ରାସ୍ତା (ଓଡ଼ିଆ କଥାଚିତ୍ର)
ରାସ୍ତା, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଲମ୍ବୋଦର ହୋତା । ପ୍ରଭଞ୍ଜନ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ନିଶିକାନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଏବଂ ସ୍ୱର ସଂଯୋଜନା କରିଥିଲେ ।[୨][୩] ମୋହିତ ଚକ୍ରବର୍ତ୍ତୀ ଏବଂ ପଞ୍ଜାନନ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସତ୍ୟଜିତ, ରତିକାନ୍ତ, ରୋଜାଲିନ, ବିଷ୍ଣୁମୋହନ କବି, ଅନିତା, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ରାସ୍ତା | |
---|---|
ନିର୍ଦ୍ଦେଶକ | ନିଶିକାନ୍ତ ଦଳବେହେରା |
ପ୍ରଯୋଜକ | ଲମ୍ବୋଦର ହୋତା |
ସଂଳାପ | ନିଶିକାନ୍ତ ଦଳବେହେରା |
ଚିତ୍ରନାଟ୍ୟ | ନିଶିକାନ୍ତ ଦଳବେହେରା |
କାହାଣୀ | ପ୍ରଭଞ୍ଜନ ମିଶ୍ର |
କଳାକାର | ଅଭିଳାଷ ଏଲି ପାଢ଼ୀ ପ୍ରଭଞ୍ଜନ ଚୌଧୁରୀ ବିକାଶ ଦାସ ଦେବୁ ବୋଷ ନୂପୁର ଘୋଷ |
ସଙ୍ଗୀତ | ନିଶିକାନ୍ତ ଦଳବେହେରା |
ମୁକ୍ତିଲାଭ ତାରିଖ | ୨୫ ଡିସେମ୍ବର ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଳାଷ ଏବଂ ଏଲି ପାଢ଼ୀ ।[୨] ପ୍ରଭଞ୍ଜନ, ଚୌଧୁରୀ ବିକାଶ ଦାସ, ଦେବୁ ବୋଷ, ନୂପୁର ଘୋଷ, ଚୌଧୁରୀ ଜୟ ପ୍ରକାଶ ଦାସ, ସୁସ୍ମିତା ମିଶ୍ର, ସୂର୍ଯ୍ୟନାରାୟଣ ମିଶ୍ର, ଉଦୟଭାନୁ, ଶଙ୍କର ବସୁ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା । ମୋହିତ ଚକ୍ରବର୍ତ୍ତୀ ଏବଂ ପଞ୍ଜାନନ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨] ସତ୍ୟଜିତ, ରତିକାନ୍ତ, ରୋଜାଲିନ, ବିଷ୍ଣୁମୋହନ କବି, ଅନିତା, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଆଜି ବିନା ମାଗିବାରେ ସବୁ ମିଳିଗଲା" | |
2. | "ପ୍ରେମ ଫେରେ ଜୀବନରେ" | |
3. | "ବିଦ୍ରୋହ ନିଆଁରେ ଜଳୁଥାଏ କିଏ" | |
4. | "ଏ ରାସ୍ତା" |
ଆଧାର
ସମ୍ପାଦନା- ↑ ୧.୦ ୧.୧ "ବିବାହ କରିବେ ଏଲି". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.
- ↑ ୨.୦ ୨.୧ ୨.୨ "Raasta Oriya Movie". Incredible Orissa. 3 December 2014. Retrieved 29 September 2017.
- ↑ "Rasta". Odia Hits. Retrieved 29 September 2017.[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2019-02-27. Retrieved 2018-08-23.
{{cite web}}
: Cite has empty unknown parameter:|1=
(help)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରାସ୍ତା