ଉଇକିପିଡ଼ିଆ:କର୍ମଶାଳା/ସମ୍ବଲପୁର
ସମ୍ବଲପୁରର ବୁର୍ଲାଠାରେ ଥିବା "ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ"ରେ ୨୬ ଓ ୨୭ ଜୁଲାଇ ୨୦୧୩ (ଶୁକ୍ରବାର, ଶନିବାର) ଦିନ ଓଡ଼ିଆ ଉଇକିପିଡ଼ିଆର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
କର୍ମଶାଳାର ବିଷୟବସ୍ତୁ
ସମ୍ପାଦନା- ଓଡ଼ିଆ ଉଇକିପିଡ଼ିଆର ଉପଯୋଗିତା
- ଓଡ଼ିଆ ଉଇକିପଡ଼ିଆରେ ସାଧାରଣ ସମ୍ପାଦନା
- ମୁକ୍ତ ଜ୍ଞାନ ବିତରଣର ଉପାଦେୟତା
- "ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ" ଗଣ-ସମ୍ପାଦନା
କର୍ମଶାଳା ବିବରଣୀ
ସମ୍ପାଦନାସମ୍ବଲପୁରର ବୁର୍ଲାଠାରେ ଥିବା ‘ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)’ ର ଗୋଲ୍ଡ଼େନ ଜୁବୁଲୀ ସେମିନାର ହଲ ପରିସରରେ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇ ଓଡ଼ିଆ ଉଇକିପିଡ଼ିଆ ବ୍ୟବହାର ସଂପର୍କରେ ଜ୍ଞାନ ଅର୍ଜନ କରିଥିଲେ । ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ସକ୍ରିୟ ଓଡ଼ିଆ ଉଇକିଆଳି ଗୋର୍ବାଚୋଭ ପୋଥାଳଙ୍କ ତତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଉଇକିପିଡ଼ିଆ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ସେ କହିଥିଲେ ଯେ, ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାରେ ଇଣ୍ଟରନେଟ୍ରେ ଉପଲବ୍ଧ ଏକ ଖୋଲା ଜ୍ଞାନକୋଷ । ଏହାକୁ ବ୍ୟବହାର କରି ଜଣେ କିପରି ନିଜର ଗବେଷଣା ଦକ୍ଷତା ବିକାଶ ଓ ମାଗଣା ଜ୍ଞାନର ବିତରଣ କରିପାରିବ, ସେହି ବିଷୟରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ଓଡ଼ିଆ ଉଇକିପିଡ଼ିଆର ଇତିହାସ, ଆଭିମୁଖ୍ୟ, ଉଇକିପିଡ଼ିଆରେ ବର୍ତ୍ତମାନ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ସବିଶେଷ ଆଲୋଚନା କରିଥିଲେ ଓ କହିଥିଲେ ଓଡ଼ିଆରୁ ଦୂରେଇ ଯାଉଥିବା ଲୋକଙ୍କୁ ଓଡ଼ିଆମୁଖୀ କରାଇବାର ଏହା ଅନ୍ୟତମ ପ୍ରଚେଷ୍ଟା । ଶ୍ରୀ ପୋଥାଳ ନିଜର ବକ୍ତବ୍ୟ ଦେଇ ସାରିବା ପରେ ଉଇକିପିଡ଼ିଆ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ପରେ କର୍ମଶାଳରେ ସେ ଉଇକିପିଡିଆରେ ନୂତନ ପ୍ରସଙ୍ଗ ଲେଖିବା, ସମ୍ପାଦନା କରିବା, ଆଧାର ଦେବା ଇତ୍ୟାଦିର ପ୍ରଶିକ୍ଷଣ ଦେଇ ଏକ ଗଣ-ସମ୍ପାଦନା ଆୟୋଜନ କରିଥିଲେ । କର୍ମଶାଳାରେ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅମରନାଥ ନାୟକ, ଡ଼ ବିଭୂତି ଭୂଷଣ ପାଣି, ଡ଼. ଅକ୍ଷୟ କୁମାର ପଟ୍ଟନାୟକ, ଡ. ଜ୍ୟୋତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କର୍ମଶାଳାର ସଫଳ ପରିଚାଳନା ପାଇଁ ଛାତ୍ର ପ୍ରତିନିଧି ଅବିନାଶ କୁମାର ପୁହାଣ, ସୁପ୍ରଜ୍ଞାନ ପଟ୍ଟନାୟକ, ସୁଭମ ସାହୁ, ସୋମ୍ୟଶ୍ରୀ ଋତୁପର୍ଣ୍ଣୋ ସାହୁ, ଅନନ୍ୟା ସୃଷ୍ଟି ଶତପଥୀ ସାହାଯ୍ୟ କରିଥିଲେ ।
ଆର୍ଥିକ ସହାୟତା
ସମ୍ପାଦନାକାର୍ଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ "ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି - ଆକ୍ସେସ ଟୁ ନଲେଜ" ତରଫରୁ ଟ.୨,୦୦୦/- ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।
ଯୋଗଦେଇଥିବା ପୁରୁଖା ଉଇକିଆଳି
ସମ୍ପାଦନାନୂତନ ଉଇକିଆଳି
ସମ୍ପାଦନାଫଟୋ(Photos)
ସମ୍ପାଦନା
|