ରଖିବ ଯଦି ସେ ମାରିବ କିଏ

୨୦୦୪ର ଓଡ଼ିଆ କଥାଚିତ୍ର

ରଖିବ ଯଦି ସେ ମାରିବ କିଏ, ୨୦୦୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରତିକାନ୍ତ କାନୁନ୍‌ଗୋ ।[୨] ସୁଚିସ୍ମିତା କାନୁନ୍‌ଗୋ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ରିତେଶ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ରଖିବ ଯଦି ସେ ମାରିବ କିଏ
ନିର୍ଦ୍ଦେଶକରିତେଶ ନାୟକ
ପ୍ରଯୋଜକରତିକାନ୍ତ କାନୁନ୍‌ଗୋ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟସୁବୋଧ ପଟ୍ଟନାୟକ
କାହାଣୀସୁଚିସ୍ମିତା କାନୁନ୍‌ଗୋ
କଳାକାରସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ମିହିର ଦାସ
ଦେବୁ ବୋଷ
ଉତ୍ତମ ମହାନ୍ତି
ବୀଣା ମହାରଣା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରିତେଶ ନାୟକ
ସମ୍ପାଦକଚନ୍ଦ୍ରେଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୪
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ । ମିହିର ଦାସ, ଦେବୁ ବୋଷ, ଉତ୍ତମ ମହାନ୍ତି, ବୀଣା ମହାରଣା, ପିଣ୍ଟୁ ନନ୍ଦ, ଦୀପ୍ତି ପଣ୍ଡା, ଦୀପକ ପରିଡ଼ା, ଜୟୀରାମ ସାମଲ, ଉପାସନା ସିଂହ, ସଦାଶିବ ଅମରାପୁରକର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ସାପଙ୍କ ମ‌ହିମା ବିଷୟରେ କିଛି ଦୃଶ୍ୟ ରହିଛି ।[୩]

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିଜାମ୍, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଚାନ୍ଦ ଶୋଇଗଲା ପରେ" 
2."ଏକ ଦୁଇ ଦୁଣେ" 
3."କାଲି ରାତି କଥା" 
4."ମୋ ପାଦେ ପାଉଁଜୀ" 
5."ନା ହେଲୁ ଶ୍ରୀମତି" 
6."ରଖିବ ଯଦି ସେ" 

ଆଧାର ସମ୍ପାଦନ କରନ୍ତୁ

  1. "ସିନେମା ଜୀବନ". Retrieved 19 April 2018.
  2. ୨.୦ ୨.୧ ୨.୨ "ଶେଷ ସିନେମାରେ ମିଳିଥିଲା ଅନୁ ଚୌଧୁରୀଙ୍କ ସାଥ୍‌". sambad.in. 29 May 2017. Retrieved 19 April 2018.
  3. "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 27 August 2018. Retrieved 27 August 2018.

ବାହାର ଆଧାର ସମ୍ପାଦନ କରନ୍ତୁ