓ ପ୍ରତୀକାତ୍ମକ ବିଶ୍ଲେଷଣ, ସମବେଦନା ଓ ମନନଶୀଳତାକୁ ନିଜ ରଚନା ମାଧ୍ୟମରେ ସେ ପ୍ରକାଶ କରିଥାନ୍ତି ।
ରାମଚନ୍ଦ୍ର ବେହେରା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାରହାଟିପୁରା, ଘଟଗାଁ, କେନ୍ଦୁଝର ଜିଲ୍ଲା | ୨ ନଭେମ୍ବର ୧୯୪୫
ବୃତ୍ତି | ଅଧ୍ୟାପନା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଇଂରାଜୀ), ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ |
ଶୈଳୀ | ଆଧୁନିକ କ୍ଷୁଦ୍ର ଗଳ୍ପ. ଉପନ୍ୟାସ, ନାଟକ |
ବିଷୟ | ନାଟକ, ଗପ, ଏକାଙ୍କିକା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ରାମଚନ୍ଦ୍ର, ରେଭେନ୍ସା ମହାବିଦ୍ୟାଳୟ ଓ ବନାରସ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟ ଅଧ୍ୟୟନ କରି ୧୯୬୯ ମସିହାରେ କେନ୍ଦ୍ରାପଡ଼ା କଲେଜରେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।[୨] ତାଙ୍କ ପ୍ରଥମ ଗଳ୍ପ ବିଶେଷ ସୂର୍ଯ୍ୟର ବହ୍ନି ପ୍ରକାଶ ପାଇଥିଲା ୧୯୭୧ ନଭେମ୍ବର ମାସ ନବରବି ପତ୍ରିକାରେ । ପତ୍ରିକାର ସମ୍ପାଦକ କଣ୍ଡୁରୀ ଚରଣ ଦାସଙ୍କଠାରୁ ରାମଚନ୍ଦ୍ରଙ୍କୁ ମିଳିଥିଲା ଏକ ପ୍ରଂଶସାମୂଳକ ଚିଠି । ସେହି ଚିଠି ଥିଲା ରାମଚନ୍ଦ୍ରଙ୍କ ପାଇଁ ପ୍ରେରଣାର ସ୍ରୋତ । ତାପରେ ସେ ବରାବର ଲେଖିଚାଲିଲେ ଗଳ୍ପ । ୧୯୭୬ମସିହାରେ ଅଗ୍ରଦୂତ ପ୍ରକାଶନୀଦ୍ୱାରା ତାଙ୍କର ପ୍ରଥମ ଗଳ୍ପଗ୍ରନ୍ଥ ଦ୍ୱିତୀୟ ଶ୍ମଶାନ ପ୍ରକାଶିତ ହୋଇଥିଲା ।[୩] ୩୧ ମଇ ୨୦୧୦ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[୪]
ରଚନାବଳୀ
ସମ୍ପାଦନାରାମଚନ୍ଦ୍ର ବେହେରା ୧୦ଟି କ୍ଷୁଦ୍ରଗଳ୍ପ ସଂକଳନ, ୮ଟି ଉପନ୍ୟାସ, ୧୬ଟି ରେଡିଓ ନାଟକ ଓ ୬ଟି ମଞ୍ଚନାଟକର ଲେଖକ । [୫]
ଉପନ୍ୟାସସମ୍ପାଦନା
ଗପସମ୍ପାଦନା
|
ନାଟକସମ୍ପାଦନା
ମଞ୍ଚ ନାଟକସମ୍ପାଦନା
|
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୨୦୦୫(ଗୋପପୁର (ଗପ ସଙ୍କଳନ))[୭]
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୨୦[୮]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩ (ଅଭିନୟର ପରିଧୀ ପାଇଁ)[୯]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୧ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୦]
- ଶାରଳା ପୁରସ୍କାର, ୧୯୯୧ (ଓଁ କାର ଧ୍ୱନି ପାଇଁ)
- ବିଷୁବ ପୁରସ୍କାର, ୧୯୯୯[୧୧]
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୦ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଡ.ଏସ.ସି, ଡି.ଲିଟ, ୨୦୧୯ (ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ)[୧୨]
- ପଣ୍ଡିତ ଗୋଦାବରୀଶ ସମ୍ମାନ, ୨୦୧୦[୧୩]
- ନାଟ୍ୟ ସମ୍ମାନ, ୨୦୧୦[୧୪]
ଆଧାର
ସମ୍ପାଦନା- ↑ "The Hindu : Other States / Orissa News : Behera appointed Sahitya Akademi chief". hindu.com. 2010. Retrieved 4 February 2013.
Born in Barhatipura village near Ghatagaon in tribal district of Keonjhar
- ↑ "କଥା ଝରକା". କଥା ପତ୍ରିକା (ଜୁନ ୨୦୧୮): ୫୨. Retrieved 18 June 2018.[permanent dead link]
- ↑ ଧରିତ୍ରୀ ସାହିତ୍ୟାୟାନ ଅଗଷ୍ଟ ୨୨- ସେପ୍ଟେମ୍ବର ୪ ପୃଷ୍ଠା ୨
- ↑ "Orissa Sahitya Akademi". orissasahityaakademi.org. Archived from the original on 29 March 2013. Retrieved 4 February 2013.
Dr. Ramachadra Behera
- ↑ "One Story - issue #48". one-story.com. Archived from the original on 3 September 2012. Retrieved 4 February 2013.
His work includes ten short story collections, eight novels, sixteen plays for radio and six for stage
- ↑ http://sahitya-akademi.gov.in/sahitya-akademi/SASearchSystem/sauser/writerinfo.jsp?wrids=3786
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
- ↑ "ରାମଚନ୍ଦ୍ର ପାଇବେ ଅତିବଡ଼ୀ ପୁରସ୍କାର". dharitriepaper.in. Retrieved 28 January 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 28 January 2021.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 28 January 2021.
- ↑ "ଚୁମା, ଉପମା ଓ ଡି.ଲିଟ". ନନ୍ଦିକା (ମାର୍ଚ୍ଚ ୨୦୧୯): ୭୮. Retrieved 3 June 2019.[permanent dead link]
- ↑ "The Hindu : Other States / Orissa News : Pandit Godabarish Samman for Ramachandra Behera". hindu.com. 2010. Archived from the original on 3 November 2010. Retrieved 4 February 2013.
Ramachandra Behera was honoured with the Pandit Godabarish Samman
- ↑ "The Hindu : Other States / Orissa News : Ramachandra Behera conferred 'Natya Samman-2010'". hindu.com. 2011. Archived from the original on 19 April 2014. Retrieved 4 February 2013.
Behera was conferred the 'Natya Samman-2010 for his contribution to Oriya theatre on the occasion