ଅପରାଜିତା ମହାନ୍ତି

ଓଡ଼ିଆ ଅଭିନେତ୍ରୀ

ଅପରାଜିତା ମହାନ୍ତି (ଜନ୍ମ: ୧୫ ମଇ ୧୯୬୫,ସମ୍ବଲପୁର)[୨] ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସେ ୧୯୮୦ ମସିହାର ସିନେମା ସୀତା ଲବକୁଶରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଛୋଟ ପରଦାରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ଅପରାଜିତା ମହାନ୍ତି
Born (1965-05-15) ମଇ ୧୫, ୧୯୬୫ (ବୟସ ୫୮)
Occupationଅଭିନେତ୍ରୀ (ଓଡ଼ିଆ)
Years active୧୯୮୦-ଏବେଯାଏଁ
Spouseଉତ୍ତମ ମହାନ୍ତି (୧୯୮୭–ଏବେଯାଏଁ)
Childrenବାବୁଶାନ୍
Parent(s)ଅବଦୁଲ ଅଜିଜ ଖାନ
ହରପ୍ରିୟା ରାୟ[୧]
Relativesଅବଦୁସ୍ ଶୋଭାନ୍ ଖାନ, ଓଡ଼ିଶାର ପ୍ରଥମ ଆଇନମନ୍ତ୍ରୀ (ଜେଜେ ବାପା)
Awardsଇ ଟିଭି ପ୍ରିୟ ଓଡ଼ିଆ
Websiteaparajitamohanty.com

ପ୍ରାରମ୍ଭିକ ଜୀବନ ଓ ପରିବାର ସମ୍ପାଦନା

ଅପରାଜିତା ୧୯୬୫ ମସିହା ମଇ ୧୫ ତାରିଖରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅବଦୁଲ ଅଜିଜ ଖାନ ଭଦ୍ରକର ଏକ ମୁସଲିମ ପରିବାରରୁ ଓ ମାତା ହରପ୍ରିୟା ରାୟ ଏକ ହିନ୍ଦୁ ପରିବାରରୁ ଥିଲେ ।[୩] ବାପା ଓ ଜେଜେବାପା ଉଭୟ ଆଇନଜୀବୀ ଥିଲେ । ଜେଜେ ବାପା ୧୯୪୧ରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଓ ଆଇନ ମନ୍ତ୍ରୀ ଥିଲେ । ବାପା ଅଜିଜ ଖାନ ସମ୍ବଲପୁରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ । ତାଙ୍କ ମା ହରପ୍ରିୟା, ସାହିତ୍ୟିକ ରାଜକିଶୋର ରାୟଙ୍କ ସାନ ଭଉଣୀ ।[୪] ଅପରାଜିତା ଓଡ଼ିଆ କଥାଚିତ୍ର ଜଗତର ଅଭିନେତା ଉତ୍ତମ ମହାନ୍ତିଙ୍କ ପତ୍ନୀ ।[୫] ତାଙ୍କର ପୁଅ ବାବୁସାନ ମହାନ୍ତି ମଧ୍ୟ ଜଣେ ଅଭିନେତା ।[୬]

କଥାଚିତ୍ର ଜୀବନ ସମ୍ପାଦନା

ସେ ଗତ ୩୦ ବର୍ଷ ଧରି ଫିଲ୍ମ ଓ ଟି.ଭି ଧାରାବାହିକରେ ଅଭିନୟ କରିଛନ୍ତି । ୧୯୮୦ ମସିହାରେ ସେ ସୀତା ଲବକୁଶ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ସେ ୭୦ରୁ ଅଧିକ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନା

ମାନସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. ପ୍ରମେୟ,୨୮ ଅକ୍ଟୋବର ୨୦୧୨, ପୃଷ୍ଠା: ୧୫
  2. "Aparajita Mohanty | Oriya Actress Biography". incredibleorissa.com. Retrieved 20 December 2012. Date of Birth – 15 May 1965
  3. "Biography". aparajitamohanty.com. Retrieved 29 December 2016.
  4. "ଭୋଟ ପେଡ଼ିର ପୁରୁଣା କଥା". No. ସମ୍ବାଦ ୨୬/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 26 April 2019. Retrieved 26 April 2019.
  5. Das, Amaresh Chandra (2011). "Aparajita Mohanty:~ The Queen of Odia Film". eodissa.com. Retrieved 20 December 2012. She is married to legendary Oriya actor Uttam Mohanty.
  6. "OrissaCinema: Aparajita Mohanty". orissacinema.com. Archived from the original on 2008-09-07. Retrieved 2009-01-14.
  7. "ଆର୍କାଇଭ୍ କପି". Archived from the original on 2014-01-16. Retrieved 2011-05-25. {{cite web}}: Cite has empty unknown parameter: |1= (help)
  8. cinemasagar.com: Orissa State Film Award Winners

ଅଧିକ ତଥ୍ୟ ସମ୍ପାଦନା