ମିହିର ଦାସ
ମିହିର ଦାସ (୧୧ ଫେବୃଆରୀ ୧୯୫୯–୧୧ ଜାନୁଆରୀ ୨୦୨୨) ଜଣେ ଓଡ଼ିଆ ସିନେମା ଅଭିନେତା ଥିଲେ ।[୧] ସେ ତିନି ଦଶକରୁ ଅଧିକ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିଥିଲେ । ସେ ଅନେକ ପୁରସ୍କାର ପାଇଥିଲେ, ବିଶେଷ କରି ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା, ଏବଂ ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏବଂ ପ୍ରେମ ଅଢ଼େଇ ଅକ୍ଷର ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ ।[୨][୩][୪]
ମିହିର ଦାସ | |
---|---|
ଜନ୍ମ | |
ମୃତ୍ୟୁ | ୧୧ ଜାନୁଆରୀ ୨୦୨୨ | (ବୟସ ୬୨)
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ବୈବାହିକ-ସାଥୀ | ସଙ୍ଗୀତା ଦାସ |
ସନ୍ତାନ | ଅମ୍ଳାନ ଦାସ, ଅକ୍ଲାନ୍ତ ଦାସ |
ୱେବସାଇଟ | ଇଣ୍ଟରନେଟ ମୁଭି ଡାଟାବେସରେ ମିହିର ଦାସ |
ଦସ୍ତଖତ | |
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ
ସମ୍ପାଦନାମିହିର ଦାସ ୧୯୫୯ ଫେବୃଆରୀ ୧୧ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୫]
ପରିବାର
ସମ୍ପାଦନାସେ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ । ଲୋକପ୍ରିୟ ଗାୟକ ଚିତ୍ତ ଜେନା ଥିଲେ ମିହିର ଦାସଙ୍କ ଶ୍ୱଶୁର । ଏହି ଦମ୍ପତ୍ତିଙ୍କ ପୁଅ ଅମ୍ଲାନ ଦାସ ମଧ୍ୟ ଜଣେ ଅଭିନେତା ।[୬] ତାଙ୍କ ସାନପୁଅ ଅକ୍ଲାନ୍ତଙ୍କର ଲିଭର ଜନିତ ସମସ୍ୟା ଯୋଗୁ ୨୦୨୩ ମସିହା ଜାନୁଆରୀ ମାସରେ ପରଲୋକ ଘଟିଥିଲା ।[୭]
ଅଭିନୟ
ସମ୍ପାଦନାସେ ଏକ କଳା ଚଳଚ୍ଚିତ୍ର ସ୍କୁଲ ମାଷ୍ଟର ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଯୋଗଦେଇଥିଲେ । ୧୯୭୯ରେ ମୁକ୍ତିଲାଭ କରିଥିବା ମଥୁରା ବିଜୟ ଥିଲା ତାଙ୍କ ଅଭିନୟ ଜୀବନର ପ୍ରଥମ ବ୍ୟବସାୟିକ ଚଳଚ୍ଚିତ୍ର । ପୁଅ ମୋର ଭୋଳାଶଙ୍କରରେ ଅଭିନୟ ପାଇଁ ସେ ବ୍ୟାପକ ସ୍ୱୀକୃତି ପାଇଥିଲେ । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜଣେ ଖ୍ୟାତନାମା ଅଭିନେତା ଥିଲେ ।
ପୁରସ୍କାର ଓ ସମ୍ମାନ
ସମ୍ପାଦନାସେ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଏବଂ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।[୩][୪][୮]
ମୃତ୍ୟୁ
ସମ୍ପାଦନା୨୦୨୧ ଡିସେମ୍ବରରେ ସେ କଟକରେ ବୃକକ ତ୍ରୁଟି ନିମନ୍ତେ ଡାଏଲିସିସ ପାଇଁ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥାରେ ହୃଦଘାତ ଅନୁଭବ କରିଥିଲେ । ତାଙ୍କୁ ଏହାପରେ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା ।[୯][୧୦] କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୧]
ଫିଲ୍ମୋଗ୍ରାଫି
ସମ୍ପାଦନାଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସ". www.odishareporter.in. odisha reporter. Archived from the original on 11 January 2022. Retrieved 11 January 2022.
- ↑ Pradhan, Ashok (12 December 2011). "State film awards announced". The Times of India (in ଇଂରାଜୀ). Retrieved 9 February 2021.
- ↑ ୩.୦ ୩.୧ "Mihir Das Oriya Hero Profile". incredibleorissa.com. January 2011. Retrieved 7 April 2012.
- ↑ ୪.୦ ୪.୧ "Mihir Das: An Overview". incredibleorissa.com. 5 February 2012. Archived from the original on 5 June 2018. Retrieved 7 April 2012.
Name: Mihir Kumar Das, Wife, Late Sangita Das
- ↑ Experts, Arihant (4 June 2019). Know Your State Odisha. ISBN 9789313193272. Retrieved 28 December 2021.
- ↑ "Bollywood Movie Actor Mihir Das Biography, News, Photos, Videos". nettv4u (in ଇଂରାଜୀ). Retrieved 10 December 2021.
- ↑ "ବାପାଙ୍କ ମୃତ୍ୟୁର ବର୍ଷକ ପରେ ଚାଲିଗଲେ ମହିରି ଦାସଙ୍କ ସାନପୁଅ ଅକ୍ଳାନ୍ତ, ଅନ୍ତିମ ସଂସ୍କାର ସମ୍ପନ୍ନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 January 2023. Retrieved 25 January 2023.
- ↑ "Sangita Das wife of actor Mihir Das dies of heart attack". orissadiary.com. Archived from the original on 7 March 2013. Retrieved 7 April 2012.
The eminent singer, film artist Sangita Das expired on Saturday in heart attack.
- ↑ "Veteran Odia actor Mihir Das hospitalised after suffering mild heart attack". Deccan Herald. 10 December 2021. Retrieved 28 December 2021.
- ↑ "Condition Of Ollywood Actor Mihir Das Stable, Next 96 Hrs Vital, Say Docs". Ommcomnews. 27 December 2021. Archived from the original on 27 December 2021. Retrieved 28 December 2021.
- ↑ "Mihir Das, veteran Ollywood actor, passes away" (in ଆମେରିକୀୟ ଇଂରାଜୀ). 11 January 2022. Retrieved 11 January 2022.
ଅଧିକ ପଠନ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମିହିର ଦାସ