ଶାନ୍ତନୁ ମହାପାତ୍ର

ଓଡ଼ିଆ ସଙ୍ଗୀତକାର

ଶାନ୍ତନୁ ମହାପାତ୍ର (୬ ଜାନୁଆରୀ ୧୯୩୬ - ୩୦ ଡିସେମ୍ବର ୨୦୨୦) ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ ।[୧] [୨] ଓଡ଼ିଆ ବ୍ୟତୀତ ସେ ହିନ୍ଦୀ, ବଙ୍ଗଳା. ଅହମିଆତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୩]

ଶାନ୍ତନୁ ମହାପାତ୍ର
ଜନ୍ମ(1936-01-06)୬ ଜାନୁଆରୀ ୧୯୩୬
ମୃତ୍ୟୁ୩୦ ଡିସେମ୍ବର ୨୦୨୦(2020-12-30) (ବୟସ ୮୪)
ମୃତ୍ୟର କାରଣଆକ୍ୟୁଟ୍‌ ନିମୋନିଆ
ଜାତୀୟତା ଭାରତୀୟ
ଜଣାଶୁଣାଓଡ଼ିଆ ସଙ୍ଗୀତକାର
ରମେଶ ମହାପାତ୍ର
ସୌଦାମିନୀ ମହାପାତ୍ର

ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ଶାନ୍ତନୁ ମହାପାତ୍ର ୧୯୩୬ ମସିହାର ଜାନୁଆରୀ ୬ ତାରିଖରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାସ୍ଥିତ ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।

ଶିକ୍ଷା ଓ ବୃତ୍ତି ସମ୍ପାଦନ କରନ୍ତୁ

ପାଞ୍ଚ ବର୍ଷ ବୟସରୁ ସେ ଗୁରୁ ବାଞ୍ଛାନିଧି ପଣ୍ଡାଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ ।[୪] ୯ ବର୍ଷ ବୟସରୁ ସେ ମଞ୍ଚରେ ସଙ୍ଗୀତ ପରିବେଷଣ ଆରମ୍ଭ କରିଥିଲେ । ୧୯୫୭ ମସିହାରେ ସେ ଆଇଆଇଟି ଖଡ଼ଗପୁରରୁ ଆପ୍ଲାଏଡ୍ ଜିଓଲଜି ଆଣ୍ଡ୍‌ ଜିଓଫିଜିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଆଇଆଇଟିରେ ପଢ଼ିବା ସମୟରେ ସେ ଆଇପିଟିଏ ସହିତ ଜଡ଼ିତ ହୋଇଥିଲେ ଓ ସେଠାରେ ସମୂହ ସଙ୍ଗୀତର କଳା ଆୟତ୍ତ କରିଥିଲେ । ସେ ସଲୀଳ ଚୌଧୁରୀଙ୍କଠାରୁ ସଙ୍ଗୀତ ନିର୍ଦ୍ଦେଶନା ଶିଖିଥିଲେ ।[୫] ୧୯୫୭ ମସିହା ଜୁନ ମାସରେ ସେ ଓଡ଼ିଶା ସରକାରଙ୍କ ମାଇନିଂ ଏବଂ ଜିଓଲଜି ବିଭାଗରେ ଯୋଗଦେଇଥିଲେ ଓ ୧୯୯୪ ମସିହାରେ ସେଠାରୁ ନିର୍ଦ୍ଦେଶକ ଭାବରେ ଅବସର ଗ୍ରହଣ କରିଥିଲେ ।

କଥାଚିତ୍ରରେ ସଂଗୀତ ନିର୍ଦ୍ଦେଶନା ସମ୍ପାଦନ କରନ୍ତୁ

ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ସଂଗୀତକାର ଭାବେ ସେ ୧୯୬୩ ମସିହାରେ ଓଡ଼ିଆ କଥାଚିତ୍ର ସୂର୍ଯ୍ୟମୁଖୀରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ନିଜ ଜୀବନକାଳ ଭିତରେ ସେ ୫୦ଟି ଓଡ଼ିଆ କଥାଚିତ୍ରରେ ୧୯୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୬]

କଥାଚିତ୍ରରେ ଅବଦାନ ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ ଭୂମିକା
ଚିଲିକା ତୀରେ ୧୯୭୭ ବିପ୍ଳବ ରାୟଚୌଧୁରୀ ସଙ୍ଗୀତକାର
ଅରୁନ୍ଧତୀ ୧୯୬୭ ପ୍ରଫୁଲ୍ଲ ସେନଗୁପ୍ତା ସଙ୍ଗୀତକାର
ସୂର୍ଯ୍ୟମୁଖୀ ୧୯୬୩ ପ୍ରଶାନ୍ତ ନନ୍ଦ ସଙ୍ଗୀତକାର
ତୁମେ ହିଁ ସାଥୀ ମୋର ୨୦୦୯ ସୁରେନ୍ଦ୍ର ମହାନ୍ତି ସଙ୍ଗୀତକାର
ରଣଭୂମି ୧୯୯୫ ବସନ୍ତ ନାୟକ ସଙ୍ଗୀତକାର
ନିର୍ବାଚନ ୧୯୯୪ ବିପ୍ଳବ ରାୟଚୌଧୁରୀ ସଙ୍ଗୀତକାର
ଭିନ୍ନ ସମୟ ୧୯୯୨ ମନମୋହନ ମହାପାତ୍ର ସଙ୍ଗୀତକାର
ଅଗ୍ନି ବୀଣା ୧୯୯୦ ମନମୋହନ ମହାପାତ୍ର ସଙ୍ଗୀତକାର
ବାଘ ବାହାଦୁର ୧୯୮୯ର ବଙ୍ଗଳା କଥାଚିତ୍ର ବୁଦ୍ଧଦେବ ଦାସଗୁପ୍ତା ସଙ୍ଗୀତକାର
ମଝି ପାହାଚ ୧୯୮୭ ମନମୋହନ ମହାପାତ୍ର ସଙ୍ଗୀତକାର
କ୍ଳାନ୍ତ ଅପରାହ୍ଣ ୧୯୮୫ ମନମୋହନ ମହାପାତ୍ର ସଙ୍ଗୀତକାର
ଡୋରା ୧୯୮୪ ପ୍ରଶାନ୍ତ ନନ୍ଦ ସଙ୍ଗୀତକାର
ଜଗା ବଳିଆ ୧୯୮୪ ପ୍ରଶାନ୍ତ ନନ୍ଦ ସଙ୍ଗୀତକାର
ନୀରବ ଝଡ଼ ୧୯୮୪ ମନମୋହନ ମହାପାତ୍ର ସଙ୍ଗୀତକାର
କାଚଘର ୧୯୮୧ ବ୍ୟୋମକେଶ ତ୍ରିପାଠୀ ସଙ୍ଗୀତକାର
ଶୀତ ରାତି ୧୯୮୧ ମନମୋହନ ମହାପାତ୍ର ସଙ୍ଗୀତକାର
ଶୋଧ ୧୯୭୯ର ହିନ୍ଦୀ କଥାଚିତ୍ର ବିପ୍ଳବ ରାୟଚୌଧୁରୀ ସଙ୍ଗୀତକାର
ଅଗ୍ନି ପରୀକ୍ଷା ୧୯୮୦ ବଳାଇ ସେନ ସଙ୍ଗୀତକାର
ମେଘମୁକ୍ତି ୧୯୮୦ ବିଶ୍ୱଜିତ ଦାସ ସଙ୍ଗୀତକାର

ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

ମୃତ୍ୟୁ ସମ୍ପାଦନ କରନ୍ତୁ

ନିମୋନିଆ ରୋଗରେ ପୀଡ଼ିତ ହୋଇ ୨୦୨୦ ମସିହା ଡିସେମ୍ବର ୩୦ ତାରିଖରେ ୮୪ ବର୍ଷ ବୟସରେ ଶାନ୍ତନୁଙ୍କର ପରଲୋକ ହୋଇଥିଲା ।

ଆଧାର ସମ୍ପାଦନ କରନ୍ତୁ

  1. National Film Festival. Directorate of Film Festivals, Ministry of Information and Broadcasting, Government of India. 1994.
  2. profile.odiamusic.com: shantanumohapatra-childhood
  3. "ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ". www.khabar.odishatv.in. odisha tv. Archived from the original on 30 December 2020. Retrieved 30 December 2020.
  4. "ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ୮୫ ବର୍ଷ ବୟସରେ ପରଲୋକ, ଅସୁସ୍ଥତା କାରଣରୁ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ". www.knewsodisha.com. knews odisha. Archived from the original on 30 December 2020. Retrieved 30 December 2020.
  5. "ଜୀବନ ନାଟକରେ ଯବନିକା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 31 December 2020. {{cite web}}: |archive-url= requires |archive-date= (help)
  6. "ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଅସୁସ୍ଥ". www.dharitri.com. ଧରିତ୍ରୀ. Retrieved 30 December 2020.
  7. "ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 December 2020. Retrieved 30 December 2020.
  8. "Music Maestro Shantanu Mohapatra Dies at 84, Odisha CM Naveen Patnaik Offers Condolences". www.news18.com. news18. Retrieved 30 December 2020.

ବାହାର ଆଧାର ସମ୍ପାଦନ କରନ୍ତୁ