ମନୋରଞ୍ଜନ ଦାସ
ମନୋରଞ୍ଜନ ଦାସ (୧୦ ମାର୍ଚ୍ଚ ୧୯୨୩ - ୧୭ ଫେବୃଆରୀ ୨୦୧୩)[୧]ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।[୨]
ମନୋରଞ୍ଜନ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଝରକୋଟା ପାଟଣା, ବୟାଳିଶ ମୌଜା, କଟକ ଜିଲ୍ଲା | ୧୦ ମାର୍ଚ୍ଚ ୧୯୨୩
ମୃତ୍ୟୁ | ୧୭ ଫେବୃଆରୀ ୨୦୧୩ କଟକ | (ବୟସ ୮୯)
ବୃତ୍ତି | ନାଟ୍ୟକାର |
ଭାଷା | ଓଡ଼ିଆ ଭାଷା |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ (ଆଇନ) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ବିଷୟ | ନାଟକ, ଗପ, ଏକାଙ୍କିକା |
ପୁରସ୍କାର | ପଦ୍ମଶ୍ରୀ |
ସନ୍ତାନ | ପୂଣ୍ୟଶ୍ଳୋକ ଦାସ |
ଜୀବନ କାଳ
ସମ୍ପାଦନାମନୋରଞ୍ଜନ ଦାସ, ୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲା ଦିନରୁ ନାଟକ ପ୍ରତି ତାଙ୍କର ଆଗ୍ରହ ରହିଥିଲା ଏବଂ ସ୍କୁଲ ସମୟରୁ ହିଁ, ନିଜ ଅଭିନୟ ପ୍ରତିଭା ପାଇଁ ପ୍ରଶଂସିତ ହୋଇଆସିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ସେ ବିଶ୍ୱସ୍ଥରୀୟ ନାଟ୍ୟଶାସ୍ତ୍ର ସହ ପରିଚିତ ହୋଇଥିଲେ । ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ନିଜ ବନ୍ଧୁମାନଙ୍କୁ ନେଇ ସୃଜନୀ ନାମରେ ଏକ ଥିଏଟର ଗୋଷ୍ଠି ତିଆରି କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ, ତାଙ୍କ ନାଟ୍ୟ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ଓ ଭାରତ ସ୍ୱାଧୀନତାର ଠିକ ତିନି ଦିନ ଆଗରୁ ତାଙ୍କ ନାଟକ 'ଅଗଷ୍ଟ ନଅ'ର ପ୍ରଦର୍ଶିତ ହୋଇ ଖୁବ ଲୋକପ୍ରିୟ ହୋଇଥିଲା । [୩]
ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି, ମନୋରଞ୍ଜନ ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[୪] ପରବର୍ତ୍ତୀ ସମୟରେ, ସେ ଆକାଶ ବାଣୀର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଆକାଶ ବାଣୀ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ବ୍ୟତିତ ସେ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ମହାସଚିବ ତଥା କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଆକାଶବାଣୀ କଟକର ପ୍ରଡ୍ୟୁସର ଏମିରେଟସ ଭାବରେ ସେ ଓଡ଼ିଆ ବେତାର ନାଟକକୁ ନୂତନ ଦିଗଦର୍ଶନ ଦେଇଥିଲେ ।
୨୦୧୩ ମସିହା, ଫେବୃଆରୀ ମାସ ୧୭ ତାରିଖ ରାତି ୧୧ଟା ୪୫ ମିନିଟ୍ ସମୟରେ, କଟକର କଲେଜ ଛକ ନିକଟସ୍ଥ ବର୍ଦ୍ଧମାନ କମ୍ପେକ୍ସସ୍ଥିତ ନିଜ ବାସଭବରେ ମନୋରଞ୍ଜନ ବାବୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।[୫] ତାଙ୍କ ଆତ୍ମଜୀବନୀ, 'ସ୍ମୃତି ସଂଳାପ', ଓଡ଼ିଆ ବ୍ୟତିତ ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇ ଖୁବ ଲୋକପ୍ରିୟ ହୋଇପାରିଛି । [୬]
ଆକାଶବାଣୀ ସମ୍ବାଦ ପରିବେଷଣ
ସମ୍ପାଦନାମନୋରଞ୍ଜନ ଦାସ ୧୯୪୮ ମସିହା ଜାନୁୟାରୀ ମାସରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରେ ସମ୍ବାଦ ବିଭାଗରେ ସହ ସମ୍ପାଦକ ଭାବରେ ଚାକିରୀରେ ଯୋଗଦାନ କରିଥିଲେ । ୨୮-୧-୧୯୪୮ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରର ସ୍ଥାପନା ହୋଇ ପ୍ରଥମ ପ୍ରସାରଣ ହୋଇଥିଲା ଏବଂ ସେହି ଦିନ ସଂଧ୍ୟା ୭-୧୫ରେ ଦିଲ୍ଲୀ ଆକାଶବାଣୀରୁ ପ୍ରଥମ ଓଡ଼ିଆ ଖବର ବୁଲେଟିନ ପ୍ରସାରିତ ହୋଇଥିଲା ଯାହାକି କଟକ ଆକାଶବାଣୀଦ୍ୱାରା ରିଲେ କରି ପ୍ରଚାର କରାଯାଇଥିଲା । ସେହି ପ୍ରଥମ ଦିଲ୍ଲୀ କେନ୍ଦ୍ରର ଓଡ଼ିଆ ଖବର ପଢ଼ିଥିଲେ ମନୋରଞ୍ଜନ ଦାସ [୭] । ତାର ମାତ୍ର ଦୁଇଦିନ ପରେ ତାଙ୍କୁ ଆକାଶବାଣୀରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ବିୟୋଗ ଖବର ଶୁଣାଇବାକୁ ପଡିଥିଲା । ସେତେବେଳେ ସେ ଥିଲେ ଦିଳ୍ଳୀ ଆକାଶବାଣୀର ପ୍ରଥମ ଓ ଏକ ମାତ୍ର ଓଡ଼ିଆ କର୍ମଚାରୀ । ମାତ୍ର ଉପରିସ୍ଥ ଅଧୀକାରୀଙ୍କ ଚକ୍ରାନ୍ତ ହେତୁ ସେ ବହୁତ ଶୀଘ୍ର ସେଠାରୁ ଇସ୍ତଫା ଦେଇ ଓଡ଼ିଶା ଚାଲି ଆସିଥିଲେ ।
ପରେ ୧୯୫୮ ମସିହାରେ ଯେତେବେଳେ କଟକ ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପ୍ରସାରଣ ଆରମ୍ଭ ହେଲା, ସେତେବେଳେ ସେ ସେଠାରେ ସହ ସମ୍ପାଦକ ଭାବରେ ଯୋଗ ଦାନ କରିଥିଲେ[୮] । ଏହି ବିଭାଗରେ ସେ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ କଟକ ଆକାଶବାଣୀର ଡ୍ରାମା ବିଭାଗକୁ ସ୍ଥାନାନ୍ତର ହୋଇଥିଲେ ।
ରଚନାବଳୀ
ସମ୍ପାଦନାମନୋରଞ୍ଜନ ଦାସ ଓଡ଼ିଆ ନାଟକରେ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ତାଙ୍କ ନାଟକରେ ଆଧୁନିକ ସମାଜିକ ଓ ରାଜନୈତିକ ବାସ୍ତବତାର ଦୃଶ୍ୟ ଦେଖିବାକୁ ମିଳେ । ଓଡ଼ିଆରେ ଉଦ୍ଭଟ ନାଟକ (Absurd Drama) ଲେଖିବାର ପରମ୍ପରା ସେ ଆରମ୍ଭ କରିଥିଲେ । ତାଙ୍କ ଉଲ୍ଲେଖଯୋଗ୍ୟ କୃତୀ ମଧ୍ୟରେ କାଠଘୋଡ଼ା ଓ ଅରଣ୍ୟ ଫସଲ ଅନ୍ୟତମ । ଅରଣ୍ୟ ଫସଲ ନାଟକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଥିଲେ ।
ନାଟକ
ସମ୍ପାଦନା- ଜନ୍ମ ମାଟି (୧୯୪୩)[୯]
- ଯୌବନ (୧୯୪୫)
- ଅଗଷ୍ଟ ନଅ (୧୯୪୭)[୧୦]
- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
- ବକ୍ସି ଜଗବନ୍ଧୁ (୧୯୪୮)
- ଆଗାମୀ (୧୯୫୦)
- ଅବରୋଧ (୧୯୫୧)
- ମହାସମୁଦ୍ର
- ସାଗର ମନ୍ଥନ (୧୯୬୪)
- ବନହଂସୀ (୧୯୬୯)
- ଅରଣ୍ୟ ଫସଲ (୧୯୭୦), ଅସମୀୟା ଭାଷାକୁ ଅନୁବାଦିତ [୧୧]
- କାଠ ଘୋଡ଼ା (୧୯୭୩)
- ଅମୃତସ୍ୟ ପୁତ୍ର (୧୯୭୨)
- ଉର୍ମୀ (୧୯୭୪)
- ଶବ୍ଦଲିପି (୧୯୭୬)
- ନନ୍ଦିକାକେଶରୀ (୧୯୮୫), ଇଂରାଜୀ ଭାଷାକୁ ଅନୁବାଦିତ [୧୨]
- ଛୋଟ ନାଟକ
ଅନ୍ୟ ଭାଷାରେ ଅନୁଦିତ ନାଟକ
ସମ୍ପାଦନାସମ୍ମାନ ଓ ପୁରସ୍କାର
ସମ୍ପାଦନା- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୯
- ପଦ୍ମଶ୍ରୀ, ୨୦୦୪
- ରାଜ୍ୟପାଳଙ୍କ ସମ୍ମାନ, ୧୯୯୨
- ଶାରଳା ପୁରସ୍କାର, (ନନ୍ଦିକାକେଶରୀ), ୧୯୯୦
- ସଂସ୍କୃତି ବିଭାଗ ଫେଲୋସିପ, ୧୯୮୩
- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୧
- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୮
- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅରଣ୍ୟ ଫସଲ), ୧୯୭୧
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, (ଛୋଟ ନାଟକ), ୧୯୬୪[୨୦]
ଆଧାର
ସମ୍ପାଦନା- ↑ "SRJAN, Guru Kelucharan Mohapatra Odissi Nrityabasa". srjan.com. Archived from the original on 22 March 2014. Retrieved 7 January 2013.
Manoranjan Das was born on March 10, 1923.
- ↑ Amar Nath Prasad; Ajay Kumar Srivastava (1 January 2007). Indian Literature in English: Critical Assessments. Sarup & Sons. pp. 230–. ISBN 978-81-7625-765-7. Retrieved 19 February 2013.
- ↑ K. Satchidanandan (1 January 2006). Authors Speak. Sahitya Akademi. pp. 13–. ISBN 978-81-260-1945-8. Retrieved 19 February 2013.
- ↑ http://timesofindia.indiatimes.com/city/bhubaneswar/Playwright-Manoranjan-Das-dead/articleshow/18568328.cms
- ↑ http://newindianexpress.com/states/odisha/article1470171.ece[permanent dead link]
- ↑ Manoranjan Das (1 January 2002). A Dialogue with Memory. National Book Trust, India. ISBN 978-81-237-3938-0. Retrieved 19 February 2013.
- ↑ MANORANJAN DAS, Translated by Arun Kumar Mohanty & Jatindra Kumar Nayak (2002). A Dialogue with Memory (Reprint 2014 ed.). Delhi: National Book Trust India. p. 97. ISBN 978-81-237-3938-0.
- ↑ MANORANJAN DAS, Translated by Arun Kumar Mohanty & Jatindra Kumar Nayak (2002). A Dialogue with Memory (Reprint 2014 ed.). Delhi: National Book Trust India. p. ୧୮୧. ISBN 978-81-237-3938-0.
- ↑ Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1094–. ISBN 978-81-260-1194-0. Retrieved 19 February 2013.
- ↑ Manoranjan Das; Aruṇa Kumāra Mahānti; J. K. Nayak (1998). August Na. Sahitya Akademi. pp. 6–. ISBN 978-81-260-0484-3. Retrieved 19 February 2013.
- ↑ "ASSAMESE" (PDF). Sahitya Akademi. Retrieved 19 December 2015.
- ↑ Das, Shruti. "Manoranjan Das' 'Nandika Kesari'". Muse India. Archived from the original on 4 May 2014. Retrieved 19 December 2015.
- ↑ "The Wild Harvest". Sahitya Akademi.
- ↑ Das, Manoranjan (1993). The Wild Havest. New Delhi: Sahitya Akademi. ISBN 9788172014360.
- ↑ "Meet The Author - Manoranan Das" (PDF). Sahitya Akademi. Sahitya Akademi. Retrieved 13 November 2016.
- ↑ "The wooden horse : drama / Manoranjan Das ; translated from original Oriya by Praphulla Kumar Mohanty". Retrieved 13 November 2016.
- ↑ The Wooden Horse. BHUBANESWAR: BOOKLAND INTERNATIONAL. 1997.
- ↑ A GAME OF WORDS. BHUBANESWAR: PRACHI PRAKASHANA. 1997.
- ↑ A DIALOGUE WITH MEMORY. NATIONAL BOOK TRUST OF INDIA.
- ↑ ସମ୍ବାଦ ୧୯/୦୨/୨୦୧୩