ଚିହ୍ନା ଅଚିହ୍ନା

୧୯୭୯ର ଓଡ଼ିଆ କଥାଚିତ୍ର

ଚିହ୍ନା ଅଚିହ୍ନା ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବିନୋଦ ନନ୍ଦ ଓ ସୁରେଶ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । କୁମାର ଆନନ୍ଦ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହା ଥିଲା ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ।

ଚିହ୍ନା ଅଚିହ୍ନା
ନିର୍ଦ୍ଦେଶକକୁମାର ଆନନ୍ଦ
ଚିତ୍ରନାଟ୍ୟବିନୋଦ ନନ୍ଦ
କାହାଣୀବିନୋଦ ନନ୍ଦ, ସୁରେଶ ମିଶ୍ର
କଳାକାରଉତ୍ତମ ମହାନ୍ତି
ସୁଜାତା ଆନନ୍ଦ
ମହାଶ୍ୱେତା ରାୟ
ନିହାରିକା ସାହୁ
ସଙ୍ଗୀତବାସୁଦେବ ରଥ
ଚିତ୍ରଗ୍ରହଣବାବୁ ରାଓ
ମୁକ୍ତିଲାଭ ତାରିଖ
୧୩ ଡିସେମ୍ବର ୧୯୭୯
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୫ଲକ୍ଷ ୨୫ହଜାର

ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ସୁଜାତା ଆନନ୍ଦ, କାଶି ରଥ, ନିହାରିକା ସାହୁ, ସୁକାନ୍ତ ଖୁଣ୍ଟିଆ, ଅସୀତ ପତି, ନିରଞ୍ଜନ ବେହେରା, ରୁକ୍ମଣୀ, ମାମିନା, ପିତାମ୍ବର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା ଅସୀତ ପତି ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧]

ଅଭିନୟ ସମ୍ପାଦନା

ଗୀତ ସମ୍ପାଦନା

ଗୀତିକାର: ନାରାୟଣ ପ୍ରସାଦ ସିଂହ, ସୁରେନ୍ଦ୍ର ବିଦ୍ୟାଧର, ଦିନବନ୍ଧୁ ରଥ, ବିନୋଦ ନନ୍ଦ

  • ଝୁମକା ଟିକେ ତୁତ ହଲେଇ ଦେ
  • ଚାନ୍ଦ ନା ତୁମେ ତାରା
  • ଛଇ ଛବେଲି ରଙ୍ଗ ରଙ୍ଗେଲି
  • ମାଝିରେ
  • ଜଗତର ନାଥ

ପୁରସ୍କାର ସମ୍ପାଦନା

ଏହି କଥାଚିତ୍ର ତିନିଟି ବିଭାଗରେ (ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ କାହାଣୀ) ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । [୨]

ଆଧାର ସମ୍ପାଦନା

  1. ୧.୦ ୧.୧ "ତିନିଟି ଭିନ୍ନ ଭିନ୍ନ ରୂପରେ ଆସୁଛନ୍ତି ଓଲିଉଡର ଏହି ନାମୀ ଅଭିନେତା , ଜାଣନ୍ତୁ ଏମିତି କାହିଁକି ଘଟିଛି  | Sambad". Sambad (in Odia). ଓଡ଼ିଶା. 18 September 2018. Archived from the original on 19 September 2018. Retrieved 19 September 2018. {{cite news}}: no-break space character in |title= at position 88 (help)CS1 maint: unrecognized language (link)
  2. "ଚିହ୍ନା ଅଚିହ୍ନା". ନିତିଦିନ 'ନଜର୍'. Retrieved 7 May 2017.[permanent dead link]

ଅଧିକ ତଥ୍ୟ ସମ୍ପାଦନା