ଉଷା ମଙ୍ଗେସକର

ଭାରତୀୟ ଗାୟିକା

ଉଷା ମଙ୍ଗେସକର (ଜନ୍ମ : ୧୫ ଡିସେମ୍ବର ୧୯୩୫) ଜଣେ ଭାରତୀୟ କଣ୍ଠଶିଳ୍ପୀ । ସେ ଓଡ଼ିଆ ଓ ହିନ୍ଦୀ ସମେତ ମରାଠୀ, ବଙ୍ଗଳା, ମଣିପୁରୀ, କନ୍ନଡ଼, ନେପାଳୀ, ଭୋଜପୁରୀ, ଗୁଜରାଟୀ, ଅହମିୟା ଆଦି ଭାଷାର ଗୀତରେ କଣ୍ଠଦାନ କରିଛନ୍ତି ।

ଉଷା ମଙ୍ଗେସକର
Usha Mangeshkar 2007 - still 19426 crop.jpg
ଉଷା ମଙ୍ଗେସକର ୨୦୦୭ ମସିହାରେ
Background information
ଜନ୍ମ (1935-12-15) ୧୫ ଡିସେମ୍ବର ୧୯୩୫ (ବୟସ ୮୭)
ଇନ୍ଦୋର, ମଧ୍ୟ ପ୍ରଦେଶ, ଭାରତ
ଶୈଳୀଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ପ୍ରଚ୍ଚଦପଟ୍ଟ ଗାୟନ
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୫୪ରୁ ଏପର୍ଯ୍ୟନ୍ତ


ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୩୫ ମସିହା ଡିସେମ୍ବର ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ ।[୧] ତାଙ୍କ ମାତାଙ୍କ ନାମ ସୁଧାମତୀ ଥିଲା । ପରିବାରରେ ସେମାନେ ୪ ଭଉଣୀ ଓ ଗୋଟିଏ ଭାଇ ଥିଲେ । ଭଉଣୀ ଲତା ମଙ୍ଗେସକର, ଆଶା ଭୋସଲେ, ମୀନା ଖାଡ଼ିକର ଓ ଭାଇ ହୃଦୟନାଥ ମଙ୍ଗେସକର ସମସ୍ତେ ସଙ୍ଗୀତ ଶିକ୍ଷା କରୁଥିଲେ । ଉଷାଙ୍କର ଚିତ୍ରକଳାପ୍ରତି ମଧ୍ୟ ଆକର୍ଷଣ ରହିଥିଲା ।

ବୃତିଗତ ଜୀବନସମ୍ପାଦନ କରନ୍ତୁ

୧୯୭୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ଜୟ ସନ୍ତୋଷୀ ମାରେ କଣ୍ଠଦାନ କରି ଉଷା ଲୋକଲୋଚକୁ ଆସିଥିଲେ ।[୨] ସେହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରକୁ ମଧ୍ୟ ମନୋନୀତ କରାଯାଇଥିଲା । ମରାଠୀ ଚଳଚ୍ଚିତ୍ର ପିଞ୍ଜରରେ ତାଙ୍କ ଗୀତ ମୁଙ୍ଗଡ଼ା ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା ।

ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନସମ୍ପାଦନ କରନ୍ତୁ

ଉଷା, ଅନେକ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟରେ ଅରୁନ୍ଧତୀ[୩], ଅଭିମାନ, ହାକିମ ବାବୁ, ସମୟ ବଡ଼ ବଳବାନ ଆଦି ଅନ୍ୟତମ । ସେ ଗାଇଥିବା କିଛି ଲୋକପ୍ରିୟ ଓଡ଼ିଆ ଗୀତ :

  • ଚୁପି ଚୁପି ଗୋରୀ କାନେ କହିଯାଏ ମହୁରୀ (ଅଭିମାନ)
  • ଏଇ ଛୋଟ କଥାଟିଏ ଭୁଲନା (ଅରୁନ୍ଧତୀ)[୪]
  • ହାଏ ହାଏ ବନ୍ଧୁରେ (ହାକିମ ବାବୁ)
  • ମତେ ବାନ୍ଧି ନେରେ ପୁଲିସ ବାବୁ (ସମୟ ବଡ଼ ବଳବାନ)
  • ମୁଁ ତୁମ ମଇନା, ମୁଁ ତୁମ ଆଇନା (ହାକିମ ବାବୁ)

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ପୁରସ୍କାର - ୧୯୭୫ (ବିଏଫଜେଏ ପୁରସ୍କାର) - ଜୟ ସନ୍ତୋଷୀ ମା ଚଳଚ୍ଚିତ୍ର ପାଇଁ[୫]
  • ଫିଲ୍ମଫେୟାର ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ପୁରସ୍କାରପାଇଁ ମନୋନୟନ - (୧୯୭୫ ଜୟ ସନ୍ତୋଷୀ ମା ଚଳଚ୍ଚିତ୍ର ପାଇଁ)
  • ଫିଲ୍ମଫେୟାର ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ପୁରସ୍କାରପାଇଁ ମନୋନୟନ - (୧୯୭୭ ଇନକାର ଚଳଚ୍ଚିତ୍ର ପାଇଁ)
  • ଫିଲ୍ମଫେୟାର ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ପୁରସ୍କାରପାଇଁ ମନୋନୟନ - (୧୯୮୦ ଇକରାର ଚଳଚ୍ଚିତ୍ର ପାଇଁ)
  • ମିର୍ଚି ସମ୍ମାନ ଲାଇଫ ଟାଇମ ଆଚିଭମେଣ୍ଟ - ୨୦୨୦
  • ଲତା ମଙ୍ଗେସକର ସମ୍ମାନ - ୨୦୨୦-୨୧ (ମହାରାଷ୍ଟ୍ର ସରକାର ପ୍ରଦତ୍ତ)[୬]

ଆଧାରସମ୍ପାଦନ କରନ୍ତୁ

  1. Vashi, Ashish (29 September 2009). "Meet Lata-ben Mangeshkar!". The Times of India. Ahmedabad.
  2. rediff.com: Movies: Will Kavi Pradeep get his due?
  3. Routledge Handbook of Indian Cinemas. Routledge. 17-Apr-2013. p. 488. {{cite book}}: Check date values in: |date= (help)
  4. "The Lata Mangeshkar magic Odia film industry can never forget". www.newindianexpress.com. The New Indian Express. Archived from the original on 17 February 2022. Retrieved 17 February 2022.
  5. 69th & 70th Annual Hero Honda BFJA Awards 2007 Archived 8 January 2010 at the Wayback Machine.
  6. "Usha Mangeshkar gets Lata Mangeshkar award on sister's birthday Read more at: www.deccanherald.com/entertainment/usha-mangeshkar-gets-lata-mangeshkar-award-on-sisters-birthday-894375.html". www.deccanherald.com. deccan herald. Retrieved 17 February 2022.

ବାହାର ଆଧାରସମ୍ପାଦନ କରନ୍ତୁ