ମନୋଜ ଦାସ

ଭାରତୀୟ ଲେଖକ

ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ ।[] ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।[][]

ମନୋଜ ଦାସ
ଜନ୍ମ୨୭ ଫେବୃଆରୀ ୧୯୩୪ Edit this on Wikidata
ଶଙ୍ଖାରୀ Edit this on Wikidata
ମୃତ୍ୟୁ୨୭ ଅପ୍ରେଲ ୨୦୨୧ Edit this on Wikidata (ବୟସ ୮୭)
ପୁଡୁଚେରୀ Edit this on Wikidata
ବୃତ୍ତିସ୍ତମ୍ଭକାର, ଲେଖକ, ଭ୍ରମଣ କାହାଣୀ ଲେଖକ, ଔପନ୍ୟାସିକ, ଶିଶୁ ସାହିତ୍ୟିକ, କ୍ଷୁଦ୍ର ଗଳ୍ପ ଲେଖକ, କବି Edit this on Wikidata
କାର୍ଯ୍ୟଅମୃତ ଫଳ, ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ, ତୁମଗାଁ ଓ ଅନ୍ୟାନ୍ୟ କବିତା, ଧୂମାଭ ଦିଗନ୍ତ, ମନୋଜ ଦାସଙ୍କ କଥା ଓ କାହାଣୀ, ଅଦୂର ବିଦେଶ, ଚିଲିକା ହ୍ରଦ Edit this on Wikidata
ଜୀବନସାଥୀପ୍ରତିଜ୍ଞା ଦେବୀ Edit this on Wikidata
ପରିବାରମନ୍ମଥ ନାଥ ଦାସ Edit this on Wikidata
ପୁରସ୍କାର
ୱେବସାଇଟhttp://www.worldofmanojdas.in/ Edit this on Wikidata
Signature

ମନୋଜ ଦାସ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖଦିନ ଗୋଟିଏ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତାପର ଦୁଇ ସନ୍ତାନ ଝିଅ ସେ ପଞ୍ଚମ ତଥା କନିଷ୍ଠ ସନ୍ତାନ ଅଟନ୍ତି । ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ 'ଅଲୌକିକ ଶକ୍ତିର ଉତ୍ସ' ଭାବେ ଅଭିହିତ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା । ସେତେବେଳେ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ । ସେମାନେ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ । ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ, ସୃଜନ ସମ୍ଭାରର ପରିବ୍ୟାପ୍ତ ହୋଇଯାଇଥିଲା । ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ 'ସମୁଦ୍ରର କ୍ଷୁଧା' ପ୍ରକାଶ ପାଇଲା ଏବଂ ସେହି ସମୟରେ 'ଦିଗନ୍ତ' ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ଅଧ୍ୟୟନ କଲେ । ସେତେବେଳକୁ 'ଜୀବନର ସ୍ୱାଦ' ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥାଏ । ୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ | ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପନା କଲେ । ସେହି ବର୍ଷ ତାଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ସୂତ୍ରପାତ ହୋଇଥିଲା । ଦିଗନ୍ତ ମାସିକ ପତ୍ରିକାର ପୁନଃ ପ୍ରକାଶ ଏବଂ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହିତ ବିବାହ । ସମଗ୍ର ଭାରତବର୍ଷରେ ରାଜାରାଜୁଡାଙ୍କ ମଧ୍ୟରୁ କୁଜଙ୍ଗ ରାଜପରିବାର ସ୍ୱାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇଥିଲେ । ୧୯୬୧ ମସିହାରେ 'ଆରଣ୍ୟକ' ପ୍ରକାଶ ପାଇଥିଲା । ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଇଥିଲେ । ୧୯୬୫/୬୬ ମସିହାରେ ଶେଷ ବସନ୍ତର ଚିଠି ପ୍ରକାଶ ପାଇଥିଲା ।

୧୯୬୩ ମସିହାଠାରୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରି ଆସୁଥିଲେ ।[] ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ ।[]

ମନୋଜ ଦାସଙ୍କୁ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା ବୋଲି କୁହାଯାଏ [][] ଆଉ ସେଥି ନିମନ୍ତେ ସେ ଭାରତର ଜଣେ ସୁଗାଳ୍ପିକ ଭାବରେ ପରିଚିତ ।[][]

୨୦୨୧ ମସିହା ଅପ୍ରେଲ ୨୭ ତାରିଖରେ ପଣ୍ଡିଚେରୀଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।[୧୦]

ରଚନାବଳୀ

ସମ୍ପାଦନା

ସମ୍ମାନ ଓ ପୁରସ୍କାର

ସମ୍ପାଦନା

ମନୋଜ ଦାସଙ୍କ ନାମରେ ପୁରସ୍କାର

ସମ୍ପାଦନା

ମନୋଜ ଦାସଙ୍କ ପରଲୋକ ପରେ, ଓଡ଼ିଶା ସରକାର ଏକ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିଲେ । ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ନାମରେ ନାମିତ ଏହି ପୁରସ୍କାର ପ୍ରତିବର୍ଷ ଇଂରାଜୀ ଭାଷାରେ ଲେଖୁଥିବା ଓଡ଼ିଶାର ଜଣେ ସାହିତ୍ୟିକଙ୍କୁ ପ୍ରଦାନ କରାଯିବ । ପୁରସ୍କାର ରାଶି ସ୍ୱରୂପ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ହାଇସ୍କୁଲ ସ୍ତରରେ ପିଲାଙ୍କୁ ମୌଳିକ ସାହିତ୍ୟ ରଚନା ପାଇଁ ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପୃଥକ ଭାବେ ୧ ଲକ୍ଷ ଟଙ୍କା ପୁରସ୍କାରର ରାଶି ସ୍ୱରୂପ ୨ଟି ପୁରସ୍କାର ପ୍ରଦାନ କରାଯିବ । ଶଂଖାରୀ ଗ୍ରାମରେ ତାଙ୍କର ପୈତୃକ ବାସ ଭବନକୁ ଦୁଇ ଭାଇ ମନ୍ମଥ ଓ ମନୋଜଙ୍କ ସ୍ମୃତିରେ ମନ୍ମଥ-ମନୋଜ ସ୍ମାରକୀ ଭାବରେ ନାମିତ କରାଯିବ । ସେଠାରେ ଦୁଇଭାଇଙ୍କ ରଚିତ ସମସ୍ତ ପୁସ୍ତକ ରଖାଯାଇ ଏକ ପାଠାଗାର ନିର୍ମାଣ କରାଯିବ ।[୨୦]

  1. ୧.୦ ୧.୧ "ଆର୍କାଇଭ୍ କପି". Archived from the original on 2020-01-26. Retrieved 2020-01-26. {{cite web}}: Cite has empty unknown parameter: |1= (help)
  2. "Manoj Das". batoi.com. 2012. Retrieved 17 July 2012. He wrote columns in India's national dailies like The Times of India, The Hindustan Times, The Hindu and The Statesman.
  3. Mohapatra, Gargee (2010). "Manoj Das is born for literature". orissabarta.com. Archived from the original on 24 May 2013. Retrieved 17 July 2012.
  4. "Manoj Das - Oriya Writer: The South Asian Literary Recordings Project (Library of Congress New Delhi Office)". loc.gov. 2012. Retrieved 17 July 2012. He is settled as an ashramite of Sri Aurobindo Ashram, Pondicherry since 1963
  5. "Famous eminent persons poets freedom fighters of Orissa". insideorissa.co.in. 2012. Archived from the original on 29 June 2009. Retrieved 17 July 2012. he has been teaching English at the Sri Aurovindo International University there ever since
  6. ଯେଉଁଥିରେ ସେ ଓଡ଼ିଆ ଓ ଭାରତୀୟ ଚେତନା ଓ ଚଳଣିକୁ ନ ହରାଇ ବି ସୁନ୍ଦର ଭାବରେ କାହାଣୀ ବଖାଣିଥାନ୍ତିMohapatra, Tusar N. (26 January 2007) "Manoj Das Chasing the Rainbow" Aurora Mirabilis
  7. ବାସ୍ତବତା ଓ ଫାଣ୍ଟାସିକୁ କଳାତ୍ମକ ଭାବରେ ସେ ଗଢ଼ି ତୋଳିଥାନ୍ତି ନିଜ ଲେଖାରେ Mishra, Ganeswar "The Short Story" Government of Orissa website Archived 2007-03-09 at the Wayback Machine.
  8. He could be the best storyteller after R. K Narayan,' Narang said. Mohapatra, Tusar N. (26 January 2007) "Manoj Das Chasing the Rainbow" Aurora Mirabilis
  9. a group of powerful storywriters has emerged ... This group includes ... Manoj Das Mishra, Ganeswar "The Short Story" Government of Orissa website Archived 2007-03-09 at the Wayback Machine.
  10. "Padma Shri Manoj Das, An Iconic Writer Of Modern Odisha, Passes Away". www.odishatv.in. ଓଡ଼ିଶା ଟେଲିଭିଜନ. Archived from the original on 27 April 2021. Retrieved 27 April 2021.
  11. "Padma Awards". General Administration,Govt. of Odisha. Retrieved 4 March 2017.
  12. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  13. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 2 March 2017.
  14. http://orissa.gov.in/e-magazine/orissaannualreference/ORA-2011/pdf/100.pdf
  15. "Atibadi Jagannath Das Award for 4- Orissa- IBNLive". ibnlive.in.com. 2011. Archived from the original on 4 May 2014. Retrieved 26 January 2013. The luminaries are Manoj Das
  16. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)
  17. "Sarala Award Recipients". IMFA. Retrieved 4 March 2017.
  18. "About Us". Sarala Sahitya Sansad. Sarala Sahitya Sansad. Archived from the original on 17 June 2016. Retrieved 1 March 2017.
  19. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
  20. "ମନୋଜଙ୍କ ପାଇଁ ହାତ ଖୋଲିଦେଲେ ନବୀନ". No. ସମ୍ବାଦ ୦୫/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. ଇଷ୍ଟର୍ଣ୍ଣ ମିଡିଆ. 5 May 2021. Archived from the original on 5 May 2021. Retrieved 5 May 2021.

ଅଧିକ ତଥ୍ୟ

ସମ୍ପାଦନା