ବନମାଳୀ ଦାସ
ଏହି ଲେଖକ ବା କବିଙ୍କ ପ୍ରସଙ୍ଗଟି ତଥ୍ୟ ଅଭାବ ଯୋଗୁଁ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବନମାଳୀ ଦାସ (୧୭୨୦-୧୭୯୩) ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ଭକ୍ତକବି ଓ ଓଡ଼ିଶୀ ସଙ୍ଗୀତକାର ଥିଲେ । "ଦୀନବନ୍ଧୁ ଦଇତାରୀ"[୧] , "କେଡେ ଛନ୍ଦ ଜାଣେ ଲୋ ସହି" , ଜଗନ୍ନାଥ କିଛି ମାଗୁ ନାହିଁ ତୋତେ"ମଣିମା ହେ ଏତିକି ମାଗୁଣି ମୋର" ଇତ୍ୟାଦି ତାଙ୍କର ଅନେକ ଜଣାଶୁଣା ରଚନା ଓ ଓଡ଼ିଶୀ ସଙ୍ଗୀତରେ ବ୍ୟବହୃତ । ତାଙ୍କ ଲୋକପ୍ରିୟ ଗୀତସବୁ ପର୍ବପର୍ବାଣି, ଜନସମାଗମ ସ୍ଥଳ ଓ ଓଡ଼ିଶୀ ସଙ୍ଗୀତରେ ବୋଲାଯାଇଥାଏ । ସେ ମଧ୍ୟଯୁଗୀୟ ଓଡ଼ିଆ ଭକ୍ତି-ସାହିତ୍ୟର ଆଦି କବି ଭାବେ ଜଣା ।[୨] ପ୍ରାରମ୍ଭିକ ଭାବେ କେବଳ ପ୍ରେମ କାବ୍ୟ ରଚନା ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ ରଚନାଗୁଡ଼ିକ ଅଧିକ ଲୋକାଦୃତି ଲାଭ କରିଥିଲା ଓ ସେ ନିଜ ସମକାଳୀନ କବିମାନଙ୍କ ମଧ୍ୟରେ ଜଣାଶୁଣା ଥିଲେ ।[୩]
ବନମାଳୀ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବନମାଳୀ ପଟ୍ଟନାୟକ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ସମୟ | ରୀତି ଯୁଗ |
ଶୈଳୀ | ରୀତିକାବ୍ୟ |
ବିଷୟ | ଭକ୍ତି |
ପ୍ରାରମ୍ଭିକ ଜୀବନ
ସମ୍ପାଦନାବନମାଳୀ ଦାସଙ୍କ ଜନ୍ମ ତାରିଖ ସଠିକ ଲିପିବଦ୍ଧ ହୋଇନଥିବାରୁ ବିଭିନ୍ନ ଗବେଷକ ଭିନ୍ନ ଭିନ୍ନ ମତପୋଷଣ କରିଥାନ୍ତି । ତାଙ୍କ ଜନ୍ମ ୧୭୩୬ ଓ ଦେହାନ୍ତ ୧୭୯୩ ବୋଲି ଏକ ଗବେଷଣା ନିବନ୍ଧରେ ଦର୍ଶାଯାଇଥିବା ବେଳେ ଗବେଷକ ଜାନକୀ ବଲ୍ଲଭ ମହାନ୍ତି ତାଙ୍କୁ ବୀରକିଶୋର ଦେବଙ୍କ ସମକାଳୀନ ଓ ଆନୁମାନିକ ଜନ୍ମ ସମୟ ୧୭୨୦ଠାରୁ ୧୭୩୦ ମଧ୍ୟରେ ତଥା ଦେହାନ୍ତ ସମୟ ଜଣାନାହିଁ ବୋଲି ଦର୍ଶାଇଛନ୍ତି ।[୨]
ରଚନାବଳୀ
ସମ୍ପାଦନାଚଉପଦୀ
ସମ୍ପାଦନା- କେତେ ଛନ୍ଦ ଜାଣେ ଲୋ ସହି
- ତୋ ଲାଗି ଗୋପଦାଣ୍ଡ ମନା
- କି ଲାଜ ପାଇଲି ଆଜ
- ସଙ୍ଗିନୀରେ ଚାହାଁ
- ମଣି ବିମାନେ ଗୋବିନ୍ଦ
- ଆଗୋ ଦୂତୀ! ଆଜ ରାତି
- ସରିବ କି ଏ ନିଶି ଗୋ
- ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି
- ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି
- ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା
- କିଏ ଲୋ ସଜନୀ! କେଳି କଦମ୍ବ ମୂଳେ
- କଳାବତୀ ଖଞ୍ଜନାକ୍ଷି
ଜଣାଣ
ସମ୍ପାଦନା- ଶ୍ରୀ ଶରଧାବାଲି ମାଗୁଣି ଜଣାଣ (ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ)
- ଜୟ ଜଗନ୍ନାଥ ହେ ଯଶୋଦା କୁମର
- ଦୀନବନ୍ଧୁ ଦଇତାରୀ
- ମଣିମା ହେ ଏତିକି ମାଗୁଣି ମୋର
- ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
- କୃଷ୍ଣ କେଶବ ହରି
- ଆହେ ପ୍ରଭୁ କଳା ଶ୍ରୀମୁଖ
- ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
- ଚନ୍ଦନ ଯାତ୍ରା ଗୀତ (ମଣି ବିମାନେ ଗୋବିନ୍ଦ, ସଖି ଦେଖଗୋ ରାଧା ମାଧବ ଚାଲି)
ଆଧାର
ସମ୍ପାଦନା- ↑ "A musical treat". New Indian Express. 19 January 2012. Archived from the original on 14 November 2015. Retrieved 8 November 2015.
- ↑ ୨.୦ ୨.୧ Janaki Ballabha Mohanty (1 January 1993). Banamali Das. Sahitya Akademi. ISBN 978-81-7201-449-0.
- ↑ Ayyappappanikkar (1 January 1997). Medieval Indian Literature: Surveys and selections. Sahitya Akademi. pp. 412–. ISBN 978-81-260-0365-5.