ଚିତ୍ତ ଜେନା

ଓଡ଼ିଆ ଗାୟକ

ଚିତ୍ତରଞ୍ଜନ ଜେନା (୨୪ ଡିସେମ୍ବର ୧୯୪୧ – ୧୩ ନଭେମ୍ବର ୨୦୧୮) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଛଦପଟ ଗାୟକ ଥିଲେ ।[୨][୩] ସେ ୧୯୪୧ ମସିହା ଡିସେମ୍ବର ୨୪ ଦିନ କଟକରେ ଜନ୍ମଗ୍ରହଣ କରିଥିଲେ । ଚିତ୍ତ ଜେନା ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ର ସହିତ ଅନ୍ୟାନ୍ୟ ଗୀତରେ କଣ୍ଠଦାନ କରିଥିଲେ । ତାଙ୍କର କେତେକ ଜଣାଶୁଣା ଗୀତ ହେଲା ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ରୂପ ହୋଇଥିବ ଲାବଣ୍ୟବତୀ, ପୂଜା କାହିଁ ପୂଜା, ମାଣିକ ଆଲୋ ମାଣିକ ଆଦି । ୨୦୧୮ ମସିହା ନଭେମ୍ବର ୧୩ ତାରିଖରେ କଟକରେ ତାଙ୍କର ୭୬ ବର୍ଷରେ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଥିଲା ।[୧]

ଚିତ୍ତ ଜେନା
ଜନ୍ମ
ଚିତ୍ତରଞ୍ଜନ ଜେନା

(1941-12-24)୨୪ ଡିସେମ୍ବର ୧୯୪୧
ପୋପରଡା଼, କଟକ ଜିଲ୍ଲା
ମୃତ୍ୟୁ୧୩ ନଭେମ୍ବର ୨୦୧୮(2018-11-13) (ବୟସ ୭୬)
କଟକ, ଓଡ଼ିଶା[୧]
ମୃତ୍ୟର କାରଣବ୍ରେନ ଷ୍ଟ୍ରୋକ
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ(ବିଜ୍ଞାନ)
ପୁରାତନ ଛାତ୍ରଷ୍ଟୁଆର୍ଟ ସ୍କୁଲ କଟକ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
ଜଣାଶୁଣାଓଡ଼ିଆ ଗାୟକ
ଜୀବନସାଥୀସ୍ନେହଲତା ଜେନା
ସନ୍ତାନସଙ୍ଗୀତା, ସରିତା, ସୁନନ୍ଦନ, ସୁଚନ୍ଦନ
Parent(s)ଯଦୁମଣି ଜେନା, ହେମଲତା ଜେନା
Signature
Chitta Jena Odia singer.png

ଜୀବନୀସମ୍ପାଦନ କରନ୍ତୁ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଚିତ୍ତ ଜେନା ୧୯୪୧ ମସିହା ଡିସେମ୍ବର ୨୪ ଦିନ[୪] କଟକ ଜିଲ୍ଲା ପୋପରଡା ଗ୍ରାମର ଏକ ସଙ୍ଗୀତଜ୍ଞ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଯଦୁମଣି ଜେନା ଓ ମାତା ହେମଲତା ଜେନା ଉଭୟ ସଙ୍ଗୀତ ଗାନ କରୁଥିଲେ ।

ସଙ୍ଗୀତ ଗାନସମ୍ପାଦନ କରନ୍ତୁ

ସ୍କୁଲ କଲେଜରେ ପଢ଼ିଲା ବେଳକୁ ସେ ଗୀତ ଗାଉଥିଲେ । କଟକର ଷ୍ଟୁଆର୍ଟ ସ୍କୁଲ ଓ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ସେତେବେଳେ ଜବାହରଲାଲ ନେହେରୁଙ୍କ ନିର୍ଦ୍ଦେଶରେ ଯୁବ ମହୋତ୍ସବର ଆୟୋଜନ କରାଯାଉଥିଲା । ଏହି ଯୁବ ମହୋତ୍ସବରେ ଚିତ୍ତ ଜେନା, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟକୁ ପ୍ରତିନିଧିତ୍ୱକରି ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଲାଭ କରିଥିଲେ ।[୫] ଆଗରୁ କୌଣସି ବିଧିବଦ୍ଧ ସଙ୍ଗୀତ ଶିକ୍ଷାଲାଭ କରିନଥିବା ଚିତ୍ତଙ୍କୁ ଭୁବନେଶ୍ୱର ମିଶ୍ର ସଙ୍ଗୀତ ଶିକ୍ଷାଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । କାଳକ୍ରମେ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ । ୧୯୬୮ରେ ନିର୍ମିତ ଚଳଚ୍ଚିତ୍ର ମନ ଆକାଶରେ ଉପେନ୍ଦ୍ର କୁମାର ତାଙ୍କୁ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରର ଗୀତ "ଏ ବନ ଝରଣା ନାଚି ନାଚି ଯାଅନା" ପ୍ରଶାନ୍ତ ନନ୍ଦଙ୍କ ଚରିତ୍ର ପାଇଁ ଗାଇ ସେ ଲୋକପ୍ରିୟ ହୋଇଥିଲେ । ଏହି ଗୀତଦ୍ୱାରା ତାଙ୍କ ପ୍ରଚ୍ଛଦପଟ୍ଟ ଗାୟକ ଜୀବନର ମୂଳଦୁଆ ପଡିଥିଲା ।

ଦେହାନ୍ତସମ୍ପାଦନ କରନ୍ତୁ

କଟକଠାରେ ଚିକିତ୍ସିତ ହେଉଥିବା ସମୟରେ ୨୦୧୮ ମସିହା ନଭେମ୍ବର ୧୩ ତାରିଖରେ ତାଙ୍କର ୭୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୬]

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ପ୍ରଫୁଲ୍ଲ କର ସମ୍ମାନ - ୨୦୧୦[୭]
  • ଜୀବନ ବ୍ୟାପି ସାଧନା ନିମନ୍ତେ ସମ୍ମାନ (ଆମେରିକା ଓଡ଼ିଆ ସୋସାଇଟି) - ୨୦୧୧[୮]
  • ଡି. ଲିଟ (ଉତ୍କଳ ବିଶ୍ୱବିଦ୍ୟାଳୟ) - ୨୦୧୫[୪]
  • ଅମୃତ କଣ୍ଠ (ଶ୍ରୀକ୍ଷେତ୍ର କଳା ପରିଷଦ)[୯]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Bureau, Odisha Sun Times (13 November 2018). "Noted Odisha singer Chitta Jena passes away". odishasuntimes.com. Retrieved 13 November 2018.
  2. Ram Awatar Agnihotri (1 January 1991). Modern Indian films on rural background: social and political perspectives with survey study. Commonwealth Publishers. ISBN 978-81-7169-101-2. Retrieved 14 September 2012.
  3. B. V. Dharap; National Film Archive of India (1978). Indian films. Retrieved 14 September 2012.
  4. ୪.୦ ୪.୧ "ଧରିତ୍ରୀ ଆଳାପ". ଧରିତ୍ରୀ. 24 February 2015. Retrieved 13 November 2018.
  5. "ପର ପାରିରେ ଚିତ୍ତ ଜେନା". No. ଧରିତ୍ରୀ ୧୪/୧୧/୨୦୧୮ ପୃଷ୍ଠା ୧. Retrieved 14 November 2018.
  6. "Eminent singer Chitta Jena is no more". prameyanews.com (in ଇଂରାଜୀ). ପ୍ରମେୟ. 13 November 2018. Retrieved 13 November 2018.
  7. "Prafulla Kar Award for Chitta Jena". News18. 12 February 2018. Retrieved 13 November 2018.
  8. "Awards 2011 | The Odisha Society of The Americas". www.odishasociety.org. The Odisha Society Of The Americas. Retrieved 13 November 2018.
  9. "ଚିରନିଦ୍ରାରେ ଚିତ୍ତ ଜେନା". Retrieved 14 November 2018.

ବାହାର ଆଧାରସମ୍ପାଦନ କରନ୍ତୁ