ଅକ୍ଷୟ ମହାନ୍ତି

ଓଡ଼ିଆ ସଙ୍ଗୀତଜ୍ଞ, ଗାୟକ

ଅକ୍ଷୟ ମହାନ୍ତି (ଖୋକା ଭାଇ ନାମରେ ମଧ୍ୟ ଜଣା, ୧୨ ଅକ୍ଟୋବର ୧୯୩୬ – ୧୭ ନଭେମ୍ବର ୨୦୦୨)[] କଟକଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ,[], ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।

ଅକ୍ଷୟ ମହାନ୍ତି
ଅକ୍ଷୟ ମହାନ୍ତି‌
ଜନ୍ମ
ଅକ୍ଷୟ କୁମାର ମହାନ୍ତି‌

(1936-10-12)୧୨ ଅକ୍ଟୋବର ୧୯୩୬
କଟକ, ଓଡ଼ିଶା
ମୃତ୍ୟୁ୧୭ ନଭେମ୍ବର ୨୦୦୨(2002-11-17) (ବୟସ ୬୬)
କଟକ
ଜାତୀୟତାଭାରତୀୟ
ଅନ୍ୟ ନାମଖୋକା ଭାଇ
ଶିକ୍ଷାସ୍ନାତକ (ଗଣିତ, ଆଇନ)[]
ଶିକ୍ଷାନୁଷ୍ଠାନଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ,
ରେଭେନ୍ସା ମହାବିଦ୍ୟାଳୟ,
ମଧୁସୂଦନ ଆଇନ ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଙ୍ଗୀତକାର
ବୈବାହିକ-ସାଥୀପ୍ରବୀଣା ମହାନ୍ତି
ସନ୍ତାନଚିତ୍ରଭାନୁ ମହାନ୍ତି
ପିତାମାତାବିଚିତ୍ରାନନ୍ଦ ମହାନ୍ତି
ସୁବର୍ଣ୍ଣ ମଞ୍ଜରୀ ଦେବୀ
ସମ୍ପର୍କୀୟଦେବୀପ୍ରସନ୍ନ ପଟ୍ଟନାୟକ (ଭିଣୋଇ)
ହେମନ୍ତ ଦାସ (ମାମୁ ପୁଅ ଭାଇ)[]
ଦସ୍ତଖତ

ଅକ୍ଷୟ ଆଗର କେନ୍ଦ୍ରାପଡ଼ା ଓ ଏବର କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ । ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ କଳଗାଉଣା (ଗ୍ରାମୋଫୋନ) ଜରିଆରେ କଣ୍ଠଦାନ କରୁଥିଲେ ।[]ଅକ୍ଷୟ,୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ପୁଅ ଓ ଦୁଇ ଝିଅ ଅଛନ୍ତି । ତିନୋଟି କଥାଚିତ୍ରରେ ସେ ଅଭିନୟ କରିଛନ୍ତି ଓ ଯାଯାବର କଥାଚିତ୍ରରେ ସହନିର୍ଦ୍ଦେଶନା ଦେଇଛନ୍ତି ।[] ସେ ୧୮ରୁ ଅଧିକ ବହି ଲେଖିଛନ୍ତି ।

ସଙ୍ଗୀତ

ସମ୍ପାଦନା

ବଡ଼ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ୱୀକୃତିପ୍ରାପ୍ତ ବେତାର ଶିଳ୍ପୀ । ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅକ୍ଷୟଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ।

୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । "ରକତ ଟଳମଳ" ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।

ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବ୍ଦ ଭେଳିକି ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, "କାଞ୍ଚି ଅଭିଯାନ", "ରାଣ୍ଡୀପୁଅ ଅନନ୍ତା" ଆଉ "କୋଣାର୍କ ଗାଥା" ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ "ପେଟେଣ୍ଟ ମେଡିସିନ"କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା ।

ସାଲବେଗଙ୍କ ରଚନା 'କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ' ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । 'ସାତ ଦରିଆପାରେ'ର ଦେଶ ପାଇଁ କଥା, "ହେ ଫଗୁଣ ତୁମେ'ର ଉଦାସୀ ମନ ଆଉ 'ରାଜାଝିଅ ସାଙ୍ଗେ"ର ହାଲକା ଫୁଲକା ଭାବ; ଦୁଃଖଭରା 'ରକତ ଟଳମଳ' ଆଉ ଭାବୁକ 'ଚକୋରି ଝରାନା ଲୁହ' - ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ ।

କଥାଚିତ୍ର

ସମ୍ପାଦନା

୭୫ଟି କଥାଚିତ୍ରରେ ସେ ତିଆରି କରିଛନ୍ତି ଗୀତ ।

ଜଣାଶୁଣା ଗୀତ ସବୁ

ସମ୍ପାଦନା

ସୁଗମ/ରୋମାଣ୍ଟିକ

ସମ୍ପାଦନା
  • ରଜାଝିଅ ସାଙ୍ଗେ
  • ଯାଯାବର
  • ଯା'ରେ ଭାସି ଭାସି ଯା
  • ଗାଇଆଳ ଭାଇ ଗାଉଛି ଗୀତ
  • ସ୍ମୃତି ତୁମେ
  • ବଯସର କୃଷ୍ଣଚୁଡ଼ା
  • ତହୁଁ କାଞ୍ଜି ଗଲା
  • ଉଡ଼ି ଉଡ଼ି ଉଡ଼ି ଯା'ରେ ଉଡ଼ି
  • ବାହା ବାହାରେ କାପିଟାଲ
  • ପୁଣ୍ୟର ନଦୀତିରେ
  • ଅବୁଝା ପ୍ରିୟତମା
  • ନଦୀର ନାମ ଅଳସକନ୍ୟା
  • ସାବି ସାବି
  • ଆଲୋ ରତନି
  • ହେ ଫଗୁଣ ତୁମେ ଗଲା ପରେ
  • ନଣ୍ଡା ମୁଣ୍ଡିଆ ଡାଇଭର
  • ସକାଳର ଗାଡ଼ି
  • ବେବି ଏକ ଗେହ୍ଲା ଝିଅ
  • ଗୋରି ଗୋରି ଗୋରି
  • ରକତ ଟଳମଳ
  • ଟିକ ଟିକ ଟିକ ଘଣ୍ଟା ଚାଲେ
  • ଏଇ ଚୁମକି
  • ଅବୁଝା ପ୍ରିୟତମା
  • ଛପି ଛପି ବାସନ୍ତୀ ରାତି
  • ରେଳଗାଡ଼ି ଯାଉଛି ଗଡ଼ି
  • ସାତ ଦରିଆ ପାରେ
  • ଚନ୍ଦ୍ରମା ଏକ ଚନ୍ଦନ ବିନ୍ଦୁ
  • ଚଦ୍ରମଲ୍ଲି ହସେ
  • ଏ ଏ ଏ ଆଲୋ ଆଲୋ ମଣି
  • ରାତି ଯେ ଖୋଜେ
  • କଳଙ୍କିତ ଏଇ ନାୟକ
  • ହସ ତୋ ଲକ୍ଷେ ଟଙ୍କା
  • ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର
  • ତୁ କି ବୁଲି ବାହାରିବୁ ସହର
  • ମାଠିଆରେ ଗୋଟେ କଣା
  • କାଲୀ ଗୋରି ଦିହେଁ ଗାଧେଇ ଗଲେ
  • ଠିକ ତୋରି ପରି ଝିଅଟିଏ
  • ଜାତକ ପଡ଼ିଛି ରାଜଜୋଟକ
  • ଏକା ତୋ ଭକତ ଜୀବନ
  • କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
  • ଓଲଟ ବୃକ୍ଷେ ଖେଳୁଛି
  • ଅଧାଗଢ଼ା ଦିଅଁକର
  • ଦଶାବତାର (ଗୀତ ଗୋବିନ୍ଦ)
  • ଶ୍ରୀକୃଷ୍ଣ ବଂଶୀ ଧ୍ୱନି
  • ଜୟ ଜୟ ଜଗନ୍ନାଥ

ପୁରାଣ ଗାଉଣା

ସମ୍ପାଦନା
  • କାଞ୍ଚି ଅଭିଯାନ
  • ରାଣ୍ଡିପୁଅ ଅନନ୍ତା
  • କୋଣାର୍କ ଗାଥା

ସାହିତ୍ୟ କୃତି

ସମ୍ପାଦନା
  • ଅନେଶ୍ୱତ ରାଣୀ (ଗଳ୍ପଗୁଚ୍ଛ)
  • ବିଚରା (ଗଳ୍ପଗୁଚ୍ଛ)
  • ନଗ୍ନ ମୋନାଲିସା (ଗଳ୍ପଗୁଛ)
  • ମଲା ପ୍ରଜାପତି (ଗଳ୍ପଗୁଛ)
  • ବାହା ବାହାରେ ଆମେରିକା (ଭ୍ରମଣ କାହାଣୀ)
  • ଆର୍ଯଦାସର ଆତ୍ମଲିପି (ଅଧା ନିଜ ଜୀବନ କାହାଣୀ)
  • ଆର୍ଯଦାସର ଆତ୍ମଲିପି ୧ ଓ ୨ (ଆତ୍ମଜୀବନୀ ମୂଳକ ଉପନ୍ୟାସ)
  • ଆର୍ଯଦାସର ଶେଷଲିପି(ଅଧା ନିଜ ଜୀବନ କାହାଣୀ)[]
  • ଅଫେରା ନଦୀ (ଉପନ୍ୟାସ)
  • ଗାୟକ (ଉପନ୍ୟାସ)[]
  • ଜାୟା ନୁହେଁ ଜୟା (ଉପନ୍ୟାସ)[]
  • ଗୋଟିଏ କୁହୁ, ଅନେକ ଉହୁ (ଉପନ୍ୟାସ)
  • ନୁନ୍ ଶୋ (ଉପନ୍ୟାସ)
  • ବାମପନ୍ଥି (ଉପନ୍ୟାସ)
  • ସ୍ୱାତୀ ସରସ୍ୱତୀ (ଉପନ୍ୟାସ)
  • ଗୀତି (ଗୀତି କବିତା)
  • ଏଇ କଥା ରହିଲା (ଗୀତି କବିତା)
  • ମଧୁଶାଳା (ଗୀତି କବିତା)
  • ଚେନାଏ ଆକାଶ (ଗୀତି କବିତା)

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ଜୟଦେବ ପୁରସ୍କାର
  • ପ୍ରଚ୍ଛଦ ସଙ୍ଗୀତ ପାଇଁ ୭ ଗୋଟି ରାଜ୍ୟ ପୁରସ୍କାର
  • ରାଜ୍ୟ ସଙ୍ଗୀତକାର ପୁରସ୍କାର
  • ଅନେକଥର ଓଡ଼ିଶା ସିନେ କ୍ରିଟିକ ପୁରସ୍କାର
  • ମରଣୋତ୍ତର ଉତ୍କଳ ଗୌରବ ସମ୍ମାନ (କେଇସିଟି ଗ୍ରୁପଦ୍ୱାରା ଆୟୋଜିତ କଳିଙ୍ଗ ସିନେ ଆୱାର୍ଡ଼ କାର୍ଯ୍ୟକ୍ରମ - ୨୦୧୬ ଜାନୁଆରୀ ୬ରେ) [୧୦]
  1. ଦୈନିକ ସମାଜ ୧୨/୧୦/୨୦୧୨ରେ ପ୍ରକାଶିତ ଲେଖା
  2. ଦାସ, ପ୍ରଣବ. "ସେଦିନ ସଞ୍ଜବେଳେ ସେଦିନ ସେ ନଇକୂଳେ". ନିତିଦିନ 'ନଜର୍'. Retrieved 14 May 2017.[permanent dead link]
  3. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6. Retrieved 12 October 2012.
  4. Balaram Mohanty (1979). Introducing Orissa. Konarka Prakasani. Retrieved 12 October 2012.
  5. L Egaire Humphrey (20 March 2012). Akshaya Mohanty. International Book Marketing Service Limited. ISBN 9786200961785. Retrieved 12 October 2012.
  6. "ସିନେମା ପୋଷ୍ଟରରୁ". samajaepaper.in. Archived from the original on ୧୩ ଫେବୃଆରୀ ୨୦୨୧. Retrieved 13 February 2021. {{cite web}}: Check date values in: |archivedate= (help)
  7. Akshaya Mohanty (2003). Āryyadāsara śeshalipi. Miḍiā Oḍiśā. Retrieved 12 October 2012.
  8. Akshaya Mohanty (2004). Gāẏaka. Niu Ej Pablikeśansa. ISBN 978-81-88337-13-2. Retrieved 12 October 2012.
  9. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 786–. ISBN 978-81-260-0873-5. Retrieved 12 October 2012.
  10. http://sarbasadharana.com/?p=15379[permanent dead link]

ଅଧିକ ତଥ୍ୟ

ସମ୍ପାଦନା