ବାଳକୃଷ୍ଣ ଦାଶ
ସଙ୍ଗୀତ ସୁଧାକର ପଣ୍ଡିତ ବାଳକୃଷ୍ଣ ଦାଶ (୧୫ ମଇ ୧୯୨୩ - ୧୨ ନଭେମ୍ବର ୧୯୯୩) ଜଣେ ଓଡ଼ିଶୀ ସଙ୍ଗୀତ ଗୁରୁ, ଗାୟକ, ସ୍ୱରକାର ତଥା ସଙ୍ଗୀତ ନିର୍ଦ୍ଦେଶକ, ପ୍ରଚ୍ଛଦପଟ୍ଟ ଗାୟକ ଥିଲେ ।[୧]
ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ | |
---|---|
ଜନ୍ମ | ବସନ୍ତପେଡ଼ି, ବାଳକାଟି | ୧୫ ମଇ ୧୯୨୩
ମୃତ୍ୟୁ | ୧୨ ନଭେମ୍ବର ୧୯୯୩ | (ବୟସ ୭୦)
ଜାତୀୟତା | ଭାରତୀୟ |
ବୃତ୍ତି | ସଙ୍ଗୀତ ଗାନ ଓ ନିର୍ଦ୍ଦେଶନା |
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ | |
ପ୍ରସିଦ୍ଧି | ଭଜନ, ପଲ୍ଲିଗୀତ, ଓଡ଼ିଶୀ ସଙ୍ଗୀତ |
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ପିତାମାତା | ଦୀନବନ୍ଧୁ ଦାସ, କମଳା ଦେବୀ |
ପୁରସ୍କାର | ଜୟଦେବ ପୁରସ୍କାର, କେନ୍ଦ୍ର ସଂଗୀତ ଏକାଡେମୀ ପୁରସ୍କାର |
ଜନ୍ମ ଓ ଶିକ୍ଷା
ସମ୍ପାଦନାବାଳକୃଷ୍ଣ, ୧୯୨୩ ମସିହା ସାବିତ୍ରୀ ଅମାବାସ୍ୟାରେ ବାଳକାଟିର ବସନ୍ତପେଡ଼ିଠାରେ ଜନ୍ମଗ୍ରହଣ କରିଥିଲେ ।[୨] ପିଲାଦିନରୁ ଗୋଟିପୁଅ ନାଚ, ଗୀତ ଓ ଅଭିନୟ ଦେଖି ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ମାଇନର ପାସ କଲାପରେ, ସେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱରରେ ଅବସ୍ଥାନ କରିବା ସମୟରେ କଟକର ସତ୍ୟପ୍ରିୟ ମହାନ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସତ୍ୟପ୍ରିୟ ବାବୁ, କିଶୋର ବାଳକୃଷ୍ଣଙ୍କୁ କଟକ ନେଇ, ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ ପରିଚୟ କରାଇଦେଇଥିଲେ । ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କଠାରୁ ସେ ଶାସ୍ତ୍ରୀୟ ରୀତିରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ । ଏହାପରେ ବାଳକୃଷ୍ଣଙ୍କର ସଙ୍ଗୀତ ଶିକ୍ଷା ବଢ଼ିଥିଲା କଟକସ୍ଥିତ ଲକ୍ଷ୍ମୀକାନ୍ତ ଚୌଧୁରୀ ସଙ୍ଗୀତ ସମାଜରୁ । ଏଠାରେ ଖୟାଲ ଗାୟକ, କ୍ଷିତୀଶ ଚନ୍ଦ୍ର ମୈତ୍ରଙ୍କ ତାଙ୍କର ପରିଚୟ ହୋଇଥିଲା ଓ ମୈତ୍ରଙ୍କଠାରୁ, ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ କଲିକତା ଯାଇଥିଲେ ଓ ସେଠାରେ ରାଇଚାନ୍ଦ ବରାଳଙ୍କ ବାସଭବନରେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କ ସଂସ୍ପର୍ଶରେ ଆସିଥିଲେ । ବଡେ ଗୁଲାମ ଅଲ୍ଲୀ ଖାନଙ୍କଦ୍ୱାରା ବାଳକୃଷ୍ଣ ପ୍ରଭାବିତ ହୋଇଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଦେଖିବାକୁ ମିଳିଥିଲା । ବଡେ ଗୁଲାମ ଅଲ୍ଲୀ ଖାନଙ୍କ ଲୋକପ୍ରିୟ ଠୁମରୀ "କା କରୁ ସଜନୀ, ଆଏନା ବାଲମ" ଧାରାରେ, ବାଳକୃଷ୍ଣ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲିଖିତ "ବିତିଲାତ ଯାମିନୀ, ମଉଳିଲା କାମିନୀ" ପଲ୍ଲୀଗୀତର ସଙ୍ଗୀତ ସଂଯୋଜନା କରିଥିଲେ । ରାଇଚାନ୍ଦ ବରାଳଙ୍କଠାରୁ, ବାଳକୃଷ୍ଣ ସଙ୍ଗୀତ ନିର୍ଦ୍ଦେଶନା ଓ ଅର୍କେଷ୍ଟା କମ୍ପୋଜିସନ ଶିଖିଥିଲେ । ସେତେବେଳେ ବାଳକୃଷ୍ଣ, ଆକାଶବାଣୀ କଲିକତା କେନ୍ଦ୍ରରୁ ପ୍ରସାରିତ ହେଉଥିବା ଓଡ଼ିଆ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଦାନ କରୁଥିଲେ ।
୧୯୪୮ ମସିହାରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ଓ ବାଳକୃଷ୍ଣ ଏଠାରେ ଷ୍ଟାଫ କଳାକାର ଭାବରେ ଯୋଗଦାନ କରିଥିଲେ । କିଛିଦିନ ପରେ, ସେ ଆକାଶବାଣୀର ଚାକିରି ଛାଡିଦେଇ ଓଡ଼ିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାରରେ ମନୋନିବେଶ କରିଥିଲେ । ଓଡ଼ିଶୀ, ଚମ୍ପୂ, ଛାନ୍ଦ, ଅଷ୍ଟପଦୀ, ଭଜନ, ଜଣାଣ, ଆଧୁନିକ, ପଲ୍ଲୀ ଆଦି ସଙ୍ଗୀତର ସବୁ ବିଧାରେ ପାରଙ୍ଗମ ଥିଲେ ବାଳକୃଷ୍ଣ । ବସନ୍ତରାଗ ଉପରେ ପର୍ଯ୍ୟବେଷିତ ପଲ୍ଲବୀ ରଚନା କରି ସେ ଓଡ଼ିଶୀ ନୃତ୍ୟରେ ପଲ୍ଲବୀର ଅଭାବ ପୂରଣ କରିଥିଲେ ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଆଦି ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି, ବାଳକୃଷ୍ଣ ଓଡ଼ିଶୀ ସଙ୍ଗୀତ ଶିକ୍ଷାଦାନ କରି, ବହୁ ସଙ୍ଗୀତଜ୍ଞ ସୃଷ୍ଟି କରିପାରିଛନ୍ତି । ତାଙ୍କ ଶିଷ୍ୟମାନଙ୍କ ଭିତରୁ ଅନେକ ବର୍ତ୍ତମାନ ଓଡ଼ିଶୀ ସଙ୍ଗୀତର ପ୍ରତିଷ୍ଠିତ ଶିଳ୍ପୀ, ଯଥା ଶ୍ୟାମାମଣି ଦେବୀ ଓ ରାମହରି ଦାସ ।
କଥାଚିତ୍ର ଜୀବନ
ସମ୍ପାଦନା୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ କଥାଚିତ୍ରରୁ ସଙ୍ଗୀତକାର ଜୀବନ ଆରମ୍ଭ କରିଥିବା ବାଳକୃଷ୍ଣ, ମୋଟ ୧୮ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ପ୍ରଚ୍ଛଦପଟ୍ଟ ଗାୟନ କରିଛନ୍ତି ।
କଥାଚିତ୍ର ତାଲିକା
ସମ୍ପାଦନା- ଶ୍ରୀ ଜଗନ୍ନାଥ, ୧୯୫୦
- କେଦାର ଗୌରୀ, ୧୯୫୪
- ଭାଇ ଭାଇ, ୧୯୫୬
- ଶ୍ରୀ ଲୋକନାଥ, ୧୯୬୦
- ନୂଆ ବୋଉ, ୧୯୬୨
- ଲକ୍ଷ୍ମୀ, ୧୯୬୨
- ଜୟଦେବ, ୧୯୬୨
- ଦସ୍ୟୁ ରତ୍ନାକର, ୧୯୬୨
- ଶ୍ରୀ ଶ୍ରୀ ପତିତପାବନ, ୧୯୬୩
- ମାଣିକ ଯୋଡ଼ି, ୧୯୬୩
- ଜୀବନସାଥୀ, ୧୯୬୩
- ଅମଡ଼ା ବାଟ, ୧୯୬୪
- ମଲାଜହ୍ନ, ୧୯୬୫
- ନବଜନ୍ମ, ୧୯୬୫
- ମାର୍ଗ, ୧୯୬୯
- ଅଦିନ ମେଘ, ୧୯୭୦
- କନକଲତା, ୧୯୭୩[୩]
- ଶଙ୍ଖ ମହୂରୀ, ୧୯୭୮
- ମଥୁରା ବିଜୟ, ୧୯୭୯
- ବସନ୍ତ ରାସ, ୧୯୮୪
ରେକର୍ଡ଼ କରାଯାଇଥିବା ଗୀତସୂଚୀ
ସମ୍ପାଦନାଆଧୁନିକ | |||||
---|---|---|---|---|---|
କ୍ରମ | ଗୀତ | କବି | ସଙ୍ଗୀତ | ଅଧିକ | ସମୟ |
1. | "ନୟନେ ସୁନୟନାରେ ଦେଲା କେ ନିଶା ଭରିରେ" | କାଳୀଚରଣ ପଟ୍ଟନାୟକ | |||
2. | "ବିତିଲା ତ ଯାମିନୀ ମଉଳିଲା କାମିନୀ" | କାଳୀଚରଣ ପଟ୍ଟନାୟକ | |||
3. | "ଆସ ଜୀବନ ଧନ ମୋର ପଖାଳ କଂସା" | କାଳୀଚରଣ ପଟ୍ଟନାୟକ | ପଖାଳ ଉପରେ ହାସ୍ୟରଚନା | ||
4. | "ଆଗୋ ରାତିର ଏକାକିନୀ ବିହଙ୍ଗିନୀ" | ଜୀବନାନନ୍ଦ ପାଣି | |||
5. | "ମରମ ତଳେ ଅତୀତ ଯେ ମରେନା" | ||||
6. | "ଜୀବନର ଉପବନେ ସେ କୋଇଲି" | ସୁରେନ୍ଦ୍ରନାଥ ବିଦ୍ୟାଧର | |||
7. | "ପଥ ଅନାଇ ଝୁରି ଝୁରିରେ" | କାଳୀଚରଣ ପଟ୍ଟନାୟକ | |||
8. | "ମାରିନେଲେ ମହାପାତ୍ରେ ତୁ ଚାହିଁଛୁରେ ଜଳକା" | କାଳୀଚରଣ ପଟ୍ଟନାୟକ | ଅକ୍ଷୟ ମହାନ୍ତି | ଘର ବାହୁଡ଼ା (କଥାଚିତ୍ର) |
ଓଡ଼ିଶୀ ସଙ୍ଗୀତ | ||||
---|---|---|---|---|
କ୍ରମ | ଗୀତ | କବି | ସଙ୍ଗୀତ | ସମୟ |
1. | "ବସି କାନ୍ଦୁଥିବ ମାନିନୀ ପ୍ରାଣସଜନୀ" | ଉପେନ୍ଦ୍ର ଭଞ୍ଜ | ରାଗ କଲ୍ୟାଣ | |
2. | "ଦେଖି ନବକାଳିକା ବକାଳିକା ମାଳିକା" (ଛାନ୍ଦ) | ଉପେନ୍ଦ୍ର ଭଞ୍ଜ | କାମୋଦୀ | |
3. | "ଶ୍ରୀମତୀ ଶ୍ରୀପତି ବୃନ୍ଦାବନେ କେଳି ରଚିଲେ" | ଉପେନ୍ଦ୍ର ଭଞ୍ଜ | ||
4. | "ବୋଲ ବୋଲ ସଜନୀରେ ସତେ କି ଆସିବେ ଫେରି" | ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ | ବାଳକୃଷ୍ଣ ଦାଶଙ୍କ ନିଜସ୍ୱ ସଂଯୋଜନା | |
5. | "ଲାଜରେ ସରିଗଲି ଆଜ ସଜନୀ" | କବିଚନ୍ଦ୍ର ରଘୁନାଥ ପରିଚ୍ଛା | ||
6. | "ମୋହନ ହେ ମୋହନ ପ୍ରୀତିରେ ନାହିଁ କାରଣ" | ଧନୁର୍ଜୟ | ||
7. | "ବଞ୍ଚିବ ନବୀନାକି ଶ୍ୟାମ ବିନା" | ଲୋକନାଥ ପଟ୍ଟନାୟକ | ||
8. | "ଚାହିଁବୁ ଯେବେ ଶ୍ୟାମଦ୍ୟୁତିକି ରେ" | ବଳଦେବ ରଥ | ରାଗ ମାଳବଗୌଡ଼ା | |
9. | "ଶିଂଶପା ବୃକ୍ଷର ଡାଳେ ହନୁ ମନେ ମନେ ଭାଳେ" (ଛାନ୍ଦ, ବିଚିତ୍ର ରାମାୟଣ) | ବିଶ୍ୱନାଥ ଖୁଣ୍ଟିଆ | ||
10. | "ନିନ୍ଦା ନ ଲଭ ସଖୀରେ" | କବିସୂର୍ଯ୍ୟ ବଳଦେବ ରଥ | ରାଗ କଲ୍ୟାଣ | |
11. | "ସଙ୍ଗିନୀରେ ରାସ ରଙ୍ଗିନୀରେ" | ଗୋପାଳକୃଷ୍ଣ ପଟ୍ଟନାୟକ | ରାଗ ଖମ୍ବାଜ | |
12. | "ଚନ୍ଦ୍ରାନନୀ କ୍ଷୀଣ ହେବନି ମୋ ବିନା" | କାଳୀଚରଣ ପଟ୍ଟନାୟକ | ||
13. | "ଆଜ ଏ କି ଗୁମାନରେ ଚନ୍ଦ୍ରାନନା" | ବଳଦେବ ରଥ | ରାଗ କଲ୍ୟାଣ | |
14. | "ମହୀମଣ୍ଡନା ତୁ ନ ମାର ମାର" | ବଳଦେବ ରଥ | ରାଗ ଶଙ୍କରାଭରଣ | |
15. | "ବନ୍ଧୁ ମୋ କାହୁଁ କିସ ଶୁଣିଲାରେ" (ରତ୍ନାକର ଚମ୍ପୂ) | କବିସୂର୍ଯ୍ୟ ବଳଦେବ ରଥ | ରାଗ କଲ୍ୟାଣ | |
16. | "ଫେରି ଯା ଗଲେ ଗୋ ସଖୀ" (ରତ୍ନାକର ଚମ୍ପୂ) | ବଳଦେବ ରଥ | ରାଗ ମୁଖାବରୀ | |
17. | "ଆଜ ଶ୍ରୀଗୋଷ୍ଠଚନ୍ଦ୍ରମା ସାଜିବା ସଜ" | ଗୋପାଳକୃଷ୍ଣ ପଟ୍ଟନାୟକ | ରାଗ ଆରଭୀ | |
18. | "ଦୋଷ ବିନା ମୋ ନବୀନା ରୋଷ କିମ୍ପାଇଁ ବହିଲାରେ" | ବଳଦେବ ରଥ | ରାଗ କଲ୍ୟାଣ | |
19. | "ଭଙ୍ଗୀ ଚାହାଁ ଭୂରୁନୀଳଭୁଜଙ୍ଗୀଭ୍ରମରଜୀବସଙ୍ଗୀ" (କିଶୋରଚନ୍ଦ୍ରାନନ୍ଦ ଚମ୍ପୂ) | ବଳଦେବ ରଥ | ରାଗ କେଦାରଗୌଡ଼ା | |
20. | "ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ" (ଛାନ୍ଦ, ବୈଦେହୀଶ ବିଳାସ) | ଉପେନ୍ଦ୍ର ଭଞ୍ଜ | ରସକୁଲ୍ୟା |
ଭଜନ ଓ ଜଣାଣ | |||
---|---|---|---|
କ୍ରମ | ଗୀତ | କବି | ସମୟ |
1. | "ଥକାମନ ଚାଲ ଯିବା" | ସାରିଆ ଭିକ | |
2. | "ଆହେ ନୀଳାଚଳ ନାୟକ" | ଦୀନକୃଷ୍ଣ ଦାସ | |
3. | "ବାଧିଲା ଜାଣି କ୍ଷମା" | ବଳଦେବ ରଥ | |
4. | "ଚରଣ ତଳେ ତବ ଶରଣ" | କାଳୀଚରଣ ପଟ୍ଟନାୟକ | |
5. | "ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ" | ||
6. | "ତୋରେ ଝୁରି ସଙ୍ଗାତ ଗଲି ସରି ତ" | କାଳୀଚରଣ ପଟ୍ଟନାୟକ | |
7. | "କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି" | ଗୌରଚରଣ ଅଧିକାରୀ | |
8. | "ଗଗନ ଥାଳରେ ସୂର୍ଯ୍ୟ ଚନ୍ଦ୍ରମା" | ||
9. | "ଉତ୍କଳ ମଉଡ଼ମଣି ହେ" | ||
10. | "ଶ୍ରୀପାଦ ପଙ୍କଜ" | ||
11. | "କହରେ କାଳିଆ ତୋ ସିଂହଦୁଆରେ" | ରାଧାନାଥ ଦାସ | |
12. | "ସହି ହେଲାଣି ସାହାଣମେଲାରେ" | କେ ସି ପୋଥାଳ | |
13. | "ମନ ଭ୍ରମରାରେ ଏ ଫୁଲରେ ନାହିଁ ବାସ" | ଗୋରେଖ ଦାସ | |
14. | "ଚନ୍ଦନଲାଗି ସମୟେ ଚିନ୍ତ ଚିନ୍ତାମଣିକି" | ପିଣ୍ଡିକ ଶ୍ରୀଚନ୍ଦନ | |
15. | "ଗଲାବେଳେ ମୋ ଜୀବ ଶ୍ରୀରାଧେ ଦିଶାଯିବ" | ଗୋପାଳକୃଷ୍ଣ ପଟ୍ଟନାୟକ | |
16. | "ମନ ଦୁଃଖୀ ଆରେ ଯଦି ସୁଖେ ଇଚ୍ଛା ତୋର" | ||
17. | "ଜଗନ୍ନାଥ ବୋଲି" | ସଚ୍ଚିଦାନନ୍ଦ ଦାସ | |
18. | "ସରିଗଲି ହେ ଜଗନ୍ନାଥ" | ପ୍ରହ୍ଲାଦ ମଲ୍ଲିକ | |
19. | "ଜୟ ଜଗନ୍ନାଥ ହେ ଯଶୋଦାକୁମର" | ବନମାଳୀ ଦାସ | |
20. | "ଜଗବନ୍ଧୁ ହେ ଗୋସାଇଁ" | ସାଲବେଗ | ... |
ମାନ ସମ୍ମାନ
ସମ୍ପାଦନା- ତୁଳସୀ ସମ୍ମାନ (ମଧ୍ୟପ୍ରଦେଶ ସରକାରଙ୍କଦ୍ୱାରା ପ୍ରଦତ୍ତ) - ୧୯୯୧
- ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର, ୧୯୮୯, ଓଡ଼ିଶା ସିନେ ଜର୍ଣ୍ଣାଲିଷ୍ଟ ଆସୋସିଏସନ
- ଜୟଦେବ ପୁରସ୍କାର, ୧୯୮୭
- ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
- ୧୯୮୪ (ବସନ୍ତ ରାସ ନିମନ୍ତେ)
- ୧୯୭୯, (ମଥୁରା ବିଜୟ ନିମନ୍ତେ)
- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୪[୪]
- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
- ସଙ୍ଗୀତ ସୁଧାକର (କଳାବିକାଶ କେନ୍ଦ୍ର, କଟକ) - ୧୯୭୩[୫]
ଆଧାର
ସମ୍ପାଦନା- ↑ "Balakrushna Dash | Childhood". profile.odiamusic.com. Archived from the original on 2 May 2014. Retrieved 7 July 2013.
Balakrushna was born on 15th May 1923 in his maternal uncle's house at Sundar Grama of Cuttack, oDishA
- ↑ "ସଂଗୀତ ସୁଧାକରଙ୍କ ୯୭ତମ ଜୟନ୍ତୀ". No. ସମ୍ବାଦ ୧୧/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ. p. ୧୨. Archived from the original on 2 January 2021. Retrieved 22 May 2020.
- ↑ "ପ୍ରଯୋଜକ-ନିର୍ଦ୍ଦେଶକ ଘନଶ୍ୟାମ". odishanewsnitidin.com. Archived from the original on ୨୮ ଫେବୃଆରୀ ୨୦୨୧. Retrieved 28 February 2021.
{{cite web}}
: Check date values in:|archivedate=
(help) - ↑ "List of Awardees". Sangeet Natak Akademi Awards. Retrieved 15 March 2017.
- ↑ ପ୍ରମେୟ ୧୨/୧୧/୨୦୧୪ ପୃଷ୍ଠା ୧୬ରେ ପ୍ରକାଶିତ ଲେଖା " ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସ୍ମରଣେ"
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବାଳକୃଷ୍ଣ ଦାସ
- odiamoviedatabase.wordpress.com: ବାଳକୃଷ୍ଣ ଦାଶ Archived 2012-04-28 at the Wayback Machine.
- photo.odiatube.com: ବାଳକୃଷ୍ଣ ଦାଶଙ୍କ ଫଟୋ[permanent dead link]