ଗୋପାଳ ଚନ୍ଦ୍ର ପ୍ରହରାଜ

ଓଡ଼ିଆ ସାହିତ୍ୟିକ

ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ ।[୨] ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।

ଗୋପାଳ ଚନ୍ଦ୍ର ପ୍ରହରାଜ
ଗୋପାଳ ଚନ୍ଦ୍ର ପ୍ରହରାଜ
ଗୋପାଳ ଚନ୍ଦ୍ର ପ୍ରହରାଜ
ଜନ୍ମ ଓ ଜନ୍ମସ୍ଥାନ୨୭ ସେପ୍ଟେମ୍ବର ୧୮୭୪
ସିଦ୍ଦେଶ୍ୱରପୁର
ମୃତ୍ୟୁ୧୬ ମଇ ୧୯୪୫(୭୦ ବର୍ଷ ବୟସରେ)[୧]
ଜାତୀୟତାଭାରତୀୟ
ଜୀବିକାଗପ ଓ ପ୍ରବନ୍ଧ ରଚନା, ଓକିଲାତି
ପ୍ରସିଦ୍ଧିଭାଷାବିଦ, ଲେଖକ ଓ ବାରିଷ୍ଟର
ପୈତୃକ ବାସସ୍ଥାନକଟକ, ଓଡ଼ିଶା
ଜୀବନସାଥିମୁକ୍ତାମଣି
ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

ଜୀବନୀସମ୍ପାଦନ କରନ୍ତୁ

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ଗୋପାଳ ଚନ୍ଦ୍ର ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ଏକ ଧନୀ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ ।

ଶିକ୍ଷାସମ୍ପାଦନ କରନ୍ତୁ

ସେ ରେଭେନ୍ସା କଲିଜେଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ କଟକର ସେ ରେଭେନ୍ସା ମହାବିଦ୍ୟାଳୟରୁ କଳା ବିଭାଗରେ ଅଧ୍ୟୟନ କରିଥିଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ଅଧ୍ୟୟନ କରିଥିଲେ ।

ପରିବାରସମ୍ପାଦନ କରନ୍ତୁ

ଗୋପାଳ ଚନ୍ଦ୍ର ପ୍ରହରାଜ ମୁକ୍ତାମଣିଙ୍କୁ ବିବାହ କରିଥିଲେ । ଉଭୟ ଦମ୍ପତ୍ତିଙ୍କର ଚନ୍ଦ୍ରଶେଖର ନାମରେ ଜଣେ ବଡ଼ ପୁଅ ଓ ଲାବଣ୍ୟବତୀ ନାମରେ ଜଣେ ଝିଅ ହୋଇଥିଲେ । ବିବାହର କିଛି ବର୍ଷ ପରେ ୧୯୨୭ରେ ମୁକ୍ତାମଣି ପୁଅ ଚନ୍ଦ୍ରଶେଖରଙ୍କୁ ଧରି ତାଙ୍କଠାରୁ ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲେ ଓ ନିଜ ଗାଁ ସିଦ୍ଧେଶ୍ଵରପୁରରେ ରହୁଥିଲେ । ମୁକ୍ତାମଣିଙ୍କଠାରୁ ଅଲଗା ହୋଇ ସେ ନିଜ ବିଧବା ଶାଳୀ ପୀତାମ୍ବରୀ ଦେବୀଙ୍କ ସହ କଟକରେ ରହୁଥିଲେ । କଟକରେ ସେ ରହୁଥିବା ସ୍ଥାନ ଏବେ "ଭାଷାକୋଷ ଲେନ୍" ଭାବରେ ପରିଚିତ ।

ଓକିଲାତିସମ୍ପାଦନ କରନ୍ତୁ

ସେ ୧୯୦୨ ମସିହାରେ ଓକିଲ ହୋଇଥିଲେ ଓ ମଧୁସୂଦନ ଦାସଙ୍କ ଅଧୀନରେ ଓକିଲାତି ବ୍ୟବସାୟ କରୁଥିଲେ । ସେ ସରକାରୀ ଓକିଲ ହିସାବରେ ମଧ୍ୟ କାମ କରିଥିଲେ । ବ୍ୟବସାୟ ବହୁତ ଭଲ ଚାଲିଥିଲା ଓ ରୋଜଗାର ଭଲ ହେଉଥିଲା ।

ମୃତ୍ୟୁସମ୍ପାଦନ କରନ୍ତୁ

ପ୍ରହରାଜ ୧୯୪୫ ମସିହା ମେ ୧୬ତାରିଖରେ ବିଷ ମିଶା ଦୁଧ ପାନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।[୩]

ଲେଖକ ଜୀବନୀସମ୍ପାଦନ କରନ୍ତୁ

ପ୍ରହରାଜ ୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି ତାଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ତାଙ୍କର ଲିଖନଶୈଳୀ ଫକୀର ମୋହନ ସେନାପତିଙ୍କଦ୍ୱାରା ପ୍ରଭାବିତ । ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କ ଲେଖାରେ ଓଡ଼ିଶାର ଅପଭ୍ରଂଶିତ ଭାଷା ସ‌ହିତ ହିନ୍ଦୁସ୍ଥାନୀ, ପାରସୀ, ଇଂରାଜୀ, ସଂସ୍କୃତ ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳେ ।[୪] ଜୀବନର ଶେଷ ଯାଏ ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ ।

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସମ୍ପାଦନ କରନ୍ତୁ

ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ମୁଖ୍ୟ ସଂକଳକ ଥିଲେ । ଏହାର ସଂକଳନ ଶେଷ କରିବା ପାଇଁ ତାଙ୍କୁ ପାଖାପାଖି ୩୦ ବର୍ଷ ସମୟ ଲାଗିଥିଲା[୫] ଓ ତାଙ୍କର ସଞ୍ଚିତ ସମସ୍ତ ଅର୍ଥ ଏହାର ପ୍ରସ୍ତୁତିରେ ଖର୍ଚ୍ଚ ହୋଇଯାଇଥିଲା ।

ରଚନାବଳୀସମ୍ପାଦନ କରନ୍ତୁ

  • ଭାଗବତ ଟୁଙ୍ଗୀରେ ସନ୍ଧ୍ୟା (୧୯୦୩)
  • ବାଇ ମାହାନ୍ତି ପାଞ୍ଜି (୧୯୨୩)
  • ଦୁନିଆର ହାଲଚାଲ (୧୯୫୨)
  • ନନାଙ୍କ ବସ୍ତାନି
  • ଆମ ଘରର ହାଲଚାଲ (୧୯୭୧)
  • ବାଇନାନୀଙ୍କ ବୁଜୁଳି

ଆଧାରସମ୍ପାଦନ କରନ୍ତୁ

  1. ମହାପାତ୍ର, ପଣ୍ଡିତ ନରସିଂହ. [oaob.nitrkl.ac.in/278/1/amara_pdf1.pdf ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର]. ନିଉ ଷ୍ଟୁଡେଣ୍ଟସ ଷ୍ଟୋର୍ସ ଲି. p. ୨୨.
  2. ଗୌରାଙ୍ଗ ଚରଣ ଦାଶ. ଗୋପାଳଚନ୍ଦ୍ର ପ୍ରହରାଜ. ଓଡ଼ିଶା ସାହିତ୍ୟ ଏକାଡ଼େମୀ. p. ୧୬. {{cite book}}: |access-date= requires |url= (help)
  3. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୬/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୪. Retrieved 16 May 2017.
  4. "Reproducing a magnum opus". 3 September 2006. Retrieved 25 August 2016.
  5. Sebeok, Thomas Albert (1972). Current Trends in Linguistics. p. 138. Retrieved 25 August 2016.
  6. http://www.orissadiary.com/personality/writer/GOPAL%20CHANDRA%20PRAHARAJ%20.asp
  7. http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha
  8. "The Hindu : Literary Review / Personality : Reproducing a magnum opus". hindu.com. 2006. Retrieved 14 July 2012. This 'treasure of language' is a seven-volume magnum opus with 1,85,000 words in 9450 pages and 71 photographs