ପ୍ରଣବ ପଟ୍ଟନାୟକ

ଓଡ଼ିଆ ଗାୟକ ଓ ସଂଗୀତକାର

ପ୍ରଣବ ପଟ୍ଟନାୟକ (ଜନ୍ମ: ୨୦ ଜାନୁଆରୀ ୧୯୩୮)[୧] ଜଣେ ଓଡ଼ିଆ ସଙ୍ଗୀତକାର ଓ ଗାୟକ ।[୨] ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।

ପ୍ରଣବ ପଟ୍ଟନାୟକ
ଭୁବନେଶ୍ୱରର ଜୟଦେବ ଭବନରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ପଟ୍ଟନାୟକ, ୨୦୧୪
ଜନ୍ମ
ପ୍ରଣବ କିଶୋର ପଟ୍ଟନାୟକ

(1938-01-20) ୨୦ ଜାନୁଆରୀ ୧୯୩୮ (ବୟସ ୮୫)
ଜାତୀୟତାଭାରତୀୟ
ଜଣାଶୁଣାଓଡ଼ିଆ ଗାୟକ ଓ ସଂଗୀତକାର
ପିତାମାତାଲାଲ ମୋହନ ପଟ୍ଟନାୟକ (ବାପା)
ସମ୍ପର୍କୀୟସୁଧାଂଶୁମାଳିନୀ ରାୟ (ଭଉଣୀ)
ପୁରସ୍କାର(ଗୁଡ଼ିକ)ଜୟଦେବ ପୁରସ୍କାର

ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ସେ ୧୯୩୮ ମସିହାର ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲାଲ ମୋହନ ପଟ୍ଟନାୟକ ଜଣେ ସ୍ୱାଧିନତା ସଂଗ୍ରାମୀ, ସାହିତ୍ୟିକ ଓ ରାଜନେତା ଥିଲେ, ଯିଏକି ସ୍ୱାଧୀନତା ପୂର୍ବର ଓଡ଼ିଶା ବିଧାନ ସଭାର ଜଣେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୩] ତାଙ୍କ ଭଉଣୀ ସୁଧାଂଶୁମାଳିନୀ ରାୟ ମଧ୍ୟ ରାଜନୀତିରେ ସକ୍ରିୟ ଥିଲେ ଏବଂ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

କର୍ମଜୀବନ ସମ୍ପାଦନ କରନ୍ତୁ

୧୯୫୮ ମସିହାରେ,ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା'ରେ ସେ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଛାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।

ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।

କଣ୍ଠଦାନ କରିଥିବା କଥାଚିତ୍ର ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ସଙ୍ଗୀତ ନିର୍ଦ୍ଦେଶକ
ଲକ୍ଷେ ଶିବ ପୂଜି ପାଇଛି ପୁଅ ୧୯୯୭ ସ୍ୱରୂପ ନାୟକ
ଘର ମୋର ସ୍ୱର୍ଗ ୧୯୯୨ ଅରୁଣ ମହାନ୍ତି
କନ୍ୟାଦାନ ୧୯୮୮ ଅରୁଣ ମହାନ୍ତି
ତୁଣ୍ଡ ବାଇଦ ୧୯୮୭ ପ୍ରଫୁଲ୍ଲ କର
ମାଣିକ ୧୯୮୬ ଉପେନ୍ଦ୍ର କୁମାର
ଗୃହଲକ୍ଷ୍ମୀ ୧୯୮୫ ପ୍ରଫୁଲ୍ଲ କର
ପ୍ରତିଧ୍ୱନି ୧୯୮୪ ପ୍ରଫୁଲ୍ଲ କର
ଝିଅଟି ସୀତା ପରି ୧୯୮୩ ସରୋଜ ପଟ୍ଟନାୟକ
ରାମ ରହିମ ୧୯୮୩ ପ୍ରଫୁଲ୍ଲ କର
ଉଦୟଭାନୁ ୧୯୮୩ ବାସୁଦେବ ରଥ
ଅଶାନ୍ତ ଗ୍ରହ ୧୯୮୨ ଅକ୍ଷୟ ମହାନ୍ତି
ଅସ୍ତରାଗ ୧୯୮୨ ବାସୁଦେବ ରଥ
ମୁଁ ତୁମେ ଓ ସେ ୧୯୮୨ ପ୍ରଫୁଲ୍ଲ କର
ଅକ୍ଷିତୃତୀୟା ୧୯୮୧ ରାଖାଲ ମହାନ୍ତି
ଆରତୀ ୧୯୮୧ ବାସୁଦେବ ରଥ
ଟିକେ ହସ ଟିକେ ଲୁହ ୧୯୮୧ ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ଅଲିଭା ଦାଗ ୧୯୮୦ ଉପେନ୍ଦ୍ର କୁମାର
ବାଟ ଅବାଟ ୧୯୮୦ (ଭୁବନ - ହରି), ଭୁବନେଶ୍ୱର ମିଶ୍ର , ହରିପ୍ରସାଦ ଚୌରାଶିଆ
ମେଘମୁକ୍ତି ୧୯୮୦ ଶାନ୍ତନୁ ମହାପାତ୍ର
ଚିହ୍ନା ଅଚିହ୍ନା ୧୯୭୯ ବାସୁଦେବ ରଥ
ସଉତୁଣୀ ୧୯୭୯ ବାସୁଦେବ ରଥ
ସଂଖ ମହୂରୀ ୧୯୭୮ ବାଳକୃଷ୍ନ ଦାସ
ସମର୍ପଣ ୧୯୭୮ ଉପେନ୍ଦ୍ର କୁମାର
ପିପାସା ୧୯୭୮ ଉପେନ୍ଦ୍ର କୁମାର
କୁଳ ଚନ୍ଦ୍ରମା ୧୯୭୮ ଉପେନ୍ଦ୍ର କୁମାର
ପରିବାର ୧୯୭୮ ଉପେନ୍ଦ୍ର କୁମାର
ଚିଲିକା ତୀରେ ୧୯୭୭ ଶାନ୍ତନୁ ମହାପାତ୍ର
ରକ୍ତ ଗୋଲାପ ୧୯୭୭ ଧନଞ୍ଜୟ ଶତପଥୀ
ପୁନର୍ମିଳନ ୧୯୭୭ ଉପେନ୍ଦ୍ର କୁମାର
ସୁନା ସଂସାର ୧୯୭୭
ଏ ନୁହେଁ କାହାଣୀ ୧୯୭୭ ଉପେନ୍ଦ୍ର କୁମାର
ବାଲିଘର ୧୯୭୬ ପ୍ରଫୁଲ୍ଲ କର
ହୀରା ମୋତି ମାଣିକ ୧୯୭୬ ଶ୍ରୀବତ୍ସ ପଟ୍ଟନାୟକ
କୃଷ୍ଣ ସୁଦାମା ୧୯୭୬ ପ୍ରଫୁଲ୍ଲ କର
ଶେଷ ଶ୍ରାବଣ ୧୯୭୬ ପ୍ରଫୁଲ୍ଲ କର
ସିନ୍ଦୂର ବିନ୍ଦୁ ୧୯୭୬ ପ୍ରଫୁଲ୍ଲ କର
ଯାଯାବର ୧୯୭୫ ଅକ୍ଷୟ ମହାନ୍ତି
ସଂସାର ୧୯୭୧ ଅକ୍ଷୟ ମହାନ୍ତି
ବନ୍ଧନ ୧୯୭୧ ଭୁବନେଶ୍ୱର ମିଶ୍ର
ସ୍ତ୍ରୀ ୧୯୬୮ ଭୁବନେଶ୍ୱର ମିଶ୍ର
ଅରୁନ୍ଧତୀ ୧୯୬୭ ଶାନ୍ତନୁ ମହାପାତ୍ର
କା ୧୯୬୬ ଭୁବନେଶ୍ୱର ମିଶ୍ର
ମଲାଜହ୍ନ ୧୯୬୫ ଅକ୍ଷୟ ମହାନ୍ତି
ସୂର୍ଯ୍ୟମୁଖୀ ୧୯୬୩ ଶାନ୍ତନୁ ମହାପାତ୍ର
ଶ୍ରୀ ଲୋକନାଥ ୧୯୬୦ ବାଳକୃଷ୍ଣ ଦାସ
ମା ୧୯୫୯ ଭୁବନେଶ୍ୱର ମିଶ୍ର

ମାନସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

  • ୨୦୨୩ - ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ[୫]
  • ୨୦୧୬ - ଜୟଦେବ ପୁରସ୍କାର [୬]
  • ୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ[୭]
  • ୨୦୧୧ - ପ୍ରଫୁଲ୍ଲ କର ସମ୍ମାନ[୮]
  • ୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼ [୯]
  • ୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼ [୧୦]
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଆଧାର ସମ୍ପାଦନ କରନ୍ତୁ

  1. "Pranab Kishore Patnaik". Batoi Systems. Retrieved 29 November 2017.
  2. B. V. Dharap; National Film Archive of India (1978). Indian films. Retrieved 13 September 2012.
  3. Nayak, Subadh (27 July 2018). "Pranab Patnaik gets first "Sikander Alam Memorial Award"". KalingaTV (in English). Bhubaneswar. Archived from the original on 5 August 2021. Retrieved 4 September 2023.{{cite news}}: CS1 maint: unrecognized language (link)
  4. "'A singer must never allow success to go to his head'". The Times of India. 2015-04-24. ISSN 0971-8257. Retrieved 2023-09-04.
  5. "ପ୍ରଣବ ପଟ୍ଟନାୟକଙ୍କୁ 'ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ'". No. ସମ୍ବାଦ ୨୦/୦୫/୨୦୩. ଇଷ୍ଟର୍ଣ୍ଣ ମିଡ଼ିଆ. 20 May 2023. Archived from the original on 20 May 2023. Retrieved 20 May 2023.
  6. "Pranab gets Jayadev Award; 'Chini' best movie". The Pioneer. Retrieved 29 November 2017.
  7. "ଗଙ୍ଗାଧର ରଥ ଫାଉଣ୍ଡେସନ୍ ପୁରସ୍କାର ସମାରୋହ". ସମ୍ବାଦ ୨୦/୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫. Retrieved 20 March 2017.
  8. http://cinemasagar.com/award/pranab-pattnaik-awarded-prafulla-kar-samman/
  9. http://www.orissadiary.com/gallery/ShowMovie.asp?MovieID=157
  10. http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf
  11. http://www.orissacinema.com/history/orissa-state-film-award.html

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ