ବାସୁଦେବ ରଥ

ସଙ୍ଗୀତକାର

ବାସୁଦେବ ରଥ (୭ ମାର୍ଚ୍ଚ ୧୯୫୬ - ୭ ଅପ୍ରେଲ ୨୦୧୯)[୧] ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ ।[୨] ୧୯୭୮ରେ ମୁକ୍ତିଲାଭ କରିଥିବା ସାକ୍ଷୀ ଗୋପୀନାଥ ଚଳଚ୍ଚିତ୍ରରୁ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିବା[୩] ବାସୁଦେବ, ଏଯାବତ୧୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୮୩ଟି ଗୀତିନାଟ୍ୟ ତଥା ୧୨ ହଜାରରୁ ଅଧିକ ଗ୍ରାମୋଫୋନ ରେକର୍ଡ଼ ସହିତ ବେତାର, ଦୂରଦର୍ଶନ ପାଇଁ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି ।[୪]

ବାସୁଦେବ ରଥ
Born(1956-03-07)ମାର୍ଚ୍ଚ ୭, ୧୯୫୬
ବାଲୁବଜାର, କଟକ
Died୭ ଅପ୍ରେଲ ୨୦୧୯(2019-04-07) (ବୟସ ୬୩)
କଟକ
Nationalityଭାରତୀୟ
Alma materରେଭେନ୍‌ସା କଲିଜିଏଟ ସ୍କୁଲ
Known forଓଡ଼ିଆ ସଂଗୀତକାର
Spouseଚନ୍ଦନା ରଥ
Parent(s)ସୋମନାଥ ରଥ
ଗୌରୀ ଦେବୀ

ଜୀବନୀ ସମ୍ପାଦନା

ରେଭେନ୍‌ସା କଲିଜିଏଟ ସ୍କୁଲରେ ବାସୁଦେବ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ପରବର୍ତ୍ତୀ ସ୍କୁଲ ପାଠ ସେ ମାମୁଁଘର ଗାଁ ବୀରହରେକୃଷ୍ଣପୁରଠାରେ ସମାପ୍ତ କରିଥିଲେ । ହାଇସ୍କୁଲ ବେଳରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ବିଭିନ୍ନ ବାଦ୍ୟଯନ୍ତ୍ର କିଣି ନିଜେ ବଜେଇ ଶିଖିବା ସହ, ଗୁରୁ ସୁଧାକରଙ୍କଠାରୁ ତବଲା ବାଦନ ଶିକ୍ଷାକରିଥିଲେ । ସଙ୍ଗୀତ ଶିକ୍ଷାକୁ ପିତା ସୋମନାଥ ରଥ ବିରୋଧ କରୁଥିଲେ ମଧ୍ୟ, ସେ ନିଜ ସଙ୍ଗୀତ ସାଧନାରୁ ବିଚ୍ୟୁତ ହୋଇନଥିଲେ । "ବାସୁଦେବ ରଥ ଆଣ୍ଡ ପାର୍ଟି" ନାମରେ ସେ ଏକ ଅର୍କେଷ୍ଟ୍ରା ଦଳ ଗଢିଥିଲେ । କଟକର ଛତ୍ରବଜାରରୁ ଏହି ଅର୍କେଷ୍ଟ୍ରାଦଳ ସଙ୍ଗୀତ ପରିବେଷଣ ଆରମ୍ଭ କରି, ପରେ କଟକ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରୁଥିଲେ । ୧୯୭୫ ମସିହାରେ ସାକ୍ଷୀ ଗୋପୀନାଥ କଥାଚିତ୍ରରେ ତାଙ୍କୁ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିଥିଲା ।[୫]

ମୃତ୍ୟୁ ସମ୍ପାଦନା

୨୦୧୯ ମସିହାର ଅପ୍ରେଲ ମାସ ୭ ତାରିଖରେ ବାସୁଦେବ ରଥଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ଅସୁସ୍ଥ ଥିଲେ ଏବଂ କଟକର ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍ପାତାଳରେ ତାଙ୍କର ଚିକିତ୍ସା ଚାଲିଥିଲା ।[୬]

ଆଧାର ସମ୍ପାଦନା

  1. ସାହୁ, କାର୍ତ୍ତିକ (9 May 2017). "ବେଞ୍ଜୋ ଧରାଇଥିଲା ସଙ୍ଗୀତ ଧାର". ଧରିତ୍ରୀ. Retrieved 9 May 2017.
  2. Mānnā De (1 January 2007). Memories Come Alive: An Autobiography. Penguin Books India. pp. 392–. ISBN 978-0-14-310193-2.
  3. http://archive.is/ztXbY
  4. ସୁକେଶ, ବେହେରା (11 December 2013). "ରେମେକ୍ ପରିସ୍ଥିତି ବିଗାଡୁଛି". ଧରିତ୍ରୀ. Retrieved 9 May 2017.
  5. "ଧରିତ୍ରୀ ଆଳାପ". ଧରିତ୍ରୀ ୦୯/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 9 May 2017.
  6. "ପ୍ରଖ୍ୟାତ ଚଳଚ୍ଚିତ୍ର ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି". Sambad (in ଆମେରିକୀୟ ଇଂରାଜୀ). 2019-04-07. Archived from the original on 2019-04-08. Retrieved 2019-04-08.

ଅଧିକ ତଥ୍ୟ ସମ୍ପାଦନା