ନଈ ସେପାରୀ କନକ ଗୋରୀ

୨୦୧୩ର ଓଡ଼ିଆ କଥାଚିତ୍ର

ନଈ ସେପାରୀ କନକ ଗୋରୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ମହାନ୍ତି । ଅନନ୍ୟା ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଅଧିନରେ ଏହି ଚଳଚ୍ଚିତ୍ରଟିର ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅଜୟ ମହାନ୍ତି ଏବଂ ସଂଳାପ ରଚନା କରିଥିଲେ ଦେବ ପ୍ରସାଦ ଦାସ । ପଙ୍କଜ ପାଢ଼ୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ନଈ ସେପାରୀ କନକ ଗୋରୀ
ନିର୍ଦ୍ଦେଶକପଙ୍କଜ ପାଢ଼ୀ
ପ୍ରଯୋଜକଅଜୟ ମହାନ୍ତି
ସଂଳାପଦେବ ପ୍ରସାଦ ଦାସ
କାହାଣୀଅଜୟ ମହାନ୍ତି
କଳାକାରପାର୍ଥ ସାରଥୀ ରାୟ, ରାଲି ନନ୍ଦ, ରୋଜି, ମିହିର ଦାସ, ଅପରାଜିତା ମହାନ୍ତି, ଦେବୁ ବୋଷ, ଜୟୀରାମ ସାମଲ
ସଙ୍ଗୀତମହେନ୍ଦ୍ର ଆଚାର୍ଯ୍ୟ, ଅଜୟ ମହାନ୍ତି
ଚିତ୍ରଗ୍ରହଣଗାଗାରିନ ମିଶ୍ର[୧]
ସମ୍ପାଦକମାନସ ରଞ୍ଜନ ପାତ୍ର
ମୁକ୍ତିଲାଭ ତାରିଖ
୧ ମାର୍ଚ୍ଚ ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ


ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପାର୍ଥ ସାରଥୀ[୨] ରାୟ ଏବଂ ରାଲି ନନ୍ଦ ।[୩] ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ସମରେଶ ରାଉତରାୟ, ଦେବୁ ବୋଷ, ଜୟୀରାମ ସାମଲ, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

ଅଭିନୟସମ୍ପାଦନ କରନ୍ତୁ

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହେନ୍ଦ୍ର ଆଚାର୍ଯ୍ୟ ଏବଂ ଅଜୟ ମହାନ୍ତି । ସଚ୍ଚି ମହାନ୍ତି, ବିଜୟ ମଲ୍ଲ, ମହେନ୍ଦ୍ର ଆଚାର୍ଯ୍ୟ, ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ଗୀତା ଖୁଣ୍ଟିଆ ଆଦି ଗୀତିକାରମାନେ ଚଳଚ୍ଚିତ୍ରଟିର ଗୀତ ରଚନା କରିଥିଲେ । ତୃପ୍ତି ଦାସ, ଶ୍ରୀକାନ୍ତ ଦାସ, ତପୁ ମିଶ୍ର, ପମି, ଅରବିନ୍ଦ, ଚିତ୍ରବନ୍ଧୁ ମହାନ୍ତି, ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

ଗୀତ ରଚନା କଣ୍ଠଦାନ
ଆଗେ ଦେଖ ପିଛେ ଦେଖ
ରାଧାମାଧବ ଘେନ ପ୍ରଣତି ମୋର
ମୋ ମନ ଭିତରେ ତୁ
ଯାହାକୁ ପଚାର
କଟକୁ ଆଇଚି କଟକ ବାବୁ
ଆଲୋ ମୋ ଲାଲପରି

ପୁରସ୍କାରସମ୍ପାଦନ କରନ୍ତୁ

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ୨୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଚିତ୍ର ଗ୍ରହଣ (ପ୍ରମୋଦ ପତି ସମ୍ମାନ) ‘ନଈ ସେପାରୀ କନକ ଗୋରୀ’ର ଚିତ୍ରଗ୍ରହଣକାରୀ ଗାଗାରିନ ମିଶ୍ରଙ୍କୁ ମିଳିଥିଲା,[୭] ଶ୍ରେଷ୍ଠ ଗୀତିକାର ପୁରସ୍କାର ବିଜୟ ମଲ୍ଲଙ୍କୁ ମିଳିଥିଲା ଏବଂ ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ ପୁରସ୍କାର ମଧ୍ୟ ଏହି ଚଳଚ୍ଚିତ୍ର ପ୍ରାପ୍ତ କରିଥିଲା ।[୮]

ଆଧାରସମ୍ପାଦନ କରନ୍ତୁ

  1. "ପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ | Sambad". 9 September 2020. Archived from the original on 9 September 2020. Retrieved 9 September 2020.
  2. "ଖୁବ୍ ଶୀଘ୍ର ଆସୁଅଛି ନୂଆ ଓଡ଼ିଆ ସିନେମା 'ନଈ ସେପାରୀ କନକ ଗୋରୀ'". ଓଡ଼ିଆ ସାଇଟ୍. Retrieved 24 August 2016.
  3. "Nai Separi Kanaka Gori Oriya Film – Songs, Wallpapers, Videos, photos". FullOdisha.com. Retrieved 24 August 2016.
  4. "Nai separi kanaka Gori released". Odia Live. 1 March 2013. Retrieved 24 August 2016.
  5. PANDA, NAMITA (13 September 2012). "Actor returns with a bang". The Telegraph. Archived from the original on 3 July 2018. Retrieved 3 July 2018.
  6. "Nai Separi Kanaka Gori". eodisha.com. Retrieved 24 August 2016.
  7. "ପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ". 9 September 2020. Archived from the original on 9 September 2020. Retrieved 9 September 2020.
  8. "୨୪ତମ ରାଜ୍ୟ ଚଳଚ୍ଚିତ୍ର ଓ ପ୍ରଥମ ଟେଲି ପୁରସ୍କାର ଘୋଷିତ". ଇସ୍ପାତ ନ‌ଗରୀ ହାଲଚାଲ. 10 December 2013. Retrieved 24 August 2016.

ବାହାର ଆଧାରସମ୍ପାଦନ କରନ୍ତୁ