ଜଗନ୍ନାଥ ମହାନ୍ତି

ଓଡ଼ିଆ ଶିଶୁ ସାହିତ୍ୟିକ

ଜଗନ୍ନାଥ ମହାନ୍ତି (୭ ଜାନୁଆରୀ ୧୯୩୭ - ୧୨ ମାର୍ଚ୍ଚ ୨୦୧୧) ଜଣେ ଶିକ୍ଷାବିତ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଶିଶୁ ସାହିତ୍ୟିକ ଓ ଔପନ୍ୟାସିକ ଥିଲେ ।

ଜଗନ୍ନାଥ ମହାନ୍ତି
Born(1937-01-07)୭ ଜାନୁଆରୀ ୧୯୩୭
ଜଙ୍ଗଲବରୀ ଗ୍ରାମ, ଗୋପ, ପୁରୀ
Died୧୨ ମାର୍ଚ୍ଚ ୨୦୧୧(2011-03-12) (ବୟସ ୭୪)
Nationalityଭାରତୀୟ
Occupation(s)ଲେଖକ, ଔପନ୍ୟାସିକ
Spouseବିବାହିତ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଅଳ୍ପରେ ସମ୍ପାଦନା

ଜଗନ୍ନାଥ ମହାନ୍ତି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଜଙ୍ଗଲବରୀ ଗ୍ରାମରେ ୧୯୩୭ ମସିହା ଜାନୁଆରୀ ୭ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।[୧]ରେଭେନ୍ସା ମହାବିଦ୍ୟାଳୟ, କେନ୍ଦ୍ରୀୟ ଇଂରାଜୀ ଶିକ୍ଷା ପ୍ରତିଷ୍ଠାନ ଓ ଇଂଲଣ୍ଡର ଲର୍ଡ୍ସ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟରେ ଅଧ୍ୟାପନା କରିଥିଲେ । ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥାଇ ସରକାରୀ ସେବାରୁ ଅବସର ଗ୍ରହଣ କରିଥିଲେ ।[୨]

ରଚନାବଳୀ ସମ୍ପାଦନା

ଜଗନ୍ନାଥ ମହାନ୍ତି ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ୩୦୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ମଧୁସୂଦନ ଦାସଙ୍କ ପିଲାଦିନର ଏକ ଛୋଟ ଘଟଣା ଉପରେ ଆଧାରିତ ତୁମପରି ଛୋଟ ପିଲାଟିଏ ତାଙ୍କର ଏକ ଉଲ୍ଲେଖନୀୟ ରଚନା ।[୩]

  • ଅନ୍ଧାର ଓ ଆଲୁଅର କାହାଣୀ
  • ଆମରି ଜାତିର ଆଗୁଆ ନେତା
  • ଆମରି ମାଟିର ଅମର ଶହୀଦ
  • ଓଡ଼ିଶା ଶିଶୁସାହିତ୍ୟ ସମୀକ୍ଷା
  • ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ
  • କାଉଁରୀ କାମଚଣ୍ଡୀର ଦେଶେ
  • କାଦୁଅର କୁମ୍ଭ
  • କୃତ୍ରିମ ଉପଗ୍ରହର ଜୟଯାତ୍ରା
  • ଜୀବନ ଗୀତି
  • ତ୍ରିପୁର କଥା
  • ଦୂର ଦିଗନ୍ତ
  • ନ‌ବ ଦିଗନ୍ତ
  • ଭାରତ ଭ୍ରମଣ
  • ମାଟିର ଚାଷୀ ଜାତିର ପଦ୍ମଶ୍ରୀ
  • ମୋ ଜୀବନ କ‌ଥା
  • ଯେତେ ସଳଖ କଲେ ବି କୁକୁର ଲାଙ୍ଗୁଡ଼ ବଙ୍କା
  • ଶିଶୁ ପୁତ୍ରକ
  • ସୁଖ ଦୁଃଖର ସାଥି
  • ସତରେ ସେ ଥିଲେ ସାହାସୀ
  • ସବୁଜ ଲୁଚକାଳି
  • ସୂର୍ଯ୍ୟ ସ୍ନାତ
  • ଗଛ ଲତା ଆମର ବନ୍ଧୁ

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 788–. ISBN 978-81-260-0873-5.
  2. "Prof Jagannath Mohanty passes away". Orissa Diary. Archived from the original on 5 March 2016. Retrieved 25 December 2014.
  3. "Jagannath Mohanty passes away at 74". Times of India. 13 March 2011. Retrieved 25 December 2014.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 20 March 2017.

ଅଧିକ ତଥ୍ୟ ସମ୍ପାଦନା