ଉମେଶଚନ୍ଦ୍ର ସରକାର

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଉମେଶଚନ୍ଦ୍ର ସରକାର(୧୮୫୭-୧୯୧୪) ଥିଲେ ପ୍ରଥମ ଓଡ଼ିଆ ଔପନ୍ୟାସିକ ।[୧] ସେ ରଚନା କରିଥିବା 'ପଦ୍ମମାଳୀ' ଓଡ଼ିଆ ସାହିତ୍ୟର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ ।[୨] ସେ ଏହାକୁ ୩୨ ବର୍ଷ ବୟସରେ ଲେଖିଥିଲେ । ଏହା ୧୮୮୮ ମସିହାରେ କଟକ ପ୍ରିଣ୍ଟ କମ୍ପାନୀରୁ ପ୍ରଥମେ ପ୍ରକାଶିତ ହୋଇଥିଲା ।

ଉମେଶଚନ୍ଦ୍ର ସରକାର
ଜନ୍ମ ଓ ଜନ୍ମସ୍ଥାନ୧୮୫୭
ମୃତ୍ୟୁ୧୯୧୪
ଭାଷାଓଡ଼ିଆ
ଜାତୀୟତା ଭାରତୀୟ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଉମେଶଚନ୍ଦ୍ରଙ୍କ ପରିବାର ଓଡ଼ିଶାରେ ରହିଆସିଥିବା ଏକ ବଙ୍ଗାଳୀ ପରିବାର ଥିଲେ । ଉମେଶଚନ୍ଦ୍ର ୧୮୫୭ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଇଶ୍ୱରଚନ୍ଦ୍ର ସରକାର । ସେ ଥିଲେ ଜଣେ ପୁଲିସ ଦରୋଗା । ଉମେଶଚନ୍ଦ୍ରଙ୍କୁ ୨ବର୍ଷ ବୟସ ବେଳକୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ୍ ଦେହାନ୍ତ ପରେ, ସେମାନେ ସପରିବାର କଟକ ଚାଲିଆସି କାଳିବଜାରର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ । କଟକରୁ ସ୍ନାତକ ଶିକ୍ଷା ସମାପ୍ତ କରି ଉମେଶଚନ୍ଦ୍ର ତତକାଳୀନ ଓଡ଼ିଶା କମିଶନରଙ୍କ କାର୍ଯ୍ୟାଳୟରେ କାମ କରିବା ଆରମ୍ଭ କରିଥିଲେ । ପରେ ସେ ଢେଙ୍କାନାଳ, ତାଳଚେର ଓ କନିକା ଇଷ୍ଟେଟରେ ମଧ୍ୟ କାମ କରିଥିଲେ । କନିକାରେ କାମ କରୁଥିବା ସମୟରେ ଅସୁସ୍ଥତା ହେତୁ ୧୮୯୯ ମସିହାରେ ସେ ସ୍ୱେଚ୍ଛାକୃତ ଅବସର ନେଇ କଟକ ଫେରି ଆସିଥିଲେ । କଟକ ଆସି ସୁସ୍ଥ ହେବାପରେ ସେ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିଲେ ।

୧୯୧୪ ମସିହାରେ ଆମାଶୟ ରୋଗରେ ପୀଡ଼ିତ ହୋଇ, ଉମେଶଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା ।

ସାହିତ୍ୟ ସର୍ଜନା ସମ୍ପାଦନା

୧୯୦୭ ମସିହାରୁ ଉଦାସୀ ଛଦ୍ମନାମରେ, ସେ କେନ୍ଦୁଝର ବିଦ୍ରୋହ ନାମକ ଏକ ଧାରାବାହିକ ଐତିହାସିକ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ପରେ ସେ ଉଭୟ ଓଡ଼ିଆ ଓ ଇଂରଜୀ ଭାଷାରେ ପୁସ୍ତକ ଲେଖିଛନ୍ତି । ଉମେଶଚନ୍ଦ୍ର ପଦ୍ମମାଳୀର ମୁଖବନ୍ଧରେ ଓଡ଼ିଆ ଭାଷାରେ ନିଜର କମ ଦକ୍ଷତା ସ୍ୱୀକାର କରି ଲେଖିଥିଲେ ଯେ, ସେ ହୁଏତ ଏଥିପାଇଁ ହାସ୍ୟାସ୍ପଦ ହୋଇପାରନ୍ତି ।

ପଦ୍ମମାଳୀ ଉପନ୍ୟାସର ପୃଷ୍ଟଭୂମୀରେ ଥିଲା, ଦୁଇଟି ଗଡ଼ଜାତ ରାଜ୍ୟ ମୟୁରଭଞ୍ଜ ଓ ନୀଳଗିରି ମଧ୍ୟରେ ଥିବା ବିବାଦ । ଏହି ବିବାଦ ମଧ୍ୟରେ ପରିକ୍ଷୀତ ସିଂହ ଓ ପଦ୍ମମାଳୀଙ୍କ ମଧ୍ୟରେ ଥିବା ପ୍ରେମ ମଧ୍ୟ ଉପନ୍ୟାସର ବିଷୟବସ୍ତୁ । ଉପନ୍ୟାସଟିରେ ୧୮୩୫ମସିହା ଫେବୃଆରୀ ଓ ଜୁନ ମାସ ମଧ୍ୟରେ ଘଟିଥିବା ଉପରୋକ୍ତ ଘଟଣାକୁ ବିଷୟବସ୍ତୁ ଭାବରେ ନିଆଯାଇଛି ।[୩]

ରଚନାବଳୀ ସମ୍ପାଦନା

  • ପଦ୍ମମାଳୀ[୪] - ୧୮୮୮
  • କେନ୍ଦୁଝର ବିଦ୍ରୋହ
  • ଓଡ଼ିଆ ଢଗଢମାଳି
  • ମହିମ୍ନସ୍ତବ
  • Easy way to learn English
  • Temple of Truth
  • Speaking the Truth[୫]


ଆଧାର ସମ୍ପାଦନା

  1. S. Mohanty (25 April 2011). Colonialism, Modernity, and Literature: A View from India. Palgrave Macmillan US. pp. 106–. ISBN 978-0-230-11834-8.
  2. ପଟ୍ଟନାୟକ, ଜିତେନ୍ଦ୍ର ନାରାୟଣ. "Rise of the Oriya Novel : 1878-1897" (PDF). ଓଡ଼ିଶା ରିଭ୍ୟୁ (ଅଗଷ୍ଟ ୨୦୦୭): ୧୧୨. Retrieved 3 June 2019.
  3. Sisir Kumar Das (2005). History of Indian Literature. Sahitya Akademi. pp. 295–. ISBN 978-81-7201-006-5.
  4. Umesh Chandra Sarkar; Snehaprava Das (1 January 2005). Padmamali. Grassroots. ISBN 978-81-89040-19-2.
  5. "ଉମେଶ ଚନ୍ଦ୍ର ସରକାର ଓ ଉପନ୍ୟାସ ପଦ୍ମମାଳୀ". ନନ୍ଦିକା (ମାର୍ଚ୍ଚ ୨୦୧୯): ୨୫. Archived from the original on 2020-10-16. Retrieved 3 June 2019.