ଦେବୁ ବୋଷ

ଓଡ଼ିଆ ଅଭିନେତା

ଦେବୁ ବୋଷ (ଜନ୍ମନାମ: ରବୀନ୍ଦ୍ରନାଥ ବୋଷ[୨]) ଜଣେ ଓଡ଼ିଆ କଥାଚିତ୍ର ଜଗତ ଅଭିନେତା ଥିଲେ ।[୩] ତପସ୍ୟା କଥାଚିତ୍ରରୁ, ସେ ଓଡ଼ିଆ ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪] ଅଭିନୟ ବ୍ୟତୀତ, ସେ ନୃତ୍ୟ କ୍ଷେତ୍ରରେ ମଧ୍ୟ ନିପୂଣ ଥିଲେ । ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ ।[୫] ଦେବୁ ଓଡ଼ିଆ କଥାଚିତ୍ରର ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଚଳଚ୍ଚିତ୍ର ବ୍ୟତୀତ, ଦେବୁ ବୋଷ 'ଦିଗନ୍ତ' ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିର୍ଦ୍ଦେଶକ ମଧ୍ୟ ସାଜିଥିଲେ । ୨୦୧୮ ଅଗଷ୍ଟ ୨୨ତାରିଖରେ ହାଇଦ୍ରାବାଦଠାରେ[୬] ତାଙ୍କର ଦେହାନ୍ତ ହୋଇଥିଲା ।[୭] ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଆପନା ହାତ ଜଗନ୍ନାଥ ୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା ।[୨] ସେ ଓଡ଼ିଆ ଧାରାବାହିକ ସତ୍ୟ ଜରିଆରେ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ ଏବଂ ତାଙ୍କ ଅଭିନୀତ ଶେଷ ଧାରାବାହିକ ଥିଲା ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗା ।[୨] ଦେବୁ ବୋଷ ହିନ୍ଦୀ କଥାଚିତ୍ର ଆଶ୍ରମ ଓ ହିନ୍ଦୀ ଧାରାବାହିକ ବୋହୂରେ ଅଭିନୟ କରିଥିଲେ ।[୨] ଶ୍ରମ ଅଧିକାରୀ ଭାବରେ ସେ ଚାକିରୀରେ ଯୋଗ ଦେଇଥିଲେ ଏବଂ ଶିଳ୍ପ ଉନ୍ନୟନ ନିଗମର ସାଧାରଣ ପ୍ରବନ୍ଧକ ଭାବରେ ଅବସର ନେଇଥିଲେ ।[୨]

ଦେବୁ ବୋଷ
Debu Bose - Oriya Film Actor.jpg
ଜନ୍ମ ଓ ଜନ୍ମସ୍ଥାନ
ରବୀନ୍ଦ୍ରନାଥ ବୋଷ

ଡିସେମ୍ବର ୨, ୧୯୪୨(1942-12-02)[୧]
କଟକ
ମୃତ୍ୟୁ୨୩ ଅଗଷ୍ଟ ୨୦୧୮(2018-08-23) (ବୟସ ୭୫)
ସମାଧି  ସ୍ଥଳଭୁବନେଶ୍ୱର
ନାଗରିକତା ଭାରତୀୟ
ଜୀବିକାଅଭିନେତା
ଜୀବନସାଥିମଧୁମିତା ବୋଷ[୨]
ବାପା ବୋଉରାଧାଗୋବିନ୍ଦ ବୋଷ, ପ୍ରତିମା ବୋଷ[୨]

କଥାଚିତ୍ରରେ ଭୂମିକାସମ୍ପାଦନ କରନ୍ତୁ

ଅଭିନେତା ଭାବରେସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 4 September 2018. Retrieved 4 September 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.
  3. Orissa reference: glimpses of Orissa. TechnoCAD Systems. 2001.
  4. https://odishatv.in/odisha/veteran-odia-actor-debu-bose-no-more-317237
  5. "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.
  6. http://www.dharitri.com/main/news/65427
  7. http://sambad.in/state/veteran-actor-debu-bose-passed-away-at-hydrabad-199326/
  8. http://sambad.in/story/debu-bose-played-villain-199337/
  9. ଧରିତ୍ରୀ ୦୫/୦୨/୨୦୧୪ରେ ପ୍ରକାଶିତ 'ଧରିତ୍ରୀ ଆଳାପ'

ଅଧିକ ତଥ୍ୟସମ୍ପାଦନ କରନ୍ତୁ