ଆଖି ପଲକରେ ତୁ
ଆଖି ପଲକରେ ତୁ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ ଗିରିଧାରୀ ମଲିକ୍ । ରବିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ପ୍ରଦୀପ୍ତ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଆଖି ପଲକରେ ତୁ | |
---|---|
ନିର୍ଦ୍ଦେଶକ | ରବିନ୍ଦ୍ର ପ୍ରଧାନ |
ପ୍ରଯୋଜକ | ଗିରିଧାରୀ ମଲିକ୍ |
ସଂଳାପ | ପ୍ରଦୀପ୍ତ ନନ୍ଦ |
ଚିତ୍ରନାଟ୍ୟ | ରବିନ୍ଦ୍ର ପାଧାନ |
କାହାଣୀ | ରବିନ୍ଦ୍ର ପାଧାନ |
କଳାକାର | ସବ୍ୟସାଚୀ ମିଶ୍ର, ବବ୍ଲି, ମିହିର ଦାସ, ମୁକେଶ ଋଷି, ବିଜୟ ମହାନ୍ତି, ହରିହର ମହାପାତ୍ର, ଗ୍ଲୋରିଆ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ବବି ମିଶ୍ର, ପପୁ ପମ ପମ |
ସଙ୍ଗୀତ | ଶାନ୍ତିରାଜ ଖୋସଲା |
ଚିତ୍ରଗ୍ରହଣ | ଏସ୍ ରଞ୍ଜନ |
ସମ୍ପାଦକ | ରବିନ୍ଦ୍ର ପ୍ରଧାନ |
ମୁକ୍ତିଲାଭ ତାରିଖ | ୧୨ ଫେବୃୟାରୀ ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ବବ୍ଲି । ବବ୍ଲି ଏହି କଥାଚିତ୍ର ଜରିଆରେ ନାୟିକା ଭାବରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୧] ପୂର୍ବରୁ ସେ ଓଡ଼ିଆ ଆଲବମ୍ରେ ଅଭିନୟ କରିଥିଲେ ଏବଂ କେଉଁ ଦୁନିଆରୁ ଆସିଲ ବନ୍ଧୁ ଚଳଚ୍ଚିତ୍ରରେ ଏହି କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ବିଜୟ ମହାନ୍ତି, ହରିହର ମହାପାତ୍ର, ଗ୍ଲୋରିଆ ମହାନ୍ତି, ମୀନକେତନ, ପପୁ ପମ ପମ, ମୁକେଶ ଋଷି ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ସବ୍ୟସାଚୀ ମିଶ୍ର- ରାଜେଶ/ଭଗିଆ
- ବବ୍ଲି- ମାମା
- ମିହିର ଦାସ- ରତ୍ନାକର ରାଉତରାୟ
- ମୁକେଶ ଋଷି- ମୁନ୍ନା ଭାଇ
- ହରିହର ମହାପାତ୍ର- ଡଙ୍କ
- ଗ୍ଲୋରିଆ ମହାନ୍ତି- ଜେଜେମା
- ମୀନକେତନ- ବିଟୁ ସାମନ୍ତ
- ଅଶ୍ରୁମୋଚନ ମହାନ୍ତି- ବୀର ଭାଇ
- ବବି ମିଶ୍ର- ଇନିସ୍ପେକ୍ଟର ଜି ଭି ମିର୍ଧା
- ପପୁ ପମ ପମ- ପପୁ
- ଅନିତା ଦାସ- ରାଜେଶର ମାଆ
- ଦିଲୀପ ପଣ୍ଡା- ଆଶୁ
- ଇଲୁ ବାନାର୍ଜୀ- ଗୋରା ଭାଇ
- ବାବୁ ପ୍ରଧାନ- ସାମ୍ବାଦିକ
- ରୁନୁ ନନ୍ଦି- ରାଜେଶର ଭଉଣୀ
- ତାନିଆ- ରାଜେଶର ସାଙ୍ଗ
- ରିୟା
- ସଲିଲ୍ ମିତ୍ର
- ଟନିଆ
- ପୁଷ୍ପା ପଣ୍ଡା- ମୁନ୍ନାର ମାଆ (ଶୁଭଲକ୍ଷ୍ମୀ)
ଅତିଥି କଳାକାର
ସମ୍ପାଦନା- ସାହେବ ସିଂ- ଭାଗୀରଥି ମହାନ୍ତି
- ବିଜୟ ମହାନ୍ତି- ବଳିଆ ଭାଇ
ଶିଶୁ କଳାକାର
ସମ୍ପାଦନା- ଅନିକେତ
- ରାନି
- କିର୍ତ୍ତୀ
କାହାଣୀ
ସମ୍ପାଦନାସ୍ତ୍ରୀ ଶୁଭଲକ୍ଷ୍ମୀ, ପୁଅ ମୁନ୍ନା ଏବଂ ଝିଅ ମାମାକୁ ନେଇ ଜଣେ ପତ୍ରକାର ରହୁଥିଲା । ସେ କିଛି ବଦମାସ ଏବଂ ଖଳ ପ୍ରକୃତିର ଲୋକଙ୍କ ବିଷୟରେ ଖବରକାଜରେ ଲେଖି ଛାପିଥିଲା । ସେଇ କଥାକୁ ନେଇ ସେ ଗୁଣ୍ଡା ବଦମାସମାନେ ତାକୁ ଏବଂ ତା'ର ସ୍ତ୍ରୀର ହତ୍ୟା କରିଦେଲେ । ପତି ପତ୍ନୀ ଦୁଇଜଣଙ୍କର ମୃତ୍ୟୁ ପରେ ସେମାନଙ୍କର ପିଲା ଦୁଇଟି ଅନାଥ ହୋଇଗଲେ । ମୁନ୍ନା ତା' ଭଉଣୀକୁ ନେଇ ଆସିଗଲା ସହରକୁ । ଅନାଥ ହୋଇଥିବାରୁ ସେମାନଙ୍କ ପାଖରେ କିଛି ନ ଥିଲା । ମୁନ୍ନା ତା'ର ଭଉଣୀକୁ ଧରି ଗୋଟିଏ ବର୍ଷାଭରା ରାତିରେ ଭିଜୁଥିବା ବେଳେ ଗୋରାଭାଇ ନାମକ ଜଣେ ଲୋକ ତାକୁ ତା' ସାଙ୍ଗରେ ନେଇଗଲା । ସେଠାରେ ମୁନା ଟିକେଟ ଚୋରାରେ ବିକ୍ରି କରିବା ଆରମ୍ଭ କଲା, କିନ୍ତୁ ଗୋରା ଭାଇ ତାକୁ ପଇସା ଦେଉ ନ ଥିଲା । ସେଥିପାଇଁ ସେ ଗୋରାଭାଇଠାରୁ ଟଙ୍କା ଏବଂ ତା' ବନ୍ଧୁକ ଚୋରେଇ ନେଇଆସିଲା । ଗୋରାଭାଇର ଲୋକମାନେ ମୁନ୍ନାକୁ ଖୋଜି ଖୋଜି ଆସିଲେ କିନ୍ତୁ ତା' ପାଖରେ ଥିବା ବନ୍ଧୁକର ଗୁଳିର ଶିକାର ହେଲେ । ସେହି ସମୟରେ ବୀର (ଅଶ୍ରୁମୋଚନ) ନାମକ ଜଣେ ଲୋକକୁ କିଛି ଗୁଣ୍ଡା ଆକ୍ରମଣ କଲେ ଏବଂ ମୁନ୍ନା ସେମାନଙ୍କୁ ମଧ୍ୟ ସେହି ବନ୍ଧୁକରେ ହତ୍ୟାକଲା । ସେବେଠାରୁ ସେ ବୀରଭାଇ ପାଖରେ ରହିଲା ।
ପରବର୍ତ୍ତୀ ସମୟରେ ମୁନ୍ନା (ମୁକେଶ ଋଷି) ଅପରାଧ ଜଗତରେ ବଡ଼ ହେଲା ଏବଂ ନିଜର ସାମ୍ରାଜ୍ୟ ଗଠନ କଲେ । ଇତି ମଧ୍ୟରେ ମାମା (ବବ୍ଲି) ମଧ୍ୟ ବଡ଼ ହୋଇ କଲେଜରେ ପଢ଼ୁଥିଲା । ମୁନ୍ନା ତା' ଭଉଣୀର ପାଖ ଆଖରେ ତା'ର ଲୋକମାନଙ୍କୁ ଜଗାଇ ରଖିଥିଲା । ମାମା ସହ କାହାକୁ ବି ଦେଖିଲେ ସେ ତାକୁ ଲୋକ ଲଗେଇ ବାଡ଼ାଉଥିଲା । ଏହି ସବୁ କାରଣ ପାଇଁ କଲେଜର ପିଲାମାନେ ତା' ସହ କଥା ହେବା ବନ୍ଦ କରିଦେଲେ । ସେଥିପାଇଁ ମୁନ୍ନା ଉପରେ ସବୁବେଳେ ମାମା ରାଗିକି ଖାଇବା ବନ୍ଦ କରିଦେଇଥିଲା । ତା' ପରେ ମୁନ୍ନା ତାକୁ ବୁଝାଇସୁଝାଇ ଭବିଷ୍ୟତରେ କେବେ ଏମିତି କରିବନି ବୋଲି କଥା ଦେଲା ।
ତେଣେ ବୀର ଏବେ ନିର୍ବାଚନରେ ଜିତି ମନ୍ତ୍ରୀ ହୋଇଗଲାଣି । ବୀରକୁ ମନ୍ତ୍ରୀ କରେଇବା ପାଇଁ ବିଟୁ (ମୀନକେତନ) ଏବଂ ତା'ର ଲୋକମାନେ ମଧ୍ୟ ବହୁତ କିଛି କାମ କରିଛନ୍ତି । ସେଥିପାଇଁ ଗୋଟିଏ ଲିଜ୍ ନେବା ପାଇଁ ବିଟୁ ବୀରଭାଇକୁ ବାଧ୍ୟ କରୁଥିବା ବେଳେ, ଗଣମାଧ୍ୟମ ତା' ପଛରେ ଲାଗିଛନ୍ତି ବୋଲି ସେ ସେହି ଲିଜ୍ ବିଟୁକୁ ଦେଇ ପାରିବ ନାହିଁ ବୋଲି କହିଲା । ଏହା ଶୁଣି ବିଟୁର ବଡ଼ ଭାଇ ଛୋଟୁ ରାଗିଯାଇ ବୀରଭାଇ ଏବଂ ମୁନ୍ନାକୁ ଖରାପ ବ୍ୟବହାର କରିବା ସହ ବନ୍ଧୁକ ଧିର ଧମକ ଦେଲା । ଏହା ଦେଖି ମୁନ୍ନା ଛୋଟୁକୁ ହତ୍ୟା କରିଦେଲା । ଆଖି ସାମ୍ନାରେ ଭାଇର ମୃତ୍ୟୁ ଦେଖି ବିଟୁ ମୁନ୍ନାର ବଂଶ ନିପାତ କରିବାକୁ ପ୍ରଣ କଲା ଏବଂ ଜାଣିଲା କି ମୁନ୍ନାର କେବଳ ଗୋଟିଏ ଭଉଣୀ ଅଛି । ସେଥିପାଇଁ ବିଟୁର ଲୋକମାନେ ମାମାକୁ କଲେଜରୁ ଅପହରଣ କରି ନେଇଯାଉଥିବାବେଳେ ରାଜେଶ (ସବ୍ୟସାଚୀ) ସେ ଗୁଣ୍ଡାମାନଙ୍କ କବଳରୁ ମାମାକୁ ବଞ୍ଚେଇଲା । ରାଜେଶ ଏବଂ କଲେଜର ଅନ୍ୟପିଲାମାନେ ମୁନ୍ନାର ଲୋକ ଏବଂ ତାର ବିପକ୍ଷ ଦଳର ଲୋକମାନଙ୍କ ପାଇଁ କଲେଜରେ ହେଉଥିବା ମାଡ଼ପିଟ ବିଷୟରେ କହି ଅପମାନିତ କଲେ । କିଛି ସମୟ ପରେ ମୁନ୍ନା ଆସିବାରୁ ମାମା ତାକୁ ରାଜେଶର ବାହାଦୁରୀ ବିଷୟରେ କହିଲା ।
ରାଜେଶର ଘରେ ତା'ର ବାପା ରତ୍ନାକର ରାଉତରାୟ , ମାଆ (ଅନୀତା ଦାସ), ଗୋଟିଏ ସାନ ଭଉଣୀ ଏବଂ ତା'ର ଜେଜେମା (ଗ୍ଲୋରିଆ ମହାନ୍ତି) ରହୁଥିଲେ । ରାଜେଶର ସବୁବେଳ ମୋବାଇଲରେ ଫଟୋ ଉଠେଇବାର ଅଭ୍ୟାସ ଥିଲା । ରଜେଶର ଘରଲୋକେ ତାକୁ ଏତେ ଭଲ ପାଆନ୍ତି ଯେ, ତାର ହାତରେ ଟିକେ ଖଣ୍ଡିଆ ହେଲେ ସମସ୍ତେ ବ୍ୟସ୍ତ ହୋଇ ପଡ଼ନ୍ତି । ରାଜେଶର ବାପା ରତ୍ନାକର ବାବୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ । ରାଜେଶ ତା' ଭଉଣୀ ସହ ରାସ୍ତା ଯାଉଥିବା ବେଳେ ଜଣେ ପୋଲିସ ଇନିସ୍ପେକ୍ଟର ଜି ଭି ମିର୍ଧାର ପାନଛେପ ରେଜେଶର ଭଉଣୀ ଉପରେ ପଡ଼ିଗଲା ଏବଂ ସେଠାରେ ରାଜେଶ ଏବଂ ସେ ପୋଲିସ ଇନିସ୍ପେକ୍ଟରର ଝଗଡ଼ା ହୋଇଗଲା ।
ସେପଟେ ରାଜେଶର ବାହାଦୁରୀ ଏବଂ ସଚ୍ଚୋଟ ପଣିଆକୁ ଦେଖି ମାମା ରାଜାଶରେ ପ୍ରେମରେ ପଡ଼ିଯାଇଥିଲା କିନ୍ତୁ ରାଜେଶର ଆଉ ଜଣେ ପ୍ରେମିକା ଅଛି ବୋଲି ଭାବୁଥିଲା । ମାତ୍ର ସେମିତି କିଛି ନାହିଁ ବୋଲି ଜାଣିବା ପରେ ମାମା ରାଜେଶ ପ୍ରତି ବେଶୀ ଆକର୍ଷିତ ହେବରେ ଲାଗିଲା । କଲେଜର ପିଲାମାନେ ପିକନିକରେ ଯାଇଥିବାବେଳେ ମାମା ଝରଣା ଦେଖୁ ଦେଖୁ ଅନ୍ୟମନସ୍କରେ ଗୋଡ଼ ଖସି ସେଠାରେ ପଡ଼ିଗଲା । ସେଠାରେ ତାକୁ ପଣିଥରେ ରାଜେଶ ବଞ୍ଚେଇଲା । ରାଜେଶ ମଧ୍ୟ ମାମାର ପ୍ରେମରେ ପଡ଼ିଯାଇଥିଲା । ମାମା ପଡ଼ିଯିବା କଥା ଶୁନି ମୁନ୍ନା ତାକୁ ଖୋଜିବାକୁ ଆସିଯାଇଥିଲା । ମୁନ୍ନା ସେଠାରେ ପହଞ୍ଚିବା ପରେ ରାଜେଶ ଏବଂ ମାମା ବିଷୟରେ ଜାଣିଲା । ମାମାକୁ କିଛି ନ କହି ତାକୁ ଚୁପଚାପ ଘରକୁ ନେଇଆସିଲା । ଘରେ ମୁନ୍ନା ମାମାକୁ କଥା ଦେଲା ଯେ, ସେ କେବେ ରାଜେଶର କିଛି ବି କ୍ଷତି କରିବ ନାହିଁ । ମାମା ସହ ରାଜେଶକୁ ଦେଖି ମୁନ୍ନାର ଲୋକମାନେ ରାଜେଶର ପରିବାର ଲୋକଙ୍କୁ ଆଣି ବାନ୍ଧି ଦେଇଥିଲେ । ତା ପରେ ରାଜେଶକୁ ମାରି ମୁନ୍ନାର ଲୋକମାନେ ତାକୁ ମଧ୍ୟ ବାନ୍ଧିଦେଲେ । ରାଜେଶର ପରିବାର ଲୋକମାନଙ୍କୁ ଛାଡ଼ିଦେଇ ସେମାନେ ରାଜେଶକୁ ନେଇ ମାରି ପୋତିଦେଲେ ।
ରାଜେଶ ଭଳି ଦେଖାଯାଉଥିବା ଅନ୍ୟ ଗୋଟିଏ ପିଲା ହେଉଛି ଭଗିଆ । ଯିଏକି ଟ୍ରାକ୍ଟର ଚଲାଏ । ତା'ର ସାଙ୍ଗ ହେଉଛି ଡଙ୍କ ଏବଂ ଗୁଲୁରୀ (ଛୋଟ ଝିଅଟିଏ) । ବଳିଆ (ବିଜୟ ମହାନ୍ତି) ଯାହାକୁ ଭଗିଆ ଭାଇ ଭଳିମାନେ ।
ତେଣେ ରାଜେଶ ଘରକୁ ନ ଫେରିବାରୁ ତା'ର ଘର ଲୋକମାନେ ବ୍ୟସ୍ତ ହୋଇ ତାକୁ ବହୁତ ଖୋଜିଲେ । ପୁଅକୁ ନ ପାଇ ରାଜେଶର ମାଆର ଦେହ ଖରାପ ହୋଇଗଲା । ମାମା ରାଜେଶର ଘରକୁ ଯାଇ ରାଜେଶ ବିଷୟରେ ପଚାରିଲା ଏବଂ ରଜେଶର ବାପା ତାକୁ ରାଜେଶ ଘରକୁ ନ ଫେରିବା କଥା କହିଲେ । ଏହା ଶୁଣି ମାମା ଯାଇ ମୁନ୍ନାକୁ ରଜେଶ ବିଷୟରେ ପଚାରିଲା । କିନ୍ତୁ ରାଜେଶକୁ ଛାଡ଼ିଦେଇଛି ବୋଲି ମୁନ୍ନା କହିଲା କାରଣ ସେ ମାମାକୁ କଥା ଦେଇଥିଲା ରାଜେଶର କିଛି କରିବନି ବୋଲି ।
ରାଜେଶକୁ ଖୋଜିବାକୁ ଯାଇ ମାମା ପୋଲିସ ସହ ଝଗଡ଼ା କଲା ଏବଂ ତା ବାପାକୁ ମଧ୍ୟ ଜେଲରେ ପୁରାଇଦେଲା । ରାଜେଶର ସାଙ୍ଗ ପପୁ (ପପୁ ପମ ପମ) ସେମାନଙ୍କର ବେଲ୍ କରାଇଦେଲା । ସେମାନେ ସେଠାରୁ ଫରିବା ବେଳେ ରାଜେଶର ଭଉଣୀ ରାଜେଶକୁ ଦେଖିଲା । ରାଜେଶକୁ ଡାକି ଡାକି ସେ ଅଟୋରୁ ଡେଇଁପଡ଼ିଲା ଏବଂ ତା'ର ମୁଣ୍ଡ ଫାଟିଗଲା । ସେ କିନ୍ତୁ ରାଜେଶ ନୁହେଁ ଥିଲା ଭଗିଆ । ସେତେବେଳେ ଭଗିଆ ତାକୁ ଡାକ୍ତରଖାନା ନେଇକି ଗଲା । ତା' ପରେ ଭଗିଆ ରାଜେଶ ସାଜି ତା ଘରକୁ ଗଲା । ତାକୁ ଦେଖି ସମସ୍ତେ ଖୁସି ହେଲେ । ରାଜେଶ ତା'ର ଜେଜେମା କଥାରେ ଯାଇ ମାମାକୁ ନେଇ ଆସି ବଳିଆ ଭାଇର ଘରେ ରଖିଲା ।
ମାମାକୁ ନ ପାଇ ମୁନ୍ନା ତେଣେ ବିଟୁ ଏମିତି କରିଛି ବୋଲି ତାକୁ ପଚାରିଲା ସେଥିପାଇଁ ସେ ବିଟୁ ସହ ଯୋଗାଯୋଗ କରି ଜାଣିଲା କି ବିଟୁ ବି ସେ କାମ କିଛି କରିନି । ବିଟୁର ଲୋକମାନେ ଏମିତି କରିନାହାନ୍ତି ବୋଲି ଜାଣିବା ପରେ ମୁନ୍ନା ତା ଲୋକମାନଙ୍କୁ ସହରର ସବୁଆଡ଼େ ଖୋଜିବାକୁ କହିଲା । ମୁନ୍ନାର ଲୋକମାନେ ଭଗିଆକୁ ଗାଡ଼ିର ଯାଉଥିବାର ଦେଖି ତାକୁ ମାରିଦେଇଥିବା କଥା ମନେ ପଡ଼ିଲା । ସେଠାରେ ସେମାନେ ଭଗିଆକୁ ସେମାନେ ମାମା କଥା ପଚାରିଲେ ଏବଂ ମୁନା ଆସି ଭଗିଆକୁ ଅନୁରୋଧ କରି କହିଲା ମାମା ସହ ତା'ର ଦେଖା କରେଇଦେବା ପାଇଁ । ଭଗିଆ ମୁନ୍ନାକୁ ତା' ବାପା ମାଆଙ୍କୁ ବାନ୍ଧିଥିବା ଜାଗାକୁ ପରଦିନ ସକାଳ ୮ଟା ବେଳକୁ ଆସିବାକୁ କହିଲା । ଭଗିଆ ଚାଲିଯିବା ପରେ ମୁନ୍ନାର ଲୋକମାନେ ମରିଯାଇଥିବା ବ୍ୟକ୍ତି କିପରି ବଞ୍ଚିଗଲା ବୋଲି ମୁନ୍ନାକୁ ପଚାରିଲେ । କିନ୍ତୁ ମୁନ୍ନା ତାକୁ ଛାଡ଼ି ଦେଇଥିବା କଥା କହିଲା । କିନ୍ତୁ ତା'ର ଲୋକମାନେ କିପରି ତାକୁ ମନ୍ତ୍ରୀ ବୀର ଭାଇ କଥାରେ ମାରିଦେଇଥିଲେ ସେ କଥା ମୁନ୍ନାକୁ କହିଲେ । ମୁନ୍ନାର ଭଗିଆ ଉପରେ ସନ୍ଦେହ ହେଲା । ସେଥିପାଇଁ ତା'ର ଲୋକମାନେ ରାଜେଶକୁ ପୋତିଥିବା ଜାଗାକୁ ଯାଇ ଖୋଳି ଦେଖିଲେ କି ସେଠାରେ କିଛି ବି ନାହିଁ ।
ପରଦିନ ମୁନ୍ନା ଭଗିଆ କହିଥିବା ଜାଗାକୁ ଗଲା । ସେଠାରେ ଭଗିଆକୁ ମୁନ୍ନା ମାମା ବିଷୟରେ ପଚାରୁଥିବା ବେଳେ ମୁନ୍ନା ରାଜେଶକୁ ଅନ୍ୟମାନେ ମାରିଦେଇଛନ୍ତି ବୋଲି କହିଥିଲା ଏବଂ ସେତିକିବେଳେ ମୁନ୍ନା ଉପରେ ଅଚାନକ ଗୁଳିର ବର୍ଷା ହେଲା । ଏହି ଦୃଶ୍ୟକୁ ମାମା ବଳିଆ ଭାଇର ଘରେ ଥାଇ ଟିଭିରେ ଦେଖିଲା । ଏବଂ ଭଗିଆ ଅସିବା ପରେ ମାମା ତାକୁ ତା'ର ଭାଇ ଉପରେ ଗୁଳିଚଳାଇଥିବା ଅପରାଧୀ ବୋଲି ଭାବିଲା । ହେଲେ ଭଗିଆ ମୁନ୍ନା ଉପରେ ଗୁଳି ଚଳାଇନାହିଁ ବୋଲି କହିଲା । ମାମା ଡାକ୍ତରଖାନାରେ ମୁନ୍ନାକୁ ଦେଖାକରିବାକୁ ଯିବାକୁ ଜିଦ୍ କଲା । ସେଥିପାଇଁ ମାମା ଏବଂ ଭଗିଆ ନିଜର ବେଶ ବଦଳାଇ ଡାକ୍ତରଖାନାରେ ପହଞ୍ଚିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ସେମାନେ ମନ୍ତ୍ରୀ ବୀରଭାଇ, ବିଟୁ ଏବଂ ପୋଲିସ ଇନିସ୍ପେକ୍ଟର ଜି ଭି ମିର୍ଧାର କଥାବାର୍ତ୍ତା ଶୁଣିଲେ । ସେମାନେ ହିଁ ମୁନ୍ନାକୁ ମାରି ରାଜେଶକୁ ଜେଲକୁ ପଠାଇବାକୁ ଚାହୁଁଥିଲେ । ହେଲେ ମୁନ୍ନା ବଞ୍ଚିଯିବା ପରେ ସେମାନେ ତାକୁ ମାରିବାକୁ ଡାକ୍ତରଖାନାରେ ମଧ୍ୟ ଚେଷ୍ଟା କରୁଥିଲେ । ଏହି କଥା ଜାଣିବା ପରେ ଭଗିଆ ମୁନ୍ନାକୁ ଡାକ୍ତରଖାନାରୁ ଲୁଚାଇ ନେଇ ଅନ୍ୟ ଜଣେ ବୈଦ୍ୟଙ୍କ ପାଖକୁ ନେଇଗଲା ସେତେବେଳକୁ ମୁନ୍ନା କୋମାକୁ ଚାଲିଯାଇଥିଲା ।
ମୁନ୍ନାକୁ ରାଜେଶ ନେଇଯାଇଥିବା ଜାଣି ଇନିସ୍ପେକ୍ଟର ରାଜେଶକୁ ଖୋଜି ଖୋଜି ଯାଇ ରାଜେଶର ଘରେ ପହଞ୍ଚିଲା । ସେଠାରେ ଭଗିଆ ତା'ଠାରୁ ବନ୍ଧୁକ ଛଡ଼ାଇ ରାଜେଶର ପରିବାରକୁ ନେଇ ଚାଲିଗଲା । ଭଗିଆ ମୁନ୍ନା ଚିକିତ୍ସିତ ହେଉଥିବା ରାଜେଶର ପରିବାର ଲୋକଙ୍କୁ ନେଇଯାଇଥିଲା । ସେଠାରେ ମୁନ୍ନାକୁ ପୁଣିଥରେ ଜୀବିତ ଦେଖି ରାଜେଶର ବାପା ଭଗିଆ ଉପରେ ବହୁତ ରାଗିଗଲେ ଏବଂ ଭଗିଆକୁ ଧିକ୍କାର କଲେ । ଭଗିଆ କେବେ ରାଜେଶ ହୋଇପାରିବନି ବୋଲି କହିଲେ । ମୁନ୍ନା ତାକୁ ମାରିଦେଇଥିବା କଥା ସେ ସମସ୍ତଙ୍କଠାରୁ ଲୁଚେଇ ରଖିଥିଲେ । ରାଜେଶକୁ ଗୁଣ୍ଡାମାନେ ମାରି ପୋତିଦେଇଥିବାର ସେ ନିଜ ଆଖିରେ ଦେଖିଥିଲେ ଏବଂ ତା'ର ମର ଶରୀରକୁ ନେଇ ଆସି ସେ ପୋଡ଼ି ଦେଇଥିଲେ । ଆଉ ସେଦିନ ସେ ଭଗିଆକୁ ସବୁ କଥା କହି ତାକୁ ରାଜେଶ ସଜେଇ ଘରକୁ ନେଇଥିବା କଥା ସମସ୍ତଙ୍କୁ ଜଣାଇଲେ । ଏହି ସବୁ କଥା ଶୁଣି କାନ୍ଦିବାକୁ ଲାଗିଲେ ଏବଂ ଭଗିଆ ସମସ୍ତଙ୍କୁ କଥା ଦେଲା କି ସେ ରାଜେଶକୁ ମାରିଥିବା ଲୋକମାନଙ୍କୁ ଉଚିତ ଶାସ୍ତି ଦେବ ।
ଭଗିଆ ଓ ମାମା ଘରେ ନଥିବା ବେଳେ ଇନିସ୍ପେକ୍ଟର, ବିଟୁ ଏବଂ ବୀରଭାଇ ଆସି ମୁନ୍ନାକୁ ସେଠାରେ ଦେଖିଲେ ଏବଂ ବାକି ସମସ୍ତଙ୍କୁ ଉଠେଇ ନେଇଚାଲିଗଲେ । ମୁନ୍ନାକୁ ସେହିଭଳି ଅବସ୍ଥାରେ ଛାଡ଼ିଦେଲେ ଏବଂ ତା ପାଖରେ ଗୋଟିଏ ଚିଠି ଲେଖି ରଖିଦେଇଆସିଲେ, ଯେଉଁଥିରେ ସେମାନେ ରାଜେଶକୁ ତା'ର ମୋବାଇଲ ନେଇ ପୁରୁଣା ଆଖଡ଼ା ଘରକୁ ଯିବାକୁ ଲେଖିଥିଲେ । ବଳିଆ ଭାଇ ଆସି ସେମାନଙ୍କୁ ଅକଟାଇବାକୁ ଚେଷ୍ଟା କରିବାରୁ ସେମାନେ ବଳିଆ ଭାଇର ମଧ୍ୟ ହତ୍ୟା କରିଦେଲେ । ରାଜେଶର ଘର ଲୋକମାନେ ସେମାନଙ୍କୁ ରାଜେଶ ସହ ଶତୃତା ବିଷୟରେ ପଚାରିବାରୁ ସେମାନେ ତାକୁ ରାଜେଶ ସୁଟିଂ କରିଥିବା ଗୋଟିଏ ଭିଡ଼ିଓ ବିଷୟରେ କହିଲେ । ଯେଉଁ ଭିଡ଼ିଓରେ ସେମାନେ ମୁନ୍ନାର ଅନାଥ ଆଶ୍ରମରୁ ପିଲାଙ୍କୁ ଚୋରି କରି କିଡ଼ିନ୍ ବାହାର କରି ବିକ୍ରି କରିବା ବିଷୟରେ କଥା ହେଉଥିଲେ । ସେଇ କଥା ବାହାରେ ଜଣା ପଡ଼ିଲେ ମନ୍ତ୍ରୀ ମହୋଦୟଙ୍କ ଉପରେ କିଛି ବିପଦ ପଡ଼ିବ ବୋଲି ସେ ଡରୁଥିଲେ । ସେହି ସମୟରେ ରାଜେଶର ମାଆ ବୀର ଭାଇର ସାର୍ଟକୁ ଟାଣି ଦେବାରୁ ସେଇଟା ଚିରିଗଲା ଏବଂ ତା' ଦେହରେ ଥିବା ଗୋଟିଏ ଚିତା ଦେଖାଗଲା । ସେଇ ଚିତାଟିକୁ ଖୋଜୁଥିଲା ମୁନ୍ନା କାରଣ ମୁନ୍ନାର ବାପାଙ୍କୁ ହତ୍ୟା କରିଥିବା ଲୋକଟିର ପିଠିରେ ସେଇ ଚିତାଟି ଥିଲା । ପରେ ସେମାନେ ରାଜେଶର ଘର ଲୋକମାନଙ୍କୁ ନେଇ ଚାଲିଗଲେ । ସେ ଚିତାଟିକୁ ଦେଖିବା ପରେ ମୁନ୍ନା ଧିରେ ଧିରେ କୋମାରୁ ବାହାରକୁ ଆସିଲା ଏବଂ ଭଗିଆ ପାଖକୁ ସେଇ ଚିଠିଟି ନେଇକି ଗଲା । ଭଗିଆକୁ ମୁନ୍ନା ରାଜେଶର ମୋବାଇଲ ବିଷୟରେ କହିଲା ଏବଂ ସେମାନେ ସେହି ମୋବାଇଲକୁ ଚାହୁଁଛନ୍ତି ବୋଲି ସେମାନେ କହିଲେ । ରାଜେଶର ମୋବାଇଲ ମାମା ପାଖରେ ଥିଲା ଏବଂ ସେଇଟା ମୁନ୍ନାର ଘରେ ଥିଲା । ରାଜେଶର ମୋବାଇଲ ମାମାର ଶୋଇବା ଘରୁ ଆଣିବା ପାଇଁ ରାଜେଶର ଦୁଇ ସାଙ୍ଗ ଝିଅବେଶ ହୋଇ ଗଲେ ଏବଂ ରାଜେଶର ମୋବାଇଲ ଆଣି ଭଗିଆ ଏବଂ ମୁନ୍ନାକୁ ଦେଲେ । ଭଗିଆ ଏବଂ ମୁନ୍ନା ବୀରଭାଇ, ବିଟୁ ଏବଂ ସେ ପୋଲିସ ଇନିସ୍ପେକ୍ଟରର ହତ୍ୟା କରି ରାଜେଶର ପରିବାର ଲୋକଙ୍କୁ ଉଦ୍ଧାର କଲେ ।
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସଲା । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ଗୁଡ଼ିକ ରଚନା କରିଥିଲେ । ଶାନ୍ତିରାଜ ଖୋସଲା, କୁମାର ବାପି[୨], ତପୁ ମିଶ୍ର, ମହମଦ ଅଜିଜ, ଶୁଭାଶିଷ ମହାକୁଡ଼, ସଂଘମିତ୍ରା ଜେନା, ସଞ୍ଜୁ ମହାନ୍ତି, ଶୈଳଭାମା, ଅମ୍ରିତା, ଆଦ୍ୟାଶା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟୀର ଗୀତଗୁଡ଼ିକ ଗାଇଥିଲେ ।[୩]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ତୋ ଦୁଃଖ ମୋ ଦୁଃଖ" | |
2. | "ହେଲାରେ ହେଲାରେ" | |
3. | "ହରେ କୃଷ୍ଣ ରାମ ରାମ" | |
4. | "ମୋ ହସରେ ମୋ ଖୁସିରେ" | |
5. | "ନଖି ନାନୀ ପୁଅ ଭଗିଆ" | |
6. | "ତୋ ହସରେ ମୋ ହସ" |
ଆଧାର
ସମ୍ପାଦନା- ↑ "Ollywood Celebrity Abhipsa Panda Biography". Ollywood24.com. Archived from the original on 6 July 2015. Retrieved 24 August 2016.
- ↑ "'ଏମପିଏଲ'ର ମୁଁ ଏକ ଅଂଶ ବିଶେଷ: କୁମାର ବାପି". Odisha Reporter. 4 October 2015. Retrieved 24 August 2016.
- ↑ "akhi palakare tu". FullOdisha.com. Retrieved 24 August 2016.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆଖି ପଲକରେ ତୁ