ମୟୂରଭଞ୍ଜ ଜିଲ୍ଲା

ଓଡ଼ିଶାର ଏକ ଜିଲ୍ଲା

ମୟୂରଭଞ୍ଜ ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବାରିପଦା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ (ଅଫିସ) ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି ।

ମୟୂରଭଞ୍ଜ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାମୟୂରଭଞ୍ଜ, କେନ୍ଦୁଝର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୯ଟି ଆସନ
 
Area
 • ଜିଲ୍ଲା10418 km2 (4,022 sq mi)
Population
 (୨୦୧୧)
 • ଜିଲ୍ଲା୨୫୧୩୮୯୫
 • Rankଓଡ଼ିଶାରେ ତୃତୀୟ (୩/୩୦)
 • Density241/km2 (620/sq mi)
 • Urban
୧୯୨୮୦୪
 • Rural
୨୩୨୧୦୯୧
 • ୬ ବର୍ଷରୁ କମ ଶିଶୁ
୩୩୭୭୫୭
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୭ XXX
ତାର (ଏସ୍.ଟି.ଡ଼ି)୦୬୭୯X
ଯାନବାହାନ ପଞ୍ଚୀକରଣOD-11 XXXX /OD-11 XXXX
ଜିଲ୍ଲାପାଳବିନୀତ ଭରଦ୍ୱାଜ
WebsiteOfficial website

ଇତିହାସ ସମ୍ପାଦନ କରନ୍ତୁ

ମୟୂରଭଞ୍ଜ ହେଉଛି ଓଡ଼ିଶାର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ ସ୍ୱତନ୍ତ୍ର ଗଡ଼ଜାତ ରାଜ୍ୟ ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା ଭାରତ ସହିତ ମିଶିଥିଲା ।

ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୂରଭଞ୍ଜ ।

ଗଜପତି ରାଜାଙ୍କ ରାଜତ୍ୱରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହି ରାଜ୍ୟର ଅନ୍ତର୍ଗତ ଥିଲା। କାଳକ୍ରମେ ସେହିସବୁ ରାଜ୍ୟ ମୟୂରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି । ଭାଷାକୋଷରେ ମୟୂରଭଞ୍ଜର ନାମ ସମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୂରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା ମୟୂରଧ୍ୱଜ । ସେହି 'ମୟୂରଧ୍ୱଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ ମୟୂରଭଞ୍ଜ ହେଇଥିଲା ।

ଭୂଗୋଳ ସମ୍ପାଦନ କରନ୍ତୁ

ଜନସଂଖ୍ୟା ସମ୍ପାଦନ କରନ୍ତୁ

୨୦୧୧ ଜନଗଣନା [୧] ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ଲୋକସଂଖ୍ୟା ୨୫,୧୩,୮୯୫ ।

  • ପୁରୁଷ: ୧୨,୫୩,୬୩୩
  • ମହିଳା: ୧୨,୬୦,୨୬୨
  • ଛଅ ବର୍ଷରୁ କମ: ୩,୩୭,୭୫୭
  • ସାକ୍ଷରତା ହାର: ୬୩.୯୮%
    • ପୁରୁଷ: ୭୪.୯୨%
    • ମହିଳା: ୫୩.୧୮%

ଓଡ଼ିଶାରେ ବାସ କରୁଥିବା ୬୨ପ୍ରକାର ଅନୁସୂଚିତ ଜନଜାତି ମଧ୍ୟରୁ ୫୩ପ୍ରକାର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରନ୍ତି । ଏଥି ମଧ୍ୟରୁ କେତକ ପ୍ରଧାନ ସମୁଦାୟ ହେଲେ ସାନ୍ତାଳ, କୋହ୍ଲ, ଭୂୟାଁ,ବାଥୁଡି, ଭୂମିଜ, ଗଣ୍ଡ, ମୁଣ୍ଡା, ଖଡ଼ିଆ, ଲୋଧା ।


ପ୍ରଶାସନିକ ବିଭାଗ ସମ୍ପାଦନ କରନ୍ତୁ

  • ଉପଖଣ୍ଡ (ସବ୍ ଡିଭିଜନ): ୦୪
  • ତହସିଲ: ୦୯
  • ବ୍ଳକ: ୨୬
  • ଗ୍ରାମ ପଞ୍ଚାୟତ: ୩୧୬
  • ଗ୍ରାମ: ୩୭୧୮

ପର୍ଯ୍ୟଟନ ସମ୍ପାଦନ କରନ୍ତୁ

ମୟୂରଭଞ୍ଜ ଜିଲ୍ଲାରେ ୧୭ଟି ପର୍ଯ୍ୟଟନ ସ୍ଥଳ ଅଛି ।[୨]

  • ଶିମିଳିପାଳ ଜାତୀୟ ଉଦ୍ୟାନ
  • ସୀତାକୁଣ୍ଡ: ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ଅବସ୍ଥିତ ସୀତାକୁଣ୍ଡର ମୂଳ ଝରଣା କାଳୀପାହାଡ଼ ପର୍ବତର ପ୍ରାୟ ୨୫୦୦ ଫୁଟ ଉଚ୍ଚତାରୁ ବାହାରିଛି । ମୟୂରଭଞ୍ଜ ଜିଲ୍ଲା ଆଦିବାସୀଙ୍କ ଆରାଧ୍ୟ ଦେବତା ମାରାଂବୁରୁ ଏହି କାଳୀପାହାଡ଼ରେ ବାସକରନ୍ତି ବୋଲି ବିଶ୍ୱାସ ରହିଛି ।
  • କୃଷ୍ଣମୁଖା ହନୁମାନ ମନ୍ଦିର: କିମ୍ବଦନ୍ତୀ ବହନ କରୁଥିବା ଏହି ପ୍ରାକୃତିକ ପଥର ଗୁମ୍ଫା ମନ୍ଦିରରେ ଲଙ୍କା ଦହନ କରି ଫେରିଥିବା କୃଷ୍ଣମୁଖା ହନୁମାନ ପୂଜା ପାଉଛନ୍ତି ।
  • ମାଛକାନ୍ଦଣା ଜଳପ୍ରପାତ: ଶିମିଳିପାଳର ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତଟି ୩ଟି ଜଳପ୍ରପାତର ସମଷ୍ଟି । ପ୍ରଥମ ଜଳପ୍ରପାତ ନିକଟରେ ଏକ ପଥର ଗୁମ୍ଫା ରହିଛି । ଦ୍ୱିତୀୟ ଜଳପ୍ରପାତଟି ନିକଟରେ ଅପରାହ୍ଣରେ (ସୂର୍ଯ୍ୟ ପଶ୍ଚିମ ଦିଗରେ ଥିବା ସମୟରେ) ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ । ତୃତୀୟ ଜଳପ୍ରପାତଟି ଉପରଆଡୁ ଦେଖାଯାଉ ନଥିବାରୁ, ଏହାକୁ ଦେଖିବାକୁ ତଳକୁ ଓହ୍ଲାଇବାକୁ ପଡେ ।[୩]

ଆଧାର ସମ୍ପାଦନ କରନ୍ତୁ

  1. Census 2011: Odisha: Provisional Population Totals
  2. ଚାଲାନ, ରବିନାରାୟଣ. "ମାନ୍ୟତା ଅପେକ୍ଷାରେ ୨ ମନୋରମ ଜଳପ୍ରପାତ". ଧରିତ୍ରୀ. Retrieved 24 November 2016.
  3. ଦାସ, ସବ୍ୟସାଚୀ (3 November 2011). "ମାଛ କାନ୍ଦଣା ଜଳପ୍ରପାତ". ଧରିତ୍ରୀ. p. ୩. Archived from the original on 13 May 2021. Retrieved 13 May 2021.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ