ଉଇକିପିଡ଼ିଆ:କର୍ମଶାଳା/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପ୍ରକଳ୍ପ/୨୦୧୩/୨

ଏହି କର୍ମଶାଳାଟି ଢେଙ୍କାନାଳସ୍ଥିତ ଭାରତୀୟ ଶିକ୍ଷା ସଂସ୍ଥାନରେ ଦୁଇଦିନ ଧରି; ନ‌ଭେମ୍ବର ୧୮ (ସୋମ‌ବାର‌) , ନ‌ଭେମ୍ବର ୧୯ (ମଙ୍ଗଳବାର) ସକାଳ ୧୦:୩୦ରୁ ଆରମ୍ଭ ହୋ ସନ୍ଧ୍ୟା ୫:୦୦ ଯାଏଁ ଅନୁଷ୍ଠିତ ହେଉଛି ।

ଏଥିରେ କଣ କଣ ଶିଖିବାକୁ ମିଳିବ? ସମ୍ପାଦନା

  • ଓଡ଼ିଆ ଉଇକିପିଡ଼ିଆର ଉନ୍ନ‌ତ ଅପସନସମୂହ: ବୋଲ୍ଡ, ତେରଛା ଅକ୍ଷର (Italics), ଆଧାର (Reference) ଯୋଗ, ଶିରୋନାମ (Heading) ଯୋଗ ଆଦି
  • ଆଗାମୀ କର୍ମଶାଳା ଯାଏଁ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କାମ ବିତରଣ
  • ଛାତ୍ରମାନେ କିପରି ଅଭିଜ୍ଞ ଉଇକିଆଳିଙ୍କଠାରୁ ଅନଲାଇନରେ ତ‌ଥା ଅନ୍ୟାନ୍ୟ ମାଧ୍ୟମରେ ସ‌ହ‌ଯୋଗ ଲୋଡ଼ିବେ

ସ୍ଥାନ ଓ ସମୟ ସମ୍ପାଦନା

ଭାରତୀୟ ଶିକ୍ଷା ସଂସ୍ଥାନ, ଢେଙ୍କାନାଳ ସ‌ହର
ନ‌ଭେମ୍ବର ୧୮ (ସୋମ‌ବାର‌) , ନ‌ଭେମ୍ବର ୧୯ (ମଙ୍ଗଳବାର) ସକାଳ ୧୦:୩୦ - ସନ୍ଧ୍ୟା ୫:୦୦ (ମଧ୍ୟାହ୍ନ ଭୋଜନ ବିରତି: ୧-୨ ଘଟିକା)

ଭାରତୀୟ ଜନସଂଚାର ସଂସ୍ଥାନର ଛାତ୍ରଛାତ୍ରୀଗଣ ସମ୍ପାଦନା

ଏହି କର୍ମଶାଳାରେ ଭାଗନେବା ପାଇଁ ଦୟାକରି ତଳେ ନାମ ଲେଖାନ୍ତୁ

  1. --Arpita aparajita (ମୋ ଆଲୋଚନା) ୧୦:୧୬, ୧୮ ନଭେମ୍ବର ୨୦୧୩ (UTC)(ମାନ୍ନା ଦେ)
  2. ----SMARANIKA TRIPATHH (ମୋ ଆଲୋଚନା) ୧୦:୩୧, ୧୮ ନଭେମ୍ବର ୨୦୧୩ (UTC)ଓଡିଶାର ବୟନ ଶିଳ୍ପ
  3. ----Khuntiasmrutirekha (ମୋ ଆଲୋଚନା) ୧୦:୩୭, ୧୮ ନଭେମ୍ବର ୨୦୧୩ (UTC) (ଜନଜାତି ସଂଗ୍ରହାଳୟ, ସିରୁଳୀ ମହାବୀର ମନ୍ଦିର, ପୁରୀ)
  4. --Mtapaswini (ମୋ ଆଲୋଚନା) ୧୦:୪୧, ୧୮ ନଭେମ୍ବର ୨୦୧୩ (UTC)ଭୁଜାଖିଆ ପୀର
  5. --Sunandan Mishra (ମୋ ଆଲୋଚନା) ୧୦:୪୭, ୧୮ ନଭେମ୍ବର ୨୦୧୩ (UTC)ମହେନ୍ଦ୍ର ସିଂହ ଧୋନି
  6. --ପ୍ରବୀଣ କୁମାର ସାହୁ (ମୋ ଆଲୋଚନା) ୧୦:୫୯, ୧୮ ନଭେମ୍ବର ୨୦୧୩ (UTC) (ନୂଆଖାଇ)
  7. --Mrsmruti (ମୋ ଆଲୋଚନା) ୧୧:୦୯, ୧୮ ନଭେମ୍ବର ୨୦୧୩ (UTC)(ମଲାଲା ୟୁସୁଫଜାଇ)

ଏହି କର୍ମଶାଳାରେ ଭାଗ ନେଉଥିବା ଉଇକିଆଳିଗଣ ସମ୍ପାଦନା

  1. --ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୦୮:୪୦, ୧୦ ନଭେମ୍ବର ୨୦୧୩ (UTC)
ପଠନ କ୍ଷେତ୍ରରେ ଓଡ଼ିଆ ଉଇକିପିଡ଼ିଆ କିପରି ସ‌ହାୟକ ସେ ବିଷୟରେ ବଖାଣୁଛନ୍ତି ଓଡ଼ିଆ ଉଇକିଆଳି ସୁନନ୍ଦନ ମିଶ୍ର

ବିବରଣୀ ସମ୍ପାଦନା

ପ୍ରଥମ ଦିନ ସମ୍ପାଦନା

ଓଡ଼ିଆ ଉଇକିଆଳି ଭାରତୀୟ ଶିକ୍ଷା ସଂସ୍ଥାନର ଛାତ୍ରୀ ତ‌ଥା ଓଡ଼ିଆ ଉଇକିଆଳି ତପସ୍ୱିନୀ ମହାଳିକ ଓଡ଼ିଆ ଉଇକିପିଡ଼ିଆର ଉପ‌ଯୋଗୀତା ବିଷୟରେ ନିଜର ଅନୁଭୂତି ବଖାଣୁଛନ୍ତି

ଭାରତୀୟ ଶିକ୍ଷା ସଂସ୍ଥାନରେ ପ୍ରଥମ କର୍ମଶାଳା ପରେ ଛାତ୍ରଛାତ୍ରୀମାନେ ଆଉ ଏକ କର୍ମଶାଳା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଯେହେତୁ ପ୍ରଥମ କର୍ମଶାଳାରେ ସେମାନେ ସମୟ ଅଭାବରୁ ଓଡ଼ିଆ ଉଇକିପିଡ଼ିଆରେ ଅଧିକ ସମ୍ପାଦନା କରିପାରି ନଥିଲେ ଏହି ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳାଟିକୁ ଅଧିକ ଲମ୍ବା କରିବା ପାଇଁ ଆମେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ମୃଣାଳ ଚାଟ୍ଟାର୍ଜୀଙ୍କୁ ଅନୁରୋଧ କରିଥିଲୁ । ଡ. ଚାଟ୍ଟାର୍ଜୀଙ୍କ ଶିକ୍ଷାନୁରାଗ ହେତୁ ଓଡ଼ିଆ ଉଇକିପିଡ଼ିଆ ଗଣ-ସମ୍ପାଦନା ଦୁଇ ଦିନ ଧରି କରାଯାଇଥିଲା । ଟିଚିଙ୍ଗ ଆସୋସିଏଟ ଜ୍ୟୋତିପ୍ରକାଶ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ଆଗରୁ ଓଡ଼ିଆ ଉଇକିପିଡ଼ିଆ ପାଇଁ ଉପ‌ଯୋଗୀ ଆଧାର ଲେଖାମାନ ଆଣିବା ବତାଇଦେଇଥିଲେ । ପ୍ରଥମ ଦିନ ଏକ ସଂକ୍ଷିପ୍ତ ପ୍ରରମ୍ଭିକ ସୂଚନା ପରେ କମ୍ପ୍ୟୁଟର ଆସୋସିଏଟ ଜିତେନ୍ଦ୍ର କୁମାର ପ‌ତିଙ୍କ ସ‌ହ‌ଯୋଗରେ ଛାତ୍ରଛାତ୍ରୀମାନେ ଓଡ଼ିଆ ଉଇକିପିଡ଼ିଆରେ ନୂଆ ପ୍ରସଙ୍ଗମାନ ଗଢ଼ିଥିଲେ ଓ ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା କରିଥିଲେ । ବୟୋଜ୍ୟୋଷ୍ଠ ଓଡ଼ିଆ ଉଇକିଆଳି ଡା ସୁବାସ ଚନ୍ଦ୍ର ରାଉତ ସେହି ଦିନ ଶେଷ ଆଡ଼କୁ ଦୁଇଜଣ ଛାତ୍ର ଫୋଟୋ ଅପଲୋଡ଼ କରିବା ବିଷୟରେ ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ସେମାନଙ୍କୁ ଆମେମାନେ ଉଇକି-କମନ୍‌ସରେ ଫୋଟୋ ଅପଲୋଡ଼ କରିବା ଶିଖାଇଦେଇଥିଲୁ ।

ଦ୍ୱିତୀୟ ଦିନ ସମ୍ପାଦନା

ଓଡ଼ିଆ ଉଇକିଆଳି ଭାରତୀୟ ଶିକ୍ଷା ସଂସ୍ଥାନର ଛାତ୍ର ତ‌ଥା ଓଡ଼ିଆ ଉଇକିଆଳି କିଶାନ ବରାଇ ଉଇକିପିଡ଼ିଆର ଉପ‌ଯୋଗୀତା ଓ ସେଥିରେ ସମ୍ପାଦନା କରିବା ସମ୍ବନ୍ଧରେ ନିଜର ଅନୁଭୂତି ବଖାଣୁଛନ୍ତି

କର୍ମଶାଳା ଆରମ୍ଭ କରିବା ଆଗରୁ ସୁଶୋଭନ ଓ ପଦ୍ମ ସେମାନଙ୍କ ସ‌ହପାଠୀମାନଙ୍କୁ ଉଇକି-କମନ୍‌ସରେ କିପରି ଫୋଟୋ ଆଦି ଅପଲୋଡ଼ କରାଯାଏ ତାହା ଶିଖାଇଥିଲେ । ଏହା ପରେ ସୁଭାସିସ ପାଣିଗାହି ଛାତ୍ରଛାତ୍ରୀମାଙ୍କୁ ଉଇକି-କମନ୍‌ସର ଉପ‌ଯୋଗୀତା ବାବଦରେ ଏକ ସଂଖିପ୍ତ ବକ୍ତବ୍ୟ ରଖିଥିଲେ । ଏହାପରେ ଏକ ସମ‌ୟରେ ଓଡ଼ିଆ ଉଇକିଆଳି ଶଶାଙ୍କ ଶେଖର ଦାସ ଓ ଡା ସୁବାସ ଚନ୍ଦ୍ର ରାଉତ ଓଡ଼ିଆ ଉଇକିପିଡ଼ିଆ ଗଣ-ସମ୍ପାଦନା ପରିଚାଳନା କରିଥିଲେ ଓ ସୁଭାସିସ ଇଂରାଜୀ ଗଣମାଧ୍ୟମ ଛାତ୍ରଛାତ୍ରୀମାନ‌ଙ୍କୁ ଉଇକିପିଡ଼ିଆରେ ଆଧାରର ଉପ‌ଯୋଗୀତା, କିପରି ଉଇକିପିଡ଼ିଆର ପ୍ରସଙ୍ଗସମୂହରେ ତ‌ଥ୍ୟ ପରଖାଯାଏ ତାହା ବର୍ଣ୍ଣନା କରିଥିଲେ । ଅପରାହ୍ଣରେ ଛାତ୍ରଛାତ୍ରୀମାନେ ଛାତ୍ରଛାତ୍ରୀମାନେ ଅଧିକ ପ୍ରସଙ୍ଗର ସମ୍ପାଦନା କରିଥିଲେ । ଦୁଇ ଦିନ ଧରି ଏହି ପିଲାମାନ‌ଙ୍କ କଠିନ ପରିଶ୍ରମ, ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡା ମୃଣାଳ ଚାଟ୍ଟାର୍ଜୀ ଓ ତାଙ୍କର ସ‌ହକର୍ମୀବୃନ୍ଦ ବିଶେଷକରି ଜ୍ୟୋତିପ୍ରକାଶ ମହାପାତ୍ର, ଦୁଇ ଉଇକିଆଳି ଡା ସୁବାସ ଚନ୍ଦ୍ର ରାଉତ ଓ ଶଶାଙ୍କ ଶେଖର ଦାସଙ୍କ ଅକୁଣ୍ଠିତ ସ‌ହ‌ଯୋଗରେ ଭାରତୀୟ ଶିକ୍ଷା ସଂସ୍ଥାନରେ ଏହି ଗଣ-ସମ୍ପାଦନା ଶେଷରେ ଓଡ଼ିଆ ଭାଷାରେ କିଛି ବିଶାଳ ସମ୍ପ‌ତ୍ତି ଠୁଳ ହୋଇଥିଲା ଓଡ଼ିଆ ଉଇକିପିଡ଼ିଆରେ ।

ଫୋଟୋ ଓ ଭିଡ଼ିଓ ସମ୍ପାଦନା

ଫୋଟୋ ଓ ଭିଡ଼ିଓ ଆଦି ଉଇକି-କମନ୍ସରେ Category:Odia Wikipedia workshop, IIMC, Dhenkanal 18-19 November 2013 ରେ ଅପଲୋଡ଼ କରିପାରିବେ ।