ତୋ'ର ମୋ'ର ଯୋଡ଼ି ସୁନ୍ଦର

୨୦୧୦ର ଓଡ଼ିଆ କଥାଚିତ୍ର

ତୋ'ର ମୋ'ର ଯୋଡ଼ି ସୁନ୍ଦର, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଧିରାଜ ପାଣିଗ୍ରାହୀ । ଦେବୁ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ଶାନ୍ତିରାଜ ଖୋସ୍‌ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତୋ'ର ମୋ'ର ଯୋଡ଼ି ସୁନ୍ଦର
ନିର୍ଦ୍ଦେଶକଦେବୁ ପଟ୍ଟନାୟକ
ପ୍ରଯୋଜକଅଧିରାଜ ପାଣିଗ୍ରାହୀ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟସୁବୋଧ ପଟ୍ଟନାୟକ, ଦେବୁ ପଟ୍ଟନାୟକ
କାହାଣୀଦେବୁ ପଟ୍ଟନାୟକ
କଳାକାରସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ଅର୍ପିତା ମୁଖାର୍ଜୀ, ଦେବୁ ବୋଷ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର
ସଙ୍ଗୀତଶାନ୍ତିରାଜ ଖୋସ୍‌ଲା
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୩ ସେପ୍ଟେମ୍ବର ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ଏବଂ ଅର୍ପିତା ମୁଖାର୍ଜୀ । ଦେବୁ ବୋଷ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ମେଘା, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ନିରଞ୍ଜନ ପତି, ହର ପଟ୍ଟନାୟକ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍‌ଲାବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତରଚନା କରିଥିଲେ । ମହ‌ମଦ ଅଜିଜ୍, ସୁନିଧି ଚୌହାନ, ଇରା ମହାନ୍ତି, ଉଦିତ ନାରାୟଣ, ସଂଘମିତ୍ରା, ସାଧନା ସର୍‌ଗମ୍, ଶାନ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ତୋର ମୋର ଯୋଡ଼ି ସୁନ୍ଦର" 
2."ପବନ ମାଗୁଚି ଚୁମା" 
3."ସକାଳ ସୁରୂଜ" 
4."ହେଲାରେ ହେଇଗଲା ପ୍ରେମ ହୋଲେ ହୋଲେ" 
5."ଡ‌ହରୀ ରଙ୍ଗ" 
6."କେମିତି ବୁଝିଲୁ ନାହିଁ" 
7."ତୋର ମୋର ଯୋଡ଼ି ସୁନ୍ଦର (ଦୁଃଖ)" 

ଆଧାର ସମ୍ପାଦନା

  1. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  2. ୨.୦ ୨.୧ "Tora Mora Jodi Sundara". www.nuaodisha.com. Retrieved 5 December 2017.
  3. "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.{{cite news}}: CS1 maint: unrecognized language (link)
  4. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.{{cite news}}: CS1 maint: unrecognized language (link)
  5. "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା