କୃପାସିନ୍ଧୁ ମିଶ୍ର

ଓଡ଼ିଆ ସାହିତ୍ୟିକ, ଐତିହାସିକ

କୃପାସିନ୍ଧୁ ମିଶ୍ର, (୨୭ ଜୁନ ୧୮୮୭ - ୧୨ ଫେବୃଆରୀ ୧୯୨୬) ସତ୍ୟବାଦୀ ଯୁଗର ଜଣେ ଓଡ଼ିଆ ସାହିତ୍ୟିକ, ଐତିହାସିକ,[୧] ଓ ସମାଜସେବୀ ଥିଲେ ।[୨] "ମଣିଷ ତିଆରି କାରଖାନା" ଭାବରେ ପରିଚିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା ଓ ପ୍ରଧାନ ଶିକ୍ଷକତ୍ୱ ତାଙ୍କର ଅନ୍ୟ ପରିଚୟ ।[୩]

କୃପାସିନ୍ଧୁ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ
କୃପାସିନ୍ଧୁ ଦାଶ

୨୭ ଜୁନ ୧୮୮୭(1887-06-27)
ବୀରହରେକୃଷ୍ଣପୁର, ସାକ୍ଷୀଗୋପାଳ, ପୁରୀ
ମୃତ୍ୟୁ୧୨ ଫେବୃଆରୀ ୧୯୨୬(1926-02-12) (ବୟସ ୩୮)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ (ଆଇନ)
ସ୍ନାତକୋତ୍ତର (ଦର୍ଶନ ଶାସ୍ତ୍ର)
ଶିକ୍ଷାନୁଷ୍ଠାନରେଭେନ୍‌ସା କଲିଜିଏଟ ସ୍କୁଲ,
ରେଭେନ୍ସା ମହାବିଦ୍ୟାଳୟ,
କଲିକତା ବିଶ୍ୱବିଦ୍ୟାଳୟ
ଜୀବିକାଅଧ୍ୟାପନା
ସଙ୍ଗଠନସତ୍ୟବାଦୀ ବନ ବିଦ୍ୟାଳୟ
ଜଣାଶୁଣା କାମ
କୋଣାର୍କ, ବାରବାଟୀ ଦୁର୍ଗ
ପୈତୃକ ବାସସ୍ଥାନପୁରୀ
ସମ୍ପର୍କୀୟହରିହର ଦାଶ, କୃଷ୍ଣଚନ୍ଦ୍ର ଦାଶ (ଭାଇ)

ବାଲ୍ୟଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ

କୃପାସିନ୍ଧୁ, ୧୮୮୭ ମସିହା ଜୁନ ୨୭ ତାରିଖ ଦିନ[୪] ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ବ୍ଳକସ୍ଥିତ ବୀରହରେକୃଷ୍ଣପୁର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ହରିହର ଓ କୃଷ୍ଣଚନ୍ଦ୍ର ତାଙ୍କର ଅନ୍ୟ ଦୁଇ ଭାଇଥିଲେ । ବାଲ୍ୟକାଳରୁ ତାଙ୍କର ପିତାଙ୍କର ଦେହାନ୍ତ ଘଟିଥିଲା ଓ ସେ ନିଜ ମାଉସୀ ଘରକୁ ପୋଷ୍ୟପୁତ୍ର ହୋଇଯାଇଥିଲେ । ତାଙ୍କ ନିଜ ସାଙ୍ଗିଆ "ଦାଶ" ଥିଲା ଓ ପୋଷ୍ୟପୁତ୍ର ହୋଇଆସିବା ପରେ ତାହା "ମିଶ୍ର"କୁ ପରିବର୍ତ୍ତିତ ହୋଇଥିଲା । ନିଜ ମାଉସୀଙ୍କଦ୍ୱାରା ଉପେକ୍ଷିତ ହୋଇ, ସେ କ୍ରମେ ନିଜ ମାମୁଁ ଘରେ ଆଶ୍ରା ପାଇଥିଲେ । ମାମୁଁ ଘର ଅତ୍ୟନ୍ତ ସ୍ୱଚ୍ଛଳ ନଥିଲେ ମଧ୍ୟ, କୃପାସିନ୍ଧୁଙ୍କ ଶିକ୍ଷାଦିକ୍ଷାରେ କିଛି ଅଭାବ କରିନଥିଲେ । କୃପାସିନ୍ଧୁ ଗାଁ ସ୍କୁଲରୁ ଉତ୍ତୀନ୍ନ ହୋଇ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ପ୍ରଧାନ ଶିକ୍ଷକ ଦଣ୍ଡ ସ୍ୱରୂପ କୃପାସିନ୍ଧୁଙ୍କୁ ଗୋଟିଏ ଦିନ ସମଗ୍ର ସ୍କୁଲ ସମୟ ବେଞ୍ଚରେ ଠିଆ କରେଇ ଦେଇଥିଲେ । ଏହାଦ୍ୱାରା ବାଳକ କୃପାସିନ୍ଧୁଙ୍କ ଗୋଡ଼କୁ ରକ୍ତଗଡ଼ି, ସେ ବାତଜ୍ୱରରେ ଆକ୍ରାନ୍ତ ହୋଇ, ସମଗ୍ର ଜୀବନକାଳ ଏହି ରୋଗ ଭୋଗିଥିଲେ ଓ ଗୋଡ଼ରେ ସବୁ ସମୟରେ ତାଙ୍କୁ ଏକ ପଟି ବାନ୍ଧି ରଖିବାକୁ ପଡ଼ିଥିଲା । ଏହି ଘଟଣା ପରେ, କୃପାସିନ୍ଧୁ ପୁରୀ ଜିଲ୍ଲା ସ୍କୁଲରୁ ନିଜ ନାମ କଟେଇ, କଟକର ରେଭେନ୍‌ସା କଲିଜିଏଟ ସ୍କୁଲରେ ନାମ ଲେଖାଇଲେ । ଏହା ତାଙ୍କ ଜୀବନର ଗତିପଥକରେ କିଛି ପରିବର୍ତ୍ତନ ଆଣିଦେଲା । ଆତ୍ମନିର୍ଭରଶୀଳ ହେବା ପାଇଁ, ସେ ଟିଉସନ କରୁଥିଲେ । ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ କରି, ସେ ୧୫ଟଙ୍କା ବୃତ୍ତି ପାଉଥିଲେ । ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ ଓ ବି.ଏ ପାସ କରିଥିଲେ । ୧୯୧୪ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।[୫]

ସତ୍ୟବାଦୀ ବନ ବିଦ୍ୟାଳୟସମ୍ପାଦନ କରନ୍ତୁ

ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କୃପାସିନ୍ଧୁ ୧୯୧୪ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ତାଙ୍କ ଯୋଗଦେବା ବେଳକୁ ପଣ୍ଡିତ ନୀଳକଣ୍ଠ ଦାସ ପଣ୍ଡିତ ଗୋଦାବରୀଶ ମିଶ୍ର ସେଠାରେ ଯୋଗ ଦେଇ ସାରିଥାନ୍ତି । ଏମାନଙ୍କଦ୍ୱାରା କୃପାସିନ୍ଧୁ ଗଭିର ଭାବରେ ପ୍ରଭାବିତ ହୋଇଥିଲେ । ପଢ଼ିବା ଓ ପଢ଼େଇବାରେ କୃପାସିନ୍ଧୁଙ୍କର ଆନନ୍ଦ ଥିଲା । ତାଙ୍କର ସଂସ୍କୃତ, ଓଡ଼ିଆଇଂରାଜୀ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା ଓ ସେ ଅନର୍ଗଳ ବକ୍ତୃତା ଦେଇ ପାରୁଥିଲେ । ସର୍ବଦା ଧୋତି କୂର୍ତ୍ତା ପରିଧାନ କରିଥିବା କୃପାସିନ୍ଧୁଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ସରଳ ବ୍ୟକ୍ତିତ୍ୱ ଛାତ୍ରମାନଙ୍କୁ ପ୍ରଭାବିତ କରୁଥିଲା ।[୬] ଛାତ୍ରମାନଙ୍କ ମନରେ ଦେଶପ୍ରେମ ଓ ସେବାମୂଳକ ମନୋଭାବ ଜାଗ୍ରତ କରାଇବା ପାଇଁ ସେ ଥିଲେ ଯତ୍ନଶୀଳ । ୧୯୨୦ମସିହାରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥି ମୃତ୍ୟୁପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ବ୍ୟାସକବି ଫକୀର ମୋହନ ସେନାପତି, ସତ୍ୟବାଦୀ ବନ ବିଦ୍ୟାଳୟ ପରିଭ୍ରମଣରେ ଆସି 'ଉତ୍କଳ ଭ୍ରମଣ'ରେ ଲେଖିଥିଲେ :

କୃପାମୟ କୃପାସିନ୍ଧୁ ଜନହିତକର,
କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ,
ସମବେତ ସେମାନେ ତ ସତ୍ୟବାଦୀ ଗ୍ରାମେ,
ଜ୍ଞାନରାଶି, ପବିତ୍ରତା, ଉଭୟ ତ ଠୁଳ
ଉଦ୍ଧରିବେ ଭଗୀରଥ ସମାନରେ କୂଳ ।

ସାହିତ୍ୟ କୃତିସମ୍ପାଦନ କରନ୍ତୁ

  • ବାରବାଟୀ ଦୁର୍ଗ (ଏହା ପ୍ରଥମେ ମୁକୁର ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇ, ପରେ ଏକ ଗ୍ରନ୍ଥର ରୂପ ନେଇଥିଲା)
  • କୋଣାର୍କ (ଉତ୍କଳର ଗୌରବମୟ ଇତିହାସର ଗଭୀର ଅନୁଶୀଳନ)
  • ଉତ୍କଳ ଇତିହାସ (କୃପାସିନ୍ଧୁଙ୍କ ମୃତ୍ୟୁପରେ ଅସମ୍ପୂର୍ଣ୍ଣ ଭାବରେ ପ୍ରକାଶିତ)[୭]
  • ନବ ଯୌବନର ବିପଦ
  • କା
  • ଅଦୃଷ୍ଟ ବାଦ
  • ଲୀଳା
  • କବିତା
  • ରାଜଭକ୍ତି
  • ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତଥାନ
  • ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର
  • ଭାରତ ଇତିହାସରେ ବୈଦେଶିକ ଆକ୍ରମଣ
  • ହିନ୍ଦୁର ସମାଜ ବିଧାନ

୧୯୨୬ ମସିହା ଫେବୃଆରୀ ୧୨ତାରିଖରେ, ୩୮ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା । ତାଙ୍କ ମୃତ୍ୟୁରେ ମର୍ମାହତ ହୋଇ ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ : ଉତ୍କଳର ଶିକ୍ଷକ ସମାଜରୁ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ଖସି ପଡିଲା ।[୮]

ଆଧାରସମ୍ପାଦନ କରନ୍ତୁ

  1. Subhakanta Behera (2002). Construction of an identity discourse: Oriya literature and the Jagannath cult (1866-1936). Munshiram Manoharlal Publishers.
  2. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1229–. ISBN 978-81-260-1194-0.
  3. http://odisha.gov.in/e-magazine/Orissareview/jan2004/englishpdf/chapter5.pdf
  4. "ପଣ୍ଡିତ କୃପାସିନ୍ଧୁ ମିଶ୍ର". ସମ୍ବାଦ. Retrieved 28 June 2016.
  5. Girish Chandra Roy (1996). Socio-cultural Consequences of Colonial Mode of Education in Orissa. Ratneswar Publication.
  6. Ashok K. Mohanty (15 February 2011). My Life, My Work. Allied Publishers. pp. 39–. ISBN 978-81-8424-640-7.
  7. Nagendra (1988). Indian Literature. Prabhat Prakashan. pp. 485–.
  8. ପ୍ରମେୟ ରବିବାର ୧୭-୨୩ ମେ ପୃଷ୍ଠା ୬ରେ ପ୍ରକାଶିତ ପ୍ରବନ୍ଧ "ତପସ୍ୱୀ ସାଧକ : ପଣ୍ଡିତ କୃପାସିନ୍ଧୁ"